STORYMIRROR

Rasmita Sahoo

Abstract Tragedy Others

3  

Rasmita Sahoo

Abstract Tragedy Others

"ଏ କଣ ନୁହେଁ ବାଲ୍ୟ ବିବାହ"

"ଏ କଣ ନୁହେଁ ବାଲ୍ୟ ବିବାହ"

2 mins
243


ସେ ଦିନ ରବିବାରିଆ ପାଗ ଭଲ ଦେଖି ମାଆ ଆଉ ମୁଁ ୱାକରେ ବାହାରି ଥାଉଁ କିନ୍ତୁ ଅଧା ବାଟରେ ଜଣେ ସମ୍ପକୀୟା ଙ୍କୁ ଦେଖି ତାଙ୍କ ସଙ୍ଗେ ସଙ୍ଗେ ଚାଲିଥିଲୁ , ସେହି ସମୟ ତାଙ୍କ ମଧ୍ୟରେ ହେଇଥିବା ଏମିତି କିଛି ବାର୍ତ୍ତାଳାପ ଶୁଣିବାକୁ ମିଳିଥିଲା ।


"ବେହେରା ଘରର ଝିଅ କଉ ଅଜାତି ପୁଅ ସାଙ୍ଗେ ଘର ଛାଡ଼ି ପଳେଇଛି।"

"ଏବେ ପା ସେହି ଝିଅ ର ଦଶମ ହେଇଥିଲା।" 

"ଆରେ ତାଙ୍କ ଘରର ପରିବେଶ ହିଁ ସେମିତି ପରା ।" 

"ବାପା ଘୋଡ଼ା ମଦୁଆ ଆଉ ତା ଭାରିଜା ର ଗୁଣ ବି କିଛି କମ ନୁହେଁ, ଝିଅ ବା ଭଲ ଆସିବ କଉଠୁ।"

"ସେହି ପୁଅ-ଝିଅ ରାୟପୁର ରେ ଯାଇ କଉଠି ବାହା ବି ହେଇ ସାରିଲେଣି।" 

ଆରେ ତାଙ୍କ ସ୍କୁଲର ପରିବେଶ ବି ଜମା ରୁ ଭଲ ନୁହେଁ !"


(ସେମାନଙ୍କ କଥା ଶୁଣି ସାରିବା ପରେ...)

ମୁଁ କହିଲି - "ଏମିତି ଖବର ଆପଣଙ୍କୁ ମିଳିଛି କଉଠୁ ?

ଆପଣ ସମସ୍ତେ କେମିତି କିଛି ନିଜେ ନ ଦେଖି ନ ବୁଝି ଇଆଡୁ-ସିଆଡୁ କହି ପାରୁଛନ୍ତି ଅନ୍ୟ ପୁଅଝିଅ ନାଁରେ !"


ସେମାନଙ୍କ ଭିତରୁ ଜଣେ କହିଲେ - "ଦେଖ ମାଆ,ଆମର ବି ଝିଅ ପୁଅ ଅଛନ୍ତି , ଆଜି ଯଦି ଆମେ କାହା ନାଁ ରେ ଏମିତି ମିଛ-ସତ କହିବୁ,କାଲି ଆମ ପୁଅ-ଝିଅ ନାଁ ରେ ବି ସେମିତି କିଏ କିଛି କହିବେ! ଆଉ ଏହି କଥାଟି ମିଛ ନୁହେଁ,ଏହି କଥା ଟି ତ ମୋବାଇଲ ରୁ ମୋବାଇଲ କୁ ଘୁରି-ଘୁରି ବୁଲୁଛି,ମୋ ପୁଅ ପା ମତେ ଦେଖେଇ ଛି ସେହି ଦୁହିଁଙ୍କ ଫୋଟୋ ଟି କୁ ! ଆଉ ଯାହା ବିଶ୍ଵାସ କରି ନ ଥାନ୍ତି , ମୋ ଭଉଣୀ ବି ଗାଁରୁ ସେହି କଥାଟି ଶୁଣି ଫୋନରେ କହିଲା !"


ଦ୍ୱିତୀୟ ଜଣକ- ଆରେ ହଁ ମୁଁ ତ ଶୁଣିଛି ଯେ,ପୋଲିସ ଷ୍ଟେସନ କୁ କଥାଟି ଯାଇଥିଲା କିନ୍ତୁ ପୋଲିସ କାଳେ କହିଛି "ଆଉ ତିନି ବର୍ଷ ଅପେକ୍ଷା କରିବାକୁ,ଏବେ ବାହାଘର ହେଇ ପାରିବନି।" ଆଉ ହଁ ଏଟା ତ ଫିଲ୍ମ ନୁହଁ ନା ,ଯେ ସେମାନେ ନିଜେ ନିଜେ ସିନ୍ଦୂର ଆଉ ଫୁଲମାଳ ପିନ୍ଧେଇ ଦେଲେ ବାହାଘର ଟା ହେଇଗଲା ! କିଏ ବା ଏହି ସଂପର୍କ କୁ ସ୍ୱୀକାର କରିବ ! ବାହାଘର କ'ଣ ପିଲା ଖେଳ ହେଇଛି !"


ମୁଁ - "ଆଉ ଏବେ ପୁଣି କଣ ହେବ,ସେ ଝିଅ ପୁଅ କଉଠି !"


ସମ୍ପର୍କୀୟା - "ଶୁଣିଛି ସେ ଝିଅ ର କାରନାମାକୁ ଦେଖି ତା ବାପା ମାଆ ତା ମାମୁ ଘରକୁ ନେଇ ଛାଡ଼ି ଆସିଛନ୍ତି ଆଉ ସେ ପିଲା ଟି ର କଥା ନ କହିଲେ ସରେ ! ପିଲା କହୁଛି "ତମକେ ଜେନେ ନେବାର ଅଛେ ନି ଯଅ ନି। ମୋର କିଛି ନେଇ ଯାଏ, ଜାଣା ହେବା ତମର ଟୁକେଲର ହେବା !"


ସେଦିନ ୱାକ ରୁ ଆସିଲା ପରେ, ଏହି କଥା ସବୁ ଶୁଣି ମୁଣ୍ଡ ଏତେ ଜୋରରେ ବିନ୍ଧିବା ବି ଆରମ୍ଭ କରି ସାରିଥାଏ।

ସେଦିନ ନିଜକୁ ନିଜେ ମୁଁ ଅନେକ ପ୍ରଶ୍ନ କରିଛି ।


"ପ୍ରକୃତରେ ଭୁଲ କାହାର ଥିଲା !

ପୁଅର ...ଝିଅର... ପିତା ମାତାଙ୍କର...ୟା ଫିର 

ତାଙ୍କ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କର ?"

ସେମାନେ ସିନା ବୟସର ଦୁଃଷ୍ପ୍ରଭାବରେ ଆସି ଏମିତିସବୁ କରି ବସିଲେ ହେଲେ ତାଙ୍କୁ ବୁଝେଇବାର କର୍ତ୍ତବ୍ୟ କାହାର ଥିଲା ?

ଆଉ କଣ ସେମାନଙ୍କ ଭୁଲ ପାଇଁ ତାଙ୍କ ସାଙ୍ଗସାଥି ମାନଙ୍କ ଜୀବନ ଉପରେ କିଛି ପ୍ରଭାବ ପଡ଼ିବନି ?

ଏହାକୁ କଣ ବାଲ୍ୟ ବିବାହ କୁହାଯିବ ନାହିଁ ! "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract