STORYMIRROR

Sunanda Mohanty

Abstract Romance Action

3  

Sunanda Mohanty

Abstract Romance Action

ସହଧର୍ମିଣୀ ଓ ସହକର୍ମୀଣୀ

ସହଧର୍ମିଣୀ ଓ ସହକର୍ମୀଣୀ

2 mins
188

  ଯୁଦ୍ଧ ପରିସ୍ଥିତିରୁ ଉଦ୍ଧାର ପାଇ ,ସମ୍ବିତ ଭାରତ କୁ ଆସିବାରେ ଶ୍ରାବଣୀଙ୍କର ଯେତିକି ଅବଦାନ ଥିଲା ,ତାଠୁ ବଳି ଭାରତ ସରକାରଙ୍କର ଅବଦାନକୁ ପରିବାର ଲୋକ ଅସ୍ବୀକାର କରିପାରିବେନି ସତ ,ହେଲେ ଶ୍ରାବଣୀ ସ୍ୱାମୀଙ୍କୁ ଫେରିପାଇ ଅତି ଆନନ୍ଦରେ ଠାକୁର ଘରେ ଆହୁରି ନିୟମ ନିଷ୍ଠା ତଥା ନୀତିକାନ୍ତି ଭିତରେ ଭକ୍ତି ଭାବରେ ,ଅନ୍ତରତଳ ଶ୍ରଦ୍ଧାରେ ପୂଜୁଥିଲେ କାଳିଆଙ୍କୁ .ଦେଖୁଥିଲେ ଚକାଆଖିର ବିଶ୍ୱାସଭରା ନିର୍ଭୟ ପ୍ରତିଶ୍ରୁତି । ସ୍ୱାମୀ ସମ୍ବିତ କିନ୍ତୁ ଦିନସାରା କ୍ଲିନିକ ରେ ବ୍ୟସ୍ତ ରହି ସନ୍ଧ୍ୟା ଗଡ଼ିଗଲା ପରେ ଖୋଲା ଆକାଶ ରେ ଚାହିଁରହନ୍ତି ଜହ୍ନକୁ .ଜହ୍ନ ଭିତରେ ଥିବା ଚିହ୍ନ ଭିତରେ ସେ ଦେଖନ୍ତି ,ଯୁଦ୍ଧ ସମୟର ସହକର୍ମୀଣି ନର୍ସ ଦେବଯାନୀଙ୍କ ସେବା ,ଶୁଶ୍ରୁଷା ଭରା ଅନୁରାଗ .ଶ୍ରାବଣୀ ଚମକି ପଡନ୍ତି ,କାହିଁକି ସ୍ୱାମୀ ,ଢେର ରାତି ଯାଏଁ ଜହ୍ନକୁ ଚାହିଁରହନ୍ତି ବୁଝିନପାରି ବ୍ୟସ୍ତ ବିବ୍ରତ ହୁଅନ୍ତି .ପ୍ରଥମେ ପ୍ରଥମେ ଯୁଦ୍ଧର ବିଭୀଷିକା ରୁ ଫେରିଥିବା ସ୍ୱାମୀ ନିଶ୍ଚୟ ପ୍ରକୃସ୍ଥିତ ହେବା ପାଇଁ ସମୟ ଲାଗିବ ଭାବି ଚୁପ ରହୁଥିଲେ .ଏଵେ ସେ କାରଣ ଖୋଜୁଥିଲେ ,ଆଉ ପଚାରି ବସିଥିଲେ ସ୍ୱାମୀଙ୍କୁ ତ ସ୍ୱାମୀ ଲୁହ ଭରା ଆଖି ଓ ହୃଦୟରେ ବଖାଣିଥିଲେ ସବୁ ସେଦିନ ବୋମା ପଡି ଜଳିଯାଉଥିବା କ୍ୟାନ୍ସର ହସ୍ପିଟାଲ ର ଗୋଟିଏ କୋଣରେ ଦେବଯାନୀ ଆଉ ସେ ,ବାହାରକୁ ବାହାରିଯିବାର ଉପାୟ ନାହିଁ ସମ୍ବିତଙ୍କ ପାଦରେ ଶକ୍ତ ଆଘାତ ,ଦେବଯାନୀ ପିଠିରେ ବୋହି ସମ୍ବିତଙ୍କୁ ଅପେକ୍ଷାକୃତ ସ୍ଥାନରେ ଛାଡି ,ଜଣେ ରୋଗୀଙ୍କୁ ଉଦ୍ଧାର ପାଇଁ ଯାଉଥିବା ବେଳେ ସମ୍ବିତଙ୍କ ଆଖି ସମ୍ନାରେ ଟଳିପଡିଲେ ଗୋଟେ ନିଆଁ ଝଲକର ଝଟକ୍କାରେ ,ତ ସେହି ଦୃଶ୍ୟ କଥା ମୁଁ ଭୁଲିବି କେମିତି ଶ୍ରାବଣୀ ?,ଯିଏ ମୋ ଜୀବନ ବଂଚେଇଲା ,ସେ ମୋ ଆଖି ସାମ୍ନାରେ ଏମିତି ଚାଲିଯିବା ଦୃଶ୍ୟର ,ଭାବନାର ଦହନରେ ମୁଁ କେମିତି ପ୍ରକୃସ୍ଥିତ ହେବି କୁହ ?ବୁଝିଗଲେ ଶ୍ରାବଣୀ ,ଏମିତି ସେ ଦହନ ,ଯେଉଁଥିରୁ ମୁକୁଳିବା ପାଇଁ ସମୟ ହାତରେ ଛାଡ଼ିଦେଇ ,ସ୍ୱାମୀଙ୍କ ଆଶୁ କାମନା କରୁଥିଲେ ଶ୍ରାବଣୀ ଠାକୁର ଘରେ ,ଜହ୍ନଟା ନିର୍ଭୟ ପ୍ରତିଶ୍ରୁତି ଓ ପ୍ରେରଣାର ଉତ୍ସ ହୋଇ ହସୁଥିଲା ଆକାଶରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract