STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଶବ୍ଦ ଖୋଜା

ଶବ୍ଦ ଖୋଜା

2 mins
239


ମେଞ୍ଚେ ମେଞ୍ଚେ ଆତ୍ମାଙ୍କ ଗହଳି ଉପରେ । ଦିନକୁ ଦିନ ବଢୁଥିଲା । ସେଠି ବି queue ଲାଗିଥିଲା । ବୋର ହଉଥିବା କିଛି ଆତ୍ମା ଗପୁଥିଲେ । 

_ଏବେ ଶଃ ଏଠି ବି ଫୁଲ୍ ଗହଳି । ଟ୍ରାଫିକ ନ ଥାଇ ବି ଯାମ୍ । 

_ ହଁ ପରା । ଛାଡିକି ଛିଡା ହୁଅ । ଜଣାନାହିଁ କି ଛ'ଫୁଟ ଛଡା ଛଡା ନିୟମ ହେଁ । ସହଳ ଭୁଲୁଛ ! ଭୁଲା ମନ କିଓ?

_ ନାଇଁରେ ଭାଇ isolationରୁ ସିଧା ଆସୁଛି । ମାସ୍କଟା ସବୁବେଳେ ପିନ୍ଧି ପିନ୍ଧି ବିଜାର ଲାଗୁଥିଲା କିନ୍ତୁ । ଏଠି ଯା ହଉ ସେତକ ନାହିଁ । 

_ ହେ ହେ ବାଡାରେ ୟାକୁ । ଶଃ ସେଇ ମାସ୍କ ନ ପିନ୍ଧିକି ବା ମୁଁ ମଲି । ଆଉ ଏ ଜନ୍ମେ ନ କାଢିବି । 

_ ଜନ୍ମ ଆଉ କୋଉଠି ହବ କି ! ଏବେ ଖାଲି ଅନଲୋଡ ଚାଲିଛି । ଫୁଲ୍ ଦମରେ ତଳୁ । 

_ଆଚ୍ଛା ଭାଇ କହିବଟି ପୃଥିବୀ ର ସବୁଠୁ ସହଜ କାମ ?

_ ଅନ୍ୟକୁ କନ୍ଦେଇବା । ଦୁଃଖିକରିବା । ମୁଁ ପା ପରଦାରେ ଭିଲିଆନ ଥିଲି । ସମସ୍ତେ ଭିତରେ ଟିକେ ଭିଲିଆନ ଥାନ୍ତି ମ । 

_ ଆମେ କରୁ କଣ ପୃଥିବୀ ରେ ଅଧା ଦିନ ?

_ ଅନ୍ଯକୁ ଇମ୍ପ୍ରେସ୍ କରିବା ଚକ୍କରରେ ଜୀବନ ସାରୁ । ମୁଁ ଅଭିନେତା ଥିଲି । ସମସ୍ତେ ଅଳ୍ପ ବହୁତେ ଅଭିନୟ କରି ଚାଲିଥାନ୍ତି ସାରା ଜୀବନ । କିଏ ନିରୁତା ନିଜ ପରି ଜୀଏଁ କି ! ଯିଏ ଜୀଏଁ ସେଠି ତାକୁ ପାଗଳ କୁହନ୍ତି । 

_ ଆଚ୍ଛା ସବୁଠୁ ସାହାସୀ କାମ ?

_ ଭୋକ ସମ୍ବାଳିବା । ଆଉ ସମ୍ଭାଳି ସମ୍ଭାଳି ମରିଯିବା । ଯେମିତି ମୋର ଆଉ ମୋ ପରିବାର ର ହେଲା । ନିତି ଦାଣ୍ଡରୁ ଆସିଲେ ଚୁଲି ଜଳୁଥିବା ସଂସାର ଅଖଚକ ବନ୍ଦ ରେ ପେଟ କୋଉ ବନ୍ଦ ରହିଲା ଯେ ? ସବୁ ଗୋଟି ଗୋଟି କି ଏଇଠି ଏବେ । 

ସମସ୍ତେ ବିରସ ଉଦାସ ଦିଶିଲେ । କଥାର ମୋଡ ବଦଳେଇବାକୁ ଆଉ ଜଣେ କହିଲା

_ଆଚ୍ଛା କହିଲ ଦେଖି କିଏ କହିବ ପୃଥିବୀର ସବୁଠୁ କଷ୍ଟିଆ କାମ କୋଉଟା?

କିଏ କେତେ ପ୍ରକାରେ ଉତ୍ତର ରଖିଲେ । ଭାରି ଭାରି ଉତ୍ତର । ଟିକେ ଦୂରରେ ଝାପ୍ସିକିଆ ଧବଳିଆ ଛାଇଟା ହଲୁଥିଲା ଆଉ ଚୁପ୍ ଥିଲା । ତାକୁ ପାଖକୁ ଡାକି ପଚାରିଲାରୁ ସିଏ ବଲବଲ କି ସମସ୍ତଙ୍କୁ ଚାହିଁ ଫେଁ କରି ହସିଲା । ଆଉ କହିଲା,

_ ଇଏ ଗୋଟେ କଥା ! ଦୁନିଆର ସବୁଠୁ କଷ୍ଟିଆ କାମ ପରା ସାମ୍ନା ଲୋକକୁ ହସେଇବା । ଲୋକେ ମନରୁ ଏତେ ଦୁଃଖି ଆତ୍ମା ଥାନ୍ତି ଯେ ମୁଁ ଷ୍ଟେଜରେ ଛାତି ପିଟି ପିଟି ଲୁହର ଝରଣା ଫଟେଇ ଦେଲେ ଯାଇ ହସନ୍ତି । ସିଏ ବି କଞୁସିଆ ହସ । ସାରା ଜୀବନ ମୋର କାଟିଦେଲି ଅନ୍ଯକୁ ହସେଇବାକୁ । ହେଲେ ନିଜେ ବା କେତେ ହସିଛି ସତହସ ? ଦିଲଖୁସ୍ ହସ ?

ଏବେ ତା' ଆଖି ରୁ ଲୁହ ବୋହିଚାଲୁଥିବା ଦେଖି ଆଗରୁ ସେଠି ଧାଡି ବାନ୍ଧି ଥିବା ସମସ୍ତେ ହସିଉଠିଲେ । ଆଉ ଏକା ସାଙ୍ଗେ କହିଲେ,

_ ତମେ କଣ ପୃଥିବୀରେ ରୋମାନ୍ ସର୍କସରେ ଜୋକର ଥିଲ ନା କଣ ? ମେକପ ବି ଲିଭେଇନ । ନାକରେ ସେ ଗୋଲ ଲାଲି ବଲଟା ବି ଲାଗିଛି । ହା ହା ହା । 

ଏତେ ହସ ଯେ ଆକାଶର ବାଦଲ ସବୁ ଫୁଲଫୁଲିଆ ଧଳାଫୁଲ ହେଇଯାଉଥିଲେ । ଆଉ ଶେଷ ଆତ୍ମାଟି ଫିଟି ଫିଟି ମିଳେଇ ଯାଉଥିଲା ମୁକ୍ତି ପଥରେ । ସିଏ ଲୁହ ଦେଇ ପଛେ ହେଉ ହସେଇପାରିଥିଲା ସବୁତକ ଧରାବନ୍ଧା ଧାଡିକୁ । 

ବାକି ମାନେ ଶବ୍ଦ ଖୋଜୁଥିଲେ । 

___________________



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya story from Action