STORYMIRROR

Sunanda Mohanty

Abstract Thriller

4  

Sunanda Mohanty

Abstract Thriller

ସେଇ ବର୍ଷାରେ

ସେଇ ବର୍ଷାରେ

5 mins
243

   ବର୍ଷା ଦିନ, ଝିପି ଝିପି ବର୍ଷା ଲାଗିରହିଛି ତଥାପି ସକାଳୁ ସକାଳୁ ଉଠିପଡ଼ି ଗାଁ ଘର ଦାଣ୍ଡରୁ ଦୁଆର ଯାଏଁ ବୁଲି ଆସିଲେଣି ସିପ୍ରା.। ବାପାଙ୍କ ପାଇଁ ଦାଣ୍ଡ ଦୁଆରେ ପାଣିଢାଳ ଦାନ୍ତକାଠି ଥୋଉ ଥୋଉ ବାପା ପଚାରୁଥାଆନ୍ତି ଆରେ ଆକାଶ କଣ ଆଜି ଦିଶୁନି, ତ ଭାଉଜ କହୁଥାନ୍ତି ହେଇ ପରା ଆସିଲେଣି ଆକାଶ. ଆକାଶ କହୁଥାଏ ଜୟ ହୋ ଦାଦା, ଜୟ ହୋ ଭାଉଜ.। ସିପ୍ରାଙ୍କ ପାଦ ଆପେ ଆପେ ଦାଣ୍ଡ ଦୁଆର ଆଡକୁ ଚାଲିଲା ତ ଆକାଶ ଦେଖିଦେଇ କହୁଥିଲା ଜୟ ହୋ ନାନୀ, କେବେ ଆସିଛ, କେତେ ଦିନ ରହିବ ଗାଁରେ? ଭଲ ଅଛଟି ସହରରରେ?, ଆଉ ଭାଇନା ଆମର ଭଲ ଅଛନ୍ତି ଟି? ତାର ଏତେ ଗୁଡ଼ାଏ ପ୍ରଶ୍ନର ଉତ୍ତର ହଁ ଭଲ ସବୁ ହେଲେ ତୁ କେମିତି ଅଛୁ ଆକାଶ? ବିନଦାସ ଅଛି ନାନୀ.। ଖୁବ ଭଲ ଅଛି କହି ଯାଉ ଯାଉ କହୁଥିଲା ଯାଉଛି ନାନୀ, ଜୟ ହୋ.ଭାରି ଇଛା ହେଉଥିଲା ତାକୁ ଡାକି ପଚାରିବାକୁ, ହଇରେ ଆକାଶ, ସମସ୍ତେ ନମସ୍କାର, ପ୍ରଣାମ, ଜୟ ଜଗନ୍ନାଥ କହୁଥିଲା ବେଳେ ତୁ ଜୟ ହୋ କହୁଛୁ ଯେ.। ଆକାଶ ତ ଦୂରକୁ ଦୂରକୁ ଚାଲିଗଲାଣି.। ତାର ଅସ୍ପଷ୍ଟ ସ୍ୱର ଜୟ ହୋ ମଧ୍ୟ ଦୂରେଇ ଗଲାଣି ।. ବାପା, ଦାନ୍ତଘଷି, ଜିଭ ଛେଲି, କୁଳୁକୁଞ୍ଚା ପାଣି ପକାଉ ପକାଉ କହୁଥିଲେ, ବଡ଼ ଦେଶ ଭକ୍ତ ଟାଏତ!, ଚାଲ ମାଆ ଚାଲ ଜଳଖିଆ କରିବା.। ଭାଉଜ କରିଥିବା ଉପମା, ମଟରତରକାରୀ, ପକଡି ଓ ଚଟଣୀ ସାଙ୍ଗକୁ ବାଡ଼ିର ପାଚିଲା କଦଳୀ ଓ ପଣସ କୋଲା ଖାଇଲା ବେଳେ ମତେ ଇଛା ହେଉଥିଲା ପଚାରିବାକୁ, ଆକାଶ ଚଳେ କିପରି? ଉପାର୍ଜ୍ଜନ ପନ୍ଥା କଣ ତାର? ମୋ ହୃଦୟର ପ୍ରଶ୍ନ ମୁଁହରେ ଉକୁଟିବା ପୂର୍ବରୁ ବାପା କହୁଥିଲେ, ଆକାଶ ଅଭାଗାଟା, ପିଲାଦିନୁ ବାପା ମାଆଙ୍କୁ ହରେଇଲା, ବାଳୁତ ବିଧବା ପିଇସୀ ନାନୀଟା ପାଳି ପୋଷି ମଣିଷ କରି ବିଭା ତୋଳା କଲାଯେ, ସାତ ମଙ୍ଗଳା ବାସୀ ବୋହୂଟା ଆକାଶକୁ ଛକା ବୋଲି ରୂପ ଦେଇ ପଳେଇଲା. କିଏ କହିଲା ବୋହୂଟାର ଭିତିରି ଭାବ ଥିଲା କାହାସଙ୍ଗେ କିନ୍ତୁ ସେଇ ଦୁଃଖରେ ଆଖି ମୁଜିଲା ପିଇସୀ ନାନୀ ନେତି. ତା ପରଠୁ ଦଣ୍ଡେ କୋଉଠି ବସିଯିବନି ସେ ଆକାଶ.ଗାଁ ଟା ସାରା ଲୋକଙ୍କୁ ଜୟ ହୋ କହି ସକାଳୁ ସଞ୍ଜ ଯାଏଁ କାହାର ପଇଡ଼ ପାରିବ, କାହାର ପଣସ ତୋଳାହେବ, କାହା ପୁଅ ଝିଅଙ୍କୁ ସ୍କୁଲ ଛାଡିବ ତ କାହା ସାଇକେଲ ସଜାଡିବ, କାହା ମଟର ସାଇକେଲ ଧୋଇବ ତ କାହା ପାଇଁ ପରିବା କିଣିଆଣିବ. ଏମିତିରେ କିଏ କୋଉଠି ଦେଲେ ଖାଇଦେଇ ବଞ୍ଚିଛି ବିଚରା କିନ୍ତୁ ଅଗଷ୍ଟ ପନ୍ଦର ଓ ଜାନୁଆରି ଛବିଶରେ ଦେଖିବ ତା ଖୁସି. ଜାତୀୟ ପତାକା ଧରି ଯାହାକୁ ଦେଖିଲେ ଜୟ ହୋ କହି କହି ଜାତୀୟ ପତାକା ଧରି ପିଲାଙ୍କ ସଙ୍ଗେ ପ୍ରଭାତ ଫେରିରେ, ଧାଡିର ସବା ଶେଷରେ ଚାଲିଥିବ ପତାକା ହାତରେ ଧରି, ପିଲାଙ୍କୁ ଜଗି ଜଗି. ସିପ୍ରା ମନରେ ଉଠୁଥିବା ଅନେକ ପ୍ରଶ୍ନର ଉତ୍ତର ବାପାଙ୍କ ଠାରୁ ମନକୁ ମନ ପାଇଯିବା ଭିତରେ ବୁଝି ସାରିଥିଲା,ବାପାଙ୍କର କେତେ ଦରଦ ତା ପ୍ରତି.। ପଣସ କୋଲା ଖାଉ ଖାଉ ସିପ୍ରାଙ୍କୁ ଶୁଭୁଥିଲା ଜୟ ହୋ.।

    ଗାଁରୁ ଆସିବା ଦିନ ଆକାଶକୁ ଦୁଇଶହ ଟଙ୍କା ଦେଲାବେଳେ ଖୁସିରେ କହୁଥିଲା, ଜୟ ହୋ. ଏ ଭିତରେ ଭୁଲି ଯାଇଥିଲେ ସିପ୍ରା ଆକାଶକୁ.। ଅଗଷ୍ଟ ମାସ ତେଇଶି ତାରିଖ. ଏଇ ତେଇଶି ମସିହାରେ, ଆମ ଦେଶ ଚନ୍ଦ୍ରଅଭିଯାନ ସଫଳତା ପୂର୍ବକ ଚନ୍ଦ୍ର ପୃଷ୍ଠରେ ଅବତରଣରେ ଜୟ ଜୟକାର ଧ୍ବନି ଶୁଭୁଥିଲା ତ ମନେପଡୁଥିଲା ଆକାଶ କଥା.। ଆକାଶ ନିଶ୍ଚୟ ଆକାଶକୁ ଚାହିଁ ଜୟ ହୋ କହିବା ସହ ବାପାଙ୍କ ପାଖରେ ଟିଭି ଦେଖି ଖୁସି ହେଉଥିବ. ତା ପରେ ପରେ ଚନ୍ଦ୍ରପୃଷ୍ଠରୁ ରାଡା଼ର ସାହାଯ୍ୟରେ ଚନ୍ଦ୍ରଯାନର ଚନ୍ଦ୍ର ପୃଷ୍ଠରେ ଥିବା ସୁନା ପାହାଡ଼ ଏବଂ ତାର ଆୟତନ ଉଚ୍ଚତା ଇତ୍ୟାଦି ଇସ୍ରୋ ବୈଜ୍ଞାନିକ ମାନଙ୍କୁ ଜଣାଇବା ସହ ଭାରତ ଅନ୍ୟ ଦେଶର ବୈଜ୍ଞାନିକ ମାନଙ୍କୁ ତଥ୍ୟାବଳୀ ଯଥା ନାସାକୁ ସମସ୍ତ ଚନ୍ଦ୍ରପୃଷ୍ଠର ବିବରଣୀ ପ୍ରଦାନ ଓ ଏଲିଅନ ମାନଙ୍କ ବାସସ୍ଥାନ ନିରୂପଣ ବା ସନ୍ଧାନ ସହିତ କୋଉ ଦେଶର ବୈଜ୍ଞାନିକଙ୍କ ମୃତ ଦେହାବଶେଷ ଆବିଷ୍କାର ଇତ୍ୟାଦି ତଥ୍ୟ ଆଦାନ ପ୍ରଦାନର ଜୟ ଧ୍ବନି ଚାଲିଥିବା ବେଳେ ସିପ୍ରାଙ୍କ ପରିବାରର ଖଡ଼ିରତ୍ନ, ନୀଳକଣ୍ଠ ପଣ୍ଡିତ ଆସି ପହଁଚିଲେ.ନାତିର ତାଳପତ୍ର ଜାତକ ସହିତ କହିଗଲେ ଜନ୍ମ ସମୟକୁ ଚନ୍ଦ୍ର ଅଶୁଦ୍ଧି ଯୋଗୁଁ ପିଲା ବେକରେ, ରୁପାର ଚନ୍ଦ୍ରମା ଲକେଟ କରି ପିନ୍ଧାଇବାକୁ ହେବ. ନାତି କଥା ଶୁଣି କାଳ ବିଳମ୍ବ ନକରି ବାହାରିଲେ ସିପ୍ରା,ସ୍ଥାନୀୟ ନାରାୟଣ ଜୁଏଲାରି.ବାଟରେ ଚିହ୍ନା ଜଣା ଯିଏ ସବୁ ଦେଖିଲେ କହିଲେ ସିପ୍ରାଙ୍କୁ ଆହେ ଚନ୍ଦ୍ରରେ ମଣିଷ ଏଥର ଘର କରିବ. ଚନ୍ଦ୍ରରୁ ଠାଵ ସୁନା ପାହାଡ଼ରୁ ସୁନା ଆସିଲେ ପ୍ରତ୍ୟେକ ଭାରତୀୟ ଆରବପତି ହେବେ. ଏଭଳି ସମୟରେ ଚନ୍ଦ୍ରଙ୍କୁ ଦେବତା ଭାବି, ଚନ୍ଦ୍ର ଅଶୁଦ୍ଧି କାଟିବାକୁ ଚାନ୍ଦିରେ ଚାନ୍ଦ ଲକେଟ କରିବାକୁ ଯାଉଛ?? ସିପ୍ରା କହିଲେ, ପ୍ରଥମତଃ ଏତେ ଆୟୁଷ ମଣିଷର ଥିଲେ ତ ଏସବୁ ଦେଖିବ!ଇସ୍ରୋର ସଫଳତାର ଚାବିରେ, ମହାକାଶ ବିଜ୍ଞାନର ତାଲା ଖୋଲୁଛି ସତ ହେଲେ ବାପା ଅଜା ସାତପୁରୁଷି ବିଶ୍ୱାସ ଭାଙ୍ଗି ଚାନ୍ଦକୁ ଗ୍ରହ ବୋଲି ମାନିନେଲେ ମଧ୍ୟ, ଗ୍ରହ ପୂଜା ଅଛି ନା ନାହିଁ??ତା ଛଡା କିଏ କହିବ ନଅ ଗ୍ରହ ଭିତରୁ କୋଉଠି ଯଦି ଏଲିଅନ ପରି ହେଉ ଅବା ସଜୀବ ରୂପୀ ପ୍ରାଣୀଙ୍କ ଅବସ୍ଥିତି ହେଉ, ସେମାନେ ପୃଥିବୀ ଗ୍ରହକୁ ମଧ୍ୟ ପୂଜା ନକରୁଥିବେ!ସମସ୍ତେ ସିପ୍ରାଙ୍କ ଯୁକ୍ତିରେ ବାଟ ଭାଙ୍ଗି ଚାଲିଗଲେ ସତ ହେଲେ ସ୍କୁଲ ପିଲା, ଯୁବକ ସଂଘ, ବଜରଙ୍ଗୀ ଦଳ ଇତ୍ୟାଦି,ଭାରତର ମହାକାଶ ଗବେଷଣା ଓ ଚନ୍ଦ୍ରାୟନର ସଫଳତା ରାଲି କରି ଜୟ ହୋ କହି କହି ବାଟ ଛାଡ଼ୁନଥାନ୍ତି. ବହୁ କଷ୍ଟରେ ନାରାୟିଣୀ ଜୁଏଲାରିରେ ପହଞ୍ଚି ସିପ୍ରା ବରାଦ କଲେ ଚାନ୍ଦିରେ ଚାନ୍ଦ ଲକେଟ.। ନାରାୟଣ ବାବୁ ହସି ହସି ଖୋଜୁଥିଲେ ଲକେଟ ନପାଇ କହିଲେ ଟିକେ ବସିଯାଆନ୍ତୁ ଏଇ ଏଇ ଵନିଯିବ ଲକେଟ.।

   ଅପେକ୍ଷାରେ ବସି ରହିଲେ ସିପ୍ରା।. ଚାନ୍ଦିର ଚାନ୍ଦ ଲକେଟ ଯେମିତି ହେଲେ ନେଇକି ଯିବେ ସେ.। ବକଟେ ବୋଲି ନାତିଟେ ହୋଇଛି ଯେ ଆଜି ଝାଡା କାଲି ବାନ୍ତି, ପୁଣି ସାତ ମାସ ରହିବ.। ସବୁ ଗ୍ରହମାନଙ୍କ ଖେଳ ।. ନାରାୟଣବାବୁ,ଦୋକାନ ମାଲିକ କହୁଥିଲେ ବୁଝିଲେ ଆଜ୍ଞା, ଏଣିକି ଆଉ ଗ୍ରହ ରିଷ୍ଟ କାଟିବା ପାଇଁ ସୁନା, ରୁପା କି କୌଣସି ଗ୍ରହ ଶାନ୍ତି କରିବା ପାଇଁ ମୂଲ୍ୟବାନ ପଥର କେହି କିଣିବେ ନାହିଁ. ହସିଲେ ସିପ୍ରା. କହିବାକୁ ଲାଗିଲେ, ଭାରତର ସଫଳତା ନିଶ୍ଚୟ ଆମ ଦେଶପାଇଁ ଗୌରବ ଆଣିଦେଇଛି. ମହାକାଶରେ ପଥ ତିଆରି ହୋଇ ଚନ୍ଦ୍ର ପୃଷ୍ଠରେ ପହଞ୍ଚିପାରିବାର ଦକ୍ଷତା କୌଶଳ ଇସ୍ରୋ ବୈଜ୍ଞାନିକମାନେ ଭାରତମାଆ ପାଖରେ ପହଞ୍ଚେଇବା ପୂର୍ବରୁ କେତେ ଥର ଯେ ଡାକିନଥିବେ ଭଗବାନଙ୍କୁ କହିପାରିବେ? ଚନ୍ଦ୍ରୟାନ ତିଆରିଠୁ ଆରମ୍ଭକରି, ତା ଗତିପଥ ନିର୍ଣ୍ଣୟ କରିବା ଯାଏଁ, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଯାଏଁ,ହେ ପ୍ରଭୁ ଡାକ ମନରୁ ମସ୍ତିଷ୍କ ଯାଏଁ ବାରମ୍ଭାର ପ୍ରତିଫଳିତ ହେଲାବେଳେ ନିଶ୍ଚୟ କେହିନା କେହି କହୁଥିବେ ହେ ପ୍ରଭୁ ଚନ୍ଦ୍ରଦେବ ହେ ପ୍ରଭୁ ନବମହାଗ୍ରହ ତୁମ ନିକଟରେ ପହଞ୍ଚିବାର ସଫଳତା ସୂତ୍ର ଓ ମନ୍ତ୍ର ଦିଅ ପ୍ରଭୁ. ତା ଛଡା ପ୍ରକୃତିର ପ୍ରତ୍ୟେକଟି ପ୍ରାକୃତିକ ବସ୍ତୁକୁ ଯଥା, ନଈ, ନାଳ, ସମୁଦ୍ର, ବିଲ, ବଣ, ଗଛ, ଲତା, ପାହାଡ଼, ପର୍ବତ ଇତ୍ୟାଡିକୁ ଆମେ ଦେଖି ଛୁଇଁ ପାରୁଥିଲେ ମଧ୍ୟ, ସେମାନଙ୍କ ମଧ୍ୟରେ ଭଗଵତ ସତ୍ତା ଓ ଐଶ୍ଵର୍ଗିକ ସତ୍ତା ଅଛି ବୋଲି ଆମେ ମାନୁଛୁ ନା ନାହିଁ?? ସେହିଭଳି ଚନ୍ଦ୍ରପୃଷ୍ଠକୁ ବାଟ ଫିଟିଛି ବୋଲି ସେ ଦେବତା ନୁହଁନ୍ତି, ତାଙ୍କ ଠାରେ ଐଶ୍ଵର୍ଗିକ ସତ୍ତା ନାହିଁ, ଏକଥା ଭାବିବା ନିହାତି ଭୁଲ. ବିଶ୍ୱାସ ମୂଳେ ପରା ଭଗବାନ. ନାରାୟଣ ବାବୁ ଚୁପି ଚୁପି ହସୁଥିଲା ବେଳେ, ଭାଇ ଫୋନ କଲା, ଜାଣିଲୁଣି ଅପା, ଆମ ଗାଁ ଆକାଶ ମରିଗଲା. ଏଁ ଆକାଶ ମରିଗଲା?? କେମିତି??ସେସବୁ କଥା ପଛରେ, ତୁ ବାହାରିଥା, ମୁଁ ଭୁବନେଶ୍ୱରରୁ ଗାଡି ନେଇ ଯାଉଛି. ବାଟରୁ ତତେ ନେଇଯିବି. ହଁ ହଁ ମୁଁ ପ୍ରସ୍ତୁତ ତୁ ଆସେ କହି ଫୋନ ରଖିଲେ ସିପ୍ରା.

   ଭାଇ ଭଉଣୀ ଗାଁରେ ପହଞ୍ଚି ବାପାଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲୁ. କାନ୍ଦି କାନ୍ଦି ବାପା କହୁଥିଲେ ଦୁଇ ଦିନ ହେଲାଣି ଆକାଶର ଜୟ ହୋ ଡାକ କି ଶବ୍ଦ ଶୁଭୁନଥିଲା କିନ୍ତୁ ଗାଁର ପଦ୍ମ ପୋଖରୀ ଦଳ କଢ଼ାଯାଇ, ପରିସ୍କାର ପାଣିର ଭଉଁରୀ କାଟି କାଟି ପୋଖରୀ ଜଳ ପ୍ରବାହିତ ହେଉଥିବା ଦେଖି ସମସ୍ତଙ୍କର ଅବିଶ୍ୱାସ ହେଲା. ପଦ୍ମ ପୋଖରୀ ସଫା କରୁ କରୁ ଆକାଶର କିଛି ହୋଇଯାଇନି ତ??ଶେଷକୁ, ତୁମ ବଡ଼ ଭାଇ ନିର୍ଦେଶ ଓ ଅନ୍ୟମାନଙ୍କ ସହଯୋଗରେ ଦଳ ଭିତରେ ଆକାଶର ଶବ ଠାଵ କରାଗଲା. ଦେଶକୁ ଭଲପାଇ, ସମସ୍ତଙ୍କ ସହିତ ଜୟ ହୋ ସଂସ୍କାର ଧ୍ୱନିରେ ହୃଦୟ ଛନ୍ଦି, ପ୍ରୀତି,ମୈତ୍ରୀ,ପ୍ରେମ, ମମତା ରଜ୍ଜୁରେ ହୃଦୟ ସହିତ ହୃଦୟ ବାନ୍ଧି ,ଗାଁର ଉର୍ନ୍ନତି ପାଇଁ ଜୀବନ ଦେଇଦେଲା ଆକାଶ.ବାପାଙ୍କୁ ବୁଝା ସୁଝା କରି, ଆକାଶର ସମସ୍ତ ଶୁଦ୍ଧି କ୍ରିୟା କର୍ମ କରିସାରିବା ପରେ, ବାପା ତାଙ୍କ ଆରାମ ଚେୟାରରେ ବସି ଶୁନ୍ୟ ଆକାଶକୁ ଚାହିଁ କଣ ଭାବି ଚାଲିଥାନ୍ତି. ସିପ୍ରା ଓ ତାଙ୍କ ସାନ ଭାଇ ଫେରିବା ବେଳେ ବଡ଼ ଭାଉଙ୍କ ସହ ବଡ଼ ଭାଇ ଟିଭି ଲଗାଇ ବାପାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥାନ୍ତି ତ ଦେଶର ମହାକାଶ ବିଜ୍ଞାନୀଙ୍କ ସଫଳତାର ଖବର ଭିତରେ ବାପା ଆକାଶକୁ ଖୋଜୁଥାଆନ୍ତି ଶୁନ୍ୟ ମନ ଓ ହୃଦୟରେ, ଶୁନ୍ୟ ଆକାଶକୁ ଚାହିଁ ଚାହିଁ.। ଆମେ ଦୁଇ ଭାଇ ଭଉଣୀ ଗାଡିରେ ବସିବା ପରେ ପଛରୁ କେହି ଯେମିତି କହୁଥିଲା ଜୟ ହୋ. ଆମେ ଦୁହେଁ ପଛକୁ ଚାହିଁ ଦେଖିଲୁ, ଆକାଶ ବଦଳରେ ଆମ ବାପା ହିଁ କହୁଥିଲେ ଜୟ ହୋ.ବର୍ଷାରେ ସେ ସ୍ୱର ପ୍ରତିଧ୍ୱନିତ ହେଉଥିଲା.।


Rate this content
Log in

Similar oriya story from Abstract