Kalyani Nanda

Abstract

2.9  

Kalyani Nanda

Abstract

ସଚେତନତା

ସଚେତନତା

2 mins
3.2K


.....ସଚେତନତା.....


ତା...10/04/2020,ଶୁକ୍ରବାର,
ଲକ୍ ଡାଉନ...ସପ୍ତଦଶ ଦିବସ ,
ଡିଅର ଡାଏରୀ ,
ଆଜି ଦିନଟା ବଡ ମାନ୍ଦା ମାନ୍ଦା ଲାଗୁଥାଏ । କେତେ ଦିନ ଏମିତି ଲକ୍ ଡାଉନ ଚାଲିବ, କେବେ ଏ କରୋନା ଦାଉରୁ ରକ୍ଷା ମିଳିବ,କେଜାଣି। ଯାହା ହେଉଛି ହଉ । ଟିଭି ଖୋଲି ନିଉଜ ଦେଖିଲି । ଲକ୍ ଡାଉନ ପିରିଅଡ ର ସମୟ ସୀମା ବଢିଯାଇଛି । ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ କରୋନା ସଚେତନତାର ଟ୍ରେନିଂ ଦିଆଯାଉଛି । ଟ୍ରେନିଂ ପରେ ସେମାନେ କରୋନା ପାଇଁ ଲୋକଙ୍କୁ ସଚେତନ କରାଇବେ । ନିଉଜ ଦେଖି ମୋର ମନ ହେଲା ମୋ ଭଉଣୀ ରୁନିକୁ ଫୋନ କରିବାକୁ । ସେ ବି ଶିକ୍ଷୟିତ୍ରୀ ଅଛି । ଫୋନ ଲଗାଇଲି । ରୁନି ସେପଟୁ ଫୋନ ଉଠାଇବାରୁ ତା ଭଲ, ମନ୍ଦ କଥା ପଚାରି ତା ଟ୍ରେନିଂ କେମିତି ହେଲା ପଚାରିଲି । ସେ କହୁଥାଏ, " ଆଉ କୁହନା ଭାଇ , ଯୋଉ ଖରା ହେଉଛି ସେଥିରେ ଲୋକଙ୍କୁ ଯାଇ କରୋନା ପାଇଁ ସଚେତନ କେମିତି ହେବେ ବୁଝାଇବୁ । କଣ ଆଉ କରାଯିବ, ସରକାର ତ କେତେ ଚେଷ୍ଟା କରୁଛନ୍ତି ଏଇ ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ । ଆମ ଦ୍ବାରା ଯଦି କିଛି କାମ ହୋଇପାରେ ସେଇଟା ଆମ ସୌଭାଗ୍ଯ ଯେ ଆମେ ବି କିଛି କରିପାରିବୁ । ଆଜି କଣ ହେଲା ଜାଣିଛ ଭାଇ, ଟ୍ରେନିଂ ଶେଷ ହେଲା ପରେ ମୁଁ ,ମୋ ସାଂଗ ଘରକୁ ଫେରିଲା ବେଳେ ବାଟରେ ଗୋଟିଏ ସ୍ତ୍ରୀ ଓ ତା ସ୍ବାମୀ ରାସ୍ତା କଡରେ ଛିଡା ହୋଇଥାନ୍ତି, ମାସ୍କ ଲଗାଇ ନାହାନ୍ତି କି ମୁହଁ ବି ଘୋଡାଇ ନ ଥିଲେ । ତାଙ୍କ ପାଖକୁ ଯାଇ ଆମେ ସେଇଠି ଆମ ଟ୍ରେନିଂ ରେ ଯାହା କହିଥିଲେ, ସେଇଟା ସେଠି ଆରମ୍ଭ କରିଦେଲୁ। ତାଙ୍କୁ ବୁଝାଇବାକୁ ଲାଗିଲୁ ଯେ ଏଇ ମହାମାରୀ ରୁ ରକ୍ଷା ପାଇବାକୁ ହେଲେ କି ପ୍ରକାର ସାବଧାନତା ଜରୁରୀ । ମାସ୍କ ପିନ୍ଧିବା କଥା କହିଲୁ । ଏତିକି କହିଛୁ କି ନାଇଁ , ସ୍ତ୍ରୀ ଲୋକଟି କାନ୍ଦି ପକାଇଲା । ତା ସ୍ବାମୀ ବି କାନ୍ଦି ପକାଇଲା । ସେମାନଙ୍କୁ ବୁଝା ବୁଝି କରି କାନ୍ଦିବାର କାରଣ ପଚାରିଲୁ । ଲୋକଟି ଟିକିଏ ଥୟ ଧରି କହିଲା, କିଛିଦିନ ଆଗରୁ ସ୍ତ୍ରୀ ଲୋକଟିର ବାପା ଙ୍କ ମୃତ୍ଯୁ ହୋଇଛି ସେଇ ମହାମାରୀ କରୋନା ରୋଗରେ । ତା ବାପା କାମ କରିବା ପାଇଁ ଅଲଗା ରାଜ୍ଯ କୁ ଯାଇ ଥିଲା । ଏ କରୋନା ପାଇଁ ସେଠି କାମ ବନ୍ଦ ହୋଇଗଲାରୁ ଅନ୍ଯ ମାନଙ୍କ ସାଂଗରେ ସେ ବି ଏଠାକୁ ଚାଲି ଆସିଲା । ସେଇ ଆସିବା ଭିତରେ କୋଉଠୁ ତାକୁ ଏ ରୋଗ ଧରିଥିଲା କେଜାଣି, ଏଠି ଆସି ପରୀକ୍ଷା କଲାରୁ ଜଣା ପଡିଲା ଆଉ ତାକୁ ଡାକ୍ତରଖାନାକୁ ଯୋଉ ନେଲେ , ସେଠୁ ସେ ଆଉ ଫେରିଲାନି । ଆମକୁ ବଡ ଦୁଃଖ ଲାଗିଲା ସେମାନଙ୍କ କଥା ଶୁଣି । ଆମେ ସେମାନଙ୍କୁ ସଚେତନ ରହିବାକୁ ବୁଝାଇଲୁ ଆଉ ମୁହଁ ଢାଙ୍କି ରହିବାକୁ ବୁଝାଇଲୁ । କିନ୍ତୁ ମନଟା ବଡ ଖରାପ ଲାଗିଲା । ଗରିବ ଲୋକ ମାନେ ସତରେ କଣ କରିବେ ? ଖାଇବା ଚିନ୍ତା କରିବେ କି ଏଇ ମହାମାରୀରୁ ବଞ୍ଚିବା ପାଇଁ ଲଢାଇ କରିବେ ? ଯାହା ବି ହେଉ ଲୋକ ଯଦି ଏଇ ଗୁରୁତର ଅବସ୍ଥା କଥା ବୁଝି ସାବଧାନ ହୋଇ ରହିଲେ କିଛି ତ ଉପକାର ହେବ ବୋଲି ଆଶା । " ତା କଥା ଶୁଣି ମୋ ମନଟା ବି ସତରେ ଭଲ ଲାଗିଲାନି । ବେଳେ ବେଳେ କେମିତି ଭୟଙ୍କର ଅବସ୍ଥା ସୃଷ୍ଟି ହୁଏ , ତାକୁ ନ ଦେଖିଲେ, ନ ବୁଝିଲେ ଜାଣି ହୁଏନା । ଆଜିର ଏଭଳି ଅବସ୍ଥାରେ ସଚେତନତା ହିଁ ନିହାତି ଜରୁରୀ , ସେତକ ସମସ୍ତେ ବୁଝୁଛନ୍ତି ଏବଂ କାର୍ଯ୍ଯ ରେ ମଧ୍ଯ ଦେଖାଉଛନ୍ତି ।


Rate this content
Log in

Similar oriya story from Abstract