The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kalyani Nanda

Abstract

2  

Kalyani Nanda

Abstract

ମାଳୀ ଚାଚା

ମାଳୀ ଚାଚା

3 mins
146


ଆସନ୍ତା କାଲିଠାରୁ ତିନି ଦିନ ଦୋକାନ, ବଜାର ବନ୍ଦ ରହିବ। ଏ କଥା ଶୁଣି ସୁଜାତା ମୋତେ ବ୍ଯସ୍ତ ହୋଇ ବଜାର ଯାଇ ଦରକାରୀ ଜିନିଷ ପତ୍ର ଓ ମାଁ ଙ୍କ ଔଷଧ ନେଇ ଆସିବାକୁ କହୁଥାନ୍ତି । ଯିବାକୁ ଇଚ୍ଛା ନ ଥିଲେ ବି ଯିବାକୁ ପଡିବ ଜାଣି , ମାସ୍କ,ଗ୍ଲୋଭସ, ପିନ୍ଧି ବାହାରିଲି ।ତିନି ଦିନ ବନ୍ଦ ହେବ ଜାଣି, ଆଜି ଦୋକାନ , ବଜାର ବି ଭିଡ । ଦୋକାନରେ ବେଶି ଭିଡ ଥିବା ଦେଖି ବଜାର ଆଡେ ମୁହାଁଇଲି। ସକାଳ ସାତ ଟାରୁ ବାରଟା ଯାଏ ଛାଡୁଛନ୍ତି ଲୋକଙ୍କୁ କିଣାକିଣି କରିବାକୁ । ତାପରେ ପୋଲିସ ଜଗିରହିଛନ୍ତି । ଏବେ ବି ପୋଲିସ ଅଛନ୍ତି , କୋଉଠି ବେଶି ଲୋକଙ୍କୁ ଏକାଠି ଛିଡା କରାଇ ଦେଉ ନାହାନ୍ତି । ଘରୁ ମୁଁ ଏମିତି ଡେରିରେ ବାହାରିଥିଲି , ସେଥିପାଇଁ ଶୀଘ୍ର ବଜାର କାମ ସାରି ଫେରି ଆସି ବାକି ସଉଦା ପତ୍ର ଘର ପାଖ ଦୋକାନରୁ ନେଇଯିବି ଭାବିଲି। ବଜାରରୁ ଫେରି ଦେଖେ ଦୋକାନର ଭିଡ ଏବେ ବି ଅଛି । ଯା ହେଉ , ବହୁ ସମୟ ଅପେକ୍ଷା କରି ଜିନିଷ ପତ୍ର ନେଇ ଫେରିଲା ବେଳେ ମାଳୀ ଚାଚା ଙ୍କ ସହ ଦେଖା ହୋଇଗଲା । ଆମ ସୋସାଇଟିର ବଗିଚା ର ଦେଖାଶୁଣା ଏଇ ଚାଚା କରନ୍ତି । ତାଙ୍କ ନାଁ ଅବଦୁଲ ,ହେଲେ ଛୁଆ ଠୁ ବୁଢା , ସମସ୍ତଙ୍କ ର ସେ ମାଳୀ ଚାଚା । ଭାରୀ ସ୍ନେହୀ ମଣିଷ ଟିଏ । ବୟସ ହେଲାଣି । ଘରେ ସେ ଓ ତାଙ୍କ ସ୍ତ୍ରୀ । ପୁଅ ତା ପରିବାର ନେଇ ବାହାରେ ଥାଏ । ଏଇ ମାଳୀ କାମ କରି ଆମ ସୋସାଇଟି ରୁ ଯାହା ପାଆନ୍ତି ଆଉ ପୁଅ ପଇସା ପଠାଏ, ସେଥିରେ ଦୁଇ ପ୍ରାଣୀ ଚଳିଯାଆନ୍ତି । ଚାଚା ବହୁତ କ୍ଲାନ୍ତ ଦେଖାଯାଉଥାନ୍ତି। ମୁଁ ପଚାରିଲି , " ଚାଚା, ଏତେ ଖରାରେ କୁଆଡେ ଯାଇଥିଲ ? ଦେହ ଭଲ ନାହିଁ କି ?"ଚାଚା ମୋତେ ଦେଖି ନମସ୍କାର କରି କହିଲେ," କଣ ଆଉ ହେବ, ଉମର ହେଇଗଲା, ଟିକିଏ ଚଲାବୁଲା କରିଦେଲେ ଥକା ଲାଗୁଛି । ମୋ ସ୍ତ୍ରୀ ର ଆଉ ମୋ ସୁଗାର ର ଔଷଧ ଆଣିବାକୁ ଯାଇଥିଲି । ଯେଉଁ ଦୋକାନ ରୁ ଆଣେ ସେଠି ମିଳିଲାନି । ଆଉ ଟିକିଏ ଦୂରରେ ଥିବା ଦୋକାନକୁ ଆଣିବାକୁ ଯାଉଥିଲି ହେଲେ," ମୁଁ ତାଙ୍କ କଥା ମଝିରେ କହିଲି, " କଣ ହେଲା ,ପୋଲିସ ହାବୁଡରେ ପଡି ଗଲ କି? ତୁମକୁ ଛାଡିଲେନି କି?ମୋତେ ଦିଅ ପ୍ରେସକ୍ରିପସନ, ମୁଁ ଆଣିଦେବି ।" " ଆରେ ନାଇଁ ବାବୁ, ଔଷଧ ଆଣିଛି । ପୋଲିସ ବାବୁ ମାନେ ବହୁତ ଭଲ । ମୁଁ ଯେଉଁ ଦୋକାନକୁ ଯାଉଥିଲି ସେଇଟା ଟିକିଏ ଦୂରରେ ଥିଲା । ଚାଲି ଚାଲି ଗଲା ବେଳେ ମୋ ମୁଣ୍ଡଟା ଖରା ଯୋଗୁଁ ବୁଲାଇ ଦେଲା । ମୁଁ ସେଇଠି ରାସ୍ତା ଉପରେ ବସି ପଡିଲି । ଟିକିଏ ଦୂରରେ ପୋଲିସ ବାବୁ ଜଣେ ମୋତେ ଦେଖି ମୋ ପାଖକୁ ଆସି ମୋତେ ଧରାଧରି କରି ଗଛ ତଳେ ବସାଇଲେ, ପାଣି ଦେଲେ ପିଇବାକୁ । ମୁଁ କୁଆଡେ ଯାଉଥିଲି ବୋଲି ପଚାରିଲେ । ମୋ କଥା ଶୁଣି ମୋତେ ସେଠି ବସାଇ ଦେଇ ନିଜେ ତାଙ୍କର ବାଇକରେ ଯାଇ ମୋ ଔଷଧ ଆଣି ଦେଲେ ଆଉ ମୋତେ ଆଣି ଏଠି ଛାଡିଦେଇ ଗଲେ । ଏଇ ତ ମୋ ଘର। ବହୁତ ଭଲ କାମ କରୁଛନ୍ତି ସେମାନେ।ଖୁଦା ତାଙ୍କର ଆଚ୍ଛା କାମ ପାଇଁ ମଙ୍ଗଳ କରିବେ। ଯାଉଛି ବାବୁ, ବୁଢୀ ଘରେ ଏକା ଅଛି ।" ଚାଚା ଙ୍କୁ ଅପେକ୍ଷା କରିବାକୁ କହି, ମୁଁ ପାଖ ଦୋକାନରୁ ଓ.ଆର.ଏସ ଦୁଇଟା, ଆଉ କିଛି ଫଳ କିଣି ଆଣି ଚାଚା ଙ୍କୁ ଦେଇ କହିଲି, " ଚାଚା, ଘରକୁ ଯାଇ ବିଶ୍ରାମ ନିଅ । ସେମିତି କିଛି ଅସୁବିଧା ହେଲେ ମୋତେ କହିବ।" ଚାଚା ଜୁହାର ହୋଇ ଚାଲିଗଲେ କିନ୍ତୁ ମୁଁ ଭାବୁଥାଏ , " କେବେ ଏ ଦୁଃସମୟ ଦୂର ହେବ , ଲକ୍ ଡାଉନ ଉଠିବ ।" ସେଇ କାଳିଆ ଠାକୁର କୁ ଜୁହାର କରି ଘର ମୁହାଁ ହେଲି ।


Rate this content
Log in

Similar oriya story from Abstract