STORYMIRROR

Kalyani Nanda

Abstract Inspirational

2  

Kalyani Nanda

Abstract Inspirational

ପିତୃ ଶ୍ରାଦ୍ଧ

ପିତୃ ଶ୍ରାଦ୍ଧ

2 mins
232

ତା...07/04/2020, ମଙ୍ଗଳବାର,

ଲକ୍ ଡାଉନ, ଚତୁର୍ଦ୍ଦଶ ଦିବସ,

ଡିଅର ଡାଏରୀ,


ଆଜି ସଉଦା ପତ୍ର ଆଣିବା ପାଇଁ ଦୋକାନକୁ ଗଲା ବେଳେ ସୋସାଇଟିର ଦୁଇ /ଚାରି ଜଣ ପ୍ରତିବେଶୀ ଙ୍କ ସହ ଦେଖା ହୋଇଗଲା। ଶାନ୍ତନୁ ଙ୍କ ସହ ମଧ୍ଯ ଭେଟ ହେଲା। ସଉଦା କିଣିବା ଭିତରେ କିଛି କଥାବାର୍ତ୍ତା ହେବାର ସୁଯୋଗ ମିଳିଗଲା। ଶାନ୍ତନୁ କହିଲେ ଯେ ଆମ ସୋସାଇଟି ଭିତରେ ଥିବା ମନ୍ଦିରର ପୂଜାରୀ ନନା ତାଙ୍କ ବାପାଙ୍କ ପାଇଁ ଶ୍ରାଦ୍ଧ ଦେବାକୁ ଗୟା ଯାଇଛନ୍ତି । ତାଙ୍କ ମାଁ ଙ୍କ ମୃତ୍ଯୁ ଆଗରୁ ହେଇଥିଲା। ଗତ ବର୍ଷ ତାଙ୍କ ବାପାଙ୍କ ମୃତ୍ଯୁ ହେଇଥିଲା। ସେଥିପାଇଁ ନନା ଗୟା ଯାଇ ମାଁ, ବାପାଙ୍କ ଶ୍ରାଦ୍ଧ କରିବାକୁ ଚାହୁଁଥିଲେ । ଏଇ ଲକ୍ ଡାଉନ ହେବାର କିଛି ଦିନ ଆଗରୁ ସେ ଗୟା ଯାଇ ଶ୍ରାଦ୍ଧ କାମ ସାରି ଫେରି ଆସିଥାନ୍ତେ କିନ୍ତୁ ସେଠୁ ଫେରିବା ଆଗରୁ କରୋନା ପାଇଁ ଲକ୍ ଡାଉନ ଘୋଷିତ ହେଲା । ନନା ଆଉ ଫେରି ପାରିଲେନି। ଏଠି ଆମ ସୋସାଇଟି ରୁ କିଛି ଦୂରରେ ନନାଙ୍କ ଘର। ଘରେ ନିଜ ସ୍ତ୍ରୀ ଓ ଛୁଆ ପିଲାକୁ ଛାଡି ଯାଇଥିଲେ। ଶାନ୍ତନୁ କହୁଥାନ୍ତି," ନନା ତ ସେଠୁ ଫେରି ନ ପାରି ଯାହା ହଇରାଣ ହେଲେ, କିନ୍ତୁ ସେଠି ତାଙ୍କୁ ଗୋଟିଏ ଆଶ୍ରମ ରେ ଆଶ୍ରୟ ମିଳି ଗଲା ।ଖାଇବା, ପିଇବା ତାଙ୍କର ସେଇ ଆଶ୍ରମରେ ହେଉଥାଏ। କିନ୍ତୁ ଏତେ ଦିନ ଧରି ସେ ନ ଆସିବାରୁ ତାଙ୍କ ପରିବାର ବହୁତ ହଇରାଣ ହେଉଛନ୍ତି । ଯାହା ପଇସା ପତ୍ର ନନା ଦେଇକି ଯାଇଥିଲେ ସେ ସବୁ ପ୍ରାୟ ଶେଷ ହେବା ଉପରେ । ପରିବାର କେମିତି ଚଳିବେ ,ତାହା ହିଁ ଚିନ୍ତାର ବିଷୟ ।" ଶାନ୍ତନୁ ଙ୍କ କଥା ଶୁଣି ଆମେ ସମସ୍ତେ ଚିନ୍ତା ରେ ପଡିଗଲୁ। କିଛି ସମୟ ନିଜ ଭିତରେ ବିଚାର ବିମର୍ଷ କରି ଠିକ କଲୁ, ଆମ ସୋସାଇଟି ପ୍ରେସିଡେଣ୍ଟ ଙ୍କ ସହ ପରାମର୍ଶ କରି ସୋସାଇଟି ଫଣ୍ଡ ରୁ ପଇସା କାଢି ତାଙ୍କ ପରିବାର ପାଇଁ ସଉଦା ପତ୍ର ଓ ଅନ୍ଯାନ୍ଯ ଦରକାରୀ ଜିନିଷ ପତ୍ର ଯୋଗାଇ ଦିଆଯିବ। ସାଂଗେ ସାଂଗେ ପ୍ରେସିଡେଣ୍ଟ ଙ୍କ ସହ ଫୋନରେ କଥାବାର୍ତ୍ତା କରି ପୂଜାରୀ ନନାଙ୍କ ଘରକୁ ସବୁ ଜିନିଷ ପଠାଇ ଦିଆଗଲା। ଏତିକି କରିବା ପରେ କିଛିଟା ଆଶ୍ବସ୍ତ ହେଲୁ । ଘରକୁ ଆସି ସୁଜାତା ଙ୍କୁ ସବୁ କହିବାରୁ ସେ ବି କହିଲେ, ଯାହା କରାଗଲା ଠିକ ହେଲା । ନ ହେଲେ କଣ କରିଥାନ୍ତେ ସେମାନେ? ସତରେ କି ଦୁର୍ଦିନ ଆସିଲା। ଲୋକେ କେତେ ହଇରାଣ ହେଉଛନ୍ତି ଲକ୍ ଡାଉନ ପାଇଁ ,କିନ୍ତୁ ଲକ୍ ଡାଉନ ବି ଜରୁରୀ । ଲୋକ କିନ୍ତୁ ଏମିତି ବିପଦ ସମୟରେ ଏକଜୁଟ ହୋଇ ସବୁ ଜାଗାରେ ଅସହାୟ ,ନିରାଶ୍ରୟଙ୍କ ସାହାଯ୍ଯ ପାଇଁ ଆଗେଇ ଆସୁଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ଏବଂ ଗର୍ବ ର ବିଷୟ। ଭଗବାନ ସବୁବେଳେ ଏମିତି ଲୋକଙ୍କ ମନରେ ଏକତା ର ଭାବ ବଜାୟ ରଖିଥାନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract