STORYMIRROR

Kalyani Nanda

Abstract

2  

Kalyani Nanda

Abstract

ଠାକୁର ଭରସା

ଠାକୁର ଭରସା

2 mins
121

ତା....06/04/2020,ସୋମବାର,

ଲକ୍ ଡାଉନ, ତ୍ରୟୋଦଶ ଦିବସ,

ଡିଅର ଡାଏରୀ,


ସନ୍ଧ୍ଯା ହେଲାଣି। ତୁଳସୀ ଚଉରା ମୂଳେ ମାଁ ସନ୍ଧ୍ଯା ଦୀପ ଦେଇ ଶଙ୍ଖ ଫୁଙ୍କୁଥାଏ। ମୁଁ ଓ ସୁଜାତା ବସି ଚା ଖାଉଥାଉ। ଏତିକି ବେଳେ ସୁଜାତା ଙ୍କ ମାଉସୀ ଝିଅ ସୋନି ର ଫୋନ ଆସିଲା । ଭିଡିଓ କଲିଂ କରିଥିଲା। ସୁଜାତା ଫୋନ ଉଠାଇ ତା ସହ କଥା ହେଲେ। ମୁଁ ପାଖରେ ବସି ଶୁଣୁଥାଏ । ସୁଜାତା ଓ ତାଙ୍କ ମାଉସୀ ଙ୍କ ଭିତରେ ବୟସର ଫରକ ବେଶି ନଥିଲା। ସେଥିପାଇଁ ଦୁଇଜଣ ସାଂଗପରି ରୁହନ୍ତି । ସୋନି ତା ବାପା, ମାଁ ର ଗୋଟିଏ ବୋଲି ଝିଅ । ବିଏ ପାସ କରୁ ନ କରୁଣୁ ତା ପାଇଁ ବାହାଘର ପ୍ରସ୍ତାବ ଆସୁଥାଏ। ସୋନି ତା ଉତ୍ତମ ସ୍ବାସ୍ଥ୍ୟ ପାଇଁ ତା ବୟସ ଠୁ ବଡ ଲାଗୁଥାଏ କିନ୍ତୁ ତା ମୁହଁ ଟା ଛୁଆଙ୍କ ପରି ସରଳ ଓ ନୀରିହ । ଭଲ ପରିବାର ରୁ ପ୍ରସ୍ତାବ ଟିଏ ଆସିବାରୁ ମଉସା ସୋନି ର ବାହାଘର ସେଇଠି ଠିକ କରିଦେଲେ। ଏନଗେଜମେଣ୍ଟ କରି ଏଇ ଏପ୍ରିଲ ରେ ବାହାଘର ହେବା ସ୍ଥିର କରି ଥିଲେ । ବାହାଘରର ସବୁ କାମ ପ୍ରାୟ କରିଦେଇଥିଲେ । ଆମେ ବି ବେଶ ଉତ୍ସାହିତ ଥିଲୁ ବାହାଘର କୁ ଯିବୁ ବୋଲି ।କିନ୍ତୁ ମଣିଷ ଭାବେ ଗୋଟେ ହୁଏ ଗୋଟେ । କୋଉଠୁ ଥିଲା ଏ କରୋନା ଆତଙ୍କ ଆସି ସବୁ କିଛି ଓଲଟ ପାଲଟ କରିଦେଲା । ସୁଜାତା ତାଙ୍କ ମାଉସୀ ସହିତ ବି କଥା ହେଲେ। ସେମାନଙ୍କ ମନ ଭାରି ଦୁଃଖ। ହେବା ବି ସ୍ବାଭାବିକ। ଗୋଟିଏ ବୋଲି ଝିଅ , ତା ବାହା ଘର ପାଇଁ କେତେ କଣ ଭାବିଥିଲେ । ଏବେ ଆଉ କଣ କରିବେ। ସେମାନେ ଭୁବନେଶ୍ବର ରେ ରୁହନ୍ତି। ସେଇଠି ବାହାଘର ହୋଇଥାନ୍ତା । କିନ୍ତୁ କରୋନା ଆକ୍ରାନ୍ତ ଙ୍କ ସଂଖ୍ଯା ଓଡିଶାରେ ବଢୁଥିବାରୁ ସରକାର କଡା ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କୁ ଘରୁ ନ ବାହାରିବାକୁ ଚେତାବନୀ ଦେଇଛନ୍ତି। ଏମିତି ଅବସ୍ଥାରେ ବାହାଘର ହେବା ସମ୍ଭବ ନୁହେଁ। ସୋନି ସେପଟୁ କହୁଥାଏ," ଅପା ତୁ ଟିକିଏ ମାଁ କୁ ବୁଝାଇ ଦେନା ?ସବୁବେଳେ ମୁହଁ ଶୁଖାଇ ବସୁଛି ।"ମୁଁ ଓ ସୁଜାତା ତାଙ୍କୁ ବୁଝାଇ ସୁଝାଇ ମନ କଷ୍ଟ ନ କରିବାକୁ କହିଲୁ, ହେଲେ ମାଁ ମନ କ'ଣ ବୁଝିବ? ତଥାପି ମୁଁ କହିଲି, "ଦେଖ ଏମିତି ପରିସ୍ଥିତିରେ ବାହାଘର କରିବା ସମ୍ଭବ ନୁହେଁ। ପରିସ୍ଥିତି ଟିକିଏ ସମ୍ଭଳା ପଡିଯାଉ ,ତାପରେ କଲେ ହେବନି ?ଆମ ହାତରେ କିଛି ନାହିଁ। ସବୁ ସେଇ ଭଗବାନଙ୍କ ଲୀଳା। ସେ ନ ଚାହିଁଲେ କି କିଛି ହୋଇପାରେ ? ଦେଖୁଛ ତ ଘଡିକେ ଘୋଡା ଛୁଟୁଛି । ଆଗ ବଞ୍ଚି କରି ରହିଲେ ସିନା ଆଗକୁ ଯାହା କରି ପାରିବା। ଧୈର୍ଯ୍ଯ ଧର। ସବୁ ଠିକ ହୋଇଯିବ। ସବୁ ଠାକୁରଙ୍କ ଇଚ୍ଛା । ଠାକୁରଙ୍କ ଉପରେ ଭରସା ରଖ ।"ତାଙ୍କୁ ସିନା ବୁଝାଇ ଦେଲି, ହେଲେ ମୁଁ ଭାବୁଥାଏ, ସତରେ ୟା କୁ କହନ୍ତି ଦୈବୀ ଦୁର୍ବିପାକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract