Kalyani Nanda

Abstract

3  

Kalyani Nanda

Abstract

ଇଏ ବି ଦେଶ ସେବା

ଇଏ ବି ଦେଶ ସେବା

2 mins
141


ରାତି ପୁରା ଚୁପଚାପ। ଯେମିତି ଶାନ୍ତ,ସୁଧାର ଛୁଆଟିଏ । କୃଷ୍ଣ ପକ୍ଷ ରାତି। ଜହ୍ନ ଘଡି ମାରି ଆସୁଛି । ତାର ବି ଲକ୍ ଡାଉନ । ସମୟ ଦେଖି ବାହାରିବ। ମୁଁ ଆଜି ଡାଏରୀ ଲେଖିନି ଏ ଯାଏ । ଡିଅର ଡାଏରୀ ଆଜି କଣ ଲେଖିବି? ଲକ୍ ଡାଉନ ପିରିଅଡ ରେ ନିଉଜ ଦେଖି ଦେଖି ସତରେ ମନ ଟା କେମିତି କେମିତି ଲାଗୁଛି । କରୋନା ଯେମିତି ଜିଦ୍ ଧରି ବସିଛି ଯେମିତି ହେଲେ ମାନବ ର ସର୍ବନାଶ କରିକି ଛାଡିବ । କିନ୍ତୁ ଦେବତା ସମ ଡାକ୍ତର, ଡାକ୍ତରଖାନା ର ସମସ୍ତ କର୍ମଚାରୀ, ପୋଲିସ, ସ୍ବେଚ୍ଛା ସେବୀ, ଜନ ସାଧାରଣ ସମସ୍ତେ ଆଜି ଏକଜୁଟ, କରୋନା କୁ ନିଷ୍କାସିତ କରିବେ । ସୁଜାତା ତାଙ୍କ କାମ ସାରି ପୁଣି ସିଲାଇ ମେଶିନ ଧରି ବସିଲେଣି । ଖଟ ଖଟ ଶୁଭୁଛି । ତାଙ୍କୁ ଆଜି ଶହେ ଯାଏ ମାସ୍କ ତିଆରି କରିବାକୁ ହେବ । ସୋସାଇଟି ର ଲେଡିଜ କ୍ଲବ ର ସମସ୍ତ ମେମ୍ବର ଗତକାଲି ଠିକ୍ କରିଛନ୍ତି ହାତ ତିଆରି ମାସ୍କ ଲୋକ ଙ୍କୁ ବାଣ୍ଟିବେ । ଗ୍ଲୋଭସ ବି ତିଆରି କରୁଛନ୍ତି । ଏଇ ଏକତା ଭାବ ଏଇ ଘଡିସନ୍ଧି ମୁହୁର୍ତ୍ତରେ ଏକ ଅମୋଘ ଅସ୍ତ୍ର ସାଜିଛି । ସୁଜାତା ଆସି ମୋ ପାଖରେ ଛିଡା ହୋଇ ତାଙ୍କ ତିଆରି ସମସ୍ତ ମାସ୍କ ଖୁସି ହୋଇ ମୋତେ ଦେଖାଇ କହିଲେ, " ଯା ହେଉ ସବୁ ତିଆରି କରି ପାରିଲି । କିଛି ଅଧିକ ତିଆରି କରିଛି । ଜାଣିଛ କାଲି ଆମେ ଖାଇବା ଜିନିଷ ନିଜ ପସନ୍ଦର ତିଆରି କରି ନେଇକି ଯିବୁ ।" ମୁଁ ଆଶ୍ଚର୍ଯ୍ଯ ହୋଇ ପଚାରିବାରୁ କହିଲେ, " କାଲି ମାସ୍କ ,ଗ୍ଲୋଭସ ବାଣ୍ଟିବୁ ଆଉ ସମସ୍ତେ ଯାହା ରାନ୍ଧିକି ନେଇଥିବୁ ସବୁ ଆମ ପୋଲିସ ଭାଇ ମାନଙ୍କୁ ଖାଇବାକୁ ଦେବୁ । ବିଚରା ମାନେ ଖରାରେ ଘର ଦ୍ବାର ଛାଡି ଡ୍ୟୁଟି କରୁଛନ୍ତି । ଆମେ ତାଙ୍କ ପାଇଁ ଏତିକି ତ କରି ପାରିବୁ । କାଲି ମୁଁ ଘରକୁ ଫେରୁ ଫେରୁ ଡେରି ହେବ। ତୁମେ ସମସ୍ତେ ମାଁ ଙ୍କୁ ହଇରାଣ ନ କରି କାମଦାମ ରେ ସାହାଯ୍ଯ କରିବ ।"ମୁଁ ତାଙ୍କ ମୁହଁକୁ ଦେଖୁଥାଏ, ପରିତୃପ୍ତି ର ଆଭାରେ ମୁହଁ ଟି ତାଙ୍କର ଝଲସି ଉଠୁଥାଏ। "ତୁମେ ଯଦି ସେମାନଙ୍କ ଦୁଃଖ ବୁଝି ସାହାଯ୍ଯ କରିପାରିବ ,ଆମେ ଘରେ ରହି ଏତିକି କରି ପାରିବୁନି। ତୁମେ କିଛି ଚିନ୍ତା କରନି , ମାଁ ଆଉ ମୁଁ ସବୁ ସମ୍ଭାଳି ନେବୁ। କିନ୍ତୁ ତୁମେ କାଲି ନେବ କଣ? " " ଖିଚିଡି ଆଳୁଦମ ଆଉ ଦହି ରାଇତା । ହଁ ତୁମେ ଶୀଘ୍ର ତୁମ ଡାଏରୀ ଲେଖା ସାରି ଶୋଇପଡ। କାଲି ଶୀଘ୍ର ଉଠି ମୋତେ ଏସବୁ ଗାଡିରେ ଉଠାଇବାର ସାହାଯ୍ଯ କରିବ। ମୁଁ କଣ ଏକା ଉଠାଇ ନେଇ ପାରିବି ।"ସୁଜାତା ଙ୍କ କଥା ଶୁଣି ମୁଁ ତାଙ୍କୁ ଆଶ୍ବାସନା ଦେଲି । ମନେ ମନେ ଭାବୁଥାଏ ଏଇ ସ୍ନେହ,ସୌହାର୍ଦ୍ଦ୍ଯ,ର ଭାବନା ଆମ ଭାରତୀୟମାନଙ୍କ ମନରେ ଆଜନ୍ମ ରହିଛି ଆଉ ରହିଥିବ। ସେଥିପାଇଁ ତ କଷ୍ଟ ଆସିଲେ ବି ଆମେ କେବେ ଅଧୈର୍ଯ୍ଯ ହେଉନା । ସବୁଦିନେ ଏଇ ସଂସ୍କାର ଆମ ସମସ୍ତଙ୍କ ମନରେ ରହିଥାଉ । ଏଇ ଶୁଭକାମନା କରି ଆଜିର ଡାଏରୀ ଲେଖା ବନ୍ଦ କରି ଶୋଇବାକୁ ଗଲି । କାଲି ମାଁ ମାତୃକାମାନଙ୍କ କାମରେ ସହାୟତା ଯେ କରିବାକୁ ହେବ । ଇଏ ବି ତ ଦେଶ ସେବା ।


Rate this content
Log in

Similar oriya story from Abstract