Kalyani Nanda

Others

3.4  

Kalyani Nanda

Others

ସେଇ ଲୋକଟି

ସେଇ ଲୋକଟି

3 mins
102



ତା...08/04/2020,ବୁଧବାର,

ଲକ୍ ଡାଉନ , ପଞ୍ଚଦଶ ଦିବସ,

ଡିଅର ଡାଏରୀ ,

ଆଜି ସକାଳୁ ବାଲକୋନିରେ ବସିଥାଏ , ସକାଳୁ ବାହାରେ ବସିଲେ ଭଲ ଲାଗେ । ଥଣ୍ଡା ପବନ ଆଉ ଚଢେଇ ମାନଙ୍କ କିଚିରି ମିଚିରି ଶବ୍ଦ ଶୁଣିବାକୁ ଭଲ ଲାଗେ । ଗତକାଲି ପୂଜାରୀ ନନାଙ୍କ ପରିବାରକୁ ସାହାଯ୍ଯ କରିବାକୁ କାହାରି ଆପତ୍ତି ନ ଥିଲା। ସମସ୍ତେ ରାଜି ହେଲେ ସୋସାଇଟି ଫଣ୍ଡ ରୁ ସାହାଯ୍ଯ କରିବାକୁ । ହେଲେ ଆମ ଘର ପାଖ ଫ୍ଲାଟରେ ଥିବା ଲୋକ ଟି ନା ଆମ କଥାରେ ରାଜି ହେଲା ବରଂ କେମିତି ଅବାଗିଆ ଢଂଗରେ ଫୋପାଡିବା ଭଳି ଦୁଇପଦ କହି ଚାଲିଗଲା। ଯେମିତି କିଏ କେମିତି ଅଛି, କଣ କରୁଛି ତାର କିଛି ଯାଏ ଆସେନି । ଆଗରୁ ବି ମୁଁ ତା ସହିତ ଏଇ ଦୋକାନ ସଉଦା ଆଣିବାକୁ ଗଲା ବେଳେ ବା ସନ୍ଧ୍ଯାରେ ବାହାରେ ବୁଲାବୁଲି କଲାବେଳେ ମୁଁ ଟିକିଏ କଥା ହେବାକୁ ଚାହିଁଥିଲି କିନ୍ତୁ ସେ ଯେମିତି ନିର୍ବିକାର । ମୋ ଘର ପାଖରେ ରୁହେ ବୋଲି ଟିକିଏ ମିଳା ମିଶା କରିବାକୁ ଚାହୁଁଥିଲି କିନ୍ତୁ ତା ହାବ ଭାବ ଦେଖି ଆଉ କେବେ କଥା ହୋଇନି । ହଠାତ୍ ମୁଁ ଦେଖିଲି ପଲେକୁକୁର ଆମ ସୋସାଇଟି ପାଖରେ ଥିବା ପାଚେରୀ ପାଖରେ ଲୁଙ୍ଗରୁ ଲୁଙ୍ଗରୁ ହେଉଛନ୍ତି । ବେଳେ ବେଳେ ଉପରକୁ ଚାହୁଁଛନ୍ତି, ଯେମିତି କାହାକୁ ଖୋଜୁଛନ୍ତି। ହଁ ଏମିତି ଦେଖୁଥିବେ ଭାବି ମୁଁ ଘର ଭିତରକୁ ଚାଲିଗଲି। ତା ପର ପର ଦୁଇ ଦିନ ଧରି ଦେଖିଲି, ସେଇକୁକୁର ପଞ୍ଜାକ ସେମିତି ପାଚେରୀ ପାଖରେ ଘୁରିବୁଲୁଛନ୍ତି ଆଉ ବେଳେ ବେଳେ ଉପରକୁ ଚାହୁଁଛନ୍ତି । ଆଶ୍ଚର୍ଯ୍ଯ ହେଲି କିନ୍ତୁ କିଛି ବୁଝି ପାରିଲିନି ।


ଆଜି ରାତିରେ ଟିକିଏ ଗରମ ଲାଗୁଥାଏ। ଖାଇ ସାରିବା ପରେ ମୁଁ ଓ ସୁଜାତା ବାଲକୋନିରେ ବସି ଥାଉଁ । ଏତିକି ବେଳେ ହଠାତ୍ ମୋ ନଜର ପଡିଲା ପାଚେରୀ ପାଖରେ କେହି ଜଣେ ଛିଡା ହୋଇଛି ଆଉ ସେଇକୁକୁର ପଞ୍ଜାକ ଲାଙ୍ଗୁଳ ହଲାଇ କଣ ଖାଉଛନ୍ତି । ଦୂରରୁ ସ୍ପଷ୍ଟ ଭାବରେ ତ କିଛି ଜାଣି ହେଲାନି, କିନ୍ତୁ କିଛି ସମୟ ପରେ ଦେଖିଲି ଆମ ପାଖ ଫ୍ଲାଟରେ ଥିବା ଲୋକଟି କୁକୁରମାନଙ୍କୁ ରୁଟି ଦେଉଥାଏ ।


ସୁଜାତା ଙ୍କୁ ସେଇ ଲୋକଟିକୁ ଦେଖାଇ ସେଇ ଲୋକ କି ନୁହେଁ ଜାଣିବା ପାଇଁ ପଚାରିଲି। ସେ ବି କହିଲେ," ହଁ ଇଏ ଆମ ପାଖରେ ରୁହେ। ଏକା ରୁହେ। ଆଉ କେହି ତା ସାଥିରେ ଅଛନ୍ତି ବୋଲି ଜଣା ପଡେନି। କାଇଁ କଣ ହେଲା କି?" " ନା , ସେମିତି କିଛି ନୁହେଁ, ଏଇ ଲୋକକୁ ଗତକାଲି ପୂଜାରୀ ନନା ଙ୍କ ପରିବାରକୁ ସାହାଯ୍ଯ କରିବା ପାଇଁ ମତାମତ ମାଗିଲୁ ହେଲେ ଲୋକଟା କହିଲା, ହଁ ସାହାଯ୍ଯ କରିବ ଯଦି କରିବ ,ଏତେ ପଚାରିବା କଣ ଦରକାର। ଏମିତି ଭାବରେ କହିଲା ଯେ ଭଲ ଲାଗିଲାନି। ସମସ୍ତେ ଭାବିଲୁ ,ସେ ତ କେବେ କାହା ସହିତ ମିଶେନି କି କଥାବାର୍ତ୍ତା ବି ହୁଏନି । ସେ କାହିଁକି କାହା ଦୁଃଖ କଷ୍ଟ ବୁଝିପାରିବ । କିନ୍ତୁ ଆଜି ଦେଖ, କେତେ ରୁଟି ଆଣି ଏଇକୁକୁର ଙ୍କୁ ଦେଉଛି ।ଏମିତି ସବୁ ଦିନ ବୋଧେ ଦେଉଛି, ସେଥିପାଇଁକୁକୁର ଦଳ ସବୁଦିନ ସେ ପାଚେରୀ ପାଖରେ ଛିଡା ହେଇ ତା ଘର ଆଡକୁ ଚାହୁଁ ଥାନ୍ତି ,ଖାଇବା ଆଶାରେ । ମୁଁ ତ ପ୍ରଥମେ କିଛି ବୁଝି ପାରୁ ନ ଥିଲି । ସତରେ ସୁଜାତା ଏଇ ଦୁନିଆରେ କେତେ ପ୍ରକାର ମଣିଷ ଅଛନ୍ତି । ଯାହା ବି ହେଉ , ଏଇ ଲକ୍ ଡାଉନ ପିରିଅଡରେ ଲୋକ ଅଛନ୍ତି ଅସହାୟ ଲୋକଙ୍କୁ ଯେମିତି ସାହାଯ୍ଯ କରୁଛନ୍ତି , ଏଇ ଲୋକ ପରି ବି ଲୋକ ଅଛନ୍ତି ଯିଏ ଏଇ ପଶୁ ମାନଙ୍କ ଦୁଃଖ ବି ବୁଝୁଛନ୍ତି । "ମୋ କଥା ଶୁଣି ସୁଜାତା କହିଲେ" ସତ କଥା,ଦେଖ ଲୋକଟାକୁ ଭଲ ଭାବରେ କଥା ହେଉନି, କାହା ସହିତ ମିଶେନି କହୁଥିଲ, ହେଲେ ସେ ବି ବୁଝୁଛି ଅନ୍ଯର ଦୁଃଖ, ସେ ହେଉ ପଛକେ ପଶୁ ବା ପକ୍ଷୀ। ଜୀବଟି ଏ ତ ସେମାନେ ବି । ସମସ୍ତେ ମଣିଷ ମାନଙ୍କୁ ସହାୟତା ପାଇଁ ଆଗେଇ ଆସୁଛନ୍ତି କିନ୍ତୁ ଏ ପଶୁମାନେ କୋଉଠୁ ପାଇବେ ଖାଇବାକୁ ? କେହି ତ ଘରୁ ବାହାରୁ ନାହାନ୍ତି , କିଏ ଦେବ ଏମାନଙ୍କୁ ଖାଇବାକୁ ?"ସୁଜାତାଙ୍କ ଏ କଥା ଶୁଣି ମୁଁ ବି ତାଙ୍କ କଥାରେ ସହମତ ହେଲି ଆଉ ଭାବୁଥାଏ, କାହା ପ୍ରତି କିଛି ନ ଜାଣି ,ଏମିତି ଧାରଣା ରଖିବା ଠିକ ନୁହେଁ । ଲକ୍ ଡାଉନରେ କେତେ କଣ ଆହୁରି ଦେଖିବାକୁ ହେବ, ଜାଣିବାକୁ ହେବ କେଜାଣି ।



Rate this content
Log in