Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kalyani Nanda

Others

3.6  

Kalyani Nanda

Others

ଦୀପ ପ୍ରଜ୍ବଳନ

ଦୀପ ପ୍ରଜ୍ବଳନ

2 mins
134



ତା..05/04/2020, ରବିବାର,

ଲକ୍ ଡାଉନ....ଦ୍ବାଦଶ ଦିବସ

ଡିଅର ଡାଏରୀ ,

ମାଁ କୁ ଆଜି ଏତେ ଗୁଡାଏ ଦୀପ ରେ ଜଡା ତେଲ ଦେଇ ସଳିତା ସଜାଇବା ଦେଖି ଆଶ୍ଚର୍ଯ୍ଯ ହୋଇ ପଚାରିଲି, " ମାଁ , ତୁ ଏ କଣ କରୁଛୁ ? ଦୀପାବଳିରେ ଦୀପ ସଜାଡିଲା ପରି ଏତେ ଦୀପ କଣ କରିବୁ ?ଏତେ ଗୁଡା ଦୀପ ପାଇଲୁ କୋଉଠୁ ?" ମାଁ କହିଲା," ଆରେ ତୋର ମନେ ନାହିଁ, ଆଜି ପରା ପାଞ୍ଚ ତାରିଖ।ମୋଦି ପରା କହିଛି ଆଜି ରାତି ନଅ ଟାରେ ସବୁ ଲାଇଟ ଲିଭାଇ ଖାଲି ଦୀପ, ମହମ ବତୀ ଜାଳିବାକୁ ।" " ହଁ ଯେ, ଗୋଟି କି ଦିଟା ଦୀପ ଜାଣିଥିଲେ ହେଇ ନ ଥାନ୍ତା ।"ମୁଁ କହିଲି। ମୋ କଥାର ଉତ୍ତର ଦେଇ ମାଁ କହିଲା," ସମସ୍ତେ ଲାଇଟ ଲିଭାଇ ଦେଲେ ,ଚାରିଆଡ କେତେ ଅନ୍ଧାର ହେଇଯିବ କହିଲୁ ?ସେଥିରେ ଗୋଟିଏ ,ଦିଟା ଦୀପ ଜଳିଲେ, ସେ କରୁଣା (କରୋନା)କଣ ମରିବ? ଆଉ ବେଶି ଦୀପ ଜଳାଇଲେ ସୁନ୍ଦର ବି ଦେଖାଯିବ ନା? ମୁଁ ତ ଭୁଲି ଯାଇଥିଲି।ଆଜି କ୍ଷୀର ବାଲା 3.30/4 ଟା ବେଳୁ ଆସି କଲିଂ ବେଲ ବଜାଇଲା।ମୋ ନିଦ ଭାଂଗି ଗଲା । ତାକୁ ଏତେ ଶୀଘ୍ର ଆସିବା କଥା ପଚାରିବାରୁ ସେ ହିଁ ଏଇ ଆଜି ଦୀପ ଜଳାଇବା କଥା କହିଲା । ସେଥିପାଇଁ ଆଜି ଶୀଘ୍ର କ୍ଷୀର ଦେଇ ଚାଲିଗଲା ।ମୋର ତ ଏମିତି ନିଦ ଭାଂଗି ଗଲା । ମୋର ବି ଦୀପ ଜଳାଇବା କଥା ମନେ ପଡିଗଲା, ଆଉ ଆଗରୁ ଷ୍ଟୋର ରୁମରେ ଦୀପ , ସଳିତା ରଖିଥିଲି । ସେ ସବୁ ଆଣି ଦେଖୁନୁ କେମିତି ସଜାଡି ଦେଇଛି ।ଆମ ଘରେ ବେଶି ଦୀପ ଜଳିବା ଦେଖି ସେ କରୁଣା ଆଉ ଆସିବନି ।" ମୁଁ ମାଁ କୁ କିଛି ନ କହି ତା ସରଳ ମୁହଁ କୁ ଦେଖୁଥାଏ। ତା କଥା ଶୁଣି ସୁଜାତା ଆଉ ପିଲା ମାନେ ହସୁଥାନ୍ତି । ଆଉ ମାଁ ତାର ନିର୍ବିକାର ଭାବରେ ଦୀପ ସଜାଡୁଥାଏ ଆଉ ମୁଁ ମନେ ମନେ "ତମସୋ ମା ଜ୍ଯୋତିର୍ଗମୟୋ "ଆବୃତ୍ତି କରୁଥାଏ ଏବଂ ମନେ ମନେ ଏ ବିପଦ ରୂପୀ ଅନ୍ଧକାର ଦୂରେଇ ଦେବାକୁ ଈଶ୍ବରଙ୍କୁ ପ୍ରାର୍ଥନା କରୁଥାଏ ।



Rate this content
Log in