STORYMIRROR

Sunanda Mohanty

Abstract Action

4  

Sunanda Mohanty

Abstract Action

ସ୍ବଚ୍ଛତାର ସ୍ପର୍ଶ

ସ୍ବଚ୍ଛତାର ସ୍ପର୍ଶ

2 mins
344

  ହରିଦ୍ଵାରରେ ସକାଳ ଆଳତୀ ଦେଖିସାରି, ଚାଲିଲୁ ହୃଷୀକେଶ। ସନ୍ଧ୍ୟା ଆଳତୀ କୁ ଯିବା ପୂର୍ବରୁ ରହୁଥିବା ପରମାର୍ଥ ଆଶ୍ରମ ରୁମରୁ ବାହାରି ଗଲାବେଳେ, ସେହି ଆଶ୍ରମ କ୍ୟାଣ୍ଟିନରେ ଅଟକି ଗଲୁ, ସ୍ଵାଦିଷ୍ଟ ଚାର୍ଟ କିଛି ଖାଇ ଚା ଟିକେ ଟିକେ ପିଇଲା ବେଳକୁ, ଗହଳି ହେଇଯିବ ଆଳତୀ ଦେଖିବାକୁ ଜାଗା ମିଳିବନି ଭାବି ତରତରରେ ବାହାରିଗଲା ବେଳେ ମୋ ହାତରେ ରହିଯାଇଥିଲା, ହାତପୋଛା ଟିସୁ ପେପର ଟୁକୁଡା ଦିଖଣ୍ଡ।

ଆଳତୀ ଆରମ୍ଭ ହେବା ପ୍ରସ୍ତୁତି ହୋଇଯାଇଥିଲା ଓ ଆମେ ରହୁଥିବା ଆଶ୍ରମର ସାଧୁମହାରାଜା, ସ୍ୱାମୀଜୀଙ୍କ ସହ ଅନେକ ସାଧୁ ସନ୍ଥ ସେଠାରେ ଉପସ୍ଥିତ ହୋଇସାରିଥିଲେ । ଆଳତୀ ପୂର୍ବରୁ ଗଙ୍ଗାମାତା ଆମ ମାଆ, ତାର ସୁରକ୍ଷା ଆମର ନିହାତି ଜରୁରୀ ଉପରେ ସ୍ୱାମୀଜୀ ଅଭିଭାଷଣ ଦେଉଥିବା ସମୟରେ ଦୁଇ ହାତ ଟେକି ଚାରିପଟେ ଘେରିରହିଥିବା ଦର୍ଶକ ଭକ୍ତମଣ୍ଡଳୀ, ଜୟ ମାଆ ଗଙ୍ଗା ବୋଲି କହୁଥିବା ସମୟରେ, ମୁଁ ବି ଦୁଇ ହାତ ଟେକି କହିବା ବେଳେ ଅନୁଭବ କଲି ମୋ ମୁଠାରେ ସେଇ ଟିସୁ ପେପର ଟୁକୁଡ଼ା ସାଜିଛି ପ୍ରତିବନ୍ଧକ।

ମୋ ଚାରିପଟେ ମାଆ ଗଙ୍ଗା କୁଳୁକୁଳୁ ନାଦ କରି ବହିଯାଉଛନ୍ତି। କେଡେ ସ୍ୱଚ୍ଛ ତାର ଜଳରାଶି। ବାରିକେଟ ଧାରେ ଧାରେ ପ୍ରବାହିତ ମାଆ ଗଙ୍ଗାଙ୍କୁ କଳୁଷିତ କରି ମୋ ହାତରେ ଥିବା ଟିସୁ ପେପରର ତୁକୁଡା ଗୁଳା ମୁଁ ଫିଙ୍ଗିପାରୁନଥିଲି କୋଉଠି। ସବୁ ବାତାବରଣ ମତେ ଏତେ ସ୍ୱଚ୍ଛ ଲାଗୁଥିଲା ଯେ ମୋରି ହାତମୁଠାରେ ରହିଯାଇଥିବା ଟିସୁ ପେପର ଗୁଳା ଝାଳ ଭିତରେ ଲଟପଟ ହେଇ କେବଳ ଛଟପଟ ହେଉଥିଲା।

ଝିଅର ଫୋନ ଆସିଲା, ସେ ସେତେବେଳେ ତା ଟିକିଝିଅ ଆଉ ପରିବାର ସହ ପୁରୀ ସମୁଦ୍ର କୁଳରେ ବାଲିରାଜା ଅର୍ଥାତ ସମୁଦ୍ର ବେଳାଭୂମିରେ, ବାଲୁକା ଶିଳ୍ପ ଦେଖିବା ସହ, ବାଲୁକାରାଶି ଭିତରୁ ବାଳିରାଜା କଙ୍କଡା ଓ ଶାମୁକା ଖୋଜୁଥିଲା । ମୋ ପ୍ରଶ୍ନ ପୁରୀରେ କଣ ଖାଇଲ ସମୁଦ୍ର କୂଳେ ଉତ୍ତରରେ ଝିଅ କହୁଥିଲା ପୁରୀ ଆସଲେ ପୁରୀ ଖଜା ଓ ଜଗନ୍ନାଥବଲ୍ଲଭ ସ୍ଵାଦ ନନେଇ କଣ ଯାଇହେବ। ତ ମୁଁ କହୁଥିଲି ହଉ ହଉ ଖାଅ କିନ୍ତୁ ପଲିଥିନ ଏଠି ସେଠି ପକାଅନି , ଝିଅ ହସିହସି କହୁଥିଲା ମାଆ ଗଙ୍ଗାଦେବୀଙ୍କ ସ୍ୱଚ୍ଛ ରୂପରେ ବଶୀଭୂତ ହେଇଗଲୁ କି ମାଆ। ହଁ ଲୋ ଝିଅ, ମାଆ ଟିଏ ସିନା ଗୋଟିଏ କି ଦୁଇଟି ସନ୍ତାନର ହେଲେ ଗଙ୍ଗାମାଆ ପରା ସଭିଙ୍କର। ଝିଅ ହସୁଥିଲା, ନାତୁଣୀ ବାଲିରାଜା ସମୁଦ୍ର ବେଳାରେ କୁନି କୁନି ପାଦ ପକାଇ ଚାଲୁଥିବା ଭିଡିଓ ଦେଖିବା ସମୟରେ ମୋ ହାତ ମୁଠାରେ ଥିବା ଅସ୍ୱଚ୍ଛ ପଦାର୍ଥଟି ବାଟ ଖୋଜୁଥିଲା ନିଷ୍କାସନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract