Lalita Mohan Mishra

Drama Tragedy Classics

3  

Lalita Mohan Mishra

Drama Tragedy Classics

ସ୍ବାଧୀନତାର ପ୍ରକୃତ ସ୍ବାଦ

ସ୍ବାଧୀନତାର ପ୍ରକୃତ ସ୍ବାଦ

12 mins
239



ଭାରତ ସ୍ୱାଧୀନତା ଲାଭ କରିବା ଏହା ଭିତରେ ୭୪ ବର୍ଷ ବିତିଗଲାଣି । ଆମେ ସ୍ୱାଧୀନତା ଦିବସ‌କୁ ଏକ ଜାତୀୟ ଦିବସ ଭାବରେ ପାଳନ କରୁ । ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ଭାରତ ୧୯୪୭ ମସିହାରେ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ଆମେ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରୁ । ଭାରତର ଏହା ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରାଯାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ସୁବିଧା ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।


ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଅଗଷ୍ଟ ପନ୍ଦରରେ ସାରା ଭାରତ ବର୍ଷ ପାଳନ କରୁଛି ସ୍ୱାଧୀନତା ଦିବସ । ଆମେ ସମସ୍ତେ ଛୋଟବେଳୁ ଗୋଟିଏ କଥା ଶୁଣିଆସିଛୁ କି' ଭାରତକୁ ଇଂରେଜମାନେ ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ସ୍ୱାଧୀନତା ଦେଇଥିଲେ, ଆଉ ତାଙ୍କ ଅଧିନରୁ ଭାରତ ଓ ଭାରତୀୟ ମୁକ୍ତ ହୋଇଥିଲେ । ସେମାନେ ସବୁଦିନ ପାଇଁ ତାଙ୍କ ଦେଶକୁ ଫେରିଯାଇଥିଲେ । ପରବର୍ତ୍ତୀ ସମୟରେ ଭାରତରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା ।


ଆଜି ହେଉଛି ସେଇ ସ୍ୱାଧୀନତାର ଦିନ, ଆମେ ଗର୍ବର ସହ କ‌ହୁ କି “ଆମେ ସ୍ୱାଧୀନ ଭାରତର ନାଗରିକ” । ହେଲେ ଆମେ ଥରୁଟିଏ ଭାବିଛେ କି ଆମେ କେତେ ସ୍ୱାଧୀନ ? ଆଜି ଆମେ କ’ଣ ସତରେ ଏକ ସ୍ୱାଧୀନ ଦେଶରେ ରହୁଛୁ ନା ଖାଲି କାଗଜପତ୍ରରେ ସ୍ୱାଧୀନ ? ପ୍ରକୃତ ସ୍ୱାଧୀନତାର ଅର୍ଥ କ’ଣ ? ତାହା ଆମେ କେବେ ଚିନ୍ତା କରୁନା । କାହିଁକି ବା ଚିନ୍ତା କରିବୁ ଆମେ ତ ଖୁସିରେ ଅଛୁ ନା । ଯଦି ଭାବିଥାନ୍ତେ ଆମର ସେହି ପୂର୍ବ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ତେବେ କ’ଣ ଇଂରେଜମାନେ ସତରେ ଯାଇଥାନ୍ତେ ନା ଏ ଭାରତ ବର୍ଷ ତାଙ୍କ ଅଧିନରୁ ମୁକ୍ତ ହେଇଥାନ୍ତା ?


ଆମେ ଖାଲି ନାମକୁ ମାତ୍ର ସ୍ୱାଧୀନ ବୋଲି ଭାବୁଛୁ । ଆମ ପାଖରେ ପୂର୍ବରୁ କ'ଣ ଥିଲା ଏବେ କ’ଣ ଆମ ପାଖରେ ଅଛି ? କିଛି ନାହିଁ । ଯାହା ସେତେବେଳେ ଥିଲା, ତାହା ହିଁ ଏବେ ଅଛି । ଖାଲି ଫରକ ଏତିକି ଯେ ସେତେବେଳେ ବାହାର ଦେଶର ଲୋକମାନେ ଆମ ଦେଶରୁ ଲୁଟିକରି ସେମାନଙ୍କର ଦେଶକୁ ନେଉଥିଲେ । ଏବେ ଆମ ନିଜ ଦେଶର କିଛି ପୁରୁଖା ନେତାମାନେ ଲୁଟିକରି ବାହାର ଦେଶକୁ ନେଉଛନ୍ତି । ଆଉ ବାହର ଦେଶର ଉନ୍ନତିରେ ସହଯୋଗ କରୁଛନ୍ତି । ଆଗରୁ ଆଇନ ଅମାନ୍ୟ ଅନ୍ଦୋଳନ ହେଉଥିଲା ଇଂରେଜମାନଙ୍କ ବିରୋଧରେ ଆଉ ଏବେ ହେଉଛି ନିଜ ଦେଶର ସରକାରଙ୍କ ବିରୋଧରେ । ପୂର୍ବେ ଇଂରେଜ ସରକାର ବିରୋଧରେ ଅୟୋଜନ କରାଯାଉଥିଲା ବଡ଼ ବଡ଼ ସଭା ସମିତି । ଆଉ ଆଜି ବି ସେହିପରି ଭାବରେ ଆୟୋଜନ ହେଉଛି ସଭା ସମିତି ।


କେତେବେଳେ ସରକାରୀ ଦଳକୁ ବିରୋଧ କରି ସଭା କଲେଣି ବିରୋଧିଦଳ । ଆଉ କେତେବେଳେ ସରକାରୀ ଦଳ ନିଜ ସପକ୍ଷରେ ସଭା କଲେଣି । ଆଉ କେବେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବାକୁ ସାଧାରଣ ଲୋକ । କେତେବେଳେ ସରକାରୀ ଚାକିରୀଆମାନେ ଆଉ କେତେବେଳେ ଛାତ୍ରଛାତ୍ରୀଗଣ ସାଧରଣ ସଭାଠାରୁ ଆରମ୍ଭ କରି ଗଣ ଧାରଣା ଦେଲେଣି । ଆଉ ସବୁଠାରୁ ବଡ଼ କଥା ହେଲା ଇଂରେଜମାନେ ଭାରତରେ ପ୍ରଣୟନ କରିଥିବା ପୋଲିସ ବ୍ୟବସ୍ଥା ଯାହାକି ସ୍ୱାଧୀନତାର ସୂବର୍ଣ୍ଣ ଜୟନ୍ତୀ ପାଳନ ପରେ ବି ବଦଳିପାରିନାହିଁ । ସେତେବେଳର ପୋଲିସଙ୍କ ଅନୁସାରେ, ସେମାନେ ଲୋକଙ୍କୁ ଦମନ କରିବା ପାଇଁ ପୋଲିସ ବ୍ୟବସ୍ଥା କରିଥିଲେ ଆଉ ପୋଲିସ କର୍ମଚାରୀଙ୍କ ପାଇଁ କିଛି ସୁବିଧା ସୁଯୋଗ ନ ଥିଲା । ଆଉ ଆଜି ବି ପୋଲିସ ସେମିତି ଦମନଲୀଳା ଚାଳାଇଚାଲିଛି ଆଉ ତା’ର କିଛି ଦୁରୂପଯୋଗ ବି ହେଉଛି ଆମ ଦେଶରେ । ପୋଲିସମାନଙ୍କ ପାଇଁ ବି ସେମିତି କିଛି କରାଯାଇନାହିଁ । ଏହି ସବୁକୁ ଦେଖିଲେ କ’ଣ ଆମେ କହିପାରିବା ଆମେ ସ୍ୱାଧୀନ ଭାରତରେ ଅଛୁ ?


ପୂର୍ବ ପରି ଆଜି ବି ଚାଲିଛି ସେଇ ସରକାରଙ୍କୁ ବିରୋଧ ଆଉ ଲୁଚି ଲୁଚି ଆକ୍ରମଣ । ସେମାନଙ୍କୁ ଧରିବା ପାଇଁ ଚାଲିଛି ସରକାରୀ ଅପରେସନ ଆଉ ତନାଘନା । ଧରାପଡ଼ିବା ପରେ ସେମାନେ ବି ସେଇ କାର୍ଯ୍ୟ କରୁଛିନ୍ତି ଯାହାକି ଆଗରୁ କରିଆସୁଥିଲେ, କିଛି ମୁଖିଆ ଲୋକଙ୍କୁ ଅପହରଣ କରିନେଇ ନିଜ ଲୋକଙ୍କ ମୁକ୍ତି ଦାବିକରୁଛନ୍ତି । ସାଧାରଣ ଲୋକଟିଏ ନିଜ କଥା ବା ଦୁଃଖ ଜଣାଇବାକୁ କାହା ପାଖକୁ ଯିବ ? ସେ କଥା ବି ସେ ଜାଣିପରୁନି । ଯଦି କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ସେମାନେ ଆଗ ମାଗୁଛନ୍ତି କିଛି ଲାଞ୍ଚ । ସେଇଥିପାଇଁ ଗରିବ ଲୋକଟିଏ ନିଜକୁ ସ୍ୱାଧୀନତା କଥା ଭାବିବା ବେଳେ ତା’କୁ ତା’ର ଦୁଃଖ କଥା ମନେ ପଡ଼ିଯାଏ । ସବୁ ସ୍ତରରେ ଆପଣମାନେ ଆଜି ଦେଖିବାକୁ ପାଇବେ ପରାଧିନତା । ସ୍ୱାଧୀନ ଭାରତରେ ଲୋକଟିଏ ଆଜି ପରାଧିନ ତା’ର କାରଣ କ’ଣ ? କାରଣ ହେଉଛି କିଛି ମୁଷ୍ଠିମେୟ ଲୋକଙ୍କର ସ୍ୱାର୍ଥପର ନୀତି । ଆଉ ନିଜର ଜୀବନ‌ ଶୈଳୀକୁ ଅନ୍ୟର ଟଙ୍କା ରେ ବିଳାସପୂର୍ଣ୍ଣ କହିପାରିବା ।


ଆମେ ଏଭଳି ସ୍ୱାଧୀନତା ଦିବସ ପାଳନ କରି ପାଉଛେ କ’ଣ ? ଯେମିତି ଆମେ ଆମର ପିତାମାତାଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ପାଳନ କରୁଅଛେ । କିଛିଦିନ ପରେ ଆମର ଅସୁବିଧାର ଦ୍ବାହି ଦେଇ ସେମାନଙ୍କୁ ଜରାଶ୍ରମରେ ରଖୁଅଛେ । ସରକାର ଏପରି ସ୍ୱାଧୀନତା ଦିବସ ପାଳନ କରିବା ପରିବର୍ତ୍ତେ ସାଧାରଣ ଲୋକଟି ନିଜକୁ ସ୍ୱାଧୀନ ଭାରତର ନାଗରିକ ବୋଲି ମନେ କରିବ ସେହି ବିଷୟରେ ଧ୍ୟାନ ଦେବା ଉଚିତ୍ । ଆଉ ସବୁ ସ୍ଥଳରେ ସବୁ ଲୋକଙ୍କୁ ସମାନ ଅଧିକାର ଦେବା କଥା । ଖାଲି କଥାରେ ନୁହେଁ କାମରେ କରି ଦେଖେଇବାକୁ ପଡିବ । ତାହା ହେଲେ ଆମେ ସ୍ବାଧୀନ ଭାରତର ନାଗରିକ ବୋଲି କହିବା ।


ସ୍ୱାଧୀନ ଭାରତରେ ଏବେ ସ୍ୱାଧୀନ ଚିନ୍ତାର ଭାବନା ଅଛି ନା ଅଛି ସ୍ୱାଧୀନତାର ପରିଭାଷା । ଆମେ ଇଂଗ୍ରେଜ ମାନଙ୍କ ଠାରୁ ସ୍ବାଧୀନ ହୋଇଛେ ସତ କିନ୍ତୁ ବିଭିନ୍ନ ସମସ୍ଯାରୁ ମୁକୁଳିପାରିନି ମୋ ଭାରତବର୍ଷ । ନାରୀ ନିର୍ଯ୍ଯାତନା, ଯୌତୁକପ୍ରଥା, ସାମାଜିକ କନ୍ଦଳ,ଧର୍ଷଣ ଓ ଜାତିପ୍ରଥା, ଆତଙ୍କବାଦୀର ଆକ୍ରମଣ ଏବେବି ଆମ ଦେଶକୁ କରୁଛି ଉଛନ୍ନ । ଆମ ଦେଶରେ ପଶ୍ଚିମରୁ ଆତଙ୍କ ବଢ଼ାଇ ଆସୁଛି ଆତଙ୍କବାଦୀ । ଆଉ କେବେ ଉତ୍ତର ଦିଗରୁ ପ୍ରତାରକ ଡ୍ରାଗନ ଏଥିରେ ପୁଣି କରୋନା ବିଭୀଷିକା ବିସ୍ତାର କରିଛି ତା’ର କାୟା । ଅର୍ଥନୀତି ଆଜି କାନ୍ଦୁଛି ତାର କୋହ ଭରା ଦୂର୍ବଳ ଚେହେରା ତାକୁ ଘେରୁଅଛି ।


ଭାରତ ସ୍ୱାଧୀନତା ପାଇବା ପରେ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅପରାଧୀଙ୍କୁ (ମୃତ୍ୟୁ ଦଣ୍ଡ) ବା ଫାଶୀ ହେବାକୁ ଯାଉଛି। ଉତ୍ତରପ୍ରଦେଶ ମଥୁରାରେର ଅମରୋହା ଅବସ୍ଥିତ ଏହି ମହିଳାଙ୍କ ନାମ ଶବନମ୍। ବର୍ତ୍ତମାନ ଫାଶୀ ହେବାର ତାରିଖ ସ୍ଥିର ହୋଇନାହିଁ । କିନ୍ତୁ କୁହାଯାଉଛି ଯେ ମିରଟର ପୱନ ଜଲ୍ଲାଦ ଏହି କାର୍ଯ୍ୟ କରିବାକୁ ଯାଉଛନ୍ତି।


ଏପ୍ରିଲ୍ ୨୦୦୮ ରେ, ଶବନମ୍ ତାଙ୍କ ପ୍ରେମିକଙ୍କ ସହ ନିଜ ପରିବାରର ସାତ ଜଣ ସଦସ୍ୟଙ୍କୁ କୁରାଢ଼ୀରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଶବନମଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ। ଜାତୀୟ ଗଣ ମାଧ୍ୟମର ଖବର ଅନୁସାରେ ରାଷ୍ଟ୍ରପତି ତାଙ୍କ ଦୟା ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତ ସ୍ୱାଧୀନତା ପରେ ଶବନମ୍ ଫାଶୀ ପାଇଥିବା ପ୍ରଥମ ମହିଳା ବନ୍ଦୀ ହେବେ।


ଶବନମ ପ୍ରେମିକ ସଲିମଙ୍କ ସହିତ ପିତାମାତାଙ୍କୁ ମିଶାଇ ସାତ ଜଣଙ୍କୁ ହତ୍ୟା କରିଥିଲେ। ମଥୁରା ଜେଲରେ ୧୫୦ ବର୍ଷ ପୂର୍ବେ ଏକ ମହିଳା ମାନଙ୍କ ପାଇଁ ଫାଶୀ ଘର ନିର୍ମାଣ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ପରଠାରୁ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇ ନାହିଁ। ବରିଷ୍ଠ ଜେଲ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମତ୍ରେୟ କହିଛନ୍ତି ଯେ ଫାଶୀ ହେବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, କିନ୍ତୁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ। ମୃତ୍ୟୁ ୱାରେଣ୍ଟ ଜାରି ହେବା ମାତ୍ରେ ଶବନମଙ୍କୁ ଫାଶୀ ଦିଆଯିବ।


ଶବନମ ତାଙ୍କ ପିତା ସୌକତ ଅଲି, ମାତା ହାଶମୀ, ଭାଇ ଅନିସ୍, ରସିଦ, ବୋହୂ ଅଞ୍ଜୁମ ଏବଂ ଦଶ ମାସର ପୁତୁରା ଆର୍ଶଙ୍କୁ ହତ୍ୟା କରିଥିଲେ। ଶବନାମ୍ ଗାଁର ଜଣେ ଅଷ୍ଟମ ପାସ୍ ଯୁବକ ସଲିମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଯାହା ତାଙ୍କ ପିତାଙ୍କୁ ପସନ୍ଦ ନ ଥିଲା । ଉଭୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଶବନମ ସାଇଫି ଏବଂ ସଲିମ ପଠାନ ଥିବାରୁ ଜାତିବାଦର କଥା ସମ୍ନାକୁ ଆସିଥିଲା। କମ୍ ଶିକ୍ଷିତ ଏବଂ ପରେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ହେତୁ ଶବନମଙ୍କ ପରିବାର ବିବାହ କରିବାକୁ ମନା କରିଦେଇଥିଲେ। ଏହା ପରେ ଶବନମ ସଲିମଙ୍କୁ ଭେଟିବା ପାଇଁ ପୁରା ପରିବାରକୁ ଶୋଇବା ବଟିକା ଖାଇବାକୁ ଦେବା ଆରମ୍ଭ କରିଥିଲେ।


ଯେତେବେଳେ ପରିବାର ଶୋଇପଡ଼ିଥିଲେ, ସଲିମ ପ୍ରତିଦିନ ଘରର ଛାତକୁ ଭେଟିବାକୁ ଆସୁଥିଲେ। ତେବେ ଦୁହେଁ ପୁଣି ଏକ ନିଷ୍ପତ୍ତି ନେଇଥିଲେ ଯାହା ଆଶ୍ଚର୍ଯ୍ୟଜନକ ଥିଲା। ଏପ୍ରିଲ ୧୪, ୨୦୦୮ ର ରାତିରେ ଶବନାମ ପ୍ରେମିକ ସଲିମଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ। ଶୋଇବା ବଟିକା ଦ୍ୱାରା ପରିବାରକୁ ଶୋଇବାକୁ ଦେଇଥିଲେ। ରାତିରେ ଶବନମ୍ ଏବଂ ସଲିମ ସେମାନେ ଶୋଇଥିବା ଅବସ୍ଥାରେ ସମସ୍ତଙ୍କୁ ହତ୍ୟା କରିଥିଲେ।


ଅତି ଘୃଣ୍ୟ ଆଚରଣ । ତେଣୁ ମହିଳା ପାଇବେ ଫାଶୀ, ତାହା ପୁଣି ଭାରତରେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ସ୍ୱାଧୀନ ଭାରତ ଇତିହାସରେ ପ୍ରଥମଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ଜଣେ ମହିଳା । ଏଥିନିମନ୍ତେ ତାରିଖ ଘୋଷଣା ହୋଇ ନ ଥିବା ବେଳେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିବା ଜହ୍ଲାଦ ପବନ ହିଁ ଶବନମଙ୍କୁ ଫାଶୀ ଦେବେ। ଏଥିନିମନ୍ତେ ମଥୁରା ଜେଳ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସୂଚନାଯୋଗ୍ୟ,୨୦୦୮ ମସିହାରେ ଅମରୋହ ସହରର ଶବନମ ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ତାଙ୍କୁ ଗିରଫ୍ କରାଯାଇ ଜେଲରେ ରଖାଯାଇଥିଲା। ଏହାପରଠୁ ଜେଲ୍‌ର ୪ କାନ୍ଥ ଭିତରେ ରହିଥିବା ଶବନମଙ୍କୁ ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନିରାଶ ହେବାକୁ ପଡ଼ିଛି। ଶେଷରେ ରାଷ୍ଟ୍ରପତି ମଧ୍ୟ ତାଙ୍କ ଫାଶୀକୁ ମଞ୍ଜୁର କରିଛନ୍ତି। ନିକଟରୁ ଜୀବନ ଭିକ୍ଷା କରିଥିବା ଶବନମଙ୍କୁ ଫାଶୀ ଦେବାପାଇଁ ବାଟ ପରିଷ୍କାର ହୋଇଯାଇଛି। ବିହାରର ବକ୍ସରରୁ ଫାଶୀ ଦଉଡି ମରାଯାଇଛି। ତେବେ କେଉଁଦିନ ଶବନମଙ୍କୁ ଫାଶୀ ଦିଆଯିବ ତାହା ଜଣାପଡିନାହିଁ ।


ଆଜି ଆମେ ଦେଶରେ ପାଳିତ କରୁଅଛେ ୭୫ତମ ସ୍ବାଧୀନତା ଦିବସ। ଅନେକ ଆଶା, ସ୍ୱପ୍ନ ନେଇ ଦିନେ ତିଆରି ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ହେଲେ ଏହି ଆଶା ... ସ୍ୱପ୍ନ .... ବାଟବଣା ହୋଇଯାଇଛି କି ? ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର ପ୍ରତ୍ୟାହାର କରି ନେଇଛନ୍ତି କି ? 


ଭାରତ ସ୍ୱାଧୀନ ହେବାର ପାଖାପାଖି ଅଢ଼େଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ଛବିଶ ତାରିଖରେ ନିଜକୁ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କଲା । ଏହି ଘୋଷଣାନାମାର ଲିଖିତ ଦସ୍ତାବିଜ ହେଲା ଆମ ସମ୍ବିଧାନ । ଏହାର ମୂଳ ଲକ୍ଷ୍ୟ ‌ବିଷୟକ ବୟାନ ହେଲା - ଏହା ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା ଓ ଜନତାଙ୍କର । ସାଧାରଣ ଜନତାର ସ୍ୱପ୍ନ, ସ୍ୱାର୍ଥ,ଶ୍ରମ, ସମର୍ପଣ,ସମାନତାର ଏହା ସଜାଗ ପ୍ରହରୀ । ଉତ୍ତରଦାୟୀ ମଧ୍ୟ । ଗଣତନ୍ତ୍ରର ଉଦ୍ଦେଶ୍ୟ ହେଉଛି ଗଣର ଅନୁକୁଳ ବା ଗଣସ୍ୱପ୍ନର ପକ୍ଷଧର ହୋଇ ନିଜକୁ ପରିପୁଷ୍ଟ କରିବ ।‌ ଜନତା ହିଁ ଗଣତନ୍ତ୍ରର ଜନକ । ସମ୍ବିଧାନର ‌ସଂରକ୍ଷକ । ଗଣତନ୍ତ୍ରର କାର୍ଯ୍ୟାନ୍ୱୟନରେ ସମ୍ବିଧାନ ଯେଉଁ ତିନୋଟି ଆୟୁଧ ରଖିଅଛି ତାହା ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ଏହା ବ୍ୟତୀତ ଚତୁର୍ଥଟି ହେଉଛି ଗଣମାଧ୍ୟମ । ଏହି ଚାରୋଟି‌ ଧାରା ଏକ ଏକ ସ୍ତମ୍ଭ ହୋଇ ଗଣତନ୍ତ୍ରର ସୁରକ୍ଷା ଓ ପୁଷ୍ଟ କରିବେ । ଏହି ଯୋଜନା ଜନତାଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଅଛି । ଅର୍ଥାତ୍ ନିଜ ପାଇଁ ନିଜେ ନିୟାମକ ହୋଇଛି ଜନତା ।


ପରାଧୀନ ଭାରତବର୍ଷକୁ ସ୍ୱାଧୀନ କରିବା ପାଇଁ ଯେଉଁ ମହାସଂଗ୍ରାମୀମାନେ ସ୍ୱପ୍ନ ଦେଖିଥିଲେ ତାହା କେବଳ ବିଦେଶୀ ହଟାଇବାରେ ସୀମିତ ନଥିଲା । ସେମାନଙ୍କ ଇଚ୍ଛା, ଅଭିଳାଷ ସହ ଯୋଡ଼ି ହୋଇ ରହିଥିଲା ସ୍ୱାଧୀନତା ପରବର୍ତ୍ତୀ ଭାରତର ସୁପରିଚାଳନା । ଉତ୍କଳମଣି ଗୋପବନ୍ଧୁ ଗଣରାଜ୍ୟର ସ୍ୱପ୍ନ ଏବଂ ସ୍ୱରୂପକୁ ପରିକଳ୍ପନା କରିଥିଲେ ନିଜ କବିତାରେ-

" ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି ,ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି ।

ପ୍ରଜା ଲାଗି ଉଦେ ରବି ଶଶି ତାରା ,ପ୍ରଜା ଲାଗି ବହେ ଶତ ନଦୀ ଧାରା ।’’


ଗୋପବନ୍ଧୁଙ୍କ ପରିକଳ୍ପନାରେ ଗଣତନ୍ତ୍ରର ସୃଷ୍ଟିକର୍ତ୍ତା ସ୍ୱୟଂ ବ୍ରହ୍ମା ହୋଇଥିବାରୁ , ପ୍ରଜାବର୍ଗ ସେତିକି ଭାଗ୍ୟବାନ ହୋଇପାରିବେ ଏବଂ ଯାହାଙ୍କ ତୁଷ୍ଟି ନିମନ୍ତେ ଇନ୍ଦ୍ର ଆବଶ୍ୟକତା ଅନୁସାରେ ଜଳବୃଷ୍ଟି କରିବେ, ନଦନଦୀ ଜଳଧାରଣ କ୍ଷମତା ରଖିବେ । ଏମିତିକି ପ୍ରଜାନୁରଞ୍ଜନ ‌ ପାଇଁ ସୂର୍ଯ୍ୟ ଚନ୍ଦ୍ର ତାରାଗଣ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବେ । ଅର୍ଥାତ୍ ଗଣତନ୍ତ୍ରରେ ପ୍ରଜା‌ ହିଁ ଶ୍ରେଷ୍ଠ ଓ ସମ୍ମାନନୀୟ ।


ଯେତେ ଯେତେ ଉନ୍ନତିକର,ସୁଖକର କାର୍ଯ୍ୟ ହେବ ତାହା ପ୍ରଜାଙ୍କ ନିମନ୍ତେ ହିଁ ଉଦ୍ଦିଷ୍ଟ ହେବ । ଉତ୍କଳମଣି ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଗଣତନ୍ତ୍ରରେ ରାଜଧର୍ମ ବା ରାଜନୈତିକ ନେତୃତ୍ୱ ନେଉଥିବା ଶାସକମାନଙ୍କର କର୍ତ୍ତବ୍ୟ କିପରି ହେବା ବିଧେୟ । ତାଙ୍କ ଭାଷାରେ " ଭାରତର ରାଜଧର୍ମ ସନାତନ,ପ୍ରଜା ରକ୍ଷଣ ପାଳନ ରଞ୍ଜନ । ନସହିଵ କଷ୍ଟ କେହି ଅନାହାରେ, ନମରିବ ଦୁଃଖୀ ଧନୀକ ପ୍ରହାରେ, ଡରାଇ ଶାସିବା ନୀତି ଭାଙ୍ଗିଯିବ, ପ୍ରଜାଙ୍କ ମତରେ ଶାସନ ଚାଲିବ ।”


ଏହି ଉକ୍ତିରୁ ଉତ୍କଳମଣି କେତେ ସ୍ପଷ୍ଟ ଚିତ୍ରଟିଏ ପ୍ରଦାନ କରିଛନ୍ତି ଗଣତନ୍ତ୍ର ତଥା ପ୍ରଜାତନ୍ତ୍ରର ଶାସନ ବ୍ୟବସ୍ଥା ବିଷୟରେ ସତରେ ! ଶାସିତର ସୁଖ,ସୁରକ୍ଷା ନିମନ୍ତେ ଶାସକକୁ କିପରି ଭୁମିକା ନିର୍ବାହ କରିବାକୁ ପଡ଼ିବ ତାହା ମଧ୍ୟ ଉଲ୍ଲେଖ କରି ଯାଇଛନ୍ତି । କେହି ଯେପରି ଭୋକିଲା ନରହନ୍ତି , କେଉଁ ଧନୀକ, ଅତ୍ୟାଚାରୀର ବେତ ଦୁର୍ବଳ ପ୍ରଜାର ପିଠିରେ ନବସେ । ଆଜି ଏପରି ପ୍ରତୀୟମାନ ହେଉଛି, ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର ଯେପରି ପ୍ରତ୍ୟାହାର କରି ନେଇଛି । ସାଧାରଣ ଜନତାର ଆସ୍ଥା ଭୁଶୁଡ଼ି ପଡ଼ିଛି ଶାସକ ଓ ଶାସନ ବ୍ୟବସ୍ଥା ଉପରୁ । ବିଭିନ୍ନ ଭେଳିକି ଦେଖାଇ ଜନତାଙ୍କୁ କିଛି ସମୟ ପାଇଁ ମୋହଗ୍ରସ୍ତ କରି ତାର ଏକତାକୁ ଛିନ୍ନଭିନ୍ନ କରି ଦିଆଯାଇଛି । ଜାତି ଜାତିରେ ବିଦ୍ୱେଷ, ସ୍ୱାର୍ଥ ସ୍ୱାର୍ଥରେ ଅସମାନତା, ଧର୍ମ ଧର୍ମରେ ସଂକୀର୍ଣତାର ମଞ୍ଜି ବୁଣି ନିଜ ଆସନକୁ ଯତପରୋନାସ୍ତି ସୁରକ୍ଷିତ ରଖିବା ଶାସକର ସର୍ବପ୍ରଥମ କର୍ତ୍ତବ୍ୟ ହୋଇଯାଇଛି ।


ଆମ ଦେଶ ପରାଧୀନ ସମୟରେ କେବଳ ବିଦେଶୀ ମାନଙ୍କ ବିରୋଧରେ ଲଢ଼ିବାକୁ ଏକ ହୋଇନଥିଲା ବରଂ ଧର୍ମ,ଜାତି,ଉଚ୍ଚ ନୀଚ,ଶିକ୍ଷିତ ଅଶିକ୍ଷିତ ଉର୍ଦ୍ଧ୍ୱରେ ଭାରତୀୟ ତାକୁ ନେଇ ଗର୍ବ କରିବା ଶିଖିଥିଲା । ଏକତାର ସୂତ୍ରରେ ମାନବତାର ମାଞ୍ଜା ଦେଇ ନିଜକୁ ଶାଣିତ କରିଥିଲା ଗୋଟିଏ ନାଆଁରେ । ସେ ଏକତା ଏ ମାଟି ,ପାଣି,ପବନ,ଏ ବନସ୍ପତି ତଥା ଏ ସନାତନ ସଂସ୍କୃତି ଶିଖେଇ ଥିଲା । ଯାହା ସବୁ ଆପତକାଳରେ ସାଧାରଣ ଜନତା ମନରେ ସୁଖଶାନ୍ତିର ଆସ୍ଥା ଦେଇଥିଲା । ପରସ୍ପର ପ୍ରତି ଶ୍ରଦ୍ଧା, ସମ୍ମାନରେ ସୁଦୃଢ ସାମାଜିକ ସହବନ୍ଧନର ପ୍ରତିଷ୍ଠା ହୋଇ ପାରିଥିଲା । କିନ୍ତୁ ଆଜି ଆମେ ଗଣତନ୍ତ୍ରର ଦ୍ୱାହି ଦେଇ ଯେଉଁ ଅନିଶ୍ଚିତ, ଶଙ୍କିତ ଜୀବନ ଜୀଉଚେ ତାହାକୁ କଣ ଆମେ ଗଣତନ୍ତ୍ରର ଦାନ ବୋଲି କହିପାରିବା ?


ଗଣତାନ୍ତ୍ରିକ ଦେଶର ଜନତା ହେବାର ଭାଗ୍ୟ ଆମେ ସତୁରୀ ବର୍ଷ ଭୋଗି ସାରିଛେ । ଏହି ସମୟ ଭିତରେ ଏକଥା ସ୍ପଷ୍ଟ ହେବାକୁ ଲାଗିଛି ଯେମିତି ସାଧାରଣ ମଣିଷ ଗଣତନ୍ତ୍ରରୁ ଅଲଗା ,ଅଲୋଡା ହୋଇଯାଇଛି । ଗଣତନ୍ତ୍ରରେ ଗଣର ସ୍ଥାନ ନାହିଁ । କିଛି ମୁଷ୍ଟିମେୟଙ୍କ ହାତର ଏହା କ୍ରୀଡନକରେ ପରିଣତ ହୋଇଯାଇଛି । ଗଣଵିକାଶର ଯେଉଁ ବିଜ୍ଞାପନୀୟ ହୋ ହଲ୍ଲା ଚାଲିଛି,ତାହା ସାଧାରଣ ମଣିଷକୁ ଆଖିଥାଇ ଜଳକା,ଭେକହୀନ ଭକୁଆରେ ପରିଣତ କରିଅଛି । ବିକାଶର ଭାଷା ଓ ଦିଗବାଗ ତାକୁ ନୂଆ ,ବିଲକୁଲ ବିପରୀତ ବୋଧ ହେଉଛି ।


ନଈବଢିରେ ତା'ର କ୍ଷେତ ଧୋଇନଯିବା,ମହାବାତ୍ୟାରେ ତା'ର ଘର ଭାଙ୍ଗି ନ ଯିବା, ତା' ବାଡିବଗିଚାରୁ ପ୍ରକୃତି ପ୍ରେମ ମିଳିବା, ତା'ର ଶ୍ମଶାନରୁ ତୁଳସୀ ବାସ ଆସିବା ,ତା' ଦେବାଳୟରୁ ସମ୍ଭାବନାର ସାନ୍ତ୍ଵନା ମିଳିବା, ତା' ଗୋଚର ଜମିରେ ଗୋଧନ ଚରାଇବା ଯେମିତି ଆଉ ବିକାଶରେ ପରିଗଣିତ ହେଉନାହିଁ । ବଢିରେ କ୍ଷେତ ଧୋଇଯିବାରେ ଯାହାଙ୍କ ଚତୁର ହାତ ସେଇ ହାତ ଲମ୍ବିଆସେ ଫସଲବୀମାର ସ୍ୱପ୍ନ ଦେଖାଇ , ବାତ୍ୟାଧ୍ୱସ୍ତ ତା' ଘରତୋଳା ପାଇଁ ଆର୍ଥିକ ସହାୟତା ନାଆଁରେ ତା' କାନ୍ଥରେ ଲଗାଇ ଦିଆଯାଏ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯୋଜନା ଫଳକ । ଅର୍ଥାତ୍ ତା'ର ଘର ତାର ନୁହଁ।ଏହାର ମାଲିକ ନେତା। ତା ଶ୍ମଶାନରୁ ତୁଳସୀ ଚୋରାଇ ତାକୁ ପୁଣି ବୋତଲରେ ଅର୍କ କରି ଫେରେଇ ଦେଇ ଅସୁଲ କରନ୍ତି ଜନତାର କଷ୍ଟୋପାର୍ଜିତ ଧନ । ପ୍ରକୃତି ପ୍ରେମକୁ ପରିବର୍ତ୍ତିତ କରନ୍ତି କିଛି ବୋନସାଇ,କୁଣ୍ଡ ଯୁକ୍ତ ଫୁଲ ଆଉ ଚିକଚିକ୍ କରୁଥିବା କଂକ୍ରିଟ,ମାର୍ବଲ କେଦାରରେ ।


ଦେଶରେ ଉଣେଇଶ କୋଟି ଲୋକେ ରାତିରେ ଭୋକିଲା ରୁହନ୍ତି। ପ୍ରତିଦିନ ଭୋକ, ପୁଷ୍ଟିହୀନତାରୁ ସାତ ହଜାର ଲୋକ ପ୍ରାଣ ହରାନ୍ତି। ତା ସତ୍ତ୍ୱେ ଦେଶ ନିଜକୁ ଖାଦ୍ୟଶସ୍ୟର ବଳକା ରାଷ୍ଟ୍ର ବୋଲି ଡିଣ୍ଡିମ ପିଟେ । ଆହୁରି ଚକିତକାରୀ କଥାବି ଘଟେ ଦେଶରେ , ଦିନକୁ ଅଢେଇ ଶହ କୋଟି ମୂଲ୍ୟର ଖାଦ୍ୟ ନଷ୍ଟ ହୁଏ ମଧ୍ୟ ଏଇ ଦେଶରେ । ଏଇ ବୋଧେ ଆମ ବିବିଧତା । ଏଇ ବୋଧେ ଆମ ଆତ୍ମୀୟ ଏକତା । ପଞ୍ଚଷଠୀ ଭାଗ‌ ଦେଶର ଯୁବଗୋଷ୍ଠୀ ପାଇଁ ଯାହା ଯୋଜନା ହୁଏ ତାହା ଅତ୍ୟନ୍ତ‌ ବିମର୍ଷକର ଓ ଚିନ୍ତାଜନକ । ସ୍କୁଲ କଲେଜ ସ୍ତରରୁ ସେମାନଙ୍କ ପଛରେ ରାଜନୈତିକ ମୋହର । ସେମାନଙ୍କ ସ୍ୱପ୍ନର ମାଲିକ୍ ଆଉକେତହି । ସ୍ମାର୍ଟଫୋନ, ଡାଟା ଓ ପକେଟ୍ ମନିରେ ସେମାନଙ୍କୁ ସୀମିତ କରିବାର ଚତୁର ଚକ୍ରାନ୍ତ । ଯୋଜନା ବିହୀନ ଯୁବଗୋଷ୍ଠୀକୁ ରାଜନୈତିକ ଇଚ୍ଛାରେ ବ୍ୟବହାର ‌କରିବାର ଘାତକ ପରିଣାମ ଯେ ନିଆଁ ସହ ଖେଳିବା,ତାହା ବୁଝିବାରେ ଅହେତୁକ ବିଳମ୍ବ କ୍ରମଶଃ ସାମାଜିକ ଦୁରାବସ୍ଥାକୁ ନିମନ୍ତ୍ରଣ କରୁଥିବା ଅନୁଭବ ହେଉଅଛି । ସାଧାରଣ ନିରନ୍ନ ମଣିଷକୁ ଗତ କିଛି ବର୍ଷରୁ ଶାସନ ବ୍ୟବସ୍ଥା ଏଇକଥା ଯେପରି ଶିଖେଇ ଦେଇଛି ଯେ, ‘ତୋର ଗଣତନ୍ତ୍ର ରାଷ୍ଟ୍ରରେ ସବୁଠୁ ବଡ଼ ସୌଭାଗ୍ୟ ଯେ ତୁ ବଞ୍ଚିରହିଚୁ । ଆଉ ସବୁ ଯାହା‌ ଦେଖୁଚୁ,ଯାହା ଭାବୁଚୁ ତାହା ନିରର୍ଥକ , ସେସବୁରେ ତୋର‌ ଅଧିକାର ନାହିଁ ।


ସ୍ୱାଧୀନତା ଆନ୍ଦୋଳନର ଇତିହାସ ଭଳି ସ୍ୱାଧୀନତା ପରର ୭୪ ବର୍ଷର ଯାତ୍ରା । ଏହା ସାଧାରଣ ଭାରତୀୟଙ୍କ ପରିଶ୍ରମ । ନବସୃଜନ, ଉଦ୍ୟମଶୀଳତାର ହେଉଛି ଏ ପ୍ରତିବିମ୍ବ । ଆମେ ଭାରତୀୟମାନେ ହୁଏତ ଦେଶରେ ରହୁ କିମ୍ବା ବିଦେଶରେ କିନ୍ତୁ ଆମେ ନିଜ ପରିଶ୍ରମ ଦ୍ୱାରା ନିଜକୁ ପ୍ରମାଣିତ କରିଛୁ ଆମେ ଭାରତୀୟ । ଆମକୁ ଗର୍ବ ହୁଏ ଆମର ସମ୍ବିଧାନ ଉପରେ । ଆମକୁ ଗର୍ବ ହୁଏ ଆମର ଗଣତାନ୍ତ୍ରିକ ପରମ୍ପରା ଉପରେ । ଭାରତ ଗଣତନ୍ତ୍ରର ଜନନୀ, ଆଜି ମଧ୍ୟ ଗଣତନ୍ତ୍ରକୁ ଦୃଢ଼ତା ପ୍ରଦାନ କରି ଆଗକୁ ବଢ଼ୁଛି । ଜ୍ଞାନ ବିଜ୍ଞାନରେ ସମୃଦ୍ଧ ଭାରତ, ଆଜି ମଙ୍ଗଳରୁ ନେଇ ଚନ୍ଦ୍ରମା ପର୍ଯ୍ୟନ୍ତ ନିଜର ଛାପ ଛାଡିଯାଇଛି । ଆଜି ଭାରତର ସେନାବାହିନୀର ଅପାର ସାମର୍ଥ୍ୟ ରହିଛି, ତେବେ ଆର୍ଥିକ ରୂପରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ଆଜି ଭାରତର ଷ୍ଟାର୍ଟଅପ୍ସ ଇକୋସିଷ୍ଟମ, ଦୁନିଆରେ ଆକର୍ଷଣର କେନ୍ଦ୍ର ପାଲଟିଛି, ଭାରତ ହେଉଛି ଚର୍ଚ୍ଚାର ବିଷୟ । ଆଜି ଦୁନିଆର ପ୍ରତ୍ୟେକ ମଞ୍ଚରେ ଭାରତର କ୍ଷମତା ଏବଂ ଭାରତର ପ୍ରତିଭା ଗୁଞ୍ଜରିତ ହେଉଛି। ଆଜି ଭାରତ ଅଭାବର ଅନ୍ଧକାରରୁ ବାହାରକୁ ବାହାରି ୧୩୦ କୋଟିରୁ ଅଧିକ ଆକାଂକ୍ଷାଗୁଡ଼ିକର ପୂରଣ କରିବା ପାଇଁ ଆଗକୁ ବଢ଼ୁଛି।



ଏହା ମଧ୍ୟ ହେଉଛି ଆମ ସମସ୍ତଙ୍କର ସୌଭାଗ୍ୟ ଯେ ସ୍ୱାଧୀନ ଭାରତର ୭୫ ବର୍ଷ ପାଳନ କରୁଅଛେ। ଅତୀତ ଏବଂ ଭବିଷ୍ୟତର ଭାରତର ଦୃଷ୍ଟିକୋଣର ମଧ୍ୟ ହେଉଛି ଅଦ୍ଭୁତ ସଂଗମ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ ଯେ ଭାରତର ଲଢ଼େଇ କେବଳ ବ୍ରିଟିଶ ସମ୍ରାଜ୍ୟବାଦ ବିରୁଦ୍ଧରେ ନୁହେଁ, ବରଂ ଏହା ହେଉଛି ବିଶ୍ୱସ୍ତରୀୟ ସାମ୍ରାଜ୍ୟବାଦ ବିରୁଦ୍ଧରେ । ନେତାଜୀ ଭାରତର ସ୍ୱାଧୀନତାକୁ ସମଗ୍ର ମାନବତା ପାଇଁ ଜରୁରୀ ବୋଲି କହିଥିଲେ। ସମୟ ସହିତ ନେତାଜୀଙ୍କ ଏହି କଥା ସିଦ୍ଧ ହେଲା । ଭାରତ ସ୍ୱାଧୀନ ହେଲା ତେବେ ଦୁନିଆର ଅନ୍ୟାନ୍ୟ ଦେଶମାନଙ୍କରେ ମଧ୍ୟ ସ୍ୱାଧୀନତାର ସ୍ୱର ମଧ୍ୟ ଜୋରଦାର ହେଲା ଆଉ ବହୁତ ହିଁ କମ୍‍ ସମୟ ମଧ୍ୟରେ ସାମ୍ରାଜ୍ୟବାଦର ପରିସର ମଧ୍ୟ ଛୋଟ ହୋଇଗଲା । ଆଜି ମଧ୍ୟ ଭାରତର ଉପଲବ୍ଧିମାନକେବଳ ଆମ ନିଜର ନୁହେଁ, ବରଂ ଏହା ହେଉଛି ସମଗ୍ର ଦୁନିଆକୁ ଆଲୋକ ପ୍ରଦାନକାରୀ । ସମଗ୍ର ମାନବତା ମଧ୍ୟରେ ଆଶା ସଞ୍ଚାର କରିବାକୁ ଯାଉଛି । ଭାରତର ଆତ୍ମନିର୍ଭରତା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଆମର ବିକାଶ । ସମଗ୍ର ଦୁନିଆର ବିକାଶ ଯାତ୍ରାକୁ ଗତି ପ୍ରଦାନ କରିବ।



କରୋନା କାଳରେ ଏହା ମଧ୍ୟ ଆମ ସମ୍ମୁଖରେ ପ୍ରତ୍ୟକ୍ଷ ସିଦ୍ଧ ମଧ୍ୟ ହେଉଛି । ମାନବତାକୁ ମହାମାରୀର ସଙ୍କଟରୁ ବାହାର କରିବା ପାଇଁ ଭ୍ୟାକ୍ସିନ ନିର୍ମାଣରେ ଭାରତର ଆତ୍ମନିର୍ଭରତା ଯୋଗୁଁ ଆଜି ସମଗ୍ର ଦୁନିଆକୁ ଲାଭ ହେଉଛି । ଆଜି ଭାରତ ପାଖରେ ଭ୍ୟାକ୍ସିନର ସାମର୍ଥ୍ୟ ରହିଛି ତେବେ "ବସୁଧୈବ କୁଟୁମ୍ବକୁ" ର ଭାବ ସହିତ ଆମେ ସମସ୍ତଙ୍କ ଦୁଃଖ ଦୂର କରିବା କାର୍ଯ୍ୟ କରି ପାରୁଛି। ଆମେ କାହାକୁ ଦୁଃଖ ଦେଇନାହୁଁ, କିନ୍ତୁ ଅନ୍ୟମାନଙ୍କର ଦୁଃଖକୁ କମ୍‍ କରିବାରେ ନିଜକୁ ସମର୍ପଣ କରି ଦେଇଛୁ । ଏହା ହେଉଛି ଭାରତର ଆଦର୍ଶ, ଏହା ହେଉଛି ଭାରତର ଶାଶ୍ୱତ ଦର୍ଶନ, ଏହା ହେଉଛି ଆତ୍ମନିର୍ଭର ଏବଂ ଭାରତର ତତ୍ୱଜ୍ଞାନ । ଆଜି ଦୁନିଆର ଅନ୍ୟ ଦେଶମାନେ ଭାରତକୁ ଧନ୍ୟବାଦ ଦେଉଛନ୍ତି। ଭାରତ ଉପରେ ନିଜର ବିଶ୍ୱାସ ଜାହିର କରୁଛନ୍ତି। ଏହା ହେଉଛି ନୂତନ ଭାରତର ସୂର୍ଯ୍ୟୋଦୟର ପ୍ରଥମ ଛଟା, ଏହା ହେଉଛି ଆମର ଭବ୍ୟ ଭବିଷ୍ୟତର ପ୍ରଥମ ଆଭା।



ଆମର ଯୁବକମାନେ, ଆମର ବିଦ୍ବାନମାନେ ଏବେ ଦାୟିତ୍ବ ନେଲେଣି । ସେମାନେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ଇତିହାସ ଲେଖାରେ ଦେଶର ପ୍ରୟାସକୁ ସଂମ୍ପୂର୍ଣ୍ଣ କରି ପାରିବେ। ସ୍ୱାଧୀନତା ଆନ୍ଦୋଳନ ଏବଂ ପରେ ଆମେ ଆମ ସମାଜର ଯେଉଁ ସଫଳତା ରହିଛି, ତାହାକୁ ବିଶ୍ୱ ସାମ୍ନାକୁ ଅଧିକ ଜୋରଦାର ଭାବେ ଆଣିବେ । ମୁଁ କଳା-ସାହିତ୍ୟ, ନାଟ୍ୟ ଜଗତ, ଚଳଚ୍ଚିତ୍ର ଜଗତ ଏବଂ ଡିଜିଟାଲ ମନୋରଞ୍ଜନ ସହିତ ଜଡିତ ଲୋକଙ୍କୁ ଅନୁରୋଧ କରିବି । ଯେତେ ଅନନ୍ୟ କାହାଣୀ ଆମ ଅତୀତରେ ବିଛେଇ ହୋଇ ପଡି ଯାଇଛି, ସେଗୁଡିକୁ ଅନୁସନ୍ଧାନ କରନ୍ତୁ । ଜୀବନ୍ତ ରୂପ ଦିଅନ୍ତୁ । ଆଗାମୀ ପିଢୀ ପାଇଁ ପ୍ରସ୍ତୁତ କରନ୍ତୁ। ଅତୀତରୁ ଶିକ୍ଷା କରି ଭବିଷ୍ୟତ ଗଠନର ଦାୟିତ୍ବ ଆମ ଯୁବକମାନଙ୍କୁ ଉଠାଇବାକୁ ପଡିବ । ବିଜ୍ଞାନ ହେଉ, ପ୍ରଯୁକ୍ତିବିଦ୍ୟା ହେଉ, ଚିକିତ୍ସା ହେଉ, ରାଜନୀତି ହେଉ, କଳା ଅବା ସଂସ୍କୃତି ହେଉ, ଆପଣ ଯେଉଁ କ୍ଷେତ୍ରରେ ଦକ୍ଷ ଅଟନ୍ତି, ନିଜ ଦକ୍ଷତାର ଫଳ ଆସନ୍ତାକାଲି, କିପରି ଉନ୍ନତ ହେବ ସେଥିପାଇଁ ପ୍ରୟାସ କରନ୍ତୁ।



ଆମେ ପରାଧୀନ ଭାରତକୁ ଦେଖିନାହୁଁ କିନ୍ତୁ ପରାଧୀନ ଭାରତ କଥା ଶୁଣିଅଛୁ । ଆମେ ସ୍ବାଧୀନ ଭାରତର ନାଗରିକ । ଅନ୍ୟ ଦେଶ ତୁଳନାରେ ଭାରତ ଆଗେଇଛି ସତ କିନ୍ତୁ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ । ତେଣୁ ଆମେ ଯେତେ ଆଗେଇଛେ ସେତେ ପଛାଇଛେ ।ଆମ ଭିତରେ ଏବେ ବି ଅନ୍ଧବିଶ୍ୱାସ କୁସଂସ୍କାର ଛୋଡ ବଡ ଜାତିପ୍ରଥା ହିନମନ୍ୟତା ଭାବ ରହିଛି । ଏଗୁଡିକୁ ପରିହାର କରି ଆମେ ଆହୁରି ଆଗକୁ ଉଠିବାକୁ ହେବ । ଯଦି ଏସବୁ କରିବା ତାହାହଲେ ପ୍ରକୃତ ସ୍ବାଧୀନତାର ସ୍ବାଦ ଚାଖିପାରିବା । 



Rate this content
Log in

Similar oriya story from Drama