STORYMIRROR

Samar Ballav Bhoi

Drama Tragedy Inspirational

3  

Samar Ballav Bhoi

Drama Tragedy Inspirational

ସାଥି ଦେଇଗଲା ଆଖିରେ ଲୁହ

ସାଥି ଦେଇଗଲା ଆଖିରେ ଲୁହ

2 mins
216


    

ବନ୍ଧୁ କିମ୍ବା ସାଙ୍ଗ ସାଥି ଶବ୍ଦଟି ପିଲାଙ୍କ ଠୁଁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଅତି ପ୍ରିୟ, ସାଥି ଟିଏ ଆସିଲେ ସତେକି ହୃଦୟ ଟା ସମୁଦ୍ର ପରି ବିଶାଳ ଓ ପ୍ରସସ୍ଥ ଅନୁଭବ ହୁଏ,  

ବିବେକ ଓ ଜ୍ଞାନ ଦୁହେଁ ଅନ୍ତରଙ୍ଗ ବନ୍ଧୁ ଥିଲେ, ପିଲାଟି ଦିନରୁ ଦୁହେଁ ପରସ୍ପର ଭିତରେ ଅନେକ ସମୟ ବିତାଇବା ନଜିର ଅଛି, ଏମିତି କି ବିବେକ ବେଳେ ବେଳେ ଜ୍ଞାନ ଘରେ ଓ ଜ୍ଞାନ ମଧ୍ୟ ବେଳେ ବେଳେ ବିବେକ ଘରେ ରହି ଯାଆନ୍ତି। ଦୁଇଙ୍କର ବାପା ମା ବହୁତ ବିଶ୍ବାସୀ ଓ ମିଳାପି ଅଟନ୍ତି। ବିବେକ ଓ ଜ୍ଞାନ ପିଲାଟି ଦିନରୁ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ପିଲା ମାନଙ୍କୁ ନେଇ ବାପା ମାଆଙ୍କ ର ଅନେକ ବଡ଼ ବଡ଼ ସ୍ବପ୍ନ ସବୁ ଜମାଟ ବାନ୍ଧି ଥାଏ, ସ୍ବପ୍ନକୁ ସାକାର କଲା ଭଳି ବିବେକ ଓ ଜ୍ଞାନ ପାଠ ପଢନ୍ତି, ଦୁଇ ଜଣ ଯାକ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥାନ୍ତି, ପାଠପଢା ଯେମିତି , ଚାଲି ଚଳନି ଓ ଆଚାର ବ୍ୟବହାର ମଧ୍ୟ ଠିକ୍ ସେହିପରି। ଦୁଇ ଜଣ ଯାକ ଗାଁ ଲୋକଙ୍କ ପାଖରେ ଭାରି ପ୍ରଶଂସିତ ହୁଅନ୍ତି। ରମାକାନ୍ତ ସାର ସେହି ଗାଁର ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ, ରମାକାନ୍ତ ସାର ସେ ଦୁହିଁଙ୍କୁ ପ୍ରଶଂସା ଓ ଆର୍ଶୀବାଦ ନକଲେ ରହି ପାରନ୍ତି ନାହିଁ, ଗୋଟିଏ ଶ୍ରେଣୀରେ ବିବେକ ପ୍ରଥମ ହେଲେ ତା ପର ଶ୍ରେଣୀରେ ଜ୍ଞାନ ପ୍ରଥମ ହୁଏ, ଏ ସବୁ ରେ ଦୁହିଁଙ୍କର କିଛି ମତ ପାର୍ଥକ୍ୟ ହୁଏନାହିଁ। 

ଦୁଇ ଜଣଙ୍କ ଭିତରେ ପାରସ୍ପରିକ ବୁଝାମଣା ବେଶ ସୁନ୍ଦର, ବିବେକ ର ପାଠପଢା ରେ କିଛି ସମସ୍ୟା ହେଲେ ଜ୍ଞାନ ବୁଝାଏ ଆଉ ଜ୍ଞାନ ର ସମସ୍ୟା ହେଲେ ବିବେକ ବୁଝାଏ। ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ପରି ସେମାନଙ୍କ ସମ୍ପର୍କ। ଶ୍ରେଣୀ ପରେ ଶ୍ରେଣୀ ଅତିକ୍ରମ କରି ଚାଲିଥାନ୍ତି, ଦୁହେଁ ଦଶମ ଶ୍ରେଣୀ ପରୀକ୍ଷା ରେ ମଧ୍ୟ ବହୁତ ଭଲ ନମ୍ବର ରଖି ପାସ୍ କଲେ, ଏବେ ସମୟ ଆସିଲା କିଏ କଣ ପାଠ ପଢିବେ। ବାପା ମା'ଙ୍କ ସ୍ବପ୍ନ ଥିଲା ଦୁହେଁ ବଡ଼ ହୋଇ ଡ଼ାକ୍ତରୀ ପାଠ ପଢିବେ, ସେ ସ୍ବପ୍ନ ବି ସାକାର ହେଲା, ଦୁହେଁ ଡ଼ାକ୍ତରୀ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହେଲେ, ଦୁଇ ଜଣଙ୍କର ଗୋଟିଏ ଯାଗାରେ ମଧ୍ୟ ପଢ଼ିବା ପାଇଁ ନିଷ୍ପତ୍ତି ହେଲା, କିନ୍ତୁ ପଢ଼ିବା ବାଟରେ ଏକ ଭିନ୍ନ ମୋଡ଼ ଆସିଲା, ଡାକ୍ତରୀ ପାଠପଢ଼ା ପାଇଁ ପ୍ରସ୍ତୁତ ଆରମ୍ଭ ହେଲା, ବାପା ମା'ଙ୍କ ଇଛା ଯେ ପିଲା ଦୁହେଁ ଡାକ୍ତର ହୋଇ ଆମ ଗାଁ ରେ ଲୋକଙ୍କ ସେବା କରିପାରିବେ। କିନ୍ତୁ ସମୟ ଏମିତି ଥିଲା, ଦିନେ ଜ୍ଞାନ ଓ ତାର ବାପା ମା କଟକ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ, ଯିବା ବାଟରେଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜ୍ଞାନ ର ବାପା ମା ସେ ନିଜେ ଆରପାରିକୁ ଚାଲିଗଲେ, ଖବର ଆସି ଗାଁ ରେ ଚହଳ ସୃଷ୍ଟି କଲା, ବିବେକ ଏ କଥା ବିଶ୍ବାସ କରିପାରୁ ନଥାଏ ଯେ ମୋ ପିଲା ଦିନର ଅନ୍ତରଙ୍ଗ ସାଥି ଆଜି ମୋ ଠୁଁ ବହୁତ ଦୂରରେ, ସବୁ ଆଶା ଯେମିତି ପାଣି ଫୋଟକା ପରି ଫୁଟିଗଲା, ବିବେକ ଆଖିରେ ଲୁହ ର ସମୁଦ୍ର , ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିବା ଦୁହେଁ , ଅଚାନକ ନିସ୍ତବ୍ଧ ହୋଇଗଲା, ହେ ଜ୍ଞାନ ତୁମେ ମୋ ଆଖିରେ ଲୁହ ଭରି ଚାଲିଗଲ ! ଆଉ କେବେ ମୁଁ ତୋର ସାଥୀ ହୋଇ ପାରିବିନି, ଏ ସବୁ କଣ ହୋଇଗଲା ଜ୍ଞାନ! ସାଥୀ ତୁମେ ଦେଇଗଲ ମୋ ଆଖିରେ ଲୁହ। ସବୁଦିନ ତୁମ କଥା ମୋର ସ୍ମୃତି ହୋଇ ରହିବ। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama