STORYMIRROR

ଫକୀର ପରିଡ଼ା

Action Fantasy Others

3  

ଫକୀର ପରିଡ଼ା

Action Fantasy Others

ସ୍ୱାଧୀନତା ସଂଗ୍ରାମୀ

ସ୍ୱାଧୀନତା ସଂଗ୍ରାମୀ

3 mins
155

ସ୍ଵାଧୀନତା ସଂଗ୍ରାମର ଅମର ବୀର ସେଠ ଅମରଚନ୍ଦ ବାଁଠିଆଙ୍କ ନାଁ ଆମଭିତରୁ ବହୁତ ଲୋକ ଶୁଣି ନଥିବେ Iଆଜି ଜୁନ ୨୨, ୧୮୫୮ ମସିହା ଆଜିର ଦିନର ଗ୍ଵାଲିଅର ସହର ସରାଫା ବଜାରରେ ତାଙ୍କୁ ଫାଶୀ ଦିଅ ଯାଇଥିଲା I

 ଅମରଚନ୍ଦ ମୂଳତଃ ବିକାନେର (ରାଜସ୍ଥାନ)ର ବାସିନ୍ଦା ଥିଲେ । ଓସ୍ଵାଲ ପରିବାରର ଅମୀରଚନ୍ଦ ବାଁଠିଆ ପୁତ୍ର ଅମରଚନ୍ଦ ବାଁଠିଆ । ତାଙ୍କର ପୂର୍ବପୁରୁଷମାନେ ବ୍ୟବସାୟ କରିବାକୁ ବରାବର ଗ୍ଵାଲିଅର ଆସୁଥିଲେ । ବ୍ୟବସାୟରେ କ୍ଷତି ଯୋଗୁଁ ପିତାଙ୍କ ସହ ମଧ୍ୟପ୍ରଦେଶର ଗ୍ଵାଲିଅର ସହରକୁ ଆସି ସ୍ଥାୟୀ ଭାବରେ ବସବାସ କରି ବ୍ୟବସାୟ କରୁଥିଲେ । ନିଜର ସାଧୁତା ଓ ନିଷ୍ଠାପରତା ଯୋଗୁଁ ଖୁବ କମ ଦିନରେ ସେ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କର ଲୋକପ୍ରିୟତା ଦେଖି ଗ୍ବାଲିଆରର ରାଜା ଜୟାଯୀ ରାଓ ସିନ୍ଧିଆ ତାଙ୍କୁ ‘ନଗର ସେଠ’ ଉପାଧିରେ ଅଳଙ୍କୃତ କରିଥିଲେ ଏବଂ ପରେ ତାଙ୍କର ‘ଗଙ୍ଗାଜଳି’ ନାମକ ରାଜକୋଷର କୋଷାଧ୍ୟକ୍ଷ ପଦବୀରେ ମଧ୍ୟ ଅବସ୍ଥାପିତ କରିଥିଲେ । କୁହାଯାଏ ଯେ ସେତେବେଳେ ଗ୍ଵାଲିଅର ରାଜକୋଷ ଏତେ ହୀରା ମୋତି ମାଣିକ୍ୟରେ ଭରପୁର ଥିଲା ଯେ ଲୋକମାନେ ସିନ୍ଧିଆ ପରିବାରକୁ ‘ମୋତି ବାଲା ରାଜା’ ବୋଲି ଡାକୁଥିଲେ । ୧୮୫୭, ସଶସ୍ତ୍ର ସ୍ଵାଧୀନତାର ଉଗ୍ର ସମୟ । ଝାନ୍ସିରାଣୀ ଲକ୍ଷ୍ମୀବାଇ ଗ୍ଵାଲିଅର ଉପରେ ଆକ୍ରମଣ କରିଦେଲେ । ସେତେବେଳେ ସିନ୍ଧିଆ ପରିବାର ସହ ଇଂରେଜ ମାନଙ୍କର ଭଲ ବନ୍ଧୁତା ଥିଲା । ରାଜା ଜୟାଯୀ ରାଓ ରାଜ୍ୟ ଛାଡି ଆଗ୍ରା ପଳେଇଲେ । ଅମରଚନ୍ଦ ଚାହିଁଥିଲେ ରାଜକୋଷରେ ଥିବା ଧନରୁ ମାତ୍ର କିଛି ନେଇ ଧନୀ ହୋଇ ପାରିଥାନ୍ତେ ମାତ୍ର ସେ ସେପରି ସ୍ଵଭାବର ନଥିଲେ । ୧୮୫୭ର ଜୁନ ମାସରେ ଝାନ୍ସି ସେନା ଗ୍ଵାଲିଅରକୁ ଇଂରେଜ କବଳରୁ ମୁକ୍ତକରି ସ୍ଵତନ୍ତ୍ରତାର ବିଜୟବାନା ଉଡେଇଦେଲେ । ସେତେବେଳେ ଘୋର ଆର୍ଥିକ ସଙ୍କଟରେ ଗତି କରୁଥିବା ଝାନ୍ସି ସେନାର ସେନାପତି ରାଓ ସାହେବ ଅମରଚନ୍ଦଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କଲେ । ଅମରଚନ୍ଦ ଆଗପଛ କିଛି ନଭାବି ‘ଗଙ୍ଗାଜଳି’ର ଚାବି ରାଓ ସାହେବଙ୍କୁ ଦେଇଦେଲେ । ଝାନ୍ସିସେନା ତ ଗ୍ଵାଲିଅର ଉପରେ କବଜା କରି ସାରିଥିଲା, ସେମାନେ ଧନ ପାଇଁ କାହିଁକି ଅମରଚନ୍ଦଙ୍କୁ ଅନୁରୋଧ କରୁଥିଲେ ? ଚାହିଁଥିଲେ ତ ଜୋର କରି ଲୁଟ କରି ପାରିଥାନ୍ତେ, କାରଣ ରାଜକୋଷର ମୁଲ୍ଯବାନ ଧନସମ୍ପତି ଏପରି ଗୁପ୍ତ ସ୍ଥାନରେ ଥିଲା ଯେ ତାହାର ଠିକଣା କେବଳ ଖୁବ କମ ଲୋକ ଜାଣିଥିଲେ । ସେ ନିଜେ ଯାଇ ରାଜକୋଷର ଗୁପ୍ତଦ୍ଵାର ଖୋଲି ନିଜ ହାତରେ ସମସ୍ତ ସମ୍ପତି ରାଓସାହେବଙ୍କୁ ଦେଇଦେଲେ । ଏହି ଧନ ଦ୍ଵାରା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଝାନ୍ସି ସେନାର ୫ ମାସର ବକେୟା ପାଉଣା ଭରଣା ହେଇ ପାରିଥିଲା । ଗ୍ଵାଲିଅର ସେନା ମଧ୍ୟ ଝାନ୍ସି ସହ ହାତ ମିଳେଇ ଦେଇଥିଲା କିନ୍ତୁ ଇଂରେଜ ମାନଙ୍କ ଜୋରଦାର ଆକ୍ରମଣ ଯୋଗୁଁ ଗ୍ଵାଲିଅର ପୁନର୍ବାର ଇଂରେଜ ମାନଙ୍କ ହାତକୁ ଚାଲି ଯାଇଥିଲା । ସେମାନେ ତୁରନ୍ତ ଅମରଚନ୍ଦଙ୍କୁ ଗିରଫ କରି ରାଜଦ୍ରୋହ ଅପରାଧରେ ବନ୍ଦୀ କରିଥିଲେ । ତାଙ୍କୁ କହିଲେ ତମେ କ୍ଷମା ମାଗ, ଆମେ ତମକୁ ମୁକ୍ତ କରିଦେବୁ । ସିଏ ତାଙ୍କ କଥାରେ ରାଜି ନ ହେବାରୁ ଆରମ୍ଭ ହେଲା ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର । ଘଣ୍ଟା ଘଣ୍ଟା ଧରି ଓଲଟା ଟଙ୍ଗେଇବା, ହାତ ଗୋଡକୁ ଚାରିପଟୁ ବାନ୍ଧି ଜୋରେ ଟାଣିବା, ମୂତ ପିଏଇବା ହେଉ କି ଅଣ୍ଡକୋଷରେ ଓଜନିଆ ପଦାର୍ଥ ବାନ୍ଧି ଚଲେଇବା ହେଉ କେଉଁଥିରେ ବି ସେ ଭାଙ୍ଗି ପଡି ନଥିଲେ । ଶେଷକୁ ତାଙ୍କର ୮ ବର୍ଷୀୟ ନାବାଳକ ପୁତ୍ରକୁ ଧରି ଆଣି କହିଲେ ଯଦି ତମେ ଆମ କଥା ନ ମାନ ତେବେ ଆମେ ତମ ସାମ୍ନାରେ ତମ ପୁତ୍ରକୁ ହତ୍ୟା କରିବୁ । ସେଥିରେ ବି ସେ ଡରି ନ ଯାଇ କହିଥିଲେ ‘ସେ ଗୋଟେ ବିଶ୍ଵାସଘାତକର ପୁତ୍ର ହେଇ ବଞ୍ଚିବା ଅପେକ୍ଷା ସହିଦର ପୁତ୍ର ହେଇ ମରିଯିବା ଭଲ’ । ନୃଶଂସ ଇଂରେଜମାନେ ତାଙ୍କ ସାମନାରେ ତାଙ୍କର ପୁତ୍ରକୁ ତୋପ ଆଗରେ ବାନ୍ଧି ଉଡେଇଦେଲେ । ତାର କୋମଳ ଦେହ ତାଙ୍କ ସାମନାରେ ଖଣ୍ଡଖଣ୍ଡ ହେଇ ଉଡିଗଲା । ଏ ସବୁ ଦେଖି ମଧ୍ୟ ତାଙ୍କ ଆଖିରୁ ଟୋପେ ବି ଅଶ୍ରୁ ଝରି ନଥିଲା । ଏହାପରେ ସେମାନଙ୍କ ଅଦାଲତ ତାଙ୍କୁ ଫାଶୀ ଦଣ୍ଡର ସଜା ଶୁଣେଇଥିଲା । ୧୮୫୮ ମସିହା ଆଜିର ଦିନରେ ତାଙ୍କ ହାତଗୋଡରେ ବେଡି ପକେଇ ରାଜରାସ୍ତାରେ ଚଳେଇ ଚଳେଇ ଫାଶୀସ୍ଥଳକୁ ନିଆ ଯାଇଥିଲା । ଲୋକମାନକ ମନରେ ଭୟ ସଂଚାର ପାଇଁ ସର୍ବସମ୍ମୁଖରେ ତାଙ୍କୁ ଫାଶୀ ଦେବାକୁ ସ୍ଥିର କରିଥିଲା ଇଂରେଜ ସରକାର । ସରାଫା ବଜାରର ସେହି ଲିମ୍ବ ଗଛ ମୂଳରେ ତାଙ୍କୁ ପଚରା ଯାଇଥିଲା ତାଙ୍କର ଶେଷଇଚ୍ଛା । ଜୈନ ଧର୍ମାବଲମ୍ବି ହୋଇଥିବାରୁ ସେ ‘ ନବକାର ମନ୍ତ୍ର’ ଜପ କରିବେ ବୋଲି କହିଥିଲେ । ମନ୍ତ୍ର ପଢି ସାରିଲା ପରେ ତାଙ୍କୁ ଓହଲେଇ ଦିଆଯାଇଥିଲା ସେଇ ଗଛରେ କିନ୍ତୁ ବିଧି ମଧ୍ୟ ତାଙ୍କର ମୃତ୍ୟୁ ଚାହୁଁ ନଥିଲା ତେଣୁ ଥରେ ଡାଳ ଭାଙ୍ଗିଗଲା ଓ ଆଉଥରେ ଦଉଡି ଛିଣ୍ଡିଗଲା । ଏସବୁ ଦେଖି ଲୋକମାନେ ଜୋରେ ଜୋରେ ‘ଅମରଚନ୍ଦ ଜିନ୍ଦାବାଦ’, ‘ସେଠଜୀ ମରେଙ୍ଗେ ନେହି’ ବୋଲି ନାରା ଲଗେଇବାକୁ ଲାଗିଲେ । ଲୋକଲଜ୍ୟା ହେବାର ଦେଖି ଇଂରେଜ ମାନେ ତାଙ୍କୁ ଆଉ ଏକ ମୋଟା ରାଶି ସାହାଯ୍ୟରେ ଗୋଟେ ମୋଟା ଦଳରେ ଝୁଲେଇ ଦେଲେ । ବିଧିର ବିଧାନ ଯାହା ଥାଏ । ତାଙ୍କ ଶବକୁ ସେମିତି ତିନିଦିନ ଧରି ଝୁଲେଇ ରଖିଲେ । ସରାଫ ବଜାରର ସେହି ସ୍ଥାନରେ ତାଙ୍କର ପ୍ରତିମୂର୍ତି ଏବେ ଶୋଭା ପାଉଛି ।  

ଆଜିର ଦିନରେ ଏ ମା ମାଟି ପାଇଁ ନିଜର ସବୁକିଛି ତ୍ୟାଗ କରି ଦେଇଥିବା ସେହି ଅମର ବଳିଦାନି ‘ଅମରଚନ୍ଦ’ ଙ୍କୁ ମୁଁ କୃତଜ୍ଞତା ଜଣାଉଛି , ଆମ ଇତିହାସ ବହିରୁ ତାଙ୍କୁ କିଏ ବାଦ ଦେଲା ?


Rate this content
Log in

Similar oriya story from Action