STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ସ୍ୱାଧୀନମୋହର ,କିନ୍ତୁପରାଧିନ

ସ୍ୱାଧୀନମୋହର ,କିନ୍ତୁପରାଧିନ

2 mins
202

ପ୍ରିୟ ବନ୍ଧୁଗଣ।ଆପଣ ମାନଙ୍କ ଭିତରେ ଦୃନୀତିକୁ ପ୍ରତିବାଦ କରିବାକୁ ଯାଇ କେହି ଆକ୍ରୋସର ଶିକାର ହୋଇଥିବେ କି ନାହିଁ ଜାଣିନାହିଁ । ଆପଣ ମାନେ ଆପଣଙ୍କ ନାଯ୍ୟ ପାଇବାକୁ ଯାଇ ଲାଞ୍ଚ ଦେବାକୁ କି ନେବାକୁ ପଡିଥିବ ବୋଧେ । ଆପଣ ମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଠିକ ରୂପେ ଉପଭୋଗ କରିବାକୁ ଅନ୍ତରାଜ ଆସୁଛି କାହିଁକି ?ଏମିତି ବହୁ ପ୍ରଶ୍ନ , ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେବି ଆମେ ପରାଧୀନ ।ଆମ ଦେଶ ଉପରେ ସ୍ୱାଧୀନ ମୋହର କିନ୍ତୁ ବ୍ୟକ୍ତି ପରାଧୀନ । ଭାଷଣ ଦେଇ ଚାଲିଥିଲେ ତୀରଙ୍ଗ ପତାକା ତଳେ ଜଣେ ଯୁବକ ।ବିଧାୟକ ମହୋଦୟ ଉପସ୍ଥିତରେ ଏହିପ୍ରକାର ଅଶୋଉଜନ୍ୟ ଭାଷଣ ଦେବାକୁ ବାରଣ କରାଗଲା ।ବିଧାୟକ ଭାଷଣ ଦେଲେ। ଆମ ଅଂଚଳ ମାନେ ବିଧାୟକ ମଣ୍ଡଳୀର ସମସ୍ତ କାର୍ଯ୍ୟ କୁ ସରକାର ସଦୟ ଦୃଷ୍ଟି ଦେଇ ଛନ୍ତି ।ରାସ୍ତା ନିର୍ମାଣ, ଉର୍ଣ୍ଣତି ମୂଳକ କାର୍ଯ୍ୟକୁ ଜନ ସାଧାରଣ କଂ ସହଯୋଗ ଆବଶ୍ୟକ କରୁ । ବିଶେଷ ଭାବେ ବିରୋଧୀ ମତ କୁ ଦୃଷ୍ଟି ନଦେଇ ସହଯୋଗର ହାତ ପ୍ରସାରିତ କରିବାକୁ ଅଶାକରେ । ଜଣେ ବ୍ୟକ୍ତି ଛିଡ଼ାହୋଇ କହିଲା, ବିଧାୟକ ମହାଶୟ, କହିବେକି, ମୁଁ ଜଣେ ଦିନ ମଜୁରିଆ , ମୋର ଘର ଟିଏ ନାହିଁ। ଚାଳ ଘରଟି ଗତ ବାତ୍ୟାରେ ଭାଙ୍ଗି ଯାଇଛି। ଆମ ଗ୍ରାମରେ କୋଠା ଥିବା ଲୋକଙ୍କୁ ବାତ୍ୟା ଭତ୍ତା ମିଳିଲା, ମୋର ନାହିଁ। ଇନ୍ଦିରା ଆବାସ ପାଇଁ ବାରମ୍ବାର ଜଣେଇଲେ ହେଉନାହିଁ । ଜଣେ କିଏ ପଛରୁ କହିଲେ, ବସ ହୋ ପରେ ତୁମ କଥା ବୁଝାହେବ । ଆଉଜଣେ ତାକୁ ଆସି ଟାଣି ନେଇଗଲେ । କିଛିଦିନ ପରେ ତାଙ୍କୁ ଚୋରି କେଶରେ ପୋଲିସ ଧରିନେବାର ସୂଚନା ମିଳିଲା ।

ବନମାଳୀ ମଉଷା ସ୍ୱାଧୀନତା ସଂଗ୍ରାମୀ ।ଏବେ ତାଙ୍କୁ ଅଠା ନବେ ବର୍ଷ ।ବେଳେ ବେଳେ ସମୟ ଦେଖି ତାଙ୍କ ପାଖୁ ଯିବାକୁ ଚାହେଁ । ଦିନେ ସେ କହୁଥିଲେ, ଦେବିଲି ଗ୍ରାମ କୁ ଜଣେ ସିପାହୀ ଖଜଣା ପାଇଁ ଆସିଲେ ।ସେଇଗ୍ରାମର ମହିଳାମାନେ କୂଅ ମୂଳେ ପାଣି କାଢ଼ିବାକୁ ଯାଉଥିଲେ । ସେଇ ଗୋରା ସିପାହୀ ଘୋଡ଼ରୁ ଓଲ୍ଲେଇ ଆସି ସରକାରୀ କୂଅରୁ ପାଣି ନେବା ଖଜଣା ମାଗିଲେ । ମହିଳା ମନେ ଏକଜୁଟ ହୋଇ ତାକୁ କୁଅଦୋୖଡିରେ ଗଛରେ ବାନ୍ଧି ମାଡ଼ ଦେଲେ । ଏମିତି କେତେ କଥା ସ୍ୱାଧୀନତା ପାଇଁ ଜୀବନ ଦେଇଥିବା ସଂଗ୍ରାମୀ କଂ ରକ୍ତରେ ଏଦେଶ ସ୍ୱାଧୀନ ହୋଇଛି । ସୁବାସ ଚନ୍ଦ୍ର ବୋଷ , କଂ ଆଜାଦ ହିନ୍ଦୀ ଫୌଜ ଦେଶକୁ ସ୍ୱାଧୀନ କରିବାର ମୁଖ୍ୟ ଭୂମିକା ନେଇଛି । କିନ୍ତୁ ଗାନ୍ଧୀଙ୍କ ନାମ ଗଡୁଛି । ପ୍ରଥମ ସ୍ୱାଧୀନ ଭାରତର ପ୍ରଧାନ ମନ୍ତ୍ରୀ ସୁବାସ ବୋଷ କିନ୍ତୁ ନେହୁରୁ ନାମ ଇତିହାସ ବହିରେ ପଢୁଛେ । ଭାରତରେ ସମ୍ଭ୍ରାନ୍ତ ବାଦ ଯେପର୍ଯ୍ୟନ୍ତ ଚାଲୁ ରହିବ ସେପଯ୍ୟନ୍ତ ଦେଶ ଭିତରେ ସ୍ୱାଧୀନତା ର ଅର୍ଥ କିଛି ନୁହଁ । ବନମାଳୀ ମଉସା କହିଲେ, ଶୁଣଦେଶ ସ୍ୱାଧୀନତା ପରେ ଯେଉଁମାନେ ସରକାର ଗଢିଲେ ସେମାନେ ପ୍ରକୃତ ଦେଶ ସେବକ ରୂପେ ପବିତ୍ର ମନ ନେଇ ଶାସନ ରେ ନଥିଲେ । ଲୋକ କଂ ହିତ ଦୁରେ ଥାଉ ନିଜ ହିତକୁ ଚାହିଁଲେ ।ଗାଦି ରେ ବସିବା ଓ ଭୋଟ ପାଇବାର ବାଟ ଫିଟାଇଲେ । ଜନତାଙ୍କ ହିତକୁ ଅଣଦେଖା କଲେ । ସବୁଦିନ ପାଇଁ ସ୍ୱାଧୀନତାର ସ୍ଵାଦୁ ଖତ ହେଲା ।

ଆମ ଗ୍ରାମର ଅଧିକାଂଶ ଚାଷୀ । ପ୍ରଚୁର ପନିପରିବା ଚାଷ । କିନ୍ତୁ କଲରା କିଲୋ ପାଞ୍ଚ ଟଙ୍କା ।ଜଣେ ଚାଷୀଭାଇ କୁ ପ୍ରଶ୍ନ କଲି , ସାରା ଭାରତରେ କଲରା କିଲୋ ତିରିସ ରୁ ଚାଳିଶ ଟଙ୍କା ଥିଲା ବେଳେ ତୁମେ ବିକୁଛ ପାଞ୍ଚ ଟଙ୍କ। ।କାହିଁକି? କହିଲି ଆମ ଅପାରଗତା। ଯଦି ସରକାର ସୋସାଇଟିସ୍ଥାପନ କରି ତାହା ମାଧ୍ୟମରେ ନିଧିଷ୍ଟ ମୂଲ୍ୟରେ କିଣି ଚାଲାଣ କରନ୍ତେ ,ତେବେ ତୁମେ ହାଟକୁ ଆସି ଘଣ୍ଟା ଘଣ୍ଟା ବସି ପାଞ୍ଚ ଟଙ୍କା ରେ ବିକନ୍ତନାହିଁ । ଚାଷୀ ହାତକୁ ମାସ ଶେଷରେ ତିରିସ ହଜାର ଟଙ୍କା ନ ଆସିଲେ ଚାଷ ସେ କାହିଁକି କରିବ? ସ୍ୱାଧୀନତାର 75 ବର୍ଷ ଧନ୍ୟରେ ଶାସନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action