ରିମଝିମ
ରିମଝିମ


ରିମଝିମ
ଭୁବନେଶ୍ୱରର ଗୋଟିଏ ସଂସ୍ଥାରେ କିଛି ବୈଜ୍ଞାନିକ କାମ କରୁଥିଲେ | କିଛି ପୁଅ ଥିଲେ କିଛି ଝିଅ ବି ଥିଲେ | ବିକ୍ରମ ର ତା ସାଙ୍ଗ ମାନଙ୍କ ସଂଗେ ଭଲ ପଡୁନଥିଲା | ତାକୁ ହଇରାଣ କରିବାକୁ ତା କିଛି ସାଙ୍ଗ ପ୍ଲାନ କଲେ | ଗୋଟେ ଝିଅ ହାତରେ ଗୋଟେ ଚିଠି ଲେଖାଇଲେ ଓ ବାଲେଶ୍ୱରରୁ ଚିଠି ଟି ପୋଷ୍ଟ କଲେ | ଚିଠି ରେ ଲେଖାଥିଲା ପ୍ରିୟ ମୁଁ ତୁମକୁ ବହୁତ ଭଲ ପାଏ , ତୁମ ଛଡା ବଂଚି ପାରିବିନି | ତଳେ ତାର ନା ରିମଝିମ ଲେଖାଥିଲା | ତା ର ଗୋଟେ ସୁନ୍ଦର ଫଟ ବିଥିଲା ତା ସାଥିରେ | ବିକ୍ରମ ଚିଠି ପାଇଲା ପରେ ଟିକେ ଖୁସି ଦେଖାଗଲା | ତାକୁ ଅନ୍ୟ ମାନେ ଦୂରରୁ ଅବଜର୍ଭ କରୁଥିଲେ ଥିଲେ | ବିକ୍ରମର ଦୀନେଶ ସାଙ୍ଗରେ ଟିକେ ଭଲ ପଡେ |ଦୀନେଶ ଚିଠି ମିଳିବାର 2/3 ଦିନ ପରେ ବିକ୍ରମ କୁ ଭେଟିଲା | କଥା କଥାରେ ବିକ୍ରମ ତାକୁ କିଛି କହିଲା | 10 ଦିନ ପରେ ବିକ୍ରମ କୁ ଦ୍ୱିତୀୟ ଚିଠି ମିଳିଲା | ସେଥିରେ ଲେଖ|ଥିଲା ପ୍ରାଣନାଥ ମୁଁ ଆପଣ ଙ୍କୁ ଭଲପାଇବାକଥା ଘରେ କହିଦେଇଛି ମୋ ମାମୁଁ ଆପଣ ଙ୍କ ସାଥିରେ ଦେଖା କରିବାକୁ ଆସନ୍ତା ରବିବାର ଯିବେ ବୋଲି ଭାବୁଛି ଆପଣ ପତ୍ରଦ୍ୱାରା ଜଣାଇବେ | ତଳେ ଗୋଟେ ହଷ୍ଟେଲ ର ଠିକଣା ଥିଲା |
ବିକ୍ରମ ଚିଠି ପଢି ବହୁତ ଖୁସିଥିଲା | ବିକ୍ରମ ଚିଠି ର ଉତ୍ତର ଦେଲା ଓ ମାମୁଁ ଙ୍କୁ ତା ଅଫିସ ଆସିବାକୁ ଡାକିଲା | ପ୍ରାୟ ମାସେ ଅପରେ ମାମୁଁ ଆସି ଅଫିସ ବୁଲିଗଲେ | ସାଙ୍ଗ ହିସାବରେ ବିକ୍ରମ ଦୀନେଶ କୁ ଡାକି ମାମୁଁ ଙ୍କ ସଂଗେ ପରିଚୟ କରାଇଦେଲା | ମାମୁଁ ଯିବାର ପ୍ରାୟ ମାସେ ପରେ | ରିମଝିମର ଚିଠି ଆସିଲା ସେ ଲେଖିଥିଲା ଦେହ ଖରାପ ଥିବାରୁ ଲେଖି ପାରିନଥିଲି ମାମୁଁ ଆପଙ୍କ ବହୁତ ପ୍ରସଂଶା କଲେ ଓ ସେ କିଛିଦିନ ପରେ ଯାଇ ଆପଙ୍କ ବାପା ମା ଙ୍କୁ ଭେଟିବେ | ବିକ୍ରମର ଅନେକ ବିବାହ ପ୍ରସ୍ତାବ ଆସିଲା ହେଲେ ସେ ରିମଝିମ ପାଇଁ ସବୁ ମନା କରିଦେଲା | 6ମାସ ପରେ ରିମଝିମ ଠାରୁ ଆଉ ଚିଠି ଆସିଲାନି | ବିକ୍ରମ ପାଗଳ ଭଳି ଦାଢିରଖି ବୁଲିଲା | ବାଲେଶ୍ୱର ଯାଇ ରିମଝିମ ଦେଇଥିବା ଠିକଣା ରେ ତାକୁ ଖୋଜିଲା ହେଲେ କିଛି ଫଳ ହେଲାନି | ସେ ଅଫିସ୍ରେ କାମ କରିବା ବନ୍ଦ କରିଦେଲା | ତା ଦୁଃଖ ଦେଖି ସମସ୍ତେ ତାକୁ ସବୁ କଥା କହିବାକୁ ଠିକ କଲେ |
ସେଥିପାଇଁ ଗୋଟେ ପାର୍ଟି ରଖାଗଲା ତାଙ୍କର ସିନିୟର ମ୍ୟାନେଜର ତାକୁ ବୁଝାଇବାର ଦାୟିତ୍ୱ ନେଲେ | ପାର୍ଟି ଦିନ ସନ୍ଧ୍ୟାରେ ସମସ୍ତେ ଆସିଲେ ହେଲେ ବିକ୍ରମର ଦେଖା ନଥିଲା | ତାକୁ ଆଣିବାକୁ ଦୀନେଶ ଓ ଆଉ ଜଣେ ତା ଘରକୁ ଗଲେ ଓ ତାକୁ ଆଣି ଆସିଲେ | ପାର୍ଟି ମଝିରେ ସିନିୟର ମ୍ୟାନେଜର ତାକୁ ସବୁ କହିଲେ ହେଲେ ତାର ବିଶ୍ୱାସ ହେଲାନି | ତାକୁ ବୁଝାଇବାକୁ ଯାଇ ସାର କହିଲେ ରିମଝିମ କେହି ନାହିଁ ,ସବୁ ତୁମ ସାଥିରେ ମଜାକ କରୁଥିଲେ | ତା ପରେ ସେ ରିମଝିମକୁ ଦେଇଥିବା ଚିଠି ସବୁ ଦେଖେଇଲେ | ତା ପରେ ବିକ୍ରମର ଟିକେ ବିଶ୍ୱାସ ହେଲା ଓ ସେ ମନ ଖୋଲି ହସିଲା ଓ ପାର୍ଟିରେ ନାଚିଲା ସମସ୍ତଙ୍କ ସାଥିରେ |