Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରାକ୍ଷୀ

ରାକ୍ଷୀ

3 mins
250



ଆଗରୁ ପାଞ୍ଜି ଦେଖି ଠିକ ତିଥିବାର ମନେ ରଖିଲା ରଞ୍ଜିତା । ଏଥର ବୁଧବାର ପଡୁଛି ଶ୍ରାବଣ ପୂର୍ଣ୍ଣିମା । ଆଗରୁ ତାକୁ ବଜାର ଯାଇ ପସନ୍ଦ କରି କିଛି ରାକ୍ଷୀ କିଣିବାକୁ ହେବ । 

ରଞ୍ଜିତା ଠିକ ପୂର୍ଣ୍ଣମୀ ପୂର୍ବ ଦିନ ବଜାର ଯିବାକୁ ବାହାରିବା ବେଳେ ତାର ସାନ ଭାଇ ଅଜୟ ଅଡି ବସିଲା-ନାନୀ ମୁଁ ବି ତୋ ସହିତ ଯିବି ।

 ଅଜୁକୁ ସାଙ୍ଗରେ ଧରି ରଞ୍ଜନା ଦୋକାନରୁ ବାଛି ମନ ପସନ୍ଦର ପାଞ୍ଚ ଛଅଟି ରାକ୍ଷୀ କିଣିଲା । ସାନଭାଇ ଅଜୁକୁ ମଧ୍ଯ ଗୋଟିଏ ଚକୋଲେଟ କିଣି ଖାଇବାକୁ ଦେଲା । ଅଜୁ ମନଟି କିନ୍ତୁ ଉଷୁନା ହାଣ୍ଡି ପରି ଓଳେଇ ଥାଏ, ଟିକିଏ ବି ସରାଗ ଥିଲା ପରି ଲାଗୁ ନଥାଏ । ରଞ୍ଜିତା ପଚାରିଲା- କଣ ହେଲା କି ମୋ ସୁନା ଭାଇର,ମୁହଁରୁ କଣ ହସ ଟିକେ ବି ବାହାରୁନି । ମୋ ଭାଇ କିଛି ଲୁଚାଇବନି ,ମୋ ଆଗରେ ସବୁ ସତକଥା ଏଇନେ କହିଦେବ । ମୁଁ ତା ହାତରେ କାଲି ରାକ୍ଷୀ ବାନ୍ଧିଦେବି , ତାକୁ ଆଉ ଚକୋଲେଟ ବି ଦେବି ।

ଅଜୟ କହିଲା-ତୁ ସତ କଥା କହୁନୁ । ମୁଁ ତ ତୋ ଭାଇ କହୁଛୁ , ମୋ ପାଇଁ ଗୋଟିଏ ନ କିଣି ଏତେ ଗୁଡିକ ରାକ୍ଷୀ କାହିଁକି କିଣିଲୁ ?ମୋତେ ତୁ କମ ଭଲ ପାଉଛୁ ବୋଲି ମୋ ମନ ଦୁଃଖ ହେଉଛି ।

ରଞ୍ଜିତାର ଆଖି ଛଳଛଳ ହୋଇ ଆସିଲା । ସେ ତା ଦଶ ବର୍ଷ ବୟସର ସାନ ଭାଇ ଟିକୁ ସ୍ନେହରେ ଜାବୁଡି ଧରି ତାକୁ ବୁଝାଇ କହିଲା-ଅଜୁ ସୁନା ଭାଇ ମୋ କଥା ନିଶ୍ଚିତ ସବୁ ଶୁଣିବ । ଆମ ଧର୍ମ ସୁସଂସ୍କାର ସର୍ବଦା ଆମକୁ ଅନେକ ଭଲ କଥା, ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶିକ୍ଷା ଦିଏ । ପରସ୍ପର ମଧ୍ଯରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଦ୍ଭାବନା ରଖି ସମାଜରେ ସହାବସ୍ଥାନ କଲେ ସୁଖଶାନ୍ତି ମିଳିଥାଏ । ଭାବର ବନ୍ଧନକୁ ସୁଦୃଢ କରିବା ହେଉଛି ଏହି ରକ୍ଷାବନ୍ଧନ ଉତ୍ସବର ମୂଳ ଲକ୍ଷ୍ଯ । ଭାଇ ସମ୍ବନ୍ଧ ଆଦୌ ସଙ୍କୀର୍ଣ ସ୍ବାର୍ଥ ହାସଲ କରିବା ପାଇଁ ଉଦ୍ଦିଷ୍ଟ ନୁହଁ । ଏହାର ମହତ୍ତ୍ବ ଏବଂ ବ୍ଯାପକ ଉପଯୋଗୀତାକୁ ଭଲଭାବେ ହୃଦୟଙ୍ଗମ କରି ଆମ ପୂର୍ବଜମାନେ ଏହାକୁ ସାର୍ବଜନୀନ ଭାବେ ପାଳନ କରିବା ବିଧିକୁ ଜୀବନରେ ଅଙ୍ଗୀଭୂତ କରି ନିଜ ବୁଦ୍ଧିମତାର ପରିଚୟ ପ୍ରଦାନ କରିଛନ୍ତି । କେବଳ ଏହି ଭାଇ ଚାରା ଓ ସଦ୍ଭାବନା ଯୋଗୁ ହିଁ ଆଜି ପୃଥିବୀ ପୃଷ୍ଠରେ ମଣିଷ ତିଷ୍ଠି ରହି ପାରିଛି ।

ରକ୍ଷାବନ୍ଧନ ହେଉଛି ପ୍ରକୃତରେ ଆମ ସୁରକ୍ଷା କବଚ ପରି । 

ଅଜୁ ଆଖିରେ ଟିକିଏ ବି ପଲକ ପକାଉ ନଥାଏ । ବଡ ଭଉଣୀ ଠାରୁ ରାକ୍ଷୀ ବିଷୟରେ ଏତେ କଥା ଶୁଣି ସେ ବହୁତ ଖୁସି ହେଲା । କହିଲା ହଁ ନାନୀ - ଆମ ଗାଁ ଜେନା ସାହିର ରାମ ଭାଇ ଭାରି ଭଲ । ମୁଁ ସ୍କୁଲ ଗଲାବେଳେ ପଛପଟୁ ଗାଡି ଧକ୍କା ଦେବାରୁ ଛିଟିକି ସଡକକଡ ଖାଲରେ ପଡିଲି । ମୁଣ୍ଡ ଫାଟି ଯାଇଥିଲା ,ଗୋଡଟି ଭାଙ୍ଗି ଯାଇ ଥିଲା । ସେଦିନ ଆମ ପଡିଶା ଘର ହରି ଭାଇ, ଶ୍ଯାମ ଭାଇ ଓ ରାମ ଭାଇ ସବୁ ସଙ୍ଗେ ସଙ୍ଗେ ମୋତେ ସହରର ବଡ ଡାକ୍ତରଖାନାକୁ ନେଇ ନଥିଲେ ମୁଁ ଜୀବନ ଫେରି ପାଇ ନଥାନ୍ତି ।

ରଞ୍ଜିତା ଅଜୁର ଭାବ ବିହ୍ବଳତା ଦେଖି ନିଜକୁ ଆଉ ସମ୍ଭାଳି ପାରୁ ନଥାଏ ।ତା ଆଖିକୁ ରୁମାଲରେ ପୋଛି କହିଲା- ବୁଝିଲୁ ଅଜୁ- ଆମେ ସଂସାରରେ କେବେ ଏକାକୀ ଚଳି ପାରିବା ନାହିଁ । ସୁଖ ଶାନ୍ତିରେ ରହିବାକୁ ହେଲେ ପରସ୍ପର ଭିତରେ ସହଯୋଗ ଓ ସୁବିଶ୍ବାସ ରକ୍ଷା କରିବାକୁ ହେବ । ଏଇ ଜହ୍ନମାମୁଁ କଥା ଥରେ ଭାବି ଦେଖ ତ, ସେ କେତେ ଗ୍ରହାଣୁ ଓ ଶୂନ୍ଯରୁ ଖସୁଥିବା ପିଣ୍ଡର ଆଘାତରୁ ତାଙ୍କ ଭଗ୍ନି ଆମ ମାଆ ପୃଥିବୀକୁ ବଞ୍ଚାଇ ରଖିବାକୁ ନିଜ ବକ୍ଷ ପାତି ଦେଉଛନ୍ତି , ସବୁ ଆଘାତକୁ ସହି ନିଜେ ଠାଆକୁ ଠାଆ ବଡ ବଡ ଗର୍ତ୍ତରେ ଭର୍ତ୍ତି ହୋଇ ଗଲେଣି ।

ହଁ ନାନୀ ଚନ୍ଦ୍ରଯାନର ରୋଭର ବିକ୍ରମ ପଠାଇ ଥିବା ଫଟୋରୁ ଆମେ ସବୁ ଚନ୍ଦ୍ର ପୃଷ୍ଠର ଦୃଶ୍ଯ ଦେଖିଥିଲେ ନା । ମୁଁ ଆଉ ମୋଟେ ମନ ଦୁଃଖ କରିବିନି ।ତୋର ଉପରେ ମୋର ଅଗାଧ ବିଶ୍ୱାସ ଅଛି । ମୋ ଭଉଣୀ କେବେ ବି ଭୁଲ କାମ କରିବନି । ରଞ୍ଜିତା ଅଜୁ ଗାଲରେ ସ୍ନେହରେ ଚୁମ୍ବନ ଟିଏ ଦେଇ କହିଲା ମୋ ସୁନା ଭାଇର ହାତରେ ଆଗେ ରାକ୍ଷୀଟି ବାନ୍ଧି ଦେଇ ସାରିଲେ ସବୁ କଥା ଆପେ ଆପେ ସହଜ ହୋଇଯିବ ।


ଠିକ ପୂର୍ଣ୍ଣମୀ ଦିନ ସକାଳୁ ସକାଳୁ ଉଠି ଅଜୁ ତା ଭଉଣୀ ହାତରୁ ସ୍ନେହୋପହାର ରାକ୍ଷୀ ବାନ୍ଧିବା ପାଇଁ ଏକ ଲୟରେ ଖୁଣ୍ଟ ଟି ପରି ଦୁଆର ମାଡି ବସି ରହିଥିଲା, ମୁଁ ସେହି ବାଟେ ଯିବା ବେଳେ ତାକୁ ଯେତେ ଡାକିଲେ ବି ଉଁ କି ଚୁଁ କଲା ନାହିଁ, ଏପରିକି ଟିକିଏ ବି ହଲିଲା ନାହିଁ ।

    


Rate this content
Log in

Similar oriya story from Inspirational