Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

କାଳିଦେଈ

କାଳିଦେଈ

3 mins
130



ସେଦିନ ରବିବାର ସମୟ ଅପରାହ୍ନ ଚାରିଟା ବାଜିବାକୁ ଯାଉଥାଏ । ମୁଁ ଛକ ଆଡେ ଟିକିଏ ବୁଲାବୁଲି କରିବାକୁ ବାହାରୁଥାଏ । ଦୁଆର ମୁହଁରୁ ଡାକ ଶୁଭିଲା- କଣ ପୋଇଡଙ୍କ ଘରେ ଅଛୁ ? ଆଇଲୁ ମୁଁ ଟିକେ ତତେ ଦେଖିବି । ଆଉ ସାରୁ ପତରରେ ତୋ ଜୀବନକୁ ବାନ୍ଧିକି ରଖିଛୁ ନା ନାହିଁ ।

   ହଠାତ୍ କାଳୀଦେଇର ଡାକ ଶୁଣି ଓ ଚେହେରାକୁ ଦେଖି ମୋ ଖୁସିର ସୀମା ରହିଲା ନାହିଁ । ଦୀର୍ଘ ଚାଳିଶ ବର୍ଷ ପରେ ମୁଁ ତାକୁ ଦେଖୁଛି । ମୋ ଠାରୁ ବୟସରେ ତିନି ଚାରି ବର୍ଷ ବଡ଼, ପଡିଶା ଘରର ସେ ଦାଦା ଝିଅ ଭଉଣୀ । ସେ ହିଁ କେବଳ ପିଲାଟି ଦିନରୁ ମୋତେ ସ୍ନେହରେ ପୋଇଡଙ୍କ ବୋଲି ଡାକେ । ମୁଁ ଯେତେ ଖାଇଲେ ବି ମୋର ପତଳା ଦେହ ମୋଟାଶୋଟା ହେଉ ନଥିବା ଦେଖି ବୋଧେ ଏପରି ନାମରେ ଡାକିବାକୁ ସେ ଭାବିଥାଇପାରେ ।

  କାଳିଦେଈ କେଜାଣି କାହିଁକି ମୋତେ ଭାରି ଆପଣାର ଲାଗେ । ସେ କାହାକୁ ବି ଡ଼ରେ ନା । ସମସ୍ତଙ୍କୁ ମୁହେଁ ମୁହେଁ ଠିକ କଥା ଶୁଣାଇ ଦିଏ ,ସେଣିକି ତାକୁ ଯିଏ ଭଲ କହୁ କି ଖରାପ ସେଥି ପ୍ରତି ସେ ଆଦୈ। ଖାତିର କରେ ନାହିଁ । ମୋ ଉପରେ ସିଏ ସବୁବେଳେ ନଜର ରଖିଥାଏ । କେଉଁଠି ଦୁଷ୍ଟ ପିଲାଙ୍କ ସହିତ ସାଙ୍ଗ ହେବା ଦେଖିଲେ କି କା ସହିତ ମିଶି ଚଗଲାମି କରୁଥିଲେ ସେ ସିଧା ମୋ ବୋଉ ପାଖରେ ଯାଇ କହିଦିଏ । ମୋ ବୋଉ ପରେ ମୁଁ ପିଲାଦିନେ କାଳିଦେଈକୁ ହିଁ ବେଶୀ ଡରୁଥିଲି । ମୁଁ ପିଲାଦିନେ ଟିକେ ଅଧିକ ଡରକୁଳା ଥିଲି ।ଭୂତ ପ୍ରେତ,ସାପ ବିଛାକୁ ଦେଖିଦେଲେ ମୋତେ ଛାନିଆ ଲାଗେ ।ଏକୁଟିଆ ବସି ପଢିବାକୁ ଡରଲାଗେ ।ଏଣୁ ପ୍ରାୟତଃ ରାତିରେ ମୁଁ ତାଙ୍କର ଜେଜେ ବାପା ପିତିଆ ସାଆନ୍ତଙ୍କ ଟୁଙ୍ଗୀ ଘରେ ବସି ପଢାପଢି କରେ ଓ ତାଙ୍କ ଠାରୁ ଭଲ ଭଲ ଗପ ଶୁଣିବା ପାଇଁ ତାଙ୍କରି ପାଖରେ ବି ଶୋଇଯାଏ । କାଳିଦେଈ ଖାଇ ସାରିବା ପରେ ଜେଜେଙ୍କୁ ଘସାମୋଡା କରିବାକୁ ଆସେ । ମୁଁ ଡରେ ଜେଜେଙ୍କ ପାଖରେ ଜାକି ହୋଇ ଶୋଇଥିବା ଯୋଗୁ କାଳିଦେଇ ମୋ ଗୋଡଟିକୁ ବି ମୋଡି ପକାଏ । ଏମିତି ଥରେ ଅଧେ ଭୁଲରେ ମଜା ଉଠାଇଲା ପରେ ମୁଁ ମୋଡା ଖାଇବା ଲୋଭରେ ବି ଗୋଡଟିକୁ ତା ଆଡକୁ ବଢାଇ ଦେଇଥାଏ । 

କାଳିଦେଈର ହସହସ କଥା ଆତ୍ମିୟପଣ ମୋତେ ପିଲାଟି ଦିନେ ଏତେ ବାନ୍ଧି ରଖିଥିଲା ଯେ ସେ କେବେ କେଉଁ ବନ୍ଧୁଘର ଗଲେ ମୋତେ ଆଦୈ। ଭଲ ଲାଗେ ନାହିଁ । ତାକୁ ଭାରି ଖୋଜା ଖୋଜା ଲାଗେ । 

କାଳିଦେଈର ଭଲ ନାଆଁ ଆଶାଲତା ।ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠଶାଠ ବି ଅଧିକ ପଢିପାରି ନଥିଲା । ଗରିବ ବାପ ଛେଉଣ୍ଡ ହୋଇଥିବାରୁ ପାଖ ଗାଁର ଏକ ସାଧାରଣ ଚାଷ ବାସ କରୁଥିବା ପିଲା ସହିତ ତାର ବିବାହ ହୋଇଥିଲା । ମୋର ମନେଅଛି କାଳିଦେଈ ଖୁଡୀ ଏବଂ ତାର ଭାଈଙ୍କୁ ତା ପାଇଁ ଧାରକରଜ କରି  କୈ।ଣସି ମୂଲ୍ୟବାନ ଅଳଙ୍କାର ଦେବାକୁ ମନାକରିଦେଇଥିଲା । ସେ ବର° ଗରିବ ଟିକୁ ବାହା ଦିଅନ୍ତୁ ତାର ଆପତ୍ତି ନାହିଁ, କିନ୍ତୁ ତା ପାଇଁ କାହାକୁ କଷ୍ଟସହିବାକୁ ହେଲେ ସେ ଅବିବାହିତ ରହିବ ପଛେ ଆଦୈ। ବେଦୀରେ ବସିବ ନାହିଁ ବୋଲି କହିଥିଲା ।

କାଳୀଦେଈ ଜାଣିଥିଲା ତାର ପ୍ରକୃତ ଅଳଙ୍କାର ହେଉଛି ତାର ସତ୍ ସାହସ,ସେବା ପରାୟଣତା ଓ ନିଜ ଭିତରେ ଥିବା କଷ୍ଟ ସହିଷ୍ଣୁତା ଓ ପାରିବା ପଣିଆ । ମୁଁ ଆଖି ଆଗରେ କାଳୀଦେଈକୁ ଦେଖି ବୁଝି ପାରୁଥିଲି ସେ ଜୀବନର କଠୋର ପରୀକ୍ଷାରେ ଶୁଦ୍ଧ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହୋଇ ପାରିଛି । କାଳୀଦେଈ ସହିତ କଥାବାର୍ତ୍ତାରୁ ଜାଣିଲି ତାଙ୍କ ଗାଁ ଭିତରେ ଏବେ ତାର ସ୍ୱାମୀ ଜଣେ ଉନ୍ନତ ଚାଷୀ ।ଦୁଇ ଦୁଇଟି ନିଜର ଟ୍ରାକ୍ଟର । ପିଲାମାନେ ବି ନିଜ ନିଜ ବ୍ୟବସାୟରେ ଭଲ ପ୍ରତିଷ୍ଠିତ । ସହରରେ ଜାଗା କିଣି ଭଲ କୋଠାଘରଟିଏ କରିଛନ୍ତି । ଠିକ କିଆନାଳି ପୋଲ ପରେ ପରେ ରାମ ମନ୍ଦିରକୁ ଲାଗି ପ୍ଲଟ ନମ୍ବର ୧୨୨୧ ,ଆଶାଲତା ଭବନ ,ବାଟ ପାଇବାକୁ ମୋଟେ କଷ୍ଟ ଲାଗିବନି କହି କାଳୀଦେଈ ମୋତେ ଘରକୁ ଯିବାକୁ ବାର ବାର କହିକି ଗଲା ।

 ଅବସ୍ଥା ଚକ୍ରର ପରିବର୍ତ୍ତନ ପଛରେ କାଳୀଦେଈର ରହିଥିବା ତ୍ୟାଗ ଓ ଅକ୍ଳାନ୍ତ ପରିଶ୍ରମ କଥାକୁ ଉପଲବ୍ଧି କରି ମୁଁ ହତବାକ ହୋଇଥିଲି । କାଳୀଦେଈର ସ୍ୱାମୀ ଓ ମାଆ ପ୍ରତି ତାର ସନ୍ତାନମାନଙ୍କ ରହିଥିବା ବିରଳ ସମ୍ମାନବୋଧ କଥା ଶୁଣି ମୁଁ ଭାବପ୍ରବଣ ହୋଇ ଉଠୁଥିଲି ଓ ମୋର ଆଖି ଆନନ୍ଦାଶ୍ରୁରେ ଛଳଛଳ ହୋଇଯାଇଥିଲା ।

 ସୁତୀର୍ଥ ଆଶାଲତା ଭବନକୁ ନିଶ୍ଚିତ ମୁଁ ଯିବି ବୋଲି କାଳୀଦେଈକୁ ପ୍ରତିଶ୍ରୁତି ଦେଇଛି ।

    


Rate this content
Log in

Similar oriya story from Inspirational