Bharatabandhu Biswal

Others Children

3  

Bharatabandhu Biswal

Others Children

ଯାହା ନାହିଁ ଭାରତେ

ଯାହା ନାହିଁ ଭାରତେ

2 mins
7



ଆମର ଜନ୍ମଭୂମି ଭାରତ ହେଉଛି ତ୍ଯାଗ , ତପସ୍ଯା ଏବଂ ଜ୍ଞାନାଲୋକରେ ଉଦ୍ଭାସିତ ସେହି ଦେବଭୂମି ଯେଉଁଠାରୁ ପ୍ରାଗୈତିହାସିକ କାଳରୁ ମାନବ ସଭ୍ୟତାର ଅନେକ ତଥ୍ଯ ମିଳିପାରିଛି । ଏହି ପୁଣ୍ଯ ଭୂମିରେ ଜନ୍ମିତ ବହୁ ମୁନି ଋଷିଙ୍କ ପ୍ରଣିତ ଗଣିତ,ସାହିତ୍ଯ, ଦର୍ଶନ,ଚିକିତ୍ସା ଏବଂ ଧର୍ମ ବେଦଶାସ୍ତ୍ର ଆଦିର ମୂଲ୍ଯବାନ ଅବଦାନ ଯୋଗୁ ସଭ୍ୟତାର ବିକାଶ ହୋଇପାରିଲା । ଗଣନ ସଂଖ୍ଯା ଓ ଶୂନ୍ଯର ବ୍ଯବହାର ଭାରତ ପୃଥିବୀକୁ ଶିଖାଇ ନଥିଲେ ଆଜି ବଡ ବଜ ବୈଜ୍ଞାନିକ ଉଦ୍ଭାବନ ସମ୍ଭବପର ହୋଇ ନଥାନ୍ତା ।ଏଣୁ ଯଥାର୍ଥରେ ଭାରତକୁ ମାନବ ଜାତିର କ୍ରିଡାଭୂମି,ଭାଷାର ଜନ୍ମଭୂମି,ଇତିହାସର ଜନନୀ,କିମ୍ବଦନ୍ତୀର ଜେଜେ ମା ଏବଂ ସଂସ୍କୃତିର ଗୋସେଇଁ ମା କୁହାଯାଇଥାଏ ।

ପୁରାଣ କାଳରୁ ଆର୍ଯ୍ୟାବର୍ତ୍ତ, ଜମ୍ବୁଦ୍ୱୀପ ଏବଂ ଅଜନାଭ ଦେଶ ଭାବେ ସୁପରିଚିତ ଏହି ଉପମହାଦେଶୀୟ ଭୂଖଣ୍ଡ ହିନ୍ଦୁ ,ବୌଦ୍ଧ, ଜୈନ ଓ ଶିଖ ଧର୍ମ ଭଳି ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହୋଇ ଥିବା ବେଳେ ଜୁଦା,ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥା ଇସଲାମ ଆଦି ବହୁ ଭାଷା ଧର୍ମ ଓ ମତାବଲମ୍ବୀ ମାନଙ୍କ ସମନ୍ବୟରେ ଅଧିକ ମାନବୀୟ ମୂଲ୍ୟବୋଧର ପରିପୁଷ୍ଟ ।ଜନସଂଖ୍ୟା ଦୃଷ୍ଟିରୁ ବିଶ୍ବରେ ବୃହତ୍ତମ ଗଣତନ୍ତ୍ର ରୂପେ ପରିଚିତ ଆମ ଭାରତ ଏକ ଅଗ୍ରଣୀ ବାଣିଜ୍ଯ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଦ୍ରୁତ ବିକାଶୋନ୍ମୁଖୀ ରାଷ୍ଟ୍ର ଭାବେ ନିରନ୍ତର ଅଗ୍ରଗତି କରି ଚାଲୁଛି । ରାଜନୈତିକ ଦୃଷ୍ଟିରୁ 29ଟି ପ୍ରଦେଶ ଓ 7ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଗଠିତ ଆମ ଦେଶ ଭାରତ ଏକ ସାର୍ବଭୌମ, ସଂସଦୀୟ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ସର୍ବଦା ସତ୍ଯ, ଶାନ୍ତି ,ଅହିଂସା ଓ ବସୁଦେବ କୁଟୁମ୍ବକମ ପରି ସହାବସ୍ଥାନ ନୀତି ଆଦର୍ଶ ଉପରେ ବିଶ୍ୱାସ ରଖି ସମଗ୍ର ବିଶ୍ବରେ ତାର ସ୍ବତନ୍ତ୍ର ମହତ୍ତ୍ବ ପ୍ରତିପାଦିତ କରି ଆସୁଛି । ପ୍ରଗାଢ ଅଧ୍ଯବସାୟ, ଆଦର୍ଶ ବିଚାରବୋଧ ଏବଂ ଉତ୍ତମ କର୍ତ୍ତବ୍ଯ ନିଷ୍ଠା ବଜାୟ ରଖି ଆମ ଭାରତବାସୀ ନୃତ୍ଯ, ସଙ୍ଗୀତ, କ୍ରୀଡା ଜୀବନର ପ୍ରତିଟି କ୍ଷେତ୍ରରେ କୃତିତ୍ବ ଅର୍ଜନ କରି ଚାଲିଛନ୍ତି ।

  ଗର୍ବରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ପରିଚୟ ଦେଇ ପାରୁଛୁ ଏବଂ ମୁକ୍ତ କଣ୍ଠରେ କହି ପାରୁଛୁ-

ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ ।


 


Rate this content
Log in