ଅ-ବିଦ୍ଯା
ଅ-ବିଦ୍ଯା
ନିରୂପାୟ ଡ: ବିଶ୍ୱରଞ୍ଜନ । ଏବେ ତାଙ୍କୁ ଭାରି ଅସହାୟ ବୋଧ ହେଉଛି । ରାଜ୍ୟର ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣ ପଦକ ସହିତ ସର୍ବୋଚ୍ଚ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ସେ ଉପଯୁକ୍ତ ସରକାରୀ ପଦ ପାଇବାକୁ କାହିଁକି ବିଫଳ ହେଲେ ତାର କାରଣ ସେ ଖୋଜି ପାଇ ପାରୁ ନାହାନ୍ତି । ମନୋନୟନ ପରୀକ୍ଷାରେ ଦୁର୍ବଳ ପ୍ରତିଭା ସମ୍ପନ୍ନ ପ୍ରାର୍ଥୀ ମାନେ କେଉଁ ଚମତ୍କାର ଜ୍ଞାନ କୈlଶଳ ପ୍ରୟୋଗ କରି ପଦ ଗୁଡିକୁ ଅଳଙ୍କୃତ କରି ବସୁଛନ୍ତି ତାହା ତାଙ୍କ ଆଗରେ ଏକ ମହା ବିସ୍ମୟକର ପ୍ରଶ୍ନବାଚୀ ।
ତାଙ୍କୁ ଯେଉଁ ଅସ୍ଥାୟୀ ପଦଟି ମିଳିଥିଲା,ମାସ ମାସ ଧରି କାମ କଲେ ବି ଦରମା ଗଣ୍ଡିକ ଠିକ ସମୟରେ ମିଳିଲା ନାହିଁ ।ସ୍ୱଳ୍ପ ବେତନରେ ଆଠ ନଅ ବର୍ଷ ନିଷ୍ଠାପର ଭାବେ କାମ କରି ସେ ବେଶ ସୁନାମ ମଧ୍ୟ ଅର୍ଜନ କରିଥିଲେ । କିନ୍ତୁ ଚାକିରୀ ନୀୟମିତ ସମୟ ବେଳକୁ ତାଙ୍କୁ ଏକ ମୋଟା ଅଙ୍କର ଟଙ୍କା ଉତ୍କୋଚ ଆକାରରେ ଦିଆଯିବାକୁ ପରୋକ୍ଷ ଭାବରେ କୁହାଗଲା । ସେ ସଚ୍ଚୋଟତାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିବାରୁ ଏବଂ ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନଥିବା କାରଣରୁ ଅନୈତିକ ଭାବରେ ଲାଞ୍ଚ ଦେବାକୁ ତାଙ୍କ ବିବେକ ବାଧା ଦେଲା ।ଫଳରେ ଅସ୍ଥାୟୀ ଚାକିରୀ ଖଣ୍ଡିକ ବି ତାଙ୍କୁ ହରାଇବାକୁ ପଡିଲା । ଯାହା ହେଉ ଘରୋଇ କୋଚିଂ ସେଣ୍ଟରଟିଏ ଖୋଲି କଷ୍ଟେମଷ୍ଟେ ନିଜ ଗୁଜୁରାଣ ଚଳାଇ ଆସୁଛନ୍ତି ।
ଡ: ବିଶ୍ୱରଞ୍ଜନଙ୍କ ସ୍ତ୍ରୀ ଇନ୍ଦୁମତୀ ଦେବୀ ଉଚ୍ଚ ଶିକ୍ଷିତା ଓ ଖୁବ୍ ଅତ୍ୟାଧୁନିକ ମଧ୍ୟ ।ତାଙ୍କ ପରିବାରର ବଡ଼ ଝିଅ । ଆଠ ବର୍ଷ ହେଲା ବିବାହ ହୋଇଥିଲେ ବି ତାଙ୍କ ମାଆଙ୍କୁ ସେ ଆଦୈ। ଭୁଲି ପାରୁ ନାହାନ୍ତି, ପ୍ରତି ପଦକ୍ଷେପରେ ତାଙ୍କ ମାଆଙ୍କର ସୁପରାମର୍ଶ ବିନା ସେ କିଛି ବି କରିପାରିବେ ନାହିଁ । ତାଙ୍କୁ ଦିନକୁ ଦଶଥର ଫୋନ ନକଲେ ମାଆ ଖୁବ୍ ବିଚଳିତ ହୋଇ ଉଠନ୍ତି । ମାଆଙ୍କ ପ୍ରତି ଏତେ ଅଗାଧ ଭକ୍ତି ଏବଂ ବିଶ୍ୱାସ ରହିବା ନିଶ୍ଚୟ ଭଲ କଥା । କିନ୍ତୁ ବିଲକ୍ଷଣର କଥା ହେଉଛି ନିଜ ପିତୃପ୍ରତିମ ଶାଶୁ ଶ୍ୱଶୁରଙ୍କ ପ୍ରତି ବେଖାତିର ଓ ଅତ୍ୟନ୍ତ ଉଦାସୀନ ମନୋଭାବ ପ୍ରତିପୋଷଣ କରିବା । ନିଜ ମାଆଙ୍କ ନିରବଚ୍ଛିନ୍ନ ହସ୍ତକ୍ଷେପ ଏବଂ ମନ୍ତ୍ରଣାର କୁପରିଣାମ ଯୋଗୁ ଡ:ବିଶ୍ୱରଞ୍ଜନଙ୍କ ପାରିବାରିକ ବିଶୃଙ୍ଖଳା ବହୁଥର ଚରମ ସୀମାକୁ ଟପି ସାରିଲାଣି । ଅସହାୟ ମାତାପିତା ଅତିଷ୍ଠ ଓ ଉଚ୍ଛନ୍ନ ଅନୁଭବ କରି ଏବେ ଅନ୍ୟତ୍ର ରହୁଛନ୍ତି ବୋଲି ଅବସ୍ଥା ଟିକେ ସୁଧୁରି ପାରିଛି ।
ସ୍ତ୍ରୀ ଇନ୍ଦୁମତୀଙ୍କ ମିଠା ମିଠା କଥା ଉଛୁଳା ପ୍ରେମ, ଅନନ୍ୟ ଆଧୁନିକ ପରିପାଟୀ ଓ ଗୃହସଜ୍ଜା ଆଦି ଦେଖି ଡ: ବିଶ୍ୱରଞ୍ଜନ ଏତେ ବିମୋହିତ ଯେ ଦୁନିଆର ସବୁକିଛି ସେ ଭୁଲିଗଲେଣି । ନିଜ ମାତାପିତାଙ୍କ ପସନ୍ଦ ଅପସନ୍ଦ , ଭଲମନ୍ଦର ସ°ସ୍କାର ପ୍ରତି ତାଙ୍କର ଆଉ ସେତେ ବେଶୀ ସମ୍ବେଦନା ନାହିଁ । ନିଜ ମାତାପିତାଙ୍କୁ ସ୍ତ୍ରୀ ଇନ୍ଦୁମତୀ କୈ।ଣସି ସେବା ସମ୍ମାନ ପ୍ରଦର୍ଶନ ନ କଲେ ବି ସେ ଖରାପ ଭାବୁନାହାନ୍ତି । ବର° ତାଙ୍କର ଉଗ୍ର ଉତ୍ସୃଙ୍ଖଳତାକୁ ଅତ୍ୟାଧୁନିକ ଆବଶ୍ୟକତା ବୋଲି ଭାବୁଛନ୍ତି । ବିଚରା ବୃଦ୍ଧ ମାତାପିତା ନିଜକୁ ଅସମ୍ମାନିତ, ଅସୁରକ୍ଷ ଏବଂ କୋଣଠେସା ଅନୁଭବ କରିବାରୁ ଅନ୍ୟତ୍ର ଗାଁରେ ରହିବା ଯୋଗୁଁ ଇନ୍ଦୁମତୀ ଏବେ ଅଧିକ ସ୍ୱଚ୍ଛନ୍ଦ ଅନୁଭବ କରୁଛନ୍ତି ।ରନ୍ଧାବଢା,ଝାଡୁପୋଛା ଓ ଘରକାମ ତୁଲାଇବାକୁ ଦୁଇତିନି ଜଣ କାମବାଲି ରଖି ନିଜ ଇଚ୍ଛା ଅନୁସାରେ ଚଳୁଛନ୍ତି ।ମନ ହେଲେ ତାଙ୍କ ମାଆବାପା ଭାଇ ଭଉଣୀ ଦୂର ସମ୍ପର୍କୀୟ ମାନଙ୍କୁ ପାଖକୁ ଡକାଇ ତାଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀ ଆଦି ଉତ୍ସବକୁ ବେଶ ଜାକଜମକରେ ପାଳନ କରି ଖୁସି ହେଉଛନ୍ତି । ନିଜ ସାଙ୍ଗ ସାଥି ପାଖ ପଡୋଶୀଙ୍କ ପାଖରେ ନିଜ ପାରିବାପଣିଆର ଉଜ୍ଜ୍ୱଳ ନଜୀରସବୁ ଉପସ୍ଥାପିତ କରିବାକୁ ପଛାଉ ନାହାନ୍ତି ।
କଥା ରେ ଅଛି ଛୋଟେ ମିଆଁ ତ ଛୋଟେ ମିଆଁ ,ବଡେ ମିଆଁ ଶୁଭନ ଆଲ୍ଲା । ଇନ୍ଦୁମତୀଙ୍କ ମାଆ ଦୁ:ଶୀଳା ଦେବୀ ଖୁବ୍ ମିଷ୍ଟଭାଷୀ । ସୁନ୍ଦର ଦାମୀ ଶାଢୀ ଗହଣା ପିନ୍ଧି ସେ ଅହରହ ସ୍ମାର୍ଟ ଫୋନରେ ବ୍ୟସ୍ତ ରହିଥାନ୍ତି । ତାଙ୍କ ଝିଅ ଘରେ ତାଙ୍କୁ ବେଶୀ ସୁଖ ସ୍ୱ।ଚ୍ଛନ୍ଦ ମିଳିଥାଏ ।ତାଙ୍କ ଆଖି ଖୋଲିବା ଆଗରୁ ବେଡ଼ ଟି ,ନ କହିବା ଆଗରୁ ମନ ପସନ୍ଦ ଖାଦ୍ୟ ଫଳମୂଳ ଝିଅ ଖଞ୍ଜି ରଖିଥାନ୍ତି, କାମବାଲି ମାନେ ଆଜ୍ଞା କୁ ମୋଟେ ଅବଜ୍ଞା କରନ୍ତି ନାହିଁ । ପ୍ରତିଦିନ ଘସାମୋଡା ବି କରି ଦିଅନ୍ତି । ସେ ନିଜକୁ ଖୁବ୍ ସ°ସ୍କାର ସମ୍ପନ୍ନା ,ନାରୀ ଜାଗରଣ ଓ ନାରୀଙ୍କ ବିଶେଷାଧିକାର ସୁରକ୍ଷା ପାଇଁ ଲଢେଇ କରୁଥିବା ସମାଜର ଜଣେ ପ୍ରତିଷ୍ଠା ଅର୍ଜନ କରିଥିବା ମହିଳା ଭାବରେ ନିଜର ପରିଚୟ ପ୍ରଦାନ କରନ୍ତି । କଥା କଥାକୁ ପୋଲିସ ,ନାଲିକୋଠା ଓ ନାଲିବତୀ ଦେଖାଇ ପକାନ୍ତି ।
ନିଜ ମାତାପିତାଙ୍କ ଅଯୋଗ୍ୟତା, ଅପାରଗତା ଓ ରୁଢିବାଦୀ ଚିନ୍ତାଧାରା ବିଷୟ ଚିନ୍ତାକରି ଡ:ବିଶ୍ୱରଞ୍ଜନ ଏବେ ଖୁବ୍ ବିବ୍ରତ ହୋଇ ପଡୁଛନ୍ତି ଏବଂ ଅକିଞ୍ଚନ ପଣରୁ ନିସ୍ତାର ପାଇବା ପାଇଁ ଉପାୟ ଖୋଜି ପାଉ ନାହାନ୍ତି ।
ନିର୍ଲଜ ଅପସ°ସ୍କାର ଏମିତି ମିଛ ଅଭିନୟ ଆଉ କେତେ ସୀମା ଲଙ୍ଘିବ ? ମଣିଷ କେବେ ତ୍ୟାଗ ସୁସ°ସ୍କାରର ମୂଲ୍ୟ ବୁଝିବ ? ଆଉ କେତେ ଦୁଃଖ କଷ୍ଟ ଅଙ୍ଗେ ନିଭାଇଲେ ମଣିଷର ଆଖି ଖୋଲିବ ? ଅବିଦ୍ୟା, ଅଶିକ୍ଷା ଅପସ°ସ୍କାରର କୁହେଳିକାରୁ ଆମ ବୈକୁଣ୍ଠ ସମାନ ଘର ପରିବାର,ପୁଣ୍ୟ ଦେବାଳୟ ବିଦ୍ୟା ଓ ଗଣତନ୍ତ୍ରର ମନ୍ଦିର ବୋଲାଉଥିବା କର୍ମ ସ°ସ୍ଥାନ ଗୁଡିକ କେବେ ମୁକ୍ତ ହେବ ତାହା କେବଳ ଈଶ୍ୱରଙ୍କ ମହାନ ଇଚ୍ଛା ଅଟେ ।