STORYMIRROR

Akshayakumar Dash

Classics

2  

Akshayakumar Dash

Classics

ପୁସ୍ତକାଳୟ

ପୁସ୍ତକାଳୟ

1 min
3.4K

• ମୀରାର ନିତିଦିନର ଅଭ୍ୟାସ ବହି ପଢିବା । କେବଳ ପଢିବା ନୁହେଁ, ବହି କିଣି ନିଜେ ନିଜ ଚେଷ୍ଟାରେ ପାଠାଗାର କରି ବହି ସାଇତି ରଖିବା । ମିରା ଜଣେ ହାଇସ୍କୁଲର ଶିକ୍ଷୟିତ୍ରୀ। ଓଡ଼ିଆ ଭାଷା ଶିକ୍ଷକ।ଓଡ଼ିଆ ଇଂରାଜି ସହିତ ଇତିହାସ ଭୂଗୋଳ ପଢାଏ ଶ୍ରେଣୀରେ। ସେ ପଢ଼ାଇଲ। ବେଳେ ଶ୍ରେଣୀରେ ପିଲାମାନେ ନୀରବରେ ଶୁଣନ୍ତି ।କାରଣ ହେଲା ଯାହାପଢାଏ ତାହା ସହିତ ନୂଆନୂଆ କଥା ମାନକହି ପିଲାଙ୍କ ମନ କିଣନ୍ତି। ପୃଥିବୀର ମହାନ ଲେଖକ ବିଜ୍ଞାନିକ ଦାର୍ଶନିକ ଓ କବି ଲେଖକ ମାନଙ୍କର ଅଭିଜ୍ଞତା ନିଜେ ପଢିଥିବ ଜ୍ଞାନକୁ ପିଲାଙ୍କୁ ଉଧାରଣ ଦିଅନ୍ତି। ଏମିତି ବି ପିଲାମାନେ ମିରାକୁ ଭକ୍ତି ଓ ସମ୍ମାନ ଦିଅନ୍ତି ।ଦିନେ ବୁଦ୍ଧଙ୍କ ଉପରେ ପିଲାମାନଙ୍କୁ ଶୁଣାଉଥିଲେ। ଗପଥିଲା ବୁଦ୍ଧ କିପରି ଜ୍ଞାନ ଉପରେ ମତ ଦେଇଛନ୍ତି।ପିଲାମାନଙ୍କୁ ପ୍ରଶ୍ନକରି ବୁଝିଲେ ଜାଣିବାକୁ । ପିଲାମାନେ ,ଆମେ ମନ୍ଦିର ଯାଉଛେ ଭଗବାନଙ୍କ ପୂଜା ପାଇଁ। ପ୍ରକୃତରେ ତାହା ନୁହେଁ। କେବଳ ଗତାନୁଗତିକ ଧାରାରେ ଅମେଚଳି ଆସୁଛେ। ମନ୍ଦିର ଯାଇ ଭଗବନଙ୍କୁ ପୂଜା କରୁଛେ। ତାତ୍ପର୍ଯ୍ୟ ହେଲାକି ଏହାଦ୍ୱାରା ଆମର ଚିନ୍ତା ଚେତନାର କିଛି ପ୍ରଭାବ ପଡୁନହିଁ ବରଂ ଆମେ ଅହଂକାରୀ ଓ ସ୍ୱାର୍ଥପର ହୋଇ ଯାଉଛେ।ଆମ ଈଶ୍ୱର କେବେ ଖରାପ ହେବାକୁ ମଣିଷକୁ କୁହନ୍ତି କି? ଦେଖ ଆମକୁ ନିଜକୁ ଈଶ୍ୱରଙ୍କ ପରି ଗଢିବାକୁ ହେବ। ସେଥିପାଇଁ ସଂଯମ, ଜ୍ଞାନ, ଶିକ୍ଷା,ଦୟା କ୍ଷମା ସେବା ଆଦି ଦିବ୍ୟଗୁଣ କୁ ହାସଲ କଲେ ଈଶ୍ୱର ନିଜେ ହୋଇପାରିବା। ଅଜ୍ଞାନତା ମନୁଷ୍ୟର ଦୁଃଖର କାରଣ। ଆମେ ଯେତିକି ଅଧିକ ଜାଣିବାସେତିକି ଅଜ୍ଞତା ଆମର ଦୂର ହେବ ।ଜଂଗଲି ଲୋକର ଆଖି ଯେମିତି ଭୁଇଁ ଉପରେ ପଡି ଥାଏ ସେମିତି ଜ୍ଞାନୀ ଲୋକର ଚକ୍ଷୁ ପୃଥିବୀର ମନୁଷ୍ୟଙ୍କ ଦୁଖଃ ଦେଖିପାରେ। ତେଣୁ ଜ୍ଞାନ ଆହରଣ କରିବା ଜୀବନର ସର୍ବ ଶ୍ରେଷ୍ଟ ସାଧନା।ଏବେ ତୁମେ ବହିସଂଗ୍ରହ କରି ନିଜ ଘରେ ପୁସ୍ତକ ସାଇତି ରଖ। ପ୍ରତିଦିନ ଏବେଠୁ ପୁସ୍ତକ ପଢିବା ଅଭ୍ୟାସ କର ।ଘଣ୍ଟି ବାଜିଲା।ଶ୍ରେଣୀ ଭିତରୁ ବାହରୀ ଆସିଲେ ଆସିଲେ ମୀରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics