Sunanda Mohanty

Romance Action Thriller

3  

Sunanda Mohanty

Romance Action Thriller

ପୁସ୍ତକ ଓ ବୃକ୍ଷ

ପୁସ୍ତକ ଓ ବୃକ୍ଷ

5 mins
8


ଅଫିସ ଟେବୁଲ ଉପରେ ଗୋଲାପ ଗଛଟିକୁ ଦେଖୁଥାନ୍ତି ଅନିଲ ଆଉ ଭାବୁଥାଆନ୍ତି ଅନେକ କଥା. ସ୍ନିଗ୍ଧାଙ୍କ କଲମୀ ଏଇ ଗୋଲାପ ଗଛ. ମନ ସତେଜ ରହିବ କହି ବାଧ୍ୟକରି ଅଫିସ ଟେବୁଲ ଉପରେ ରଖିବ କହି ଦେଲାବେଳେ କେତେ କଣ କହିଯାଇଥିଲେ ଅନିଲ. ତୁମର ସିନା କିଛି କାମ ନାହିଁ ଯେ ତୁମେ ସ୍କୁଲ ଟେବୁଲ ଉପରେ ଫୁଲଗଛ ରଖି ତାର ସୁଗନ୍ଧ ନେବାକୁ ସମୟ ପାଇବ ଆଉ ଅଫିସରେ ମୋର ଯେ ହଜାରେ କାମ. ହସିଦିଅନ୍ତି ସ୍ନିଗ୍ଧା କହନ୍ତି ଗୋଟେ କ୍ଲାସ ଟୁ ସ୍କୁଲର ହେଡ଼ମିଷ୍ଟ୍ରେସଙ୍କର କିଛି କାମ ନାହିଁ ବୋଲି ମତେ ଅନ୍ତତଃ କୁହ କିନ୍ତୁ ବାହାରେ କହିବନି କାହାକୁ. ରାଗିଯାଆନ୍ତି ଅନିଲ କହନ୍ତି ଦେଖିଲେ ବୁଝନ୍ତ ଅଫିସ ଟେବୁଲ ଉପରେ କେମିତି କେତେ ଗଦା ଗଦା ଫାଇଲ. ସ୍ନିଗ୍ଧା ହାରିନଯାଇ କୁହନ୍ତି ପ୍ରତିଦିନର ଫାଇଲକୁ ପ୍ରତିଦିନ ସାରିଲେ ଏମିତି ମୋଟେ ହୁଅନ୍ତା ନାହିଁ. କେହି କେହି ଅଫିସବାବୁମାନେ ଫାଇଲ ସବୁକୁ ଜାଣି ଜାଣି ପକେଇ ରଖନ୍ତି ବୋଲି ଆମେ ଜାଣୁ. ରାଗିଯାଆନ୍ତି ଅନିଲ କହନ୍ତି ତା ମାନେ ଆମେ ଅଫିସରେ କାମ କରୁଥିବା ଲୋକ ସବୁ ଲାଞ୍ଚୁଆ ଆଉ ତୁମେ ସବୁ ଗୋଟି ତୁଳସୀ?ରାଗୁଛ କାହିଁକି ମୁଁ ତ ଲାଞ୍ଚ କଥା କହୁନି. କହୁଛି ଅଳସୁଆମି କଥା. ଆଜି କାମ ଆଜି କରି ସାରିବାର କଥା କହୁଛି . ଦେଖିବ ଏ ଗୋଲାପ ଫୁଲର ବାସ୍ନାରେ ଏଣିକି କାମ ସବୁ ଆପେ ଆପେ ହୋଇଯିବ. ବାକି ପଡିବ ନାହିଁ କାମ କି ଫାଇଲ ଗଦା ହୋଇ ରହିବନି ଆଉ ଟେବୁଲ ଉପରେ . ଅନିଲ ତଥାପି କହୁଥିଲେ ସ୍କୁଲରେ କାମଥିଲେ ସାହିତ୍ୟ ଚର୍ଚ୍ଚା, ବହି ଉନ୍ମୋଚନ, କବିତା ପାଠ ସହ ବଗିଚାକାମ କରିପାରନ୍ତ ତୁମେ? ହସିଦେଇ ସ୍ନିଗ୍ଧା କୁହନ୍ତି ମନୋବଳ ଥିଲେ ଉପାୟ ଆସେ. ସମୟ ଦୌଡେ ଆଉ ସମୟ ପଛରେ ଦୌଡିଲେ ସେ ହାରିଯାଏ. ଦେଖିବ ଏ ଗୋଲାପ ଫୁଲ ଗଛଟା ଟେବୁଲ ଉପରେ ରଖିଲେ ତୁମେ ମଧ୍ୟ ସମୟକୁ ହରାଇ ପାରିବ. ଭାବୁ ଭାବୁ ଲୁହ ଦି ଧାର ଗଡିଆସିଲା ଅନିଲଙ୍କର. ସେଦିନ ଅଫିସରେ ଗୋଲାପ ଗଛରେ ଫୁଟିଥିବା ଡ଼ାଳର କଣ୍ଟାର ଆଘାତରେ ପାଇଥିବା କଷ୍ଟ ବୋଲି ଉପରକୁ ଦେଖାଯାଉଥିବା କଷ୍ଟ କିନ୍ତୁ ଭିତରୁ ଥିଲା ସ୍ନିଗ୍ଧାଙ୍କ ସ୍ମୁତିରେ. ଏତେବେଳକୁ କେତେ ଉପଚାର କରିବାସନ୍ତେଣି ସେ!ଅନିଲ ଛାଟି ହେଉଥାଆନ୍ତେ ଆଉ ସ୍ନିଗ୍ଧା ଜବରଦସ୍ତ କରିଚାଲିଥାନ୍ତେ ଫାଷ୍ଟଏଡ଼ର ଉପଚାର. ଭାବୁ ଭାବୁ ଆହୁରି ଅନେକ ସ୍ମୃତି ପଶିଆସୁଥିଲା କୋଉ ନିବୃତ୍ତ ମନ ନୁହେଁ ବରଂ ହୃଦୟ କୋଠରୀରୁ.   ପ୍ରତି ରବିବାର ତାଙ୍କୁ ସ୍ନିଗ୍ଧାଙ୍କୁ ସମୟ ଦେବାକୁ ପଡେ. ନିଜେ ଯାଅ କହିଲେ ସ୍ନିଗ୍ଧାଙ୍କ ଉତ୍ତର ଥାଏ ତୁମେ ଆଉ କେବେ ବୁଝିବ କେଜାଣି ସ୍ତ୍ରୀର ସ୍ୱାମୀ ରୂପକ ବାଘ ଯଦି ପାଖେ ପାଖେ ଥାଏ ତାର କେତେ ସମ୍ମାନ ବଢିଯାଏ. ଅନିଲ କୁହନ୍ତି ମୋର କେତେ କାମ ସହଜେ ମୁଁ କୁଆଡେ ଯତ୍ନଶୀଳ ନୁହେଁ ତ ମତେ ଘାଣ୍ଟି ଚକଟି ମାରିବା ତୁମର ଉଦେଶ୍ୟ. ରାଗିଗଲେ ସେମିତି କିଛି କହିଦିଏ କେବେ ସିନା ତୁମ ବିନା ମୋ ସାହାସ, ଶକ୍ତି, ଧର୍ଯ୍ୟ ଓ କର୍ତ୍ତବ୍ୟପରାୟଣତା ସବୁ ତୁଛ. ହଉ ହଉ କୁହ ଏ ରବିବାର କୁଆଡେ ଯିବାର ଅଛି ବୋଲି ପଚାରୁଥାଆନ୍ତି ଅନିଲ. ଆଜି ରବିବାର. ଗୋଲାପ ଡ଼ାଳ କଣ୍ଟାର ଆଘାତର କ୍ଷତ ଯଦିଓ ଶୁଖି ଆସିଲାଣି ମନର ଆଘାତ ଦ୍ବିଗୁଣା ହେଉଥିଲା. ହଠାତ ସ୍ନିଗ୍ଧାଙ୍କ ଫୋନ ବାଜି ଉଠିଲା. ଫୋନ ଧରିଲେ ଅନିଲ ତ ସେପଟୁ ଶିବ ସୁନ୍ଦର ମିଶ୍ର କହୁଥିଲେକି ଆଜ୍ଞା ମ୍ୟାଡାମଙ୍କୁ ନେଇ ଆଜି ଦୁଇଟାରେ ଯେମିତି ହେଲେ ପହଁଚିବେ. ମ୍ୟାଡାମ ଦିଲ୍ଲୀରେ ରହିଲା ପରେ ଆମ କବିତା ପାଠର ଉତ୍ସବରେ ତାଙ୍କ ଅନୁପସ୍ଥିତି ସଭାରେ ସମସ୍ତେ ଅନୁଭବ କରନ୍ତି. ମ୍ୟାଡାମଙ୍କ ବାପାଙ୍କୁ ଜାଣେ. ପୂର୍ଣ୍ଣବାବୁଙ୍କର କି ସୁନ୍ଦର ମାଛମଞ୍ଜି ପରି ଅକ୍ଷର ଓ ଭଜନ ଲେଖା. ତାଙ୍କ ଝିଅ ସ୍ନିଗ୍ଧା ମ୍ୟାଡାମ ପୁରା ବାପାଙ୍କ କଳା ରଖିଛନ୍ତି ପୁଣି ଆପଣଙ୍କ ସହଧର୍ମିଣୀ ହୋଇ ଆଉ ପାଦେ ଆଗେଇ ଯାଇଛନ୍ତି. ନିଶ୍ଚୟ ଆସିବେ କହି ବନ୍ଧୁବତ୍ସଳ, ସ୍ନେହୀ, ସଦୟ ଶିବ ମିଶ୍ର ମହୋଦୟ ସିନା ଫୋନ ରଖିଦେଲେ ହେଲେ ଅନିଲ କାନ୍ଦୁଥିଲେ କଇଁ କଇଁ.ତଥାପି ଉଠିଲେ ଅନିଲ. ନିତ୍ୟକର୍ମ ବଢ଼େଇ ଖାଇ ପିଇ ତିନିଟା ବେଳେ ପହଞ୍ଚିଗଲେ କବିତା ଆସରରେ ସଂସ୍କୃତି ଭବନ ପୁରୀରେ. ଶିବମିଶ୍ର, ବିପିନ ବିହାରୀ ଦଳେଇ ତଥା ଅନ୍ୟାନ୍ୟ ଅନେକ କବି ବନ୍ଧୁ ଓ ବାନ୍ଧବୀ ଘେରିଗଲେ ତାଙ୍କୁ. ଗୋଟିଏ ପ୍ରଶ୍ନ, ମ୍ୟାଡାମ ନଆସି କବିତା ସହ ଆପଣଙ୍କୁ ପଠେଇଦେଇଛନ୍ତି ନା କଣ. ଅନିଲ କହୁଥିଲେକି ପୃଥିବୀ ପୃଷ୍ଠର କୌଣସି ଡାକ୍ତର ତାଙ୍କୁ ଭଲ କରିପାରିଲେନି ବୋଲି ଦିଲ୍ଲୀରୁ ସିଧା ଧନନ୍ତ୍ଵରୀଙ୍କ ପାଖକୁ ସ୍ଵର୍ଗାଅରୋହଣ କରିଛନ୍ତି ମ୍ୟାଡାମ. ସେହିକଥା କହିପାରିନଥିଲି ବୋଲି ଚାଲିଆସିଲି. ସମସ୍ତେ ସ୍ତବ୍ଧ, ଚକିତ ଆଉ ଅନିଲ ଲୁହ ପୋଛି ଗତ ଦିନ ଅଫିସରେ ଆଙ୍ଗୁଠିରେ ଗୋଲାପ ଡ଼ାଳ କଣ୍ଟା ଆଘାତକୁ ଚାପି ଧରି ସ୍ନିଗ୍ଧାଙ୍କ ସ୍ମୃତିରେ ହଜିଯାଉଥିଲେ.   

          ଅଭୁଲା ସ୍ମୃତିରେ ଜଳୁ ଜଳୁ ପାଖେଇ ଆସୁଥିଲା ସ୍ନିଗ୍ଧାଙ୍କ ମୃତ୍ୟୁ ବାର୍ଷିକୀ. ମଝିରେ ଥରେ ଦିଲ୍ଲୀରୁ ପୁଅ ବୋହୁ ଆସି ଘରର ଅନାବଶ୍ୟକ ସବୁକୁ ସଫା ସଫି କରିଦେଇ ଯାଇଛନ୍ତି. ଅନାବଶ୍ୟକ ଜିନିଷ ପତ୍ର ଝଡ଼ା ଥୁଆ, ରଖା ସହ କବାଡିବାଲାକୁ ଦେଲାବେଳେ ସ୍ନିଗ୍ଧାଙ୍କ ପ୍ରକାଶିତ ଦଶଖଣ୍ଡ ବହିର ମେଞ୍ଚା ମେଞ୍ଚା ବସ୍ତା ଦେଖୁ ଦେଖୁ ଅନିଲଙ୍କର ମନେପଡ଼ୁଥିଲା ସ୍ନିଗ୍ଧା ଯେବେ ଶ୍ରଦ୍ଧାରେ ବହି ସବୁକୁ ବାଣ୍ଟି ସାରିବା ପରେ ଥାକ ମାରି ଆଲମିରାମାନଙ୍କରେ ସଜାଡୁଥାଆନ୍ତି ବିରକ୍ତ ହୋଇ ଅନିଲ କୁହନ୍ତି କଣ ଦରକାର ଥିଲା ଏତେ ବହି କରିବା? ଘର ଅଳିଆ କରିବା ଛଡା କିଛି ଲାଭ ଅଛି?ତ ସ୍ନିଗ୍ଧା କୁହନ୍ତି ମୁଁ ମଲାପରେ ଜାଣିବ ମୋ ବହିର ଆବଶ୍ୟକତା. କିଛି ନହେଲେ ମତେ ପୋଡ଼ିଦେବ ମୋ ବହି ସବୁରେ. ଚମକି ପଡନ୍ତି ଅନିଲ. ସ୍ନିଗ୍ଧାଙ୍କ ନିଶ୍ଚୟ ତୃତୀୟ ନୟନ ଥିଲା. ନଚେତ ସେ କେମିତି ଜାଣୁଥିଲେ ସେ ଆଗୁଆ ଯିବେ ଅନିଲଙ୍କୁ ଏକା କରି!ଉଠିଲେ ଅନିଲ.ଭାବପ୍ରବଣତା ଛାଡ଼ି ତାଙ୍କୁ ଯିବାକୁ ହେବ. ସ୍ତ୍ରୀଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧରେ ନିମନ୍ତ୍ରଣ କରିବାକୁ ହେବ ନିଜର, ସ୍ନିଗ୍ଧାଙ୍କର ଓ ପୁଅ ଓ ଝିଅଙ୍କର ସାଙ୍ଗ ସାଥି ଚିହ୍ନା ଜଣା ଓ ରକ୍ତସମ୍ପର୍କୀୟ ବନ୍ଧୁବାନ୍ଧବମାନଙ୍କୁ. ସ୍ନିଗ୍ଧାଙ୍କ ଅଧା ଦରମା ଏବେ ମିଳୁଛି ଅନିଲଙ୍କୁ ହେଲେ ଥରେ ମଧ୍ୟ ଉଠେଇ ନଥିଲେ ଅନିଲ ସେ ଟଙ୍କା କିନ୍ତୁ ସ୍ନିଗ୍ଧାଙ୍କ କଥା କାନରେ ବାଜୁଛି ମୁଁ ଯଦି ମରିଯାଏ ମୋ ଟଙ୍କା ସିନା ତୁମର କି ତୁମ ପୁଅ ଝିଅଙ୍କର ଦରକାର ପଡ଼ିବନି ହେଲେ ସେ ଟଙ୍କାରେ ସମାଜର କିଛି ଉପକାର କରିବ. ସେଦିନ ଅଫିସରେ କୌଣସି ଏକ ଖବର କାଗଜରେ ଇଟାଲୀରେ ମୃତ ଶରୀରକୁ କିପରି ଅଣ୍ଡା ଆକୃତିର କ୍ୟାପସୁଲ ଭିତରେ ମାଆର ଓଭାରୀରେ ରହିବା ଭଳି କରି ରଖି ପୋତିବା ପରେ ତା ଉପରେ ସମାଧି ନକରି ଗଛ ଲଗାଯାଉଛି ଓ ଗଛ ବଢ଼ି ଜଙ୍ଗଲ ସୃଷ୍ଟି ହେବା ସହ ନିଜ ପିତୃପୁରୁଷଙ୍କୁ ଗଛ ରୂପେ ପାଇ ପରିବାର ଖୁବ ଖୁସି ହେଉଛନ୍ତି. ସେହି ଖବରଟି ଅନିଲଙ୍କ ମନକୁ ବହୁତ ପାଇଥିଲା. ଇଟାଲଲୀରେ ରହୁଥିବା ବିଜ୍ଞାନୀ ବନ୍ଧୁଙ୍କ ସହ ଆଲୋଚନା କରିଥିଲେ ଅନିଲ. ସେ କହିଥିଲେ ଏହା ଏକ ସୁଦୂର ପ୍ରସାରି ପଦକ୍ଷେପ. ଏହାକୁ ଆପଣେଇବା ପଛରେ କିଛି ଲୋକମତ ତଥା ଜନାଦ୍ରୁତ ଭାବନା ରହିଛି.   

    ପ୍ରଥମଟି ମୃତକ ମଣିଷଟି ଅନ୍ୟ କୋଉ ସଜୀଵ ପ୍ରାଣୀ ଯଥା ପଶୁ ବା ପକ୍ଷୀ ହୋଇ ବା ପୁନ୍ନ ମାନବ ହୋଇ ଦୁଃଖ କଷ୍ଟ ପାଇବା ଅପେକ୍ଷା ଗଛ ହୋଇ ପରପିଢ଼ିକୁ ଓ ସମାଜକୁ ଅମ୍ଳଯାନ ପ୍ରଦାନ କରିବା ସହ, ବର୍ଷାର ଅନିୟମିତତା ଦୂର କରିବା, ଜଙ୍ଗଲ ସୃଷ୍ଟି କରି ପରିବେଶର ସୁରକ୍ଷା ସହ ବାତ୍ୟା, ବନ୍ୟା, ମରୁଡି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯୟକୁ ରୋକିବା ଇତ୍ୟାଦି ଏକ ସାମୁହିକ ସଚେତନତା.ଦ୍ୱିତୀୟରେ ଯେମିତି ମାଆ ପେଟରେ ଅଣ୍ଡାଆକୃତିରେ ରହି ଜନ୍ମ ହୋଇଥିଲା ମଣିଷ ସେମିତି ଅଣ୍ଡା ଆକୃତିର କ୍ୟାପସୁଲରେ ରହି ଗଛ ହୋଇ ବିଶ୍ୱକୁ ନିଶ୍ୱ ହେବାରୁ ରକ୍ଷା କରିପାରିବ. କିନ୍ତୁ ଏହା ଓଡିଶାରେ ଫଳବତୀ କରାଇବା ତୁମ କାମ. ଅନିଲଙ୍କ ଏକା ଜିଦ ଯେମିତି ହେଉ ଆର୍ଥିକ, ସାମାଜିକ, ରକ୍ତଗତ ଅସୁବିଧା ସବୁକୁ ସମ୍ମୁଖୀନ କରି ସ୍ନିଗ୍ଧାଙ୍କୁ ଗଛଟିଏ କରି ରଖିବାରେ ଯେ କୌଣସି ପ୍ରତିବନ୍ଧକକୁ ପ୍ରତିହତ କରାଇବା ଅସୁବିଧା ନାହିଁ. ଏମିତିରେ ଶୁଦ୍ଧି ଘର ଦିଲ୍ଲୀରେ ହୋଇସାରିଛି. କେବଳ ଅସ୍ଥିକୁ ଅଣ୍ଡାକୃତି କ୍ୟାପସୁଲରେ ଭରି ଗଛ କରିବାକୁ ଇଛାଟିଏ ମାତ୍ର. ପୁଅ ଝିଅ ବନ୍ଧୁବାନ୍ଧବ ତଥା କବି ଓ ସାହିତ୍ୟିକ ସମସ୍ତେ ରାଜି. ସେୟା ହେଲା. ସମସ୍ତଙ୍କ ଉପସ୍ଥିତି ଓ ଅନୁମୋଦନ କ୍ରମେ ଯୋଜନାର ସଫଳ ରୁପାୟାନ ପରେ କବିତା ସମ୍ମିଳନୀରେ ସମସ୍ତେ ଖୋଜୁଥିଲେ ସ୍ନିଗ୍ଧାଙ୍କ ଲିଖିତ ପୁସ୍ତକ ସବୁକୁ. ଲାଇବ୍ରେରୀରେ ରହିବାର ବ୍ୟବସ୍ଥା ହୋଇସାରିଛି. ପୁଅ ବୋହୁଙ୍କ ସହିତ ଝିଅ ଜୋଇଁ ମଧ୍ୟ ପରସ୍ପର ପରସ୍ପର ମୁହଁକୁ ଚାହୁଁଥିଲେ. ନିଜ ହାତରେ ଅଳିଆରେ ମାଆ ସ୍ନିଗ୍ଧାଙ୍କ ବହି ସବୁକୁ ତ ସେମାନେ ରଦ୍ଦି ରୂପେ କବାଡିବାଲାକୁ ଦେଇସାରିଛନ୍ତି.   ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟରେ ଅଭିଭୂତ କରି ଅନିଲ ବହି ପ୍ୟାକେଟ ସବୁ ବୁହାଇ ଚାଲିଥିଲେ. ସମସ୍ତ କାର୍ଯ୍ୟ ସୁଚାରୁରୂପେ ସରିଯିବା ପରେ ଅନିଲ କହିଥିଲେ ପ୍ରଥମେ ଅଳିଆ ଭାବିଥିବା ବହିସବୁ କବାଡିଵାଲା ନେଇଗଲା ପରେ ତାଙ୍କର ମନେ ପଡିଥିଲା ସ୍ନିଗ୍ଧା ସବୁବେଳେ କହୁଥିଲେକି ମୁଁ ଯଦି ବି ମରିଯାଏ ତେବେ ସବୁଦିନ ପାଇଁ ମୋ ବହି ଭିତରେ ରହିଥିବି ସତେଜ ହୋଇ. ତେଣୁ କବାଡିଵାଲା ପାଖରୁ ବହିଗୁଡିକ ଫେରାଇ ଆଣିବାକୁ ଯାଇଥିଲି.ସେତେବେଳକୁ ନୂଆ ବହିସବୁ ଦେଖି କବାଡିଵାଲା ମହେଶ୍ୱର ମାଝୀ ସେଗୁଡିକ ନବିକି ବା କାହାକୁ ନଦେଇ ପାଖ ପାଖ ସାତଖଣ୍ଡ ଗାଁର ସ୍କୁଲ ଲାଇବ୍ରେରୀକୁ ଦେଇସାରିବା ପରେ ଯାହା ବଳିଥିଲା ତାହା ନେଇଆସିଥିଲି.ଏଥର ସାହିତ୍ୟ ଆସରରେ ମହେଶ୍ବର ମାଝୀ କାହିଁକି ସମ୍ବର୍ଦ୍ଧିତ ହୋଇଥିଲେ ବୁଝିବାକୁ ପରିବାରବର୍ଗଙ୍କୁ ବାକିନଥିଲା.ଅନିଲ କିନ୍ତୁ ଭାବୁଥିଲେ କେବେ ଗଛ ଅଙ୍କୁରୋଦ୍ଦମ ହେବ କେଜାଣି!



Rate this content
Log in

Similar oriya story from Romance