Er. Suchismita Satpathy

Abstract Classics Inspirational

4.0  

Er. Suchismita Satpathy

Abstract Classics Inspirational

ପ୍ରତିକ୍ଷାର ଅନ୍ତ

ପ୍ରତିକ୍ଷାର ଅନ୍ତ

3 mins
224


(ପ୍ରିୟ ଚଳଚ୍ଚିତ୍ର ବ୍ୟକ୍ତତ୍ୱ)


ଅନେକ ଦିନର ଅପେକ୍ଷା ଆଜି ଅନ୍ତ ହୋଇଛି ଶ୍ୟାମାଦେବୀଙ୍କର।ରମା ରମେଶର ଜୀବନରୁ ଗଲା ଦିନଠାରୁ ସେ କେବେ ଆଉଥରେ ବିବାହ କରିବ ତାଙ୍କ ମନରେ ନଥିଲା।

ରମେଶର ନା ଥିଲା ଇଛା ନା ଆଗ୍ରହ।ତା ବେପାର ଭଲକୁ ସେ ଭଲ।ଘରକୁ ଆସିଲା ବେଳକୁ ମାଆ ଭଲ ମନ୍ଦ କରି ରଖିଥାନ୍ତି ଖାଇ ଦେଇ ବସି ଯାଏ ଚଳଚ୍ଚିତ୍ର ଦେଖିବାକୁ,ତାହା ପୁଣି ତା ପ୍ରିୟ ବ୍ୟକ୍ତତ୍ୱ ଅମିତାଭ ବଚ୍ଚନଙ୍କର।

ପ୍ରକୃତରେ ପିଲାଟି ଦିନରୁ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ଦେଖି ଓ ତାଙ୍କ ବିଷୟରେ ପଢି ନିଜ ଜୀବନରେ ତାହାକୁ କିଛି ମାତ୍ରାରେ ପାଳନ କରିବାକୁ ଚେଷ୍ଟା କରେ।

ପିଲାଟି ଦିନରୁ ବାପାଙ୍କୁ ଦେଖିନି ।ଦେଖିଛି ମାଆକୁ ଓ ତାଙ୍କର ବଞ୍ଚିବାକୁ ନେଇ ସଙ୍ଘର୍ଷ କୁ।ତା ସହ ଦେଖେ ଅନେକ ଚଳଚ୍ଚିତ୍ରରେ ମାଆକୁ ନେଇ ଅଭିନୟକୁ।ନିଜ ଜୀବନରେ ଅମିତାଭ ବଚ୍ଚନଙ୍କ ବ୍ୟକ୍ତତ୍ୱର ଛାଟ ଦେବାକୁ ସେ କେବେବି ଛାଡ କରେନି।ସାଙ୍ଗ ମାନଙ୍କ ସହ ଜୀବନ ଦେଲାପରି ମିଶେ।ସେହିପରି ନିଜ।ଜୀବନକୁ ଅମିତାଭ ବଚ୍ଚନଙ୍କ ଜୀବନପରି ବଞ୍ଚିବାରେ ସେ ଆତ୍ମସନ୍ତୋଷ ଲାଭ କରେ।

ତାଙ୍କ ପତ୍ନୀ ଜୟାଙ୍କ ପରି ଜଣେ ଧର୍ମପତ୍ନୀ ପାଇବାରେ ସେ ବିଫଳ ହୋଇଥିଲେ।ପ୍ରକୃତରେ ଅମିତାଭଙ୍କ ପରି ରମେଶର ମଧ୍ୟ ଉଚ୍ଚତା ଅଧିକ।ତାର ମନ ଥିଲା ଜୟାଙ୍କ ପରି ପତ୍ନୀ।ସେଥିପାଇଁ ସେ ଏକ ସୁନ୍ଦର କାଠର ପୀଢା ତିଆରି କରି ରଖିଥିଲା ।କଭି ଖୁସି କଭି ଗମ ଚଳଚ୍ଚିତ୍ରରେ ଅମିତାଭ ଜୟାଙ୍କୁ ପୀଢା ଉପରେ ଠିଆ କରାଇ ନିଜର ଟାଈ ବନ୍ଧେଇବା ଦୃଶ୍ୟ ସେ ନିଜ ଜୀବନରେ ଦୋହରେଇବାକୁ ଇଛା କରି ବିଫଳ ହୋଇଥିଲା।

ଲତାକୁ ମାଆ ଠିକ କଲେ ବିବାହ ପାଇଁ।ସେତେବେଳେ ସେ ବ୍ୟବସାୟ କାମରେ ବାହାର ଦେଶକୁ ଯାଇଥିଲା ।ଆସିଲା ବେଳକୁ ବେଦୀ ସଜା ସରିଲାଣି।ତେଣୁ ନିରୁପାୟ ହୋଇ ଲତାକୁ ବିବାହ କଲା।ମାତ୍ର ପନ୍ଦର ଦିନପରେ ଲତାର ଅସଲ ରୂପ ସମସ୍ତଙ୍କ ସାମନାକୁ ଆସିଲା।ସେ ପ୍ରକୃତରେ ବିବାହ କରିଥିଲା ସମ୍ପତ୍ତି ନିଜ ନାଁରେ କରି ତାର କେଉଁ ଏକ ପ୍ରେମିକ ସହ ପଳେଇବାପାଇଁ। ଦିନେ ସେହି ପ୍ରେମିକ ସହ କଥା ହେବାରେ ରମେଶ ତାକୁ ଧରିଲା ଓ ସବୁକଥା ପଚାରିବାରେ ସତ ମାନିଗଲା ଓ ଛାଡପତ୍ର ଦେଇ ଏକ ମାସ ଭିତରେ ରମେଶକୁ ଛାଡି ଦେଲା।ପତ୍ନୀ ସୁଖ କଣ ରମେଶ ବୁଝିପାରିଲା ନାହିଁ।

ଶ୍ୟାମାଦେବୀ ଅନେକ ମନ ଦୁଃଖ କରନ୍ତି।ସେ ସଦା ସର୍ବଦା ଲକ୍ଷ୍ୟ କରନ୍ତି ରମେଶ ଘରକୁ ଆସିଲେ ସେ ପୀଢାଟିକୁ ପାଖରେ ପକାଇ ବସେ କିନ୍ତୁ ପୀଢା ଉପରେ କେବେ ବସେନି।

ଅନେକ ଲକ୍ଷ୍ୟ କଲାପରେ ଶ୍ୟାମାଦେବୀ ଲକ୍ଷକଲେ ସେହି ଚଳଚ୍ଚିତ୍ର ରେ ଜୟା ବଚ୍ଚନ ପୀଢାଟାଣି ଅମିତାଭଙ୍କ ଟାଈ ଠିକ କରିବାର।ସେତେବେଳେ ତାଙ୍କ ମୁଣ୍ଡରେ ଅସଲ କଥାଟା ପ୍ରବେଶ କଲା ଓ ମନେ ମନେ ପୁଅର ମନକୁ ବୁଝିନପାରି କଷ୍ଟ ଦେଇଥିବାରୁ ମନସ୍ତାପରେ ରହିଲେ।ମାତ୍ର ମନେ ମନେ ପୁଅ ଲାଗି ତା ମନଲାଖି ବୋହୁ ଖୋଜିବାରେ ଲାଗିଲେ।

କିଛି ଦିନପରେ ସେ ଦେଖିଲେ ତାଙ୍କ ଦୁଇ ଘର ଛାଡି ହରି ବାବୁଙ୍କ ଘରକୁ ଜଣେ ସୁନ୍ଦର ଝିଅଟିଏ ଆସିଛି ଓ ସେ ମଧ୍ୟ ଉଚ୍ଚତାରେ ଟିକେ କମ୍।ଏହା ଦେଖି ଆଉ ନିଜକୁ ସମ୍ଭାଳି ନପାରି ଧାଇଁଲେ ତାଙ୍କ ଘରକୁ।

ସବୁକଥା ପଚାରି ବୁଝିବାରେ ଜଣାଗଲା ସେ ଝିଅଟି ହେଉଛି ରୂପା।ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷା ଦେବାପାଇଁ ତା ମାଉସୀ ଘରକୁ ଆସିଛି।ଏହା ଶୁଣି ତୁରନ୍ତ ପ୍ରସ୍ତାବଟି ପକାଇଲେ।ହରିବାବୁ କିଛି କହିବା ଆଗରୁ ନିଜ ହାତରୁ ମୁଦି କାଢି ତାକୁ ପିନ୍ଧେଇ ଦେଇ କହିଲେ ତାର ଯାହା ପଢିବା କଥା ସେ ପଢୁ ମନାନାହିଁ ମାତ୍ର ସେ ମୋ ଘରର ବୋହୁ ହେବା ଟା ଥୟ।

ଏହା ଶୁଭା ହରିବାବୁ ରୂପାର ବାପାମାଆଙ୍କୁ ସଙ୍ଗେସଙ୍ଗେ ଡକାଇ ପଠାଇଲେ।ଦୁଇଦିନ ମଧ୍ୟରେ ବିବାହ ତାରିଖ ଠିକ ହେଲା।

ରମେଶକୁ ଶ୍ୟାମାଦେବୀ କହିଲେ ପ୍ରଥମ ଥର ମୋ ଇଛା ଓ ପସନ୍ଦରେ ବିବାହ କରିଥିଲୁ ଯାହା ପାଇଁ ମୁଁ ମନସ୍ତାପରେ ଅଛି।ଏଥର ମାର ଋଣ ସୁଝିବାକୁ ହେବ ଭାବି ରାଜି ହେଇଯାଆ।

ଅମିତାଭଙ୍କ ବ୍ୟକ୍ତତ୍ୱରେ ପ୍ରଭାବିତ ଓ ତାଙ୍କ ପଦାଙ୍କ ଅନୁସରଣରେ ବ୍ରତୀ ରମେଶ ହଁ ଭରିଲା।

ନିଦ୍ଧାର୍ଯ୍ୟ ଦିନରେ ବିବାହ ସମ୍ପନ୍ନ ହେଲା।ମାତ୍ର ସେ ପର୍ଯ୍ୟନ୍ତ ରମେର ରୂପାକୁ ଦେଖି ନଥିଲା ।କେବଳ ଜାଣିଥିଲା ଭାରତୀୟ ପ୍ରଶାସନିକ ସେବା ପାଇଁ ପରୀକ୍ଷା ଦେଉଛି ଓ ଆଗକୁ ପଢିବାର ଇଛା ଅଛି।ତେଣୁ ସେ ମନସ୍ଥ କଲା ଯେ ରୂପାର ଇଛାପୂରଣ କରିବା ସହ ମାଆଙ୍କ ଇଛା ପୂରଣ କରିବ।ତାର ନିଜସ୍ୱ କିଛି ଇଛା ତ ନଥିଲା।

ବିବାହ ସରିଲା।ବୋହୁ ଘରକୁ ଆସିଲା ମାତ୍ର ରମେଶ ତାକୁ ଦେଖି ନଥିଲା।ସମସ୍ତ ବନ୍ଧୁ ଘରକୁ ଗଲାପରେ ଶ୍ୟାମାଦେବୀ ବୋହୁକୁ ନେଇ ରମେଶ ରୁମକୁ ଗଲେ।ରମେଶ ଉଭୟଙ୍କୁ ଦେଖି ଠିଆ ହୋଇଗଲା ଓ ତା ସହ ନିଜ ପଗଡି ଖୋଲିବାକୁ ଲାଗିଲା।ସେହି ସମୟରେ ଶ୍ୟାମାଦେବୀ ତାକୁ ସେଥିରୁ ବାରଣ କରି ପୀଢାଟିକୁ ଟାଣି ଆଣିଲେ।ଏହା ଦେଖି ରମେଶ କିଛି ବୁଝିପାରୁ ନଥିଲା। ଈତି ମଧ୍ୟରେ ରୂପା ପୀଢାଟିକୁ ଆଣି ରମେଶ ସାମନାରେ ପକାଇ ତା ଉପରେ ଠିଆ ହେଇଗଲା। ନିଜ ଓଢଣୀ କାଢି ରମେଶର ପଗଡି ଖୋଲିବାକୁ ଲାଗିଲା।

ସେହି ମୁହୂର୍ତ୍ତରେ ରମେଶର ଅମିତାଭ ଓ ଜୟାଙ୍କ ସେହି ଚଳଚ୍ଚିତ୍ର ଦୃଶ୍ୟଟି ମନେ ପଡିଗଲା।ହଠାତ ସେ ବୁଲିପଡି ଶ୍ୟାମାଦେବୀଙ୍କୁ ଚାହିଁ ବାରୁ ତାଙ୍କ ମୁହଁ ଚାହିଁ ସବୁ ବୁଝିଗଲା।ରୂପା ମଧ୍ୟ ସବୁ ଜାଣିଥିବାରୁ ନିଜେ ଲାଜେଇ ଗଲା ରମେଶ।

ଅନେକ ଦିନ ପରେ ଖୁସିର ଏକ ମୁହୂର୍ତ୍ତ ରମେଶ ଜୀବନରେ ଦେଖି ଶ୍ୟାମାଦେବୀଙ୍କ ଆଖିରୁ ଦୁଇଧାର ଲୁହ ବହିଗଲା।

#ନନଷ୍ଟପ ନଭେମ୍ବର


Rate this content
Log in

Similar oriya story from Abstract