ପ୍ରଥମ ଚିଠି
ପ୍ରଥମ ଚିଠି
ନମସ୍କାର, ଶ୍ରୋତାବନ୍ଧୁ ପ୍ରଥମ ଚିଠି ଆଜିର ଶୀର୍ଷକ।
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ, ଭାବୁଛି ବେଶୀ।
ଚାଲୁଛି ଅଳପ, ଝୁଣ୍ଟୁଛି ବେଶି।
ଅନେକ ଦିନ ପରେ ଆଜି ମନ ଭିତରେ ଥିବା ଅବଦବିତ ଅନ୍ତରର କଥା ଆଜି ପ୍ରକାଶ ହେବ।
ମୁଁ ପାଇଛି ଗୋଟେ ପ୍ରଥମ ଚିଠି
ଦେଇଛି ଗୋଟେ ପ୍ରଥମ ଚିଠି।
ଦୁଇଟିର କଥା କହିବି।
୧୯ଟି ବସନ୍ତ ଅତିକ୍ରମ କରିଥାଏ। କିନ୍ତୁ ଭଅଁର ପାଖ ମାଡି ନ ଥାଏ। କାରଣ ସମସ୍ୟା ବହୁତ ବେଶି। ଆର୍ଥିକ ସମସ୍ୟା ପାଖରେ ଆଉ କିଛି ଦେଖାଯାଉନଥାଏ। କିନ୍ତୁ ପ୍ରଥମ ଚିଠିଟି ପାଇଲାପରେ ଯେଉଁ ଉନ୍ମାଦନା ଥିଲା ତାହା କହୁଛି।
୧୯୯୨ ମସିହାର କଥା। ସି,ଟି ଟ୍ରେନିଂଙ୍ଗରୁ ରିଲିଭ ହେବା ପରେ, ଘରେ ହିଁ ଟିଉସନ କରୁଥାଏ। ହଠାତ୍ ଦିନେ ମୋ ସମ୍ପର୍କୀୟ ଭାଇ ଜଣେ କହିଲେ, ଅମୁକ ସ୍କୁଲରେ ଶିକ୍ଷକ ଦରକାର ତେଣୁ ତୁ ଆବେଦନ କର। ମୋର ବି ଦରକାର ଥିଲା। ତେଣୁ ମୁଁ ସେହି ବିଦ୍ୟାଳୟରେ ଆବେଦନ କଲି।
କଲ ଲେଟର ଆସିଲା। ପରୀକ୍ଷା ଦିନ ମୁଁ ସେହି ବିଦ୍ୟାଳୟରେ ଯାଇ ପହଞ୍ଚିଲି। ହଠାତ୍ ଦେଖିଲି ଜଣେ ହାପପ୍ୟାଣ୍ଟ ପିନ୍ଧା ଯୁବକ ଆସିଲେ। ଗୋଟେ ଖାଲି କୋଠରୀରେ ସବୁ ଚୌକି ପକାଇଲେ। ମୋତେ ବସିବାକୁ କହିଲେ। ତାପରେ ପାଣି ଓ ଗ୍ଲାସ ଆଣି ଥୋଇଲେ। ମୁଁ ଭାବିଲି ଯୁବକ ଜଣକ ସେହି ବିଦ୍ୟାଳୟର ପିଅନ ହୋଇଥିବ।
ତାପରେ ଅନ୍ୟ ଆବେଦନକାରୀ ମାନେ ଆସିଲେ। ଠିକ୍ ସମୟରେ ଲିଖିତ ପରୀକ୍ଷା ଆରମ୍ଭ ହେଲା। ଏଠାରେ କହିରଖୁଛି ସେହି ବିଦ୍ୟାଳୟ ଆଜିକା ଦିନର ସ୍ବତନ୍ତ୍ର ସ୍ଥାନ ରହିଛି। ତ ପରୀକ୍ଷା ସରିଲା। ଉପରବେଳା ଭାୟାଭା ଥିଲା। ସବୁ ସରିଲା। ୪ଟି ସିଟ୍ ପାଇଁ ୫୫ ଜଣ ଆବେଦନ କରିଥିଲୁ।
ଆଶାର ବାହାରେ ଥିଲା। ସେହି ବିଦ୍ୟାଳୟର ଚାକିରୀ ପାଇବା। ବଡବଡ ଘରର ଝିଅ, ପୁଅ ସବୁ ଆସିଥିଲେ। ଆମେ ପଇସା ଆଡକୁ, ନା ରାଜନୀତି ଆଡକୁ ତ ନିରାଶା ହେବା ସ୍ବାଭାବିକ।
କିନ୍ତୁ ହଠାତ୍ ଦିନେ ସେଇ ଯୁବକ ଜଣକ ଆମ ଘରକୁ ଆସି କହିଲେ, ଆପଣ ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ତେଣୁ ପ୍ରଧାନ ଶିକ୍ଷକଙ୍କୁ କାଲି ଭେଟନ୍ତୁ। ଡାକରେ ଆପଣଙ୍କୁ ବିଦ୍ୟାଳୟ ପଠାଇଥିବା ଚିଠି ପାଇବା ହୁଏତ ଡେରି ହୋଇ ପାରେ।
ମୁଁ ଖବର ପାଇ ତା'ର ପର ଦିନ ଉକ୍ତ ବିଦ୍ୟାଳୟରେ ଠିକ୍ ସମୟରେ ପହଞ୍ଚି ଗଲି। ସେତେବେଳେ ମୋତେ ପ୍ରଧାନ ଶିକ୍ଷକ ଡାକିଲେ, ମୁଁ ଯାଇ ପହଞ୍ଚି ଦେଖିଲି ଉକ୍ତ ଯୁବକ ଯେଉଁ ସିଟରେ ବସିଛନ୍ତି ତା'ଆଗରେ ଲେଖା ହେଇଛି,ପ୍ରଧାନଶିକ୍ଷକ । ମୁଁ ଏତେ ନିଜକୁ ଧିକ୍କାର କଲି ତାର ସୀମା ନାହିଁ। ସେ ଯାହେଉ ୫ ବର୍ଷ ସେହି ବିଦ୍ୟାଳୟରେ ମୁଁ ଶିକ୍ଷକତା କଲି।
ୟା ଭିତରେ ସେହି ଯୁବକ /ପ୍ରଧାନ ଶିକ୍ଷକ ଉଚ୍ଚ ପଦ ପାଇ ଭୁବନେଶ୍ବର ଚାଲିଗଲେ। ବିଦ୍ୟାଳୟ ନିରୀକ୍ଷକ ଭାବେ ନିଯୁକ୍ତି ହୋଇଥିବ
ା ଯୋଗୁଁ ପ୍ରତ୍ୟେକ ମାସରେ ସେ ଆସନ୍ତି ବିଦ୍ୟାଳୟ ନିରୀକ୍ଷଣ ପାଇଁ।
୧୯୯୬ ମସିହା ଡିସେମ୍ବରରେ ମୋର। ଖଇରପୁଟ ବ୍ଲକରେ ପୋଷ୍ଟିଙ୍ଗ ହେଲା ତେଣୁ ମୁଁ ସେହି ବିଦ୍ୟାଳୟର ଶିକ୍ଷକତାଛାଡି ସରକାରୀ ଚାକିରୀରେ ଯୋଗ ଦେଲି। ସବୁ ଦିନ ୭୨ କିଲୋମିଟର ଯିବା ଆସିବା କଷ୍ଟକର ଥିଲା। କିନ୍ତୁ ରହିବାର ସୁଯୋଗ ନଥିବା ଯୋଗୁଁ ଯିବାଆସିବାରେ ସମୟ ବିତିଯାଉଥିଲା।
ଜୁନ ମାସ, ଖରାଛୁଟି ହେଇଥାଏ। ହଠାତ୍ ସେଦିନ ଡାକବାଲା ମୋ ନାଁରେ ଖଣ୍ଡେ ପୋଷ୍ଟକାର୍ଡ ଆଣିଦେଲା। ମୋ ନାଁରେ ଚିଠି ଦେଖି ଅବାକ୍ ହେଲି କିନ୍ତୁ ହାତରେ ଧରିଲି। ପ୍ରଥମେ ଶେଷ ଆଡୁ ପଢିଲି।
ଇତି,ରେ ଲେଖାହୋଇଥିବା ନାମଟିକୁ ପଢିଲି। ଜାଣିଲି କିଏ ଦେଇଛନ୍ତି। ତା'ପରେ ପ୍ରଥମରୁ ଆରମ୍ଭ କଲି। ଦିନ ସାରା ଖାଇନି। କେତେ ଥର ସେ ଚିଠି ପଢିଲି। କାହାକୁ କହିବାକୁ ବି ସାହସ ନାହିଁ। ଦୀର୍ଘ ଛଅ ବର୍ଷ ପରେ ପ୍ରଧାନ ଶିକ୍ଷକ /ସେହି ଯୁବକଙ୍କ ପ୍ରେମ ଭରା ଚିଠି ମୁଁ ସେଦିନ ପାଇଲି। କିନ୍ତୁ ବିଡମ୍ବନା ଏହି କି ସେ ଚିଠିର ଉତ୍ତର ମୁଁ ଆଜି ଯାଏଁ ଦେଇପାରିନି। ମୋ ପାଖରେ ସେ ଚିଠି ଏବେ ବି ସାଇତା ହୋଇ ରହିଛି।ତାଙ୍କ ଠିକଣା ମୋ ପାଖରେ ନଥିଲା। ଉଭୟ ଦୂରରେ ରହିବା ଯୋଗୁଁ ସେ ବି ଉତ୍ତର ମାଗିପାରିନାହାନ୍ତି। ଆଜିର ୱାଟସପ ଦୁନିଆରେ ବି ଆମେ ଚୁପଚାପ ଆଉ ଶୁନଶାନ୍।
ୟେ ତ ଗଲା ମୁଁ ପାଇଥିବା ଚିଠି। ଏବେ ମୁଁ ଦେଇଥିବା ପ୍ରଥମ ଚିଠି କଥା କହିବି।
ସରକାରୀ ଚାକିରିରେ ଯୋଗ ଦେଲାପରେ କେତେ ଅସୁବିଧା /ସୁବିଧା ଆସିଛି ତାର କଳନା ନାହିଁ। ସେ ବସରେ ଯିବା ଆସିବା ଭିତରେ କିଛି ସମ୍ପର୍କ ଗଢିଉଠେ। ସେମିତି ଜଣେ ମୋର ଯତ୍ନ ନେବାଲୋକ ସେଠି ମୋତେ ମିଳିଗଲେ। ସେ ନିଜେ ଅବଶ୍ୟ ପଚାରନ୍ତି ନାହିଁ କିନ୍ତୁ ଅନ୍ୟ ମାନଙ୍କ ସହାୟତାରେ ମୋର ସବୁ ସମସ୍ୟା ଦୂର କରିଦିଅନ୍ତି। ଅଜଣା ଅଶୁଣା ଜାଗା ସେ ସତେ ଯେମିତି କୁଟା ଖିଅର ଆଶ୍ରା। କୌଣସି ସ୍ବାର୍ଥ ନତାଇ କାମ କେତେ ଜଣ କରନ୍ତି? ସେ ଭିତରେ ସେ ଜଣେ। କିନ୍ତୁ ଦୁର୍ଭାଗ୍ୟର କଥା କିଛି ଲୋକ ଅଛନ୍ତି କାହାର ଭଲ ସହିପାରନ୍ତି ନାହିଁ। ସେମିତି କିଛି ଭୁଲବୁଝାବଣାରେ ମୁଁ ଏକ ରୁକ୍ଷ, ଅଭିମାନ, କ୍ରୋଧ ଭରା ଚିଠି ଲେଖିଥିଲି। ଯାହା ଭାବିଲେ ଆଜି ବି ମୋ ଆଖିରେ ଲୁହ ଆସେ। କଣ ମୁଁ ଲେଖିଥିଲି ଠିକ୍ ମନେ ନାହିଁ କିନ୍ତୁ ସଵୁ ସେହିଦିନଠାରୁ ଚୁରମାର ହୋଇଗଲା। ସେମିତି କାହିକି ଲେଖିଲି ତାର ଉତ୍ତର ମଧ୍ୟ ମୋତେ ମଗାଯାଇନାହିଁ। ତଥାପି ମୁଁ ଆଜିବି ଧିକ୍କାର କରେ କୌଣସି ଭୁଲ ନ ଥାଇ ଜଣକୁ ଶାସ୍ତି ଦେବା କେତେ ଦୂର ଯୁକ୍ତିସଙ୍ଗତ।
ସେ ଯାହେଉ ସେ ବି ଆଜିର ୱାଟସପ ଦୁନିଆରେ ଚୁପଚାପ, ଶୁନଶାନ୍।
ଭଲପାଇବାର ସେ ସ୍ମୃତିକୁ ନେଇ ମୁଁ ଆଜି ବି ପ୍ରେମ କବିତା ଲେଖେ। ଉଭୟଙ୍କ ପାଖରେ ମୁଁ ଋଣୀ। ଜଣେ ଶ୍ରଦ୍ଧେୟ ଆଉ ଜଣେ ପାଥେୟ ଆଉ ମୁଁ ବିରହିଣୀ।
ଲେଖୁ, ଲେଖୁ ଲେଖିଦେଲି ଅନେକ କିଛି। ଏବେ ରଖୁଛି।