STORYMIRROR

Gouri Panda

Classics

3  

Gouri Panda

Classics

ଯାହା ନାହିଁ ଭାରତେ,ତାହା ନାହିଁ

ଯାହା ନାହିଁ ଭାରତେ,ତାହା ନାହିଁ

2 mins
182


ଶ୍ରୋତାବନ୍ଧୁ, ସତରେ ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ। କାରଣ ଏ ଭାରତ ବର୍ତ୍ତମାନ ବିଶ୍ବ ଗୁରୁ ହେବାକୁ ଯାଉଛି। ଆମ ଦେଶରେ ଅତି ପୁରୁଣା ବେଦ, ଶ୍ରୁତି, ଭଗବତଗୀତ, ରାମାୟଣ, ମହାଭାରତ ଆହୁରି ଅନେକ ଗ୍ରନ୍ଥ ରଚିତ ହୋଇଛି। ଯାହା ବର୍ତ୍ତମାନ ପରିସ୍ଥିତିରେ ବୈଜ୍ଞାନିକ ମାନେ ଗବେଷଣା କରି ସେଥିରୁ ଅନେକ ସତ୍ୟାସତ୍ୟ ଜାଣି ତାକୁ ନିଜ ଜୀବନ ରେ ପ୍ରୟୋଗ କରୁଛନ୍ତି। ତା ନହେଲେ ଅନେକ ବିଦେଶି ବର୍ତ୍ତମାନ କୃଷ୍ଣ ଭକ୍ତି ରେ ଲୀନ ହୋଇନଥାନ୍ତେ।ମହାଭାରତ ଅଧ୍ୟୟନ କରି ଗବେଷକ ମାନେ କୃଷ୍ଣ ସଂସାର ର ସର୍ବଶ୍ରେଷ୍ଠ ରାଜନୀତିଜ୍ଞ ବୋଲି ମତ ବ୍ୟକ୍ତକରିନଥାନ୍ତେ। ବର୍ତ୍ତମାନ ସୁଦ୍ଧା ଭାରତ ରେ ଯାହା ସବୁ ଅଛି ତା ଉପରେ ଗବେଷଣା ଚାଲିଲାଣି।କାହିଁ କେଉଁ ଅନାଦି କାଳରୁ ଆମ ଋଷିଗଣ ତନ୍ତ୍ର ଶାସ୍ତ୍ର ଅଧ୍ୟୟନ କରି ଅନେକ ଙ୍କୁ ବଶୀଭୂତ କରିପାରୁଥିଲେ। ପାତଞ୍ଜଳିପରି ଯେଉଁ ବୈଦ୍ୟ ଆଜି ତାଙ୍କର ଔଷଧୀୟ ଗୁଣ କୁ ପ୍ରୟୋଗ କରି ଅନେକ ଦୁରୂହ ରୋଗରୁ ରକ୍ଷା କରାଯାଉଛି। ବ୍ୟାକରଣ ରେ ପାଣିନୀ, ଗଣିତ ରେ ଲୀଳାବତୀ, ଶଲ୍ୟ ଚିକିତ୍ସା, ଦୂରଦର୍ଶନ ର କଥା ମହାଭାରତ ରଚନା ରୁ ଜଣା ପଡୁଛି। ଆଜିର ଉଡାଜାହାଜ ସେ କାଳର ପୁଷ୍କକ ବିମାନ। ରାମସେତୁ। କୃଷ୍ଣ ସୁଦାମାର ବନ୍ଧୁତା। ଅର୍ଜୁନ ପରି ସଖା। ଯାଜ୍ଞସେନୀ ପରି ସଖୀ ଆମ ଦେଶ ଭାରତ ରେ ହିଁ ସମ୍ଭବ। ପିତୃସତ୍ୟ ପାଳନ ର ଚରିତ୍ର। ଯଶୋଦା ଙ୍କର ମାତୃତ୍ବ। ରାବଣ ପରି ଦୁଷ୍ଟ ଦାନବ ର ପ୍ରଭୁ ଭକ୍ତି ଭାରତ ଭୂଇଁ ରେ ହିଁ ଦେଖିବାକୁ ମିଳେ। ଶବରୀ, ମୀରା ପରି ଭକ୍ତି, ବିଦୁର ଙ୍କ ପରି ଭକ୍ତ ଭାରତ ଭୂଇଁ ରେ ଦେଖାଯାଇଛି। ଷୋହଳ ବର୍ଷ ର ଶିଶୁ ଚକ୍ରବ୍ୟୁହ ଛେଦ କରିବା, ଧ୍ରୁବ ଆଉ ପ୍ରହ୍ଲାଦ ପରି ଭକ୍ତ ଏ ଦେଶ ରେ ହିଁ ସମ୍ଭବ। କୋହିନୂର ହୀରା ଅମୃତ ଧାରା ଏ ଦେଶ ର ଗର୍ବ। ପର୍ବପର୍ବାଣୀ, ବ୍ରତ ହୋମ, ଯଜ୍ଞ ପତିଭକ୍ତି ର ଜଳଳ୍ତ ଉଦାହରଣ ଅଛି। ପତିଭକ୍ତି, ରାଧାକୃଷ୍ଣ ପ୍ରେମ, ଗୋପବାଳା ଙ୍କ କୃଷ୍ଣ ପ୍ରେମ ଏସବୁ ଏଦେଶ ମାଟିରେ ହିଁ ସମ୍ଭବ। ତେଣୁ ତ କୁହାଯାଏ ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics