STORYMIRROR

Gouri Panda

Inspirational

3  

Gouri Panda

Inspirational

ମୋ ଅଞ୍ଚଳ ର କଳାକୃତି

ମୋ ଅଞ୍ଚଳ ର କଳାକୃତି

2 mins
180



ମୋ ଜିଲ୍ଲା କୋରାପୁଟ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଅନ୍ୟତମ। ଆଦିବାସୀ ମାନେ ସରଳ, ନିଷ୍କପଟ ଓ ସତ୍ୟବାଦୀ। 1936ମସିହା ରେ ଯେଉଁ ଜିଲ୍ଲା ଗଠନ ହେଲା ସେ ଜିଲ୍ଲା ମଧ୍ୟରେ କୋରାପୁଟ ବି ସାମିଲ ଥିଲା। କୋରାପୁଟ ଜିଲ୍ଲା ୧୯୯୨ ମସିହା ଭାଗ ହୋଇ ୪ଟି ଜିଲ୍ଲା ରେ ବିଭାଜିତ ହେଲା। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା। ବର୍ତ୍ତମାନ ଏହା ଅବିଭକ୍ତ କୋରାପୁଟ ଜିଲ୍ଲା ଭାବେ ପରିଚିତ। ଯେହେତୁ ଏ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତେଣୁ ଏହା କଳା, ସଂସ୍କୃତି ତଥା ଲୋକ କଳା ରେ ଭିନ୍ନତା ରହିଛି। ମୋ ଜିଲ୍ଲା ରେ ବିଭିନ୍ନ ପର୍ବପର୍ବାଣୀ ପାଳନ ହୁଏ। ଚଇତ ପରବ ପୁଷ ପରବ, ଦିଆଲି, ଦଶରା, ଶେମି ପରବ, ମକା ପରବ ଇତ୍ୟାଦି। ଯେକୌଣସି ପରବ ପାଳନ ଅବସରରେ ନାଚ ଗୀତର ଆସର ଅନୁଷ୍ଠିତ ହୋଇଥାଏ। ମଲପ, ମହୁଲି ଓ ପେଣ୍ଡମ ପରି ପାନୀୟ ଏ ଅବସରରେ ସବୁ ଗ୍ରାମ ବାସୀ ପିଅନ୍ତି। ସମସ୍ତେ ଢେମସା ନାଚର ତାଳେ ତାଳେ ନାଚିଥାନ୍ତି। ଘୁଡକି ନାଚ, ଦେଶୀଆ ନାଚ, ବାଘନାଚ ମଧ୍ୟ ଏମାନେ ନାଚନ୍ତି। ଡମବାଇଦ, ସିଂବାଇଦ, ମହୁରୀ, ଢୋଲ ବାଇଦର ତାଳେ ତାଳେ ଅଣ୍ଟାରେ ହାତ ଛନ୍ଦି ଢେମସା ନାଚ କରନ୍ତି। 

   ମୋ ଜିଲ୍ଲା ରେ ଗୋବର କଣ୍ଢେଇ ଅତି ସୁନ୍ଦର ଭାବରେ ତିଆରି କରାଯାଏ। ଦିନଥିଲା ଏହାର ଚାହିଦା ଅତି ବେଶି ଥିଲା। କିନ୍ତୁ ମଡନ ଯୁଗ ବେଟେରୀ ଖେଳନା, ଚାବି ଦିଆ ଖେଳନା, ରିମଟ ଖେଳନା ର ପ୍ରଭାବ ରେ ଏବେ ଏହି ଗୋବର କଣ୍ଢେଇ ଲୁପ୍ତ ପ୍ରାୟ। କାଁ ଭାଁ ଏ କଳାକାର ଦେଖାଯାଉଛନ୍ତି। ନିଖୁଣ ଭାବରେ ଗୋବର ରେ ବର, କନିଆଁ, ଶୁଆ, ହାତୀ, କୁଲା ଇତ୍ୟାଦି କେତେ ରକମର ଖେଳନା ବିକିରି ହୁଏ। ମୋ ଜିଲ୍ଲା ର କୋଟପାଡ ଠ

ାରେ ହାସ୍ତ ତନ୍ତ ବୁଣା ଲୁଗା ପ୍ରସ୍ତୁତ ହେଉଛି। ଏହାର ଚାହିଦା ଆଜି କାଲି ବଢୁଛି। ହଳଦୀ, ସୁଆଁ,ପାଳଗୁଣ୍ଡି,ମାଣ୍ଡିଆ,ଝୁଣା,ଏ ଜିଲ୍ଲା ରେ ପ୍ରଚୁର ପରିମାଣରେ ମିଳେ। ଡୁଡୁମା ଭଳି ସୁନ୍ଦର ଓ ବହୁ ପୁରାତନ ଜଳପ୍ରପାତ ଏ ଜିଲ୍ଲା ର ସୌନ୍ଦର୍ଯ୍ୟ ବୃଦ୍ଧି କରେ। ଗୁପ୍ତରେ ଗୁମ୍ଫା ଭିତରେ ଗୁପ୍ତେଶ୍ଵର ବାବା ଓଡିଶାର ବହୁ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଛି। ଅଳସୀ ଓ ସୋରିଷ ଫୁଲ ର ଶୋଭା ଫିଲ୍ମ ତାରକା ମାନଙ୍କୁ ଆକୃଷ୍ଟ କରିବା ଦ୍ଵାରା ଅନେକ ଚଳଚିତ୍ର ନିର୍ମାଣ ହେଇଛି। 

   ମୋ ଜିଲ୍ଲା ର ଶାଵର ଶ୍ରୀକ୍ଷେତ୍ର ଆଦିବାସୀ ମାନଙ୍କ ଭକ୍ତିର ପ୍ରତୀକ। ଏ ଜିଲ୍ଲା ର ବାଣିଜ୍ୟ କେନ୍ଦ୍ର ଜୟପୁର ଠାରେ ମହାରାଜା ବିକ୍ରମଦେବ ବର୍ମା ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। ଓଡିଆ ଭାଷା କୁ ସ୍ବତନ୍ତ୍ର ଭାଷା ରୁପେ ପରିଚିତ କରାଇବାରେ ସେ ଅନ୍ୟତମ ପୁରୋଧା। ଓଡିଶା ଭାଷା ସମ୍ମିଳନୀ ର ଦଶମ ଅଧିବେଶନ ରାଜା ବିକ୍ରମ ଦେବ ବର୍ମାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥାଲା। 

  ମୋ ଜିଲ୍ଲା ର ପାଣି, ପବନ ପାହାଡ, ଝରଣା ରେ ରହିଛି ମତୁଆଲା କରିଲା ଭଳି ନିଶା। ଓଡିଶା ର ବୃହତ୍ତମ ପର୍ବତ ଦେଓମାଳି ମୋ ଜିଲ୍ଲା କୋରାପୁଟ ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରେ। 

 ମୋ ଜିଲ୍ଲା ର ସୌନ୍ଦର୍ଯ୍ୟ ବଖାଣିବାକୁ ମୋ ପାଖରେ ଥିବା ଭାଷା କମ ପଡିଯିବ। କିନ୍ତୁ ତାର ସରଳତା, ସତ୍ଯବାଦୀତା, ନିଷ୍କପଟତା, ସ୍ନେହ ମମତାର ଡୋରି ରେ ବାନ୍ଧିବାର ଗୁଣ କେବେ କମ ହେବନାହିଁ। 

 ସବୁଜ ସୁନ୍ଦର କୋରାପୁଟ ଆମର 

ତା ମଧ୍ୟରେ ଶାବର ଶ୍ରୀକ୍ଷେତର। 



Rate this content
Log in

Similar oriya story from Inspirational