କୀର୍ତ୍ତିମୁଖ ର କାହାଣୀ
କୀର୍ତ୍ତିମୁଖ ର କାହାଣୀ


କାର୍ତ୍ତିକ ପୁରାଣ ର କଥା। ଯେତେବେଳେ ସ୍ବୟଂ ନରହରି ଜଳନ୍ଧର ସହିତ ଲଢେଇ ରେ ହାରିଲେ ସେତେବେଳେ ସେ ଦେବତା ମାନଙ୍କ ସହାୟତା ତଥା ସୁରକ୍ଷା ପାଇଁ ଜଳନ୍ଧର ସହ ଏକ ସନ୍ଧି ସ୍ଥାପନ କଲେ। ଜଳନ୍ଧର ର ଇଚ୍ଛା ଅନୁସାରେ ସେ ଓ ମାତା ଲକ୍ଷ୍ମୀ ତା ପୁରରେ ଯାଇ ରହିବେ। କିନ୍ତୁ ତା ବଦଳରେ ଦେବତା ମାନଙ୍କ ସୁଖ ତାଙ୍କୁ ଫେରାଇ ଦେବାକୁ କହିଲେ।ସେ ତତ୍କ୍ଷଣାତ୍ ସେ ତାଙ୍କର କଥା ମାନି ଦେବାତା ମାନଙ୍କୁ ସ୍ବର୍ଗ ଫେରାଇ ଦେଲା। ତା ପରେ ପ୍ରଭୁ ନିଜ ପତ୍ନୀ ଲକ୍ଷ୍ମୀ ଙ୍କ ସହ ଯାଇ ଜଳନ୍ଧର ପୁରରେ ରହିଲେ।
ବହୁ ଦିନ ବିତିଗଲା। ପ୍ରଭୁ ଜଳନ୍ଧର ପୁରରେ ରହିଲେ। ଜଳନ୍ଧର କୁ ଯଶ, ଧନ ସମ୍ପତ୍ତି ସୌଭାଗ୍ୟ ସବୁ ହାତପାଆନ୍ତାରେ ମିଳିଲା। ଏଣେ କିନ୍ତୁ ଦେବତା ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ଯାହାଙ୍କ ଦର୍ଶନ ବିନା ମୁକ୍ତି ନାହିଁ ସେ ଯାଇ ଜଳନ୍ଧର ପୁରରେ। ଚିନ୍ତା ରେ ପଡିଲେ। ସେ ସମସ୍ୟା ର ସମାଧାନ ପାଇଁ ନାରଦ ମୁନି ଙ୍କୁ ସ୍ମରଣ କଲେ। ତାଙ୍କୁ ଏଥି ପାଇଁ ବାଟ କଣ ଅଛି ବୋଲି ପଚାରନ୍ତେ ସେ ଏକ ଉପାୟ ଚିନ୍ତା କଲେ ଓ ତାକୁ କାର୍ଯ୍ୟ ରେ ପରିଣତ କରିବାକୁ ବାହାରି ପଡିଲେ।
ନାରଦ ଯାଇ ଜଳନ୍ଧର ପୁରରେ ପହଞ୍ଚିଲେ। ଜଳନ୍ଧର ତାଙ୍କୁ ଦେଖି ଆଦର ସମ୍ମାନ କରି ଆସିବାର ଅଭିପ୍ରାୟ ପଚାରିଲା। ନାରଥ ମୁନି ତ ଅଭିପ୍ରାୟ ନେଇ ଯାଇଛନ୍ତି। ତେଣୁ ସେ କହିଲେ ମୁଁ କୈଳାସ ପୁରରୁ ଫେରୁଥିଲି ବାଟରେ ତୁମ ପୁରରେ ପ୍ରବେଶ କରିଗଲି। କୈଳାସ ପର୍ବତରେ ଯେଉଁ ସୌନ୍ଦର୍ଯ୍ୟ କାହିଁ ଏଠି ଦେଖିବାକୁ ପାଉନାହିଁ। ହରହର ମହାଦେବ ଙ୍କ ପତ୍ନୀ ପାର୍ବତୀ ଙ୍କ ପରି ସୁନ୍ଦରୀ ନାରୀ ଏଠି ଦେଖା ଯାଉନାହାନ୍ତି।
ଜଳନ୍ଧର ଗର୍ବରେ କହିଲା, ମୋ ପତ୍ନୀ ବୃନ୍ଦବତୀ ପରି ସୁନ୍ଦର ସ୍ତ୍ରୀ ସେଠି ଅଛନ୍ତି କି? ମୋ ପୁରରେ ଅନେକ ସୁନ୍ଦରୀ ଅଛନ୍ତି।
କିନ୍ତୁ ନାରଦ ତ କୂଟ ନୀତି ରେ ସାର, ସେ କହିଲେ ପାର୍ବତୀ ପରି ସୁନ୍ଦରୀ ଏ ତିନି ପୁରରେ କେହି ନାହିଁ। ସେ ପରି ସ
ୁନ୍ଦରୀ ତ ପୁରରେ ରେ ନାହିଁ ଯଦି ତା ହେଲେ ତୁମର ଯୋଦ୍ଧା ପଣ ଗର୍ବ କରିବାର ଉଚିତ ନାହିଁ।
ତେଣୁ ତୁମେ ତାକୁ ଆଣି ତୁମ ପୁରରେ ରଖ।
ଏମନ୍ତ କହି ନାରଦ ସେଠାରୁ ଚାଲିଗଲେ।
ଜଳନ୍ଧର ସଙ୍ଗେ ସଙ୍ଗେ ରାହୁ କୁ କୈଳାସ ପର୍ବତ କୁ ପଠାଇଲା। ଆଉ କହିଲା, ତୁ ସେ ଯୋଗୀ ବାବା ଶିବଙ୍କୁ କହିବୁ, ସେ ଏତେ ସୁନ୍ଦରୀ ସ୍ତ୍ରୀ ରଖିବାର କୌଣସି କାରଣ ନାହିଁ। ସେ ମୋ ପୁରରେ ରହିବା ପାଇଁ ଗଢାହେଇଛି, ତେଣୁ ପାର୍ବତୀ ଙ୍କୁ ମୋ ସହ ଜଳନ୍ଧର ପୁରରେ କୁ ପ୍ରେରଣ କରିବାକୁ କହିବୁ। ଏ ବାରତା ଧରି ରାହୁ ଚଳିଗଲା। ଯାଇ ମହାଦେବ ଙ୍କୁ ସମସ୍ତ କଥା ଜଣାଇଲା। ସେ ଶିବ, ସେ ରାଗରେ ଥରିଲେ। ତାଙ୍କର କୋପାନ୍ବଳ ରେ ସୃଷ୍ଟି ହେଲା ଏକ ରାକ୍ଷସ।
ସେ ରାକ୍ଷସ ର ବିକଟାଳ ରୂପ ଦେଖି ରାହୁ ଭୟରେ ଥରିଲା ।ଜାଣିଗଲା ଯେ ତା ମୃତ୍ୟୁ ଏଠି ସୁନିଶ୍ଚିତ। ତେଣୁ ସେ କାଳ ବିଳମ୍ବ ନ କରି ମହାଦବ ଙ୍କ ଗୋଡ ତଳେ ପଡିଗଲା। କ୍ଷମା,ମାଗିଵାକୁ ଲାଗିଲା। ରାହୁ ର ମିନତି ଦେଖି ମହାଦେବ ଚିନ୍ତା କଲେ ଦୂତକୁ ମାରି କି ଲାଭ ତେଣୁ ରାହୁ ସେ କ୍ଷମା ଦେଲେ। ଭୟଭୀତ ରାହୁ ସେଠାରୁ ପ୍ରାଣ ବିକଳରେ ପଳାଇ ଗଲା।
ଏପଟେ ଶିବ ଙ୍କ କ୍ରୋଧ ରୁ ଜନ୍ମିତ ରାକ୍ଷସ ଶିବ ଙ୍କୁ ପଚାରିଲା ମୁଁ ଖାଇବି କଣ?
ମହାଦେବ ଚିନ୍ତା ରେ ପଡିଲେ, ଏବଂ ତାକୁ ନିର୍ଦ୍ଦେଶ ଦେଲେ ତୁ ନିଜ ଶରୀର କୁ ନିଜେ ଖା,ଏହା ଶୁଣି ରାକ୍ଷସ ନିଜ ଶରୀର କୁ ଭକ୍ଷଣ କଲା। ସମସ୍ତ ଶରୀର କୁ ଖାଇସାରିବା ପରେ ମୁଖ ଟି ବଳିଗଲା। ତାକୁ ମହାଦେବ ଆଜ୍ଞା ଦେଲେ ଯେ ତୁ ସବୁବେଳେ ମୋ ମନ୍ଦିର ର ସମ୍ମୁଖରେ ରହିବୁ। ତା ନାମ ହେଲା "କୀର୍ତ୍ତିମୁଖ"।
ଆପଣ ମାନେ ଶିବ ମନ୍ଦିର ର ସମ୍ମୁଖରେ ରାକ୍ଷସ ର ମୁଖ ଥିବାର ଦେଖିଥିବେ। ସେ ଆଉ କେହି ନୁହେଁ କୀର୍ତ୍ତିମୁଖ। ଏପରି ଭାବରେ ତାର ଜନ୍ମ।
ଯାହା ପୁରାଣ ରୁ ବୁଝିଲି। ତାହା ଆପଣ ମାନଙ୍କ ସମକ୍ଷରେ ରଖିଲି।