STORYMIRROR

Gouri Panda

Tragedy

2  

Gouri Panda

Tragedy

ମରଣ ସବୁ ପାଇଁ ସମାନ

ମରଣ ସବୁ ପାଇଁ ସମାନ

1 min
175


ଭୋର ର ୫ଟା ସମୟ। କାନରେ ବାଜିଲା ଗୋଟିଏ କରୁଣ ଶବ୍ଦ।କିଛି ସମୟ ଚୁପ୍। ତା ପରେ ପୁଣି ସେଇ କରୁଣାଭରା ଚିତ୍କାର। ଏମିତି ଟିକେ ରହୁଥାଏ, ଟିକେ ଶୁଭୁଥାଏ। ମୁଁ ପୁରା ଜାଣିଗଲି ଯେ ଅଳିଆ ଆବର୍ଜନା ରେ ବାସ କରୁଥିବା ଘୁଷୁରି ଛୁଆଟିଏ।। ତା ଦେହପୀଡା ସହ୍ଯ ନକରି ପାରି ରହିରହି ଆତୁର ଚିତ୍କାର କରୁଛି।

ମୁଁ ଟିକେ ପାଖକୁ ଗଲି। ତା କଷ୍ଟ, ଆଃ ସତରେ ମୁଁ ସେତେବେଳେ ଜାଣିଲି କି ପଶୁ, କି ମଣିଷ ଶରୀର କଷ୍ଟ ସବୁ ପାଇଁ ସମାନ। ବହୁତ ଚେଷ୍ଟା କଲାପରେ ତା ମାଲିକାଣି ଆସିଲା। ତାକୁ ଦେଖିଲା।

ମୁଁ କହିଲି ତାକୁ ପଶୁ ଡାକ୍ତରଖାନା କୁ ନିଅ। ସେ ମୋ ମୁହଁକୁ ଆଶ୍ଚର୍ଯ୍ୟ ରେ ଦେଖିଲା ଆଉ କହିଲା ମୋ ଘୁଷୁରି, ମୁଁ କ'ଣ କରିବି ମୁଁ ଜାଣିଛି। ତୁମେ ତୁମ କାମ କର। ମୁଁ ସେଠୁ ଚାପ୍ ହୋଇ ଚାଲିଆସିଲା। ଘୁଷୁରି ଟା ସେମିତି ବିକଳରେ କାନ୍ଦୁଥାଏ। ରହି ରହି ସତେ ଯେପରି କହୁଥାଏ ମୋତେ ବଞ୍ଚାଅ।

କିନ୍ତୁ ତା କଥା ଶୁଣୁଛି କିଏ? ଦିନ ୯ଟା ପ୍ରାୟ ହୋଇଥାଏ। ଘୁଷୁରି ମାଲିକାଣି ର ପୁଅ ଆସିଲା। ସେ କଷ୍ଟ ଜର୍ଜରିତ ଘୁଷୁରିଛୁଆଟିକୁ ଗୋଟିଏ ଜରି ବସ୍ତା ରେ ଭର୍ତ୍ତି କରି ମୁହଁ ବାନ୍ଧିଦେଇ ଗାଡିରେ ପକାଇ ଚାଲିଗଲା। ମୁଁ ଭାବିଲି ତାର ଏ କଷ୍ଟ କଣ କମ୍ ଥିଲା? ତାକୁ ପୁଣି ଜରିବସ୍ତାରେ ଭରି କରାଗଲା।। ନିରୀହ ପଶୁ ସେ, ତା କଷ୍ଟ, ତା ବେଦନା କାହା ଆଗରେ କହିପାରିଲାନି ସତ, ସେ କହିଲା,,, ମରଣ ସବୁ ପାଇଁ ସମାନ..........। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy