STORYMIRROR

Dr Jharana Satapathy

Classics

2  

Dr Jharana Satapathy

Classics

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

2 mins
439

କବି ଏବଂ ସଲମନ ଦୁଇ ଜଣ ବନ୍ଧୁ ନୁହଁନ୍ତି କହିବାକୁ ଗଲେ ଭାଇ ପରି। ଗୋଟିଏ ମନ ଗୋଟିଏ ପ୍ରାଣ। ଦୁଇ ଜଣ ମିଶି ଖାଆନ୍ତି,ବୁଲନ୍ତି ଏବଂ ସ୍କୁଲବି ଯାଆନ୍ତି । ଜଣେ ଜଣକୁ ମୂହୁର୍ତ୍ତ ନ ଦେଖି ରହି ପାରନ୍ତି ନାହିଁ। ଜଣେ ହିନ୍ଦୁ ଏବଂ ଆଉଜଣେ ମୁସଲିମ। ଏ ବନ୍ଧୁତାକୁ ତିଳେ ହେଲେ ସହ୍ୟ କରିପାରନ୍ତିନି କଵିର ପରିବାର ବର୍ଗ। ଯେହେତୁ ସେମାନେ ହିନ୍ଦୁ ଜାତି ଏବଂ ଉଚ୍ଚରେ ସର୍ବଶ୍ରେଷ୍ଠ ବ୍ରାହ୍ମଣ ମଧ୍ୟ। ସଲମନ କବି ଘରକୁ ପଶିବା କ୍ଷଣି ତାକୁ ମନା କରିଦିଅନ୍ତି କବି ଘରେ ନାହିଁ କହି। କିନ୍ତୁ ଲୁଚି ଲୁଚି କବି ସଲମନ ସହ ସାଙ୍ଗ ହୁଏ।


କବିର ଘରେ ଭାଦ୍ରବ ମାସରେ ଗଣେଷ ପୂଜା ହୁଏ। ସେ ସମସ୍ତ ସାଙ୍ଗସାଥୀ ମାନଙ୍କୁ ଘରକୁ ଡକାଏ। ସେହିଦିନ ସଲମନଙ୍କୁ ମଧ୍ୟ ଘରକୁ ଡାକିଥିଲା ,କିନ୍ତୁ   ସଲମନ ଜାଣେ ତାଙ୍କ ଘରକୁ ଗଲେ ତା ଜେଜେ ତାକୁ ଆଦୌ ପସନ୍ଦ କରନ୍ତି ନାହିଁ ତେଣୁ ସେ ମନ ଦୁଃଖରେ ଘରେ ରହିଥିଲା। ସଂନ୍ଧ୍ୟାରେ କବି ତାଙ୍କ ଘରକୁ ଲୁଚିଛପି ଆସି କିଛି ଭୋଗ ସଲମନକୁ ଦେଇଥିଲା। ଏବଂ କହିଲା ଆଉ ଦୁଇଦିନ ପରେ ଗଣେଷଣଙ୍କ ଭଷାଣୀ ହେବ। ଆମେ ସାଥୀ ହୋଈ ନଦୀକୁ ଯିବା । କବିର କଥାରେ ସଲମନ ବହୁତ ଖୁସି ହୋଇଯାଈଥିଲା।


ଗଣେଷଙ୍କ ଭସାଣୀ ପାଇଁ କବିର ଘରଲୋକ ସବୁ ମିଶି ନଦୀକୁ ବାହାରିଲେ। ରାସ୍ତାରେ ସଲମନ ମିଶିଲା । ସେ ଦୂରରେ ଥାଇ ସବୁ ଦେଖୁଥାଏ। ସିଏ ପରା ଗଣେଷକୁ ଛୁଇଁ ପାରିବ ନାହିଁ କାରଣ ପାଖରେ କବିର ଜେଜେ ଅଛନ୍ତି। ସେ ପରା ନ୍ୟଷ୍ଟିକ ବ୍ରାହ୍ମଣ ବେକରେ ତାଙ୍କର ପଇତା ଅଛି।


ସେ ନଦୀଵନ୍ଧ ଉପରେ ରହି ସବୁ ଦେଖିଥାଏ। ସମସ୍ତେ ମିଶି ନଦୀକୁ ଗଲେ। ନଦୀରେ ବହୁତ ପାଣିଥାଏ। କବିକୁ ପହଁରା ଆସୁନଥାଏ। କବି ଗଣେଷକୁ ଧରି ପାଣି ଭିତରକୁ ଯିବା ସମୟରେ ତାର ଗୋଡ ଶିଉଳିରେ ଖସି ଯାଇଥିଲା। ସେ ନିଜେ ନଦୀର ଅକାତକାତ ପାଣିରେ ବୁଡିଯାଇଥିଲା। ତାକୁ ପହଁରା ବି ଜଣା ନଥିଲା। ତା ଜେଜେ ପାଟିଛାଡୁଥାନ୍ତି କିଏ କେଉଁଠି ଅଛ ମୋ ନାତିକୁ ବଞ୍ଚାଅ। ପାଣିରେ ସେ ବୁଡିଗଲାଣି। ଜେଜେର ଡାକ ଶୁଣି ସଲମନ ପାଣିକୁ ଡେଇଁ ପଡିଲା। 


ଅକାତକାତ ପାଣିରେ ତାର ସାଙ୍ଗର ଜୀବନ ରକ୍ଷାକରି ମୃତ୍ୟୁମୁଖରୁ ତାକୁ ବଞ୍ଚାଇଥିଲା। ତା ଜେଜେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ। ଖାଲି ନିଜେ ନିଜେ ଭାଵିଵାକୁ ଲାଗିଲେ ଏ ସଲମନ ସତରେ ପାଖରେ ନ ଥିଲେ ମୋ ନାତିର କଣ ହୋଇଥାନ୍ତା? ସଲମନଙ୍କୁ ପାଖକୁ କୋଳେଇ ନେଇ ଗେଲ କଲେ। ସଲମନ ମଧ୍ୟ ମୋ ଜେଜେ କହି ଭିଡିପକାଇଲା। ସତରେ ସଲମନ ଏବଂ କବି ତୁମେ ଦୁଇଜଣ ପ୍ରକୃତ ବନ୍ଧୁ। ପ୍ରକୃତ ବନ୍ଧୁ ର ଏହା ଅଟେ ଉଦାହରଣ । ବନ୍ଧୁତ୍ବ କଣ ତୁମଠୁ ଶିଖିବା କଥା। ବନ୍ଧୁତା ବନ୍ଧିବା ପାଇଁ ଜାତିଗୋତ୍ରର କିଛି ଆବଶ୍ୟକତା ନଥାଏ। ଏତିକି କଥା ଶୁଣି କବି ଆଉ ସଲମନର ଆଖି ଓଦା ହୋଇଗଲା ଵୋହୁଥିବା ଧାର ଧାର ଅଶ୍ରୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics