STORYMIRROR

Gangadhar Nanda

Abstract Drama Horror crime thriller

3  

Gangadhar Nanda

Abstract Drama Horror crime thriller

ପ୍ରେତର ପ୍ରତିଶୋଧ ଭାଗ-୬

ପ୍ରେତର ପ୍ରତିଶୋଧ ଭାଗ-୬

3 mins
20



        ଶେଷରେ ପଣ୍ଡିତଙ୍କର ବାରମ୍ଵାର ଅନୁରୋଧକୁ ପ୍ରତ୍ୟାଖାନ ନକରି ପାରି ପତ୍ନୀଙ୍କୁ ଡାକିବା ପାଇଁ ଭିତରକୁ ଗଲି । ପତ୍ନୀ ମମତା ନିଜ ଅନିଚ୍ଛା ପ୍ରକାଶ କଲେ ମଧ୍ଯ ମୋର ଭରସା ପ୍ରଦାନ ହେତୁ ବୈଠକଖାନାକୁ ଆସି ପଣ୍ଡିତଙ୍କୁ ପ୍ରଣାମ କଲେ । ପଣ୍ଡିତେ ବହୁତ ଖୁସି ହୋଇଯାଇ ବଡ ପାଟିରେ ଗୋଟିଏ ଆଶୀର୍ବାଦ ଶ୍ଳୋକ ବୋଲିଲେ। ମୁଁ ଆଗରୁ କେବେ କେବେ ଶ୍ଳୋକ ଶୁଣିଥିଲେ ମଧ୍ୟ ପଣ୍ଡିତଙ୍କର ଶ୍ଳୋକ ଉଚ୍ଚାରଣ ଓ ସ୍ଵର ସଂପୂର୍ଣ୍ଣ ଭିନ୍ନ ଲାଗିବା ସହିତ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ଥିଲା ।

         ଶ୍ଳୋକ ବୋଲି ସାରି ପଣ୍ଡିତେ ନିଜ ପଞ୍ଜାବୀ ପକେଟରୁ ଦୁଇଟି ପୁଡିଆ ବାହାର କରି ମୋ ପତ୍ନୀଙ୍କ ହାତକୁ ବଢାଇଲେ ।

ଏ ପୁଡିଆରେ ଥିବା ଡେଉଁରିଆଟି ଆପଣ କାଲି ସକାଳୁ ସ୍ନାନ ଶୌଚ ହୋଇ ବାମ ହସ୍ତରେ ଧାରଣ କରିବେ I ପଣ୍ଡିତେ ମୋ ପତ୍ନୀଙ୍କ ଉଦ୍ଦେଶ୍ୟରେ କହୁଥିଲେ । ଏହାପରେ ଦ୍ୱିତୀୟ ପୁଡ଼ିଆଟିକୁ ଆପଣ ଏ ଗୃହର ପ୍ରବେଶ ଦ୍ଵାର ନିକଟରେ କେଉଁଠି ହେଲେ ବି ଲୁଚାଇ ରଖିଦେବେ । ଏଥିରେ ଆପଣଙ୍କର , ଆପଣଙ୍କ ସ୍ଵାମୀଙ୍କର ତଥା ଏ ଗୃହର ମଙ୍ଗଳ ହେବ । ମୋ କଥା ନିଶ୍ଚିତ ମାନିବେ । ଏବେ ମୋତେ ମୋତେ ବିଦାୟ ଦିଅନ୍ତୁ lଏତକ କହିସାରି ପଣ୍ଡିତେ ଘରକୁ ଯିବାକୁ ବାହାରିଲେ ।

          ମୁଁ ତାଙ୍କ ସହିତ ବାହାରକୁ ଆସିଲି । ବିଦାୟ ନେବା ପୂର୍ବରୁ ପଣ୍ଡିତେ ମୋ ଉଦ୍ଦେଶ୍ୟରେ ହାତ ଯୋଡିଲେ । 'ଆପଣ ମୋର ଯଥେଷ୍ଟ ଉପକାର କରିସାରିଲେଣି । ଆଗକୁ ମଧ୍ୟ କରିବେ । ଆପଣଙ୍କର ସାହାଯ୍ୟ ମୋର ମନେ ରହିବ 'I

ନା ନା , ଏ ସବୁ କଣ ପାଇଁ କହୁଛନ୍ତି ? ମୁଁ ତାଙ୍କ କଥାରୁ ମଝିରେ ବାଧା ଦେଲି । ମୁଁ ଯାହାବି କରିଛି , ମୋ କର୍ତ୍ତବ୍ୟ କରିଛି I

ନାଇଁ ଆଜ୍ଞା , ଆପଣ ଖାଲି କର୍ତ୍ତବ୍ୟ କରିନାହାଁନ୍ତି ; କର୍ତ୍ତବ୍ଯଠାରୁ ବହୁତ ଆଗକୁ ଯାଇ ଢେର ଅଧିକ ମୋ ପାଇଁ କରିଛନ୍ତି I କହିଲା ବେଳେ ପଣ୍ଡିତଙ୍କ ଆଖି ସଜ୍ଜଳ ହୋଇଯାଉଥିଲା । ଆପଣ ଭବିଷ୍ୟତରେ ମଧ୍ୟ ମୋତେ ବହୁତ ସାହାଯ୍ୟ କରିବେ ,ମୋର ଏ ଭରସା ଅଛି I

ନିଶ୍ଚୟ କରିବି, କହିସାରି ହାତଯୋଡି ତାଙ୍କୁ ବିଦାୟ ଦ

େଲି । ପଣ୍ଡିତେ ଗଲା ବେଳେ ମନକୁ ମନ କହି ହେଉଥିଲେ ,' କିଏ ଜାଣେ କେଉଁଟା କାହାପାଇଁ କେତେବେଳେ ଶେଷ ସାକ୍ଷାତ ହେବ ? ଯେମିତି କି ମୋ ପୁଅ ମୋ ଅନୁପସ୍ଥିତିରେ ଚାଲିଗଲା' ! 

ଭବିଷ୍ୟତରେ ପଣ୍ଡିତଙ୍କୁ ଆଉ କି ପ୍ରକାର ସାହାଯ୍ୟ କରିପାରିବି, ସେ କଥା ଭାବି ଘରକୁ ଫେରିଲି । ପୁଡିଆ ଦୁଇଟି ପ୍ରତି ପତ୍ନୀଙ୍କର ମନରେ ସନ୍ଦେହ ଥିଲା । ଏଣୁ ପଣ୍ଡିତେ ବହୁତ ସତ୍ ଓ ଭଲ ଲୋକ ବୋଲି ବୁଝାଇଲି । ଏ ସବୁକୁ ବ୍ୟବହାର କରିବାଦ୍ୱାରା ଲାଭ ହେଉ କି ନହେଉ ଅନ୍ତତଃ କ୍ଷତି କିଛି ହେବନି ବୋଲି ମୋର ବିଶ୍ୱାସ ଥିଲା ।

            ଏହାପରେ ତିନି ଦିନ ପର୍ଯ୍ୟନ୍ତ ପଣ୍ଡିତଙ୍କର ଦେଖା ନ ଥିଲା । ତାଙ୍କ କହିବା ଅନୁସାରେ ମୋ ସ୍ତ୍ରୀ ଡେଉଁରିଆଟିକୁ ହାତରେ ବାନ୍ଧିବା ସହିତ ଅନ୍ୟ ପୁଡ଼ିଆଟିକୁ ଯଥା ସ୍ଥାନରେ ରଖିଦେଇଥିଲେ । ହଠାତ ଖବର ଆସିଲା କି ପଣ୍ଡିତଙ୍କ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ଆସୁଛି । ପଣ୍ଡିତେ କେଉଁଆଡେ ଦେଖାଯାଉ ନାହାଁନ୍ତି ।

       ସେଠାରେ ପହଞ୍ଚି ଦେଖିଲି ଦ୍ଵାର ବାହାରପଟୁ ତାଲା ପଡିଥିଲା । କିନ୍ତୁ ଭିତରୁ ଉତ୍କଟ ପଚା ଗନ୍ଧ ଆସୁଥିଲା ।ଅଗତ୍ୟା ତାଲା ଭାଙ୍ଗି ଭିତରେ ପଶିଲୁ । ଭିତର ଅଗଣା ପରିସ୍କାର ଥିଲା । ଅଗଣାର ଗୋଟିଏ କୋଣରେ ଗୋଟାଏ ଅଖା ଭିତରେ କିଛି ରହିଥିଲା ପରି ମନେହେଲା । ପାଖକୁ ଯାଇ ଦେଖିଲି ଅଖାର ତଳ ଅଂଶରେ ଶୁଖିଲା ରକ୍ତର ଦାଗ । ମେହେନ୍ତରକୁ ଡକାଇ ଅଖା ଖୋଲାଗଲା ।

         ଅଖା ଭିତରୁ ବାହାରିଲା ପଣ୍ଡିତଙ୍କର ଗଳିତ ଶବ । ମୁଣ୍ଡଟି ଗଣ୍ଡିଠାରୁ ସଂପୂର୍ଣ୍ଣ ଅଲଗା । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ଶେଷ କରି ଥାନାକୁ ଫେରିଲି । ଏଭଳି ଏକ ଘଟଣା ଘଟିବ ,ଏହା ମୋ କଳ୍ପନା ବାହାରେ ଥିଲା ।

        ଏହାପରେ ମୋ ପାଇଁ ଯାହା ଘଟିଲା ,ସେକଥା ମୁଁ ମୋର ମୃତ୍ୟୁ ପର୍ଯ୍ୟନ୍ତ ଭୂଲିପାରିବି ନାହିଁ ।

କ୍ରମଶଃ ....

           

 


Rate this content
Log in

Similar oriya story from Abstract