The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ପ୍ରେମର ସମାଧି

ପ୍ରେମର ସମାଧି

4 mins
565


ରାକେଶ ଆଉ ସୁନିତା ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲେ । ସେମାନଙ୍କ ପ୍ରେମ ଥିଲା ଗଙ୍ଗା ଜଳ ପରି ପବିତ୍ର । ଜହ୍ନର ଜୋଛନା ପରି ସ୍ଵଛ ଓ ନିର୍ମଳ । ଦୁହେଁ ଗଢି ସାରିଥିଲେ ଭଲପାଇବାର ଏକ ବିରାଟ ତାଜମହଲ । ଆଉ ସେହି ତାଜମହଲଟି ଗଢା ହୋଇଥିଲା ବିଶ୍ୱାସ ଆଉ ଭଲପାଇବାର ମୂଳଦୁଆରେ । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଆଉ ଦେଖିଥିଲେ ଅନେକ ସ୍ୱପ୍ନ ।

ସୁନିତା ରାକେଶକୁ କାହୁଥାଏ ଆମର ବାହାଘର ହେବ । ଆମେ ଏକ ଛୋଟ ଘର କରିବା ଘର ଚାରି ପାଖରେ ନନା ସୁଗନ୍ଧିତ ଫୁଲର ଏକ ଛୋଟ ବଗିଚା ଥିବ । ଆଉ ସବୁବେଳେ ଆମେ ସେହି ବଗିଚରେ ବସି ଆମ ପିଲା ମାନଙ୍କ ସହ ସୁଲୁ ସୁଲୁ ପବନର ମଜା ନେଉଥିବ । ଆଉ ଘର ପଛ ପଟେ ଏକ ଛୋଟ ପୋଖରି ଥିବ ଯେଉଁଠି ତୁମେ ସବୁଦିନ ଗାଧୋଇକି ଫେରୁଥିବ ଆଉ ମୁଁ ଝରକା ଫାଂକରୁ ବସି ତୁମକୁ ଦେଖୁଥିବି । ଏମିତି ଅନେକ କିଛି ସ୍ୱପ୍ନ ଦେକୁଥିଲା ସୁନିତା । ରାକେଶ କହୁଥିଲା ଥାଉ ଥାଉ ଏତେ ସ୍ୱପ୍ନକୁ ରାତି କାହିଁ ।


ପ୍ରେମର ଶେଷ ବିବାହରେ ନଥାଏ । ପ୍ରେମିକ ପ୍ରେମିକାକୁ ପତି ପତ୍ନୀର ସ୍ୱୀକୃତି ଦେଇଦେଲେ ଯେ ସେ ପ୍ରେମ ଆମର ହୋଇଯାଏ ତାହା ନୁହେଁ । ମନର ମିଳନ ହେଉଛି ପ୍ରେମ। ପ୍ରେମ ଆଉ ବିବାହ ଦୁଇଟା ଯାକ ଭିନ୍ନ ଭିନ୍ନ କଥା ।ପ୍ରେମିକାକୁ ପତ୍ନୀ ରୂପେ ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ । ତଥାପି ଏ ଦୁନିଆରେ ପ୍ରେମ ବଞ୍ଚିଛି । ଆଉ ଆମର ହୋଇ ରହିଛ ।


  ରାକେଶ ଆଉ ସୁନିତା ନିଷ୍ପତି ନେଇସାରିଥିଲେ ଯେ ସେମାନେ ଜିଇଁବେ ସାଥିରେ ଆଉ ମାରିବେ ସାଥିରେ । ରାକେଶ ଥିଲା ଦର ପାଠୁଆ । ଟଙ୍କା ରୋଜଗାର କରିବା ପାଇଁ ସହରକୁ ଚାଲି ଯାଇଥିଲା ଆଉ ସୁନିତାକୁ କହି ଯାଇଥିଲେ ଯେ । ସେ ସହରକୁ ଯାଉଛି ସାଥୀରେ ଅନେକ ଗୁଡିଏ ଟଙ୍କା ନେଇ ଆସିବ । ଆଉ ତାଙ୍କ ବାହାଘର ବହୁତ ଧୁମ ଧାମରେ ହେବ । ସୁନିତା ମନରେ ଏକ ନୂଆ ଆଶା ଭାରି ଦେଇଥିଲା ରାକେଶ । ଆଉ ସହରକୁ ଚାଲି ଯାଇଥିଲା । 


     ସେଠାରେ ଠିକାଦାରଙ୍କ ଅଧୀନରେ କାମ କରୁଥିଲା । ପ୍ରତିଦିନ ପେପରରେ ଦସ୍ତଖତ କରି ଟଙ୍କା ଆଣୁଥିଲା ଆଉ ନିଜ ଆଟାଚରେ ସାଇତି ରଖୁଥିଲା। ବହୁତ ସମୟ ସେହି ଟଙ୍କାକୁ ଧରି ଅନେକ କିଛି ଭାବି ବସେ । ତାର ଆଖିରେ ନାଚିଯାଏ ଏକ ହସ ଖୁସିର ଏକ ଛୋଟ ସଂସାର ।ସ୍ୱପ୍ନ ଦେଖେ ।କିନ୍ତୁ ଠିକାଦାରଙ୍କ ଚକ୍ରାନ୍ତର ଶିକାର ହୋଇ ସେଦିନ ସିଏ ଏକ ବଣ୍ଡ ପେପର ରେ ଦସ୍ତଖତ କରିଦେଇଥିଲା । ଯେଉଁ ଟା ଲେଖା ଯାଇଥିଲା ଇଂଲିସରେ । ତାକୁ ପଢିବା ବ ବୁଝିବା ରାକେଶ ପାଇଁ ଥିଲା ଭାବନାର ବାହାରେ। ଠିକାଦାରଙ୍କ ବିଶ୍ୱାସରେ ସିନା ଦସ୍ତଖତ କରି ଦେଇଥିଲା । କିନ୍ତୁ ସେ ଜାଣି ନଥିଲା ଯେ ସିଏ ଯେଉଁ ପେପର ରେ ଦସ୍ତଖତ କରିଥିଲା ତାହା ଥିଲା ପାଞ୍ଚବର୍ଷ ପାଇଁ ଦୁବାଇ ଯିବାର ଆଗ୍ରିମେଣ୍ଟ ପେପର । ଯେତେବେଳେ ସେ ଏକଥା ଜାଣିବାକୁ ପାଇଥିଲେ ତାର ପଦ ତଳୁ ମାଟି ଖସି ଯାଇଥିଲା । ସେଠାରୁ ଖସି ଚାଲି ଆସିବାକୁ ଚେଷ୍ଟା କରିଥିଲା । କିନ୍ତୁ ପାରିନଥିଲା ତାକୁ ପାଞ୍ଚ ବର୍ଷ ପାଇଁ ଦୁବାଇ ଯିବାକୁ ପଡିଥିଲା ।


  ନଥିଲା ତାର କିଛି ଖବର ଅନ୍ତର ନା ଥିଲା ଦେଖା ସାକ୍ଷାତ । କିଏ କହୁଥିଲା ରାକେଶଟା ନିଖୋଜ ହୋଇ ଯାଇଛି କିଏ କହିଥିଲା ମାରି ଯାଇଛି । କେତେ ଦିନ ଆଉ ସୁନିତା ଅପେକ୍ଷା କରିଥାନ୍ତା। ଘର ଠାରୁ ଆରମ୍ଭ କରି ସହି ପଡିଶା ସମସ୍ତେ ତାକୁ ବାହା ହେବାକୁ ବାଧ୍ୟ କରୁଥାନ୍ତି । ହେଲେ ସୁନିତା ଯେ ରାକେଶକୁ ମନ ଦେଇ ସରିଛି କେମିତି ସେ ଆଉ ଜଣଙ୍କର ହୋଇଯିବ । ଯେଉଁ ମନର ମନ୍ଦିରରେ ସେ ରାକେଶଙ୍କୁ ରଖିଛି ସେହି ଜାଗାରେ କେମିତି ସେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରି ଆଉ ଜଣକୁ ବସେଇବ । ଦୁନିଆଁ ଯାକର ଟାହି ଟାପର ସହି ସହି ସେ ପୁରା ପଥଥର ପାଲଟି ଯାଇଥିଲା ।


   କିନ୍ତୁ ସେଦିନ ରାତିର ଘଟଣା ଥିଲା ନିଆରା। ବାପା କହିଥିଲେ ତୁ ନବାହା ହେଲେ ମୁ ଆଉ ଲୋକ ଲଜ୍ଜାକୁ ସହି ମୁଣ୍ଡ ଟେକି ବାଟ ଚାଲି ପାରୁନି। ଯଦି କଲି ତୁ ତୋର ନିଷ୍ପତି ନବଦଳୁ ତାହେଲେ ତୋ ଲାଗି ମୁ ଜୀବନ ହରିଦେବି । ରାତି ସାରା ବହୁତ ଚିନ୍ତା କଲା ସୁନିତା । କିନ୍ତୁ ସିଏ ଆଉ କାହାର ହେବାର ନିଷ୍ପତି ନେଇ ପାରିଲାନି । ଭାବିଲା ଯଦି ମୁ ରାକେଶର ହୋଇ ପାରିଲିନି ତାହେଲେ ଆଉ କାହାର ହୋଇ ପାରିବିନି ।


  ରାତି ପହିଲା ସାହିରେ ଚହଳ ପଡିଗଲା ଯେ ସୁନିତା ରଶି ଲଗେଇ ଆତ୍ମା ହତ୍ୟା କରିଛି । ଆଉ ହାତରେ ଖଣ୍ଡେ ଚିଠି ଧରିଥିଲା ଯେଉଁଥିରେ ଲେଖା ଥିଲା ମୁ ମାଲପରେ ମୋର ଗୋଟେ ସମାଧି ତିଆରି କରବ । ଆଉ ଯେଉଁଥିରେ ମରଫଟ ଜାଗାରେ ରାକେଶଙ୍କ ନାମ ଥିବ । ଆଉ ସେଇଆ ମଧ୍ୟ ହୋଇଥିଲା । ତାର ସମାଧି ତିଆରି ହୋଇ ଲେଖା ଯାଇଥିଲା ସୁନିତା ଚନ୍ଦ c/o -ରାକେଶ ଚନ୍ଦ ।


  ସେପଟେ ରାକେଶର ମଧ୍ୟ ପାଞ୍ଚ ବର୍ଷ ପୁରି ଯାଇଥିଲା । କେତେ ଆଶା ନେଇ ଗାଁକୁ ଆସିଲା । ସେତେବେଳକୁ ଅନ୍ଧାର ହୋଇ ଗଲାଣି । ଗାଁକୁ ଯିବା ବାଟରେ ପଟେ ସ୍ମଶାନ ତାକୁ ବହୁତ ଡର ଲାଗୁଥିଲା । ମଝିରେ ମଝିରେ ଖାଲି ଯାହା ଗୋଟେ ଗୋଟେ ଗାଡି ଛକ ଛକ ଲାଇଟ ମାରି ଚାଲି ଯାଉଥିଲା । ସେହି ସ୍ମଶାନ ପାଖରେ ହୋଇଛି ଏକ ଗାଡିର ଲାଇଟ ପଡିଥିଲା ସେହି ସମାଧି ଉପରେ ଯେଉଁଥିରେ ଲେଖା ଯାଇଥିଲା ସୁନିତା ଚନ୍ଦ ମରଫଟ ରାକେଶ ଚନ୍ଦ ।


  ରାକେଶ ଚମକି ପଡିଲା ଭୟରେ ପଦ ତାର ତଳ ମଳ ହୋଇଗଲା । ଧାଇଁ ଗଲା ଗାଁ ଭିତରକୁ । ଆଉ ଗାଁରୁ ଯାହା ଶୁଣିଲା ତାର ଧାର୍ଯ୍ୟ ରହିଲା ନାହିଁ । ଏକା ନିଶ୍ୱାସରେ ପୁଣି ପହଁଚିଲା ଯାଇ ସେହି ସ୍ମଶାନରେ । ସେହି ଦିନ ଠାରୁ ସିଏ ଆଉ କେବେ ଗାଁକୁ ଫେରିନି । ସେହି ସ୍ମଶାନହିଁ ତା ପାଇଁ ଘରଦ୍ୱାର ସବୁକିଛି ଆଉ ସେହି ସମାଧି ହି ତା ସ୍ମୃତି ହୋଇ ଠିଆ ହୋଇଛି । ସେଇଠି ସେହି ସମାଧି ସହିତ ଫୁଲ ମାଳ ଦେଇ ସେଇଠି ତାକୁ ବିବାହ କରିଛି । ସେହି ସମାଧି ସହିତ ବାଣ୍ଟୁଛି ତାର ହସ ଖୁସି ସୁଖ ଦୁଃଖ ସବୁ କିଛି । ଲୋକ ମାନେ ତାକୁ ପାଗଳ କହିଛନ୍ତି । କିନ୍ତୁ କେହି ବି ଜାଣି ପାରୁ ନାହାନ୍ତି ସତରେ ପାଗଳ କି ଭଲ ।


  ସୁନିତାର ସ୍ୱପ୍ନ କୁ ପୁରା କରିବାକୁ ଯାଇ ସେଇଠି ତୋଳିଛି ଏକ ଛୋଟ ଘର ତାର ସମ୍ନାରେ ଫୁଲ ଫଳ ମାନଙ୍କର ଏକ ସୁନ୍ଦର ବଗିଚା ଆଉ ତାରି ପଛକୁ ଖୋଲିଛି ଏକ ଛୋଟ ପୋଖରୀ। ସମସ୍ତେ ସିନା ତାକୁ ପାଗଳ ଭାବୁଛିନ୍ତି । କିନ୍ତୁ ସ୍ମଶାନ ସତେଯେମିତି ପାଲଟି ଯାଇଛି ସରଗ ପୁର ।

               


Rate this content
Log in

More oriya story from Prasant Kumar Nath

Similar oriya story from Tragedy