STORYMIRROR

Prasant Kumar Nath

Others

3  

Prasant Kumar Nath

Others

ଗାଁ ମୁଣ୍ଡ ବରଗଛ

ଗାଁ ମୁଣ୍ଡ ବରଗଛ

3 mins
157

କାହିଁ କେତେ କାଳରୁ ଗାଁ ମୁଣ୍ଡରେ ଠିଆ ହୋଇଛି ଏହି ବୁଢା ବରଗଛ । କେବେ କାହାର ଅନିଷ୍ଟ କରିନି କିନ୍ତୁ ସମସ୍ତଙ୍କର ଉପକାର କରିଛି । କେବେ କାହାଠାରୁ କିଛି ପାଇବାକୁ ଆଶା କରିନି କିନ୍ତୁ ନିଃସ୍ୱାର୍ଥପର ଭାବରେ ଦେଇ ଚାଲିଛି ସମସ୍ତଙ୍କୁ । ଆଜିର ମଣିଷ ସମାଜ ପରି ସେ କେବେ କାହାକୁ ଧୋକା ଦେଇନି । କାହା ସାଥିରେ କେବେ ଛଳନା ମଧ୍ୟ କରିନି ସେ । ଆଜି କରୋନା ଭୂତାଣୁ ଅନେକ ଲୋକଙ୍କୁ ଗ୍ରାସ କରି ସେମାନଙ୍କ ଶରୀରରେ ଅମ୍ଳଜାନ କମ କରି ଦେଉଛି ଫଳରେ ଲୋକମାନେ ନିଜର ଜୀବନ ବଞ୍ଚେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅମ୍ଳଜାନ କିଣୁଛନ୍ତି କିନ୍ତୁ ଏହି ବରଗଛ ବିନା ପଇସାରେ ସମସ୍ତଙ୍କୁ ବାଣ୍ଟି ଚାଲିଛି ଅମ୍ଳଜାନ ଆଉ ରକ୍ଷା କରୁଛି କୋଟି କୋଟି ଜୀବନ । ଆଉ ଦୁନିଆଁର ସବୁଠାରୁ ଅଧିକ ଅମ୍ଳଜାନ ଯୋଗାଉଥିବା ଗଛ ହିଁ ହେଉଛି ବରଗଛ । ଖାଲି ମଣିଷ ନୁହେଁ ଅନେକ ପଶୁ ପକ୍ଷୀଙ୍କର ବାସ ସ୍ଥାନ ମଧ୍ୟ ସାଜିଛି ଏହି ଗଛ ।

  ଧୂ ଧୂ ଖରାବେଳେରେ କୃଷକ ଭାଇ ବିଲରୁ ଫେରି ଏହି ଗଛ ଛାଇରେ ହିଁ ସେ ତାର ଥକ୍କା ମରିଥାଏ । ଅନେକ ବେପାରୀ ଭାରି ମଧ୍ୟ ସେହି ଗଛ ମୂଳରେ ରେଷ୍ଟ କରନ୍ତି । ବରଗଛର ଛାଇ ସାଙ୍ଗକୁ ସୁଲୁ ସୁଲୁ ବାଆ ଆଖିରେ ନିଦ ଆଣିଦିଏ । ଅନେକ ସମୟରେ କଲେଜ ପିଲାମାନେ ଏହି ଗଛମୂଳରେ ପ୍ରେମଳାପ କରନ୍ତି । ଖାଲି ଖରା ନୁହେଁ ବର୍ଷା ହେଉଥିଲା ବେଳେ ମଧ୍ୟ ଅନେକ ବାଟୋଇ ଏହି ଗଛ ମୂଳର ନିଜକୁ ବର୍ଷା ଦାଉରୁ ରକ୍ଷା କରାଇଥାନ୍ତି । ଏହି ଗଛ ମୂଳରେ ଗାଁ ପିଲାମାନେ ଗୁଳି ଗୋଟି ଖେଳ ଖେଳିଥାନ୍ତି । ରଜ ଆସିଲେ ଏହି ଗଛରେ ହିଁ ଦୋଳି ଲାଗେ । ଗାଁ ଯାକର ଝିଅ ସଜବାଜ ହୋଇ ଏଇଠି ଦୋଳି ଖେଳନ୍ତି । 

  ଏବେ ମଣିଷ ମାନଙ୍କ ପରି ଗଛ ମାନଙ୍କର ମଧ୍ୟ ନିଜ ଜୀବନ ପ୍ରତି ଆଉ ଭରଷା ରହୁନି । କୋଉ ମୁହୂର୍ତ୍ତରେ ବି ଏ ମଣିଷ ମାନେ ନିଜ ଇଚ୍ଛାରେ ତାକୁ କାଟି ପକାଉଛନ୍ତି । ନିଜର ସୁବିଧା ପାଇଁ ସେମାନେ ଅନ୍ୟ କଥାକୁ ଚିନ୍ତା କରୁନାହାନ୍ତି ।ଧୀରେ ଧୀରେ ସବୁଜ ବନାନୀ ଲୋପ ପାଇବାକୁ ବସିଲାଣି । ଗଛ କାଟି ଲୋକମାନେ ବଡ଼ ବଡ଼ କୋଠା ନିର୍ମାଣ କରୁଛନ୍ତି ଆଉ ଯାତାୟାତ କରିବା ପାଇଁ କଂକ୍ରିଟ ସଡ଼କ ।

  ଗାଁ ମୁଣ୍ଡର ଏହି ବରଗଛଟିକୁ କାଟି ରାସ୍ତା ସମ୍ପ୍ରସାରଣ କରିବାପାଇଁ ଅନେକ ଥର ଅନେକ କଣ୍ଟ୍ରାକ୍ଟର ଆସିଛନ୍ତି କିନ୍ତୁ ସେମାନଙ୍କୁ ଗାଆଁ ଲୋକମାନେ ବିଦା କରିଦିଅନ୍ତି । ସେଥିପାଇଁ ବହୁତ ଦିନ ହେଲେ ସେ ଗାଆଁକୁ କଂକ୍ରିଟ ସଡ଼କଟେ ହେଇ ପାରୁନି । ତଥାପି ସେ ଲୋକମାନେ ଅନେକ ଖୁସିରେ ଅଛନ୍ତି । କାହଁକି ନା ଅନେକ ଲୋକ ଆଉ ପଶୁପକ୍ଷୀମାନଙ୍କୁ ସାହାରା ଦେଉଛି ଏହି ଗଛ ।

  ଶେଷ ଥର ଯେତେବେଳେ ଏହି ଗଛ କାଟିବାକୁ ନିର୍ଦ୍ଦେଶ ଆସିଥିଲା ସେତେବେଳେ ଗାଁ ଲୋକମାନେ ଜଗି ରହିଲେ । ଅବଶ୍ୟ ଅନେକ ଥର ସେ କଣ୍ଟ୍ରାକ୍ଟର ରାତିରେ ଆସୁଥିଲା କିନ୍ତୁ ଲୋକମାନେ ରାତିଦିନ ଜଗି ରହୁଥିଲେ ଆଉ ଗଛ କାଟିବାକୁ ଦେଉନଥିଲେ । 

 ଆଗରୁ ଗାଁକୁ ଗାଡି ମଟର ପଶିଲେ ଲୋକମାନଙ୍କର ସନ୍ଦେହ ହେଉଥିଲା କାହିଁକିନା ଗାଁକୁ ଏତେ ଗାଡି ମଟର ଆସୁନଥିଲା । ଏବେ ଗାଡିମଟର ସଂଖ୍ୟା ବଢିବାରୁ ଗାଁକୁ ଅନେକ ସମୟରେ ଗାଡି ମଟର ଆସୁଥିଲା ସେଥିପାଇଁ ଗାଡି ମଟର ଆସିଲେ ଲୋକମାନଙ୍କର ଆଉ ସନ୍ଦେହ ହେଉନଥିଲା । ବହୁତ ଦିନ ହେଲା ଆଉ କେହି ଗଛ କାଟିବାକୁ ଆସିନଥିଲେ ସେଥିପାଇଁ ସେମାନେ ଆଉ ରାତିରେ ଜଗୁନଥିଲେ । ଯୁଗ ସହିତ ତାଳ ଦେଇ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ବାହାରି ସାରିଥିଲା । ବିନା ଶବ୍ଦରେ ମଧ୍ୟ ଗଛଗୁଡିକ ଅତି ସହଜରେ କାଟି ହୋଇ ଯାଉଥିଲା । ସେଦିନ ରାତିରେ କଣ୍ଟ୍ରାକର ଆସି ସେ ଗଛଟିକୁ କାଟି ଚାଲି ଯାଇଥିଲା ଆଉ ଭବିଥିଲା ଗଛ କଟିଗଲା ପରେ ଧୀରେ ଧୀରେ ତାକୁ ସଫା କରି ରାସ୍ତା ନିର୍ମାଣ କରିନେବ ।

 କିନ୍ତୁ ଆଜି ମଧ୍ୟ ସେହି ବରଗଛଟି ସେମିତି ମୃତ ଅବସ୍ଥାରେ ପଡିଛି । ଆଉ ଅନେକ ପଶୁପକ୍ଷୀମାନଙ୍କୁ ସାହାରା ହେଉଛି । ଆଉ ଗାଆଁ ଲୋକମାନଙ୍କ ପାଇଁ ସ୍ମୃତିର ସୌଧ ହୋଇ ରହିଛି ସେହି ଗାଆଁ ବରଗଛ ।



Rate this content
Log in