Prasant Kumar Nath

Romance

2.5  

Prasant Kumar Nath

Romance

ନାଲି ଟିକିଲି

ନାଲି ଟିକିଲି

3 mins
601


ସେଦିନ ସସ୍ମିତା ଯାଇଥିଲା ତାର ସାଙ୍ଗ ଆଦ୍ୟସା ଘରକୁ । ସେଦିନ ଥିଲା ତାର ଜନ୍ମଦିନ । ଆଉ ସସ୍ମିତା ହେଉଛି ଆଦ୍ୟସାର ସବୁ ଠାରୁ ଭଲ ସାଙ୍ଗ । ଅବଶ୍ୟ ସେମାନଙ୍କର ଏହି ବନ୍ଧୁତା ଏହି ଅଳ୍ପ କିଛି ଦିନ ହେବ ଆରମ୍ଭ ହୋଇଛି । କିନ୍ତୁ ତାହା ଅତି ଘନିଷ୍ଠ । ଜୀବନର ଏହି ଚଲାପଥରେ ଅନେକ ଜଣ ଭେଟ ହୁଅନ୍ତି ,ଅନେକ ଜଣ ବନ୍ଧୁତାର ହାତ ବଢାନ୍ତି । କିନ୍ତୁ କେହି କେହି ଏତେ ନିଜର ହୋଇ ଯାଆନ୍ତି ଯେ ଯାହାଙ୍କ ବିନା ଜୀବନଟା ଫିକା ଫିକା ଲାଗେ । ଠିକ୍ ଯେମିତି ସସ୍ମିତା ଆଉ ଆଦ୍ୟସା ପରି ।


 ଆଦ୍ୟସାର ହୁକୁମ ଥିଲା ଯେମିତି ସିଏ ତାର ଜନ୍ମଦିନର ପ୍ରଥମ ଶୁଭେଛା ସେ ସସ୍ମିତା ଠାରୁ ପାଇବ ଆଉ ସିଏ ଉଠିଲା ବେଳକୁ ସସ୍ମିତା ଯେମିତି ତାର ଘରେ ଉପସ୍ଥିତ ଥିବ । ସେଥିପାଇଁ ସସ୍ମିତା ଭୋରରୁ ଉଠି ନିଜର ନିତ୍ୟକର୍ମ ସାରି ବାହାରି ପଡିଥିଲା ଆଦ୍ୟସା ଘରକୁ । ଆଉ ପ୍ରଥମ ଶୁଭେଛା ସହିତ ଆବିର୍ଭାବ ହୋଇଥିଲା ଆଦ୍ୟସା ଘରେ ।

ସେଦିନ ଥିଲା ଆଦ୍ୟସାର ଷୋଡଶ ଜନ୍ମଦିନସ । ପରିବାର ବର୍ଗ ଏହି ଷୋଡଶ ଜନ୍ମଦିନସକୁ ମହା ଆଡମ୍ବରରେ ପାଳନ କରିବାକୁ ସ୍ଥିର କରିଥିଲେ । ସେଥିପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା । ସସ୍ମିତାର ଗୋରା ଦେହରେ ନାଲି ଅନାରକଲି ଡ୍ରେସଟି ବଢିଆ ମାନୁଥିଲା ।


  ଆଦିତ୍ୟ (ଆଦ୍ୟସାର ଭାଇ) ଡାଇନିଙ୍ଗରେ ବସି ପେପର୍ । ପଢୁଥାଏ । ଆଦ୍ୟସା ସସ୍ମିତାକୁ କହିଲା ଯା ଭାଇକୁ ଟିକେ ଚା ଦେଇ ଆସିବୁ । ସସ୍ମିତା ଚା ନେଇ ପହଁଚିଲା ଆଦିତ୍ୟ ପାଖରେ । ଆଦିତ୍ୟ ଆଗରୁ କେବେ ସସ୍ମିତାକୁ ଦେଖିନଥିଲା । ତେଣୁ ତାର ପରିଚୟ ପଚାରିଲା । ସସ୍ମିତା ଠାରୁ ପରିଚୟ ପାଇବା ପରେ ଆଦିତ୍ୟ କହିଥିଲା ତୁମ ମଥାକୁ ନାଲି ଟିକିଲିଟି ମିସ କରୁଛି । ସସ୍ମିତା ଟିକେ ଲାଜେଇ ଯାଇ ଘର ଭିତରକୁ ଚାଲି ଯାଇଥିଲା । ଆଉ ପାର୍ଟି ଆରମ୍ଭ ହେବା ପୂର୍ବରୁ ତାର ମଥାରେ ଲାଗି ସାରିଥିଲା ନାଲି ଟିକିଲି । କିନ୍ତୁ କେଜାଣି କାହିଁକି ଆଦିତ୍ୟଙ୍କୁ ଦେଖିଲେ ସସ୍ମିତା ଲାଜେଇ ଯାଉଥିଲା । ଆଉ ନିଜ ଅଜାଣତରେ ତାର ଆଖି ଯେମିତି ଆଦିତ୍ୟକୁ ଖୋଜି ବୁଲୁଥିଲା । ଠିକ୍ ଯେମିତି ପ୍ରଥମ ପ୍ରେମର ପ୍ରଥମ ପାହାଚରେ ପାଦ ଥାପିଥିବା ଏକ ତରୁଣୀ ଝିଅ ପରି । ସତରେ କଣ ସସ୍ମିତାକୁ ପ୍ରେମ ହୋଇଯାଇଛି ? ଖାଲି ନାଲିଟିକିଲି ଲଗାଇବା କଥା କହି କଣ ଜଣେ ପୁଅ ଜଣେ ଝିଅର ମନ କିଣି ନେଇପାରେ ? ନା ପ୍ରଥମ ଦେଖା ଆଉ ପ୍ରଥମ କଥାଟି ପ୍ରେମର ଏକ ସଙ୍କେତ ଦେଇଛି ?


ଜଣେ ସାଙ୍ଗର ଭାଇ ସହ କେବେ ପ୍ରେମ ହୋଇ ପାରେ ? ପ୍ରେମ କଣ କେବେ କାହା ହୃଦୟର କଲିଂ ବେଲ ମାରି ଅପେକ୍ଷା କରେ ନା ସିଧା ଧସେଇ ପସିଯାଏ ହୃଦୟର ଘର ଭିତରକୁ ?   ପ୍ରଥମ ପ୍ରେମର ପହିଲି କିରଣ ଯେମିତି ସସ୍ମିତା ହୃଦୟ ଅଗଣାକୁ ସ୍ପର୍ଶ କରିସାରିଥିଲା । ଠିକ୍ ଯେମିତି ଆଷାଢ଼ର ପ୍ରଥମ ଜଳବିନ୍ଦୁଟି କୃଷକ ମନରେ ଖଳାଇଦିଏ ଆଉ ନୂଆ ଆଶା ଆଉ ଆଶ୍ୱାସନାର ଏକ ସୁନେଲି ସଂକେତ ।


  ସନ୍ଧ୍ୟା ହୋଇ ସାରିଥିଲା ସସ୍ମିତା ଘରକୁ ବାହାରିଲା । ଆଦ୍ୟସା ଭାଇକୁ କହିଲା ସସ୍ମିତାକୁ ଘରେ ଛାଡ଼ି ଆସିବା ପାଇଁ । ଜଣେ ବନ୍ଧୁଙ୍କୁ ଘରେ ଛାଡ଼ି ଆସିବାକୁ ସିଏ ବା କେମିତି ମନା କରିଥାନ୍ତା । ନିଜର ବାଇକ ବାହାର କଲା, ଆଉ ସସ୍ମିତାକୁ ବସେଇ ଛାଡିବାକୁ ଗଲା । ବାଟରେ ଅନେକ ଥର ସସ୍ମିତାର ହାତ ଆଦିତ୍ୟର କାନ୍ଧ ଉପରକୁ ଉଠିଛି କିନ୍ତୁ କାନ୍ଧକୁ ସ୍ପର୍ଶ କରିବା ପୂର୍ବରୁ ପୁଣି ଫେରି ଆସିଛି । ତାହା ଭୟରେ ହେଉ ଅବା ଲାଜରେ । ସେଦିନ ସିନା ସସ୍ମିତା ଘରକୁ ଫେରି ଆସିଥିଲେ କିନ୍ତୁ ସବୁଦିନ ପାଇଁ ତାର ମନ ଟିକୁ ସେଠାରେ ଛାଡି ଆସିଥିଲା । ଆଉ ରାତିରେ ମଧ୍ୟ ଶୋଇ ପାରିନଥିଲା । ଆଦିତ୍ୟର ଚେହେରା ତାର ଆଖି ଆଗରେ ନାଚି ଯାଉଥିଲା ପଲକ ଖୋଲିଲେ ଆଦିତ୍ୟ ପଲକ ପଡିଲେ ସ୍ୱପ୍ନ ଝଲକରେ ଆଦିତ୍ୟ । ଶୋଉ ଶୋଉ ପୁଣି ଉଠି ଆଇନା ଆଗକୁ ଧାଇଁ ଯାଉଥିଲା ସେ ଆଉ ଭାବୁଥିଲା ସତରେ ଏହି ନାଲି ଟିକିଲିରେ ମୁଁ କେତେ ସୁନ୍ଦର ଦେଖା ଯାଉଛି ସତରେ ।


 ସେହି ଦିନଠାରୁ କେଜାଣି କହିଁକି ପ୍ରେମ ଆଉ ପ୍ରେମିକ/ପ୍ରେମିକା ମାନଙ୍କ କଥା ଶୁଣିବାକୁ ତାକୁ ଭଲ ଲାଗିଲା । ଅନେକ ସାଙ୍ଗ ମାନଙ୍କୁ ସେମାନଙ୍କ ପ୍ରେମିକ ମାନଙ୍କ ବିଷୟରେ ପଚାରି ବୁଝିଲା । ଆଉ ଜାଣିବାକୁ ପାଇଲା ଯେ ଅଧିକାଂଶ ପ୍ରେମିକା ମାନଙ୍କ ପ୍ରେମ ସେମାନଙ୍କ ସାଙ୍ଗର ଭାଇ ମାନଙ୍କ ସହିତ ହୋଇଛି । ଏହା ଦ୍ୱାରା ସେମାନଙ୍କର ଦୁଇଟି ଫାଇଦା ପ୍ରଥମେତ ସେମାନଙ୍କୁ କେହି ସନ୍ଦେହ କରିବେନି ଦ୍ଵିତୀୟରେ ସେମାନଙ୍କୁ ମିଳାମିଶା କରିବାକୁ ସମୟ ଆଉ ସୁଯୋଗ ମଧ୍ୟ ମିଳିଯିବ ।


 ସେହିଦିନ ଠାରୁ ସସ୍ମିତାର ସାଙ୍ଗ ଘରକୁ ଯିବା ଆସିବା ବଢିଗଲା । ଆଉ ଆଦିତ୍ୟ ସହ ଥଟା ମଜା ମଧ୍ୟ । କିନ୍ତୁ ସେହି ଦିନ ଠାରୁ ସସ୍ମିତା କେବେବି ମଥାରେ ନାଲି ଟିକିଲି ଲାଗେଇବାକୁ ଭୁଲୁ ନଥିଲା । ଖାଲି ସାଙ୍ଗ ଘରକୁ ନୁହେଁ ଘରୁ ବାହାରକୁ ଗୋଡ଼ କାଢ଼ିଲା ପୂର୍ବରୁ ପ୍ରଥରେ ସେ ପରଖି ନେଉଥିଲା ମଥାର ନାଲି ଟିକିଲିକୁ । ଆଦିତ୍ୟ ର କଥା ରଖି ସସ୍ମିତା ସବୁଦିନ ମଥାରେ ନାଲି ଟିକିଲି ଲଗାଉଥିବାରୁ ଆଦିତ୍ୟ ମଧ୍ୟ ସସ୍ମିତା ପ୍ରତି ଇମ୍ପ୍ରେସ ହୋଇ ଯାଇଥିଲା । ଆଉ ସେମାନଙ୍କ ପ୍ରେମ ଗାଡିଟି ଷ୍ଟାର୍ଟ ହୋଇ ହୃଦୟର ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଟ୍ରାକରେ ମାଡି ଚାଲିଥିଲା ଆଗରୁ ଆହୁରି ଆଗକୁ ।



Rate this content
Log in

Similar oriya story from Romance