STORYMIRROR

Prasant Kumar Nath

Romance Others

4  

Prasant Kumar Nath

Romance Others

ପାଉଁଜି

ପାଉଁଜି

2 mins
279


ସମସ୍ତଙ୍କର କିଛି ନା କିଛି ସଉକ ଥାଏ, ସେମିତି ମୀରାର ସଉକ ହେଲା ପାଉଁଜି । ସବୁବେଳେ ତାର ପାଦରେ ନୂଆ ନୂଆ ପାଉଁଜି ପିନ୍ଧୁଥିଲା ।

  ସ୍କୁଲ କଲେଜରେ ତା'ର ନାମ ପରିବର୍ତ୍ତନ ହୋଇ ସାରିଥିଲା । ମୀରା ବଦଳରେ ଅନେକ ତାକୁ ପାୟଲ ବୋଲି ଡାକୁଥିଲେ । ଏହି ନାଁରେ ଡାକିଲେ ତାକୁ ଆହୁରି ଖୁସି ଲାଗେ । ପୁଅମାନେ ପ୍ରଥମେ ଝିଅ ମାନଙ୍କର ମୁହଁ ଦେଖିଥିବା ବେଳେ ଏହି ଧାରାକୁ ପରିବର୍ତ୍ତନ କରାଇଥିଲା ମୀରା । ପୁଅମାନେ ପ୍ରଥମେ ତା'ର ପାଦକୁ ହିଁ ଦେଖୁଥିଲେ । ଆଉ ତା ପାଉଁଜିର ରୁମଝୁମ ଶବ୍ଦ ଅନେକ ପୁଅକୁ ପାଗଳ କରୁଥିଲା ଆଉ ବାଧ୍ୟ କରୁଥିଲା ତାକୁ ପ୍ରେମ ନିବେଦନ କରିବା ପାଇଁ ।

  ଅନେକ ପୁଅଙ୍କ ପରି କ୍ରିଷ୍ଣା ମଧ୍ୟ ମନେ ମନେ ଭଲ ପାଇ ବସିଥିଲା ମୀରାକୁ । କିନ୍ତୁ ଏହି ପ୍ରେମ ଭାବନାକୁ ସେ ପ୍ରକାଶ କରି ପାରିନଥିଲା ମୀରା ପାଖରେ । କିନ୍ତୁ ଏହି ଭାବନାକୁ ସେ ପ୍ରକାଶ କରୁଥିଲା କବିତା ମାଧ୍ୟମରେ । ଏମିତିକି "ପାୟଲ" ନାମରେ ଏକ କବିତା ସଂକଳନ ମଧ୍ୟ ପ୍ରକାଶ କରିଥିଲା ସେ । 

   କଲେଜ ପଢା ସାରି କ୍ରିଷ୍ଣା ଆମେରିକା ଚାଲି ଯାଇଥିଲା ଏମବିବିଏସ କରିବା ପାଇଁ । ସେଠାରୁ ପଢା ସାରି ଯେତେବେଳେ ଗାଁକୁ ଫେରିଥିଲା ଜାଣିବାକୁ ପାଇଲା କି ମୀରା ଏକ ଆକ୍ସିଡେଣ୍ଟରେ ତା'ର ଦୁଇଟି ଗୋଡ଼ ହରେଇ ବସିଛି । କ୍ରିଷ୍ଣା ଚମକି ପଡିଲା ଭାବିଲା ସତରେ ଭଗବାନ କେତେ ନିଷ୍ଠୁର ଯିଏ ଯାହାକୁ ଅଧିକ ଭଲପାଏ ଭଗବାନ ତା' ପାଖରୁ ସେହି ଜିନିଷ ହିଁ ଛଡେଇ ନିଅନ୍ତି । 

   କିନ୍ତୁ ମୀରା ବାହା ହୋଇନି କଣ ପାଇଁ ରାହୁଲକୁ । ରାହୁଲ ପରା ଭଲପାଉଥିଲା ମୀରାକୁ । ସେ କଣ ବିବାହ କଲାନାହିଁ ତାକୁ । ନାଁ ଗୋଡ଼ ହରେଇଥିବା ଜାଣି ସେ ମୀରାକୁ ଏକ ବୋଝ ଭାବି ପ୍ରତ୍ୟାଖ୍ୟାନ କରିଛି ?

  କ୍ରିଷ୍ଣା ବିଦେଶରୁ ପାଠ ପଢି ଫେରିଥିଲେ ମଧ୍ୟ ଭୁଲି ପାରିନଥିଲା ମୀରାକୁ । ଏହି ଖବର ଶୁଣିଲା ପରେ ତା କାନରେ ବାରମ୍ବାର ପ୍ରତିଧ୍ୱନି ସୃଷ୍ଟି କରିଥିଲା ମୀରାର ପାଉଁଜି । ଆଉ ତା ଆଖି ଆଗରେ ଝଲସି ଯାଉଥିଲା ମୀରାର ଦୁଃଖିତ ଚେହେରା । 

  ପରଦିନ ସେ ଯାଇ ପହଁଚିଲା ମୀରା ପାଖରେ ଆଉ ପଚାରି ବୁଝିଲା ସବୁ କାହାଣୀ ଆଉ ପ୍ରସ୍ତାବ ରଖିଲା ତାକୁ ବିବାହ କରିବା ପାଇଁ ଆଉ ଯେମିତି ହେଲେ ବି ସେ ତା ପାଦରେ ଆଉ ଥରେ ପାଉଁଜି ପିନ୍ଧାଇବ ବୋଲି ପ୍ରତିଶ୍ରୁତି ଦେଲା ।

   ସେହିଦିନ ଠାରୁ ଆରମ୍ଭ ହେଲା ତା ଡାକ୍ତରୀ ଜୀବନର ଏକ ସ୍ୱତନ୍ତ୍ର ପରୀକ୍ଷା । କଥାରେ ଅଛି ଚେଷ୍ଟା ହିଁ ଆମକୁ ସଫଳତା ଆଣିଦିଏ । ଅନେକ ଭଲ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ସେ ପାୟଲର ଶରୀରରେ ଏକ ଅସ୍ଥାୟୀ ଗୋଡ଼ ଲଗାଇ ପାରିଥିଲା । 

  ପୂର୍ବ ପରି ପାୟଲ ମଧ୍ୟ ତାର ସେହି ଅସ୍ଥାୟୀ ଗୋଡ଼ରେ ପୁଣି ଥରେ ପାଉଁଜି ପିନ୍ଧିବାର ସୁଯୋଗ ପାଇଥିଲା । କ୍ରିଷ୍ଣା ମଧ୍ୟ ତାର ପ୍ରେମକୁ ପାଇ ଅନେକ ଖୁସିରେ ଥିଲା । କଥାରେ ଅଛି ପ୍ରେମ କେବେ ହାରେନା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିଲା କ୍ରିଷ୍ଣା । କାହିଁକିନା ସେ ହୃଦୟରୁ ଭଲପାଉଥିଲା ମୀରାକୁ। ରାହୁଲ ପରି ତା ପ୍ରେମରେ ଛଳନା ନଥିଲା । ଥିଲା ଏକ ପବିତ୍ର ପ୍ରେମର ମହକ । ଯେଉଁ ପ୍ରେମ ଆଜି ପୁଲକିତ ହୋଇ ଉଠିଛି । ଆଉ ପ୍ରେମିକ ପ୍ରେମିକା ମାନଙ୍କୁ ପ୍ରକୃତ ପ୍ରେମର ସଂଜ୍ଞାକୁ ବୁଝାଇ ଦେଇଛି ।

ଆଜିବି ମୀରା ପାଦର ପାଉଁଜି ରୁମଝୁମ ଶବ୍ଦ କରି କ୍ରିଷ୍ଣା ପ୍ରେମକୁ ଆହୁରି ଗଭୀର କରି ଦେଉଛି ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance