ପ୍ରେମର ପରିଭାଷା (ପ୍ରଥମ ଥର)
ପ୍ରେମର ପରିଭାଷା (ପ୍ରଥମ ଥର)
ମୋତେ ବୁଲେଇ ବଙ୍କେଇ କହି ଆସେନି।ସିଧା ସିଧା କହିଦିଏ ମୋ ମନର ପରିଭାଷାକୁ। ମୋତେ ବାହାନା କରି ଆସେନି ସେଥିଲାଗି ତ ବିନା ସଙ୍କୋଚରେ ମୋ ଚିନ୍ତାଧାରାକୁ ପରିପ୍ରକାଶ କରିଦିଏ। ଯୁକ୍ତି ତ ମୁଁ ବହୁତ କରେ ଏଇଆ ଭାବି ନେଇ କି କିଛି ଭୁଲ୍ ର ଦ୍ଵନ୍ଦ ରହିବନି। ତା ମାନେ ଏଇୟା ନୁହେଁ ଯେ ମୁଁ ସବୁବେଳେ ଠିକ୍। କେବେ କେବେ କେହି କିଛି ପଚାରିଲେ ବଡ଼ ଲୋକଙ୍କ ଭଳି ଭାଷଣ ତ ଦେଇଦିଏ କିନ୍ତୁ ଲୋକ ମାନେ ମୋ ଭାଷାକୁ ନ ବୁଝି ମୁଁ ବଡ଼ ହୋଇଗଲିଣି ବୋଲି ମାନିନିଅନ୍ତି।
ଆଜିବି କିଛି କଥାକୁ ମୁଁ ବୁଝି ପାରେନି ମୋ ପିଲାଳିଆମି ଲାଗି। କିନ୍ତୁ କେହି ବୁଝେଇବା ପରିବର୍ତ୍ତେ ଭୁଲ୍ ବୁଝିନିଅନ୍ତି। ଏମିତି କାହିଁକି? ମୁଁ ତ ଏତେ ବି ବଡ ନୁହେଁ ନା ସବୁକିଛି ବୁଝିଯିବି।
କେବେ କେବେ ତ ବହୁତ ରାଗ ଲାଗେ ପୁଣି ଏଇଆ ଭାବିକି ହସି ଦିଏ ଯେ ମନାଇବା ଲାଗି କେହି ନାହାନ୍ତି। ଏଠି ସବୁକିଛି ଭୁଲ୍। ଆଉ ମୁଁ ହିଁ ପ୍ରଥମ ଉତ୍ତର ସବୁ ଭୁଲ୍ ର।
ବୟସର ତରତର ଚାଲିଟା ମଣିଷକୁ ଖୁବ୍ ସାବଧାନ କରିଦିଏ ଅନୁଭୂତି ସହ। କିନ୍ତୁ କିଛି ଏମିତି ବି ଜିନିଷ ଥାଏ ଯାହାକୁ ମୁଁ ଅନୁଭବ ହିଁ କେବେ କରିନି।
ଏବେ ଦେଖୁଛି ୫-୬ କ୍ଲାସ୍ ପିଲା ପ୍ରେମର ବାଖ୍ୟା କରନ୍ତି କିନ୍ତୁ ମୁଁ ଯେବେ ଉତ୍ତର ଦିଏ ମୁଁ କିଛି ଜାଣେନା ଏ ବିଷୟରେ ମୁଁ ନମୂନା ବନିଯାଏ। କେବେ ମିଛେଇ,କେବେ ଫୁଲେଇ କେବେ କେବେ ପୂରା ଖରାପ। ସାଙ୍ଗ ମାନଙ୍କ ସହ ପଡ଼ି ସାଙ୍ଗମାନଙ୍କୁ ଚିଡ଼େଇବାରେ ମୁଁ ପକା। କିନ୍ତୁ କେବେ ମୋ ଭାବନାରେ କେହି ନାହାନ୍ତି । ମୁଁ ଜାଣିନି ହିଁ ସେ ସବୁ।
ହଁ ସ୍କୁଲ ସମୟରେ ମୋର ଗୁଣ ଲାଗି ମୋ ସାଙ୍ଗମାନେ ବି ବହୁତ ପିଲାଙ୍କ ସହ ଚିଡ଼େଇଛନ୍ତି ମୋତେ। ଏମିତି ଦେଖିଲେ ମୁଁ ହିଁ ସେମିତି ଥିଲି। ସେ ପୁଅ ହେଉ କି ଝିଅ ଯାହା ସହ ମିଶିଲି ଆବଶ୍ୟକ ଠାରୁ ବହୁତ ଅଧିକ ମିଶିଯାଏ। କେବେ ଜୁନିଅର କେବେ କ୍ଲାସ୍ ମେଣ୍ଟ, କେବେ ସିନିଅର ... ଆଉ କେବେ କେବେ ପାରିବାରିକ ସମ୍ପର୍କିୟ। କ'ଣ ଚାଲେ କାହା ମୁଣ୍ଡରେ ମୁଁ ଜାଣିପାରେ ନି ପାରୁନି ବି।
ମୋର ମନେ ଅଛି ୬ଷ୍ଠ ଶ୍ରେଣୀରେ ଯେବେ ପ୍ରଥମ ଥର ଚେତା ହଜିଯାଇଥିଲା ବହୁତ ଡେରିରେ ଚେତା ଫେରିଥିଲା । ସାଲାଇନ୍ ବି ଲାଗିଥିଲା। ଡାକ୍ତର ବାବା ମାମାଙ୍କୁ ବାହାରକୁ ପଠେଇ ଦେଲେ। ମୁଁ ହିଁ ଏକା ବସିଥିଲି । ପ୍ରଶ୍ନ ପଚାରିଥିଲେ ମୋତେ ,ତୁମେ କାହାକୁ ଭଲପାଉଛ କି? ଘରେ କହି ପାରୁନ!
ମୁଁ ହଁ କରିଥିଲି।
- କାହାକୁ? ତୁମ ସାଙ୍ଗକୁ?
- ହଁ ସାଙ୍ଗକୁ। କିନ୍ତୁ.....
- କିନ୍ତୁ, କିନ୍ତୁ କ'ଣ?ଘରେ ଗାଳି କରିଛନ୍ତି କି ଜାଣିକି?
- କ'ଣ? ଘରେ କାହିଁ ଗାଳି ଦେବେ? ମୁଁ କ'ଣ ଚୋରିକରିଛି କି?
- ଆଉ କ'ଣ ହେଇଛି? ଚିନ୍ତାରେ ଅଛ ବୋଲି ଚେତା ହରେଇଲ। ଛୋଟ ପିଲା ତୁମେ ଚିନ୍ତା କ'ଣ ତୁମର?
- ମୋ ଚିନ୍ତାଧାରା ତାଙ୍କୁ କହିଥିଲି....
- ଠିକ୍ ଅଛି।
ଆମ ବାର୍ତ୍ତାଳପ ସରିଗଲା। ଘରକୁ ଫେରିଥିଲି ।
------
ଆଜି ବହୁତ୍ ଦିନ ପରେ ସେଇ ପ୍ରଶ୍ନର ପୁନରାବୃତ୍ତି ।
ଜଣେ ବୁଢା ଡାକ୍ତର ପଚାରିଲେ, କାହାକୁ ଭଲପାଉଛୁ କିରେ?
- ମୁଁ ତ ହସି ହସି ହିଁ ଚାଲିଆସିଲି ସେଠୁ।
ମାମାକୁ ଯାଇ କହିଲି ମାମା ସେ ବୁଢା ପଚାରୁଛି ମୋତେ କାହାକୁ ଭଲପାଉଛୁ?
- ମୋ ଭାଇ ବି ସାଙ୍ଗେ ସାଙ୍ଗେ ପାଳିଆ ବନିଗଲା। କହିଲା ହଁ ପା, କ୍ଲାସ୍ ବାହାନାରେ ଫୋନ୍ ରେ କ'ଣ କରୁଚୁ କେଜାଣି!
- ମୁଁ ତାକୁ କହିଲି ହଁ ହଁ ୧୨୦ ଟା ପିଲା ମୋ କ୍ଲାସ୍ ରେ କିଏ ଗୋଟେ ଟେ ଅଛି ଆଉ ।
- ସେ ବୋଧହୁଏ ମୋ କଥାକୁ ସତ ମାନିନେଲା।ଆରମ୍ଭ ହେଇଗଲା wp chat check ।
- ମୋ wp ର 1st chat physics gr
2nd CR
3rd gr gr gr and gr....
And all chat dlt...
ସେ କହିଲା ପକା ଅଛୁ ମୁଁ ସବୁ dlt କରିଦେଇଛୁ।
ଛାଡ଼ନ୍ତୁ ସେ ସବୁ।
ମୁଁ ତ ଭାବେ ଏ ପ୍ରେମ ଫ୍ରେମ ଏ ସବୁ ଗୋଟେ ପ୍ରକାର ମାନସିକ ରୋଗ। ବହୁତ୍ ଫିଲ୍ମ୍ ଦେଖିଛି । Love story ପଢିଛି, ଆଖିରେ ବି ଦେଖିଛି ମୋ ସାଙ୍ଗ ମାନଙ୍କୁ।
ଦୁଇ ଦିନ ମିଶିଗଲା ପରେ ତୃତୀୟ ଦିନ କଥାବାର୍ତ୍ତାର ଢଙ୍ଗ ବଦଳି ଯାଏ। ଏବେ ତ online ରେ ବହୁତ୍ କିଛି.....
କିନ୍ତୁ ବାସ୍ତବରେ ଏ ପ୍ରେମ ର ମାନେ କ'ଣ??
ମୁଁ ଜାଣିଛି ପ୍ରେମର ମାନେ, ଦେଖିଛି ମୋ ବାବାଙ୍କ ଆଖିର ଲୁହରେ, ମୋ ମାମାର ପ୍ରତିଟି ନିଃଶ୍ୱାସରେ ମୋତେ କିଛି ହୋଇଯିବାର ଡର ସହ। ମୋ ଭାଇର ପ୍ରତିଟି ଶଦ୍ଦରେ ମୋତେ ହରେଇ ବସିବାର ଭୟ ସହ। କେବେ କେବେ ମୋ ସାଙ୍ଗ ମାନଙ୍କ ବିଶ୍ଵାସରେ ଅନୁଭବ କରୁଛି ପ୍ରେମକୁ । ୟା ଛଡ଼ା ଅଧିକ ନୁହେଁ ।
ମୁଁ ଜାଣେ ସବୁ ଭାବୁକ ଲାଗି ସବୁର ଭାବନା ଆଉ ବ୍ୟାଖ୍ୟା ଅଲଗା ହିଁ। କେବେ କେବେ ବନ୍ଧୁତା ବି କିଛି ଅଧିକ ମନେ ହୋଇଥାଏ। କିନ୍ତୁ ସେ ବି କିଛି ସମୟ ଲାଗି।