ମୋ ସାଙ୍ଗ
ମୋ ସାଙ୍ଗ
ଏଇତ ଏବେ ହିଁ ଜୀବନ ଜୀଇବାର ଆଶାଟା ବଢିଚାଲୁଛି, ଯେବେ ଆକର୍ଷଣ ବଢୁଛି।ନିଜ ପାଇଁ ନୁହେଁ ତା ପାଇଁ।
ଗୋଟେ ଅଚିହ୍ନା ଅଜଣା ଚେହେରାଟା ସିଏ ଯାହାକୁ ନା କେବେ ଦେଖିଛି ,ନା ତା ପାଖରେ ବସି ଦୁଇ ପଦ କଥା ହୋଇଛି, ନା ବା ସ୍ପର୍ଶ କରିଛି ତା ବର୍ଦ୍ଧିତ ହୃଦୟର ସ୍ପନ୍ଦନକୁ ? କିଛି ଦିନ ଭିତରେ ଲାଗୁଛି ସେ ଯେମିତି ବହୁତ କିଛି ବନିଗଲାଣି ମୋ ପାଇଁ।
ଥରେ ଅଧେ କଥା ହୋଇଛି, ସେଇ ଥରେ ଅଧେ କଥାରେ ମୁଁ ପୂର୍ବରୁ ହରେଇ ବସିଥିବା ସବୁ ଚରିତ୍ର ଗୁଡ଼ିକୁ ତା ମଧ୍ୟରେ ପାଇଛି।
ମୋତେ ପଚାରେ ସେ,ଖାଇଛୁ?
- ମୁଁ କହେ ନା , ଇଛା ନାହିଁ ଖାଇବିନି?
- ମାମା ପରି ବର୍ଷି ଯାଏ ସିଏ। ତତେ କେତେ ଥର କହିଲିଣି ଠିକ୍ ସେ ଖାଇବୁ ଶୋଇବୁ। କେମିତି ଦେଖା ଗଲୁଣି !! ସେଥିରେ ପୁଣି ଖିଆପିଆ ଠିକ୍ ନାହିଁ। କିଛି କହନି । ଚୁପ୍ ଚାପ୍ ଯାଆ ଖାଇବୁ ଆଉ ଖାଉଛୁ ବୋଲି ମତେ ଫଟୋ ଉଠେଇକି ଦେବୁ।
- ମତେ ତ ବହୁତ ହସ ଲାଗେ।ତାକୁ ପଚାରେ ବି ମୁଁ, କାହିଁକି ତୁ କ'ଣ ମୋ ମାମା?
- ସେ ବି କହେ କାହିଁକି କିଛି ଅସୁବିଧା ଅଛିକି ?
- ଆଜିଠୁ ତତେ ମାମା ଡାକିବି? ଚଳିବ ନା?
- ହଁ ଲୋ ମାଆ ମୋର ,ଯାହା ଡାକୁଛୁ ଡାକେ ।।ବାସ୍ ଯାଆ ଖାଇଦେ।
- ହଁ ହଁ ଯାଉଛି।
ଡେରି ରାତିଯାଏଁ ଫୋନ୍ ଧରି ଥିଲେ ସେ ଭାଇ ପରି ଗାଳି ଦିଏ।କହେ ଆଖି ନଷ୍ଟ କରି ବାବାମାମାଙ୍କ ପଇସା ଉଡ଼େଇ ବାରେ ତୋ ଇଛା।
ତା ଗାଳିରେ ମୁଁ ସୁନା ପିଲାପରି ଶୋଇପଡେ।
କେବେ କେବେ ନିଜ ଭଉଣୀ ଭଳି ମୋର ଭଲ ମନ୍ଦ ଦୁଃଖ ସୁଖ ବୁଝେ ତ କେବେ କେବେ ବାବାଙ୍କ ପରି ତାଗିଦ୍ କରେ।
ହସ୍ପିଟାଲରେ ଥିଲେ ସବୁଠୁ ବେଶି ସେହି ହିଁ କଲ୍ କରେ।
ଯଦି ନ ଉଠାଏ ମୁଁ ସେ ଖୁସି ହୋଇଯାଏ।ଏଇଆ ଭାବିକି କି ମୁଁ ଶୋଇପଡିଛି ଆଉ ମୋ ଦେହ ଟିକେ ଠିକ୍ ଲାଗିବ ଶୋଇପଡ଼ିଲେ।
କିନ୍ତୁ ଯଦି ମୁଁ ତା ଫୋନ ଉଠେଇଦିଏ ,ଗାଳିରେ ହିଁ ଶୁଆଇ ଦିଏ ସେ ମୋତେ।
ବାବାଙ୍କ ବ୍ୟସ୍ତତା ଦେଇଛି ମୁଁ ତା ଆଖିରେ। ଯେବେ ଦେହ ଖରାପରେ ପଡ଼ିଛି...
ବହୁତ ଦିନ ମିଶିଗଲା ପରେ ଏମିତି କି କଲେଜରେ ଥାଇ ମୁଁ ତାକୁ ଦେଖିନି। ଦେଖାକରିବାକୁ କେହି କେବେ ଚେଷ୍ଟା ବି କରିନୁ।
ମୁଁ ତା ଲାଗି ଆପ୍ଲିକେସନ ଲେଖିଛି , diagram କରିଛି ତା ସାଙ୍ଗ ମୋ ଠୁ ଆସି ନେଇଯାଏ କିନ୍ତୁ ମୁଁ ତାକୁ କେବେ ଦେଇନି କି ଦେଖିନି।
ଏସବୁ ପଢି କେହି ଭୁଲ୍ ବୁଝନି....
ବାସ୍ ସେ ମୋର ସବୁଠୁ ଭଲ ସାଙ୍ଗଟିଏ।
ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ।
ତତେ କିଛି କହିବା ପୂର୍ବରୁ ବେଶୀ ଗୁରୁତ୍ବ ପୂର୍ଣ୍ଣ , ତତେ ଭଲପାଇବା...
ତତେ କିଛି ଦେବା ପୂର୍ବରୁ ବେଶୀ ମହତ୍ତ୍ୱପୂର୍ଣ୍ଣ,
ତତେ ସ୍ଵୟଂ ସମ୍ପୂର୍ଣ୍ଣ ରୂପେ ଥରୁଟେ ଦେଖିବା।
ସବୁ ବେଳେ ହସୁଥା,ସଜ ଫୁଲ ପରି।
ଦେଖୁଥାଏ ଯେ ଯାଏଁ ମୋ ଜୀବନରେ ହୋଇନାହିଁ ଇତି।।।
