STORYMIRROR

Suhana Pattanaik

Tragedy

3  

Suhana Pattanaik

Tragedy

ପାଇ ହରେଇଲି କି ???

ପାଇ ହରେଇଲି କି ???

3 mins
175

ନିଜ ଶଦ୍ଦର ଏତେ ପ୍ରୟୋଗ କରେ ସେ ହସିହସି ପେଟ ଦରଜ ହୋଇଯାଏ। ଥରେ ଥରେ ତ ଏମିତି ବି ଇଚ୍ଛା ହୁଏ କେତେ ବକ୍ ବକ୍ କରୁଛି ଏ ଛୁଆଟା !!! ଟିକେ ଚୁପ୍ ରୁହନ୍ତାନି।ସେତେ ବେଳଠୁ ଗପୁଛି ଯେ ଗପୁଛି। କେବେ କେବେ ତ ବାହାନା ଦେଖାଇ ଚାଲି ଆସେ ମୁଁ।

କିନ୍ତୁ ସବୁବେଳେ କାହିଁକି କେଜାଣି ତା ସହ କଥା ନ ହେଳେ ଦିନ ହିଁ କଟେନି।ଏଇ ମୋଠୁ ଦୁଇ ତିନି ବର୍ଷ ସାନ ହେବ ଝିଅଟି। ଛୋଟ ଭଉଣୀଟେ ପରି। କିନ୍ତୁ ତା କଥା ଶୁଣି ବି ମନରେ ଥରେ ଥରେ ଦୁର୍ବଳତା ଆସିଯାଏ।ନା.. ଦେଖି ବାକୁ ବେଶୀ ସୁନ୍ଦର ନୁହେଁ। କିନ୍ତୁ ଠିକ୍ ଠାକ। ତା ସହ ଥରେ କଥା ହେଲେ ୨ୟ ଥର କଥା ହେବାକୁ ଯେ କେହିବି ଇଚ୍ଛା ପ୍ରକାଶ କରିବ। ଫୁଲଠୁ ବି ନରମ ତା ମନ।କାହାର ମିଛକୁ ସହଜରେ ବିଶ୍ଵାସ କରିଦିଏ। ଏଇତ ଏବେ ଏବେ ହିଁ ତା ସହ ମିଶୁଛି। ବୟସରେ ଛାପରେ ବନ୍ଧୁତାର ଅର୍ଥ ଅନ୍ୟମାନଙ୍କ ପାଇଁ ଭୁଲ ହୋଇଥାଏ। ଯେତେବେଳେ ବନ୍ଧୁତା ପୁଅଝିଅଙ୍କ ଭିତରେ ଥାଏ। ଯଦିଓ ମୁଁ ଗୋଟେ ପୁଅ, ତଥାପି ତା ପ୍ରତି ଥିବା ଦୁର୍ବଳତାକୁ ଚପେଇ ରଖିଛି।

    ବହୁତ ଝିଅ ଦେଖିଛି। ପ୍ରଥମ ଦେଖାରୁ ବହୁତ୍ ଜଣଙ୍କ ସହ ଏକ ପାର୍ଶ୍ଵି ପ୍ରେମରେ ବି ପଡିଛି..... କିନ୍ତୁ ଏମିତି ଝିଅ...!!! ସତରେ କିଛି ତ ଅଲଗା ସିଏ।

    ଲଗ୍ନା..... ନା ଟା ଶୁଣିବାକୁ ଯେମିତି,ତା କଥା ତା ଶୁଣିଲେ ୟାଠୁ ବେଶୀ ସୁନ୍ଦର ଲାଗେ।+୨ ବିଜ୍ଞାନ ବିଭାଗର ଛାତ୍ରୀ ସିଏ।ଆଉ ମୁଁ ହା..ହା...+୩ ଶେଷ ବର୍ଷର ଛାତ୍ର। ସୋମୁ ନାମରେ ସମସ୍ତେ ଜାଣନ୍ତି ମତେ। ବେଶୀ ତ ଜାଣନ୍ତି ଲଗ୍ନା ସହ ବୁଲୁଥିବା ଟୋକା ନାମରେ। ମତେ ତା କଥା ଭଲଲାଗେ। ଛୋଟ ଛୁଆ ଭଳି ସିଏ କୁହେ‌। ବହୁତ ମଜା କରେ। ସବୁଥିରେ ପ୍ରଥମ। ସୁନ୍ଦର କାହାଣୀ ବି ଲେଖିପାରେ। ଚରିତ୍ରକୁ କେମିତି ଆଙ୍କାଯାଏ, ବୋଧହୁଏ ସମସ୍ତେ ତା ଠାରୁ ଶିଖିବା କଥା।

    ଗୋଟିଏ ସନ୍ଦେହ ପ୍ରଶ୍ନ ସହ ତାର ମୋର ଚିହ୍ନା ଜଣ।

   ×× ××× ××× ×× ××× ××

   ଛାଡ଼ନ୍ତୁ ସେସବୁ।ଆଜି ବହୁତ୍ ଦିନ ପରେ ତାକୁ ଦେଖୁଛି।ସେହି ମୁହଁ ସେଇ ଆଖି.... ଅସମ୍ଭବ.....!!!! 

   ଆରେ ମାନସ!!!! ଇଏ ସେଇ ଲଗ୍ନା ନା???

   ଯାହାକୁ ମୁଁ ଭଉଣୀ ଭାବି ପର ମୁହୂର୍ତ୍ତରେ ପ୍ରେମରେ ପଡିଯାଇଥିଲି। 

   ଏ ମିଲ୍ଲି!!!! ଏ ତୋର ସେଇ ସାଙ୍ଗ ନା ଯିଏ ବହୁତ୍ ଦୂରରୁ ଦେଖି ଆଖିରେ ହସୁଥାଏ।

   କୁହ ସବୁ...ଚନ୍ଦନ ଆରେ କଣ ହୋଇଛି ତାର???

 ସେ ହସୁନି କାହିଁକି।ଆଉ ଏତେ ଉଦାସ।ତା ମୁଣ୍ଡରେ ସେ ଧଳା ପଟି କାହିଁକି।ସେ ଏତେ ଦିନ ଧରି କଲେଜ କାହିଁକି ଆସୁନଥିଲା???

 କେହି କୁହତ ମତେ.... କ'ଣ ହେଇଛି ତା'ର???


Sorry ସୋମୁ....

ଏ ସେଇ ଲଗ୍ନା ,ଯିଏ ତୋତେ କଥା କହି କହି ହସେଇ ଦିଏ ଆଉ ବିରକ୍ତ ବି କରିଦିଏ।ଯାହା ସହ ସମସ୍ତେ ୨ୟ ଥର କଥା ହେବାକୁ ଚାହାଁନ୍ତି।ଯିଏ ଅନ୍ୟମାନଙ୍କୁ ହସେଇବାକୁ ଭଲପାଏ।

ଜାଣିଛୁ ସୋମୁ ଆମ କଲେଜ ଆସିବା ଦିନଠୁ ତା'ର ବ୍ରେନ୍ ଟ୍ୟୁମର ଥିଲା। ଅପରେସନ ପରେ ଠିକ୍ ଥିଲା କିନ୍ତୁ ଲାଷ୍ଟ୍ ଷ୍ଟେଜ୍ ଥିଲା .ଏବେ ସେ କ୍ୟାନସର୍ ରୂପ ନେଇଗଲାଣି। ବେଶୀ ହେଲେ ଗୋଟେ ମାସ।କହି ଚାଲିଛି ବିପ୍ଲବ । ଅଜାଣତରେ ସୋମୁ ହରେଇ ବସୁଛି ନିଜ ମାନସିକ ସନ୍ତୁଳନ।ଦୌଡି ଯାଇ ଆଲିଙ୍ଗନ କରିପକାଇଲା ଲଗ୍ନାକୁ। ଆଖି ଲୁହ ଯେମିତି ବୋହି ଯାଇ ଲଗ୍ନାକୁ ହରେଇବାର ଭୟକୁ କହିଚାଲିଛି ବିନା ବିରାମରେ। କିଛି ସମୟ ପରେ ହସ ମିଶା କଥା ଟିଏ ତା ଜୀବନ୍ତ ଶବ ମନରେ ପାଣି ପକାଇଲା ଯେମିତି, କ'ଣ ହେଲା ଭାଇ ଆଜି କ'ଣ ଲୁହ??? ମୋ କଥା ଶୁଣି ତ ସେବେ ଭାବୁଥିଲ କେବେ ଚୁପ୍ ହେବ ଏ ଛୁଆ!!! ଆଉ ଏବେ ଚୁପ୍ ରହିବି ବୋଲି ଏତେ ଅଭିମାନ।ହଉ ହେଲା ଆଜିଠୁ ସବୁଦିନ ପୁଣି ହସେଇବି ,ଯେତେ ଦିନ ଯାଏଁ ବଞ୍ଚିଥିବି।

ଆଉ ଭାବିବନି କେବେ ଚୁପ୍ ହେବି।ସମୟ ତ ବହୁତ ଜଲଦି ମୋତେ ସବୁଦିନ ଲାଗି ଚୁପ୍ ରହିବାକୁ କହିସାରିଛି।


ସୋମୁ ଶୁଣୁଥିଲା ଲଗ୍ନାର ହସ ହସ ମୁହଁର କଥା।ପ୍ରଥମ ଥର ପାଇଁ ସେ ଖୁସି ହୋଇପାରୁନଥିଲା। ସେ ଭାବୁଥିଲା ଭଗବାନ ଏମିତି କାହିଁକି କରନ୍ତି, ଯେବେ ସେ ଚୁପ୍ ରୁହେ ବୋଲି ଚାହୁଁଥିଲି ସେବେ ତାକୁ ଚୁପ୍ କଲେନି ଆଉ ଯେବେ ତା କଥା ଶୁଣିବାକୁ ତାକୁ ପାଇବାକୁ ଚାହୁଁଚି,ତାକୁ ଦୂରେଇ ନେଉଛନ୍ତି କାହିଁକି???

କ'ଣ ଭୁଲ ମୋର। 

ବୁଝି ପାରୁନି,ପାଇଥିଲି ବୋଲି ହରେଇଲି ନା ହରେଇବାକୁ ଚାହୁଁଥିଲି ବୋଲି ହରେଇଲି।



Rate this content
Log in

Similar oriya story from Tragedy