STORYMIRROR

Suhana Pattanaik

Tragedy

4  

Suhana Pattanaik

Tragedy

ବାପାଙ୍କ ଅଭିମାନ

ବାପାଙ୍କ ଅଭିମାନ

5 mins
253

୧୯୯୯ ମସିହା କଥା।ସେବେ ତୁ ଜନ୍ମ ହିଁ ହୋଇନଥିଲୁ। ତୋ ବାବା ମାମାଙ୍କର ବିବାହ ସେହି ବର୍ଷ ହିଁ ହୋଇଥିଲା।‌ ମହାବାତ୍ୟା । ଓଡ଼ିଶାର କୋଣେ କୋଣେ ଆତଙ୍କର ଛାୟାକୁ ଘୋଡାଇ ରଖିଥିଲା ଯେମିତି।

କାହିଁ କେତେ ହଜିଗଲେ,କେତେ ଜଣ ମୃତ୍ୟୁବରଣ କଲେ,ଆଉ ବଞ୍ଚିଗଲେ କିଛି।


ଯିଏ ବଞ୍ଚିଗଲା ସବୁଠୁ ବେଶି କଷ୍ଟ ସେ ହିଁ ପାଇଲା।କିଏ ବାବା ମାମା ଙ୍କୁ ହରେଇ ଅନାଥ ହୋଇଗଲା ତ କେହି ପୁଅଝିଅଙ୍କୁ ହରାଇ ଶୂନ୍ୟ ଗର୍ଭା। କେହି ଜୀବିକା ହରେଇଲା ତ କେହି ଆଶ୍ରୟ। କାହାର ଖାଇବାକୁ ଦାନା ନାହିଁ ତ ,କାହା ଘରେ ବହୁତ ଦାନା କିନ୍ତୁ ଖାଇବାକୁ ଲୋକ ନାହିଁ। ଏମିତି ଅନେକ... ସବୁ ଦୁଃଖ ମଧ୍ୟେ ସବୁଠୁ ବଡ଼ ଦୁଃଖ ଥିଲା ସନିଆର । ସନାତନ ସାମନ୍ତରାୟ।

ଜେଜେ କହିଚାଲୁଥିଲେ। ହଠାତ୍ ଗଳାରେ ଯନ୍ତ୍ରଣା ଅନୁଭବ କଲେ।

ଜେଜେ ପାଣି ପିଇବ?

ହଁ ଆଣେ

ନିଅ ପାଣି(କିଛି ସମୟ ପରେ)

ଏବେ ଭଲ ଲାଗୁଛି ତ?

ହଁ ଲୋ ମାଆ ମୋର।ଏବେ ମୋର କ'ଣ ହବକି? 

ହଉ ଛାଡ଼ ।ସନିଆ ଦାଦା କଥା କୁହନା।

ହଁ ହଁ କହୁଛି ।

ଆରମ୍ଭ କଲେ ଜେଜେ

ସନିଆ ଭାରି ଭଲ ପିଲା ଟେ । ବାପାବୋଉ ଙ୍କର ବଡ଼ ପୁଅ।ସେ ୭ ଭାଇ ଭଉଣୀ। ୨ ଭାଇ ୫ ଭଉଣୀ। ଘରର‌ ବଡ଼ ପୁଅ ବୋଲି ସବୁ ଭାର‌ ତା ମୁଣ୍ଡରେ।ଛନ୍ଦ କପଟ ଜାଣେନି। ତା'ର ଗୋଟାଏ ଭୁଲ ସେ ସମସ୍ତଙ୍କୁ ଖୁବ୍ ସହଜରେ ବିଶ୍ୱାସ କରିଦିଏ।

ସେହି ବର୍ଷ ତା'ର ବି ବିବାହ ହୋଇଥିଲା। ୨୦୦୦ ମସିହାରେ ପୁଅ ଟିଏ ହେଲା।

ପୁଅ ଟିଏ ହେଲାନି ଯେ,ବଜ୍ର ପଡ଼ିଲା ତା ମୁଣ୍ଡରେ।ସାମାନ୍ୟ ଡ଼୍ରାଇଭର ଟିଏ। ପୁଅ ଟିର‌ ସବୁବେଳେ ଦେହ ଖରାପ ହେଲା। ସବୁଦିନ ମେଡିକାଲ ଯାଏ। ଏମିତି ବି ଦିନ ଆସିଲା ସନିଆ ବାପା ସନିଆ କୁ କହିଲେ ପିଲା ର ତ ଦେହ ବହୁତ୍ ଖରାପ।ୟା ଲାଗି ଏତେ ପଇସା ଖର୍ଚ୍ଚ କରିବା ଅପେକ୍ଷା ୟାକୁ ସେଇ ମେଡିକାଲ ରେ ବିକି ଦିଏ।


ସନିଆ ଏବେ ବାପା ହେଇଗଲାଣି। ସିଏ କ'ଣ ଅନୁଭବ କରିନି ବାପା ର ମହତ୍ତ୍ଵ କୁ?? ବୋଧହୁଏ ସବୁ ପୁରୁଷ ର ସ୍ଵପ୍ନ ମଧ୍ୟରେ ବାପା ହେବାର ସ୍ବତନ୍ତ୍ର ସ୍ବପ୍ନ ଥାଏ।

ଆଜି ସ୍ବପ୍ନ ସତ ହୋଇଛି ତାର ।ତା ପୁଅ ତା ଛାତି ଭିତରେ ଥିବା ପିତୃକୁ ବାହାରେ ପରିଚିତ କରିଛି।

ଆଜି ସେଇ ପୁଅକୁ ସେ କେମିତି ବିକି ଦେବ ଆଉ କାହାକୁ:

 ଦେହ ଖରାପ ର ଦ୍ଵାହି ଦେଇ?

ମନେ ମନେ ଭାବିଚାଲିଛି ସନିଆ । ହଠାତ୍ ନିଜ କାନ୍ଧରେ କାହା ହାତର ସ୍ପର୍ଶ ଅନୁଭବ କରି ଚମକି ପଡ଼ିଲା।


ନା ନା ବାପା ।ତମେ ଏମିତି କ'ଣ କହୁଛ? କ'ଣ ମୋ ପୁଅ ଜାଗାରେ ମୁଁ ଥିଲେ ତମେ ମୋତେ ବିକିଦେଇଥାନ୍ତ?

ହଁ ନିଶ୍ଚୟ ।ସାରା ଜୀବନ ବୋଝ ମୁଣ୍ଡେଇ ବଞ୍ଚିବା ଅପେକ୍ଷା ବୋଝ ବିକି ଦେବା ଭଲ।

ନା ବାପା। ମୁଁ ହୁଏତ ତୁମ ଆଖିରେ ବୋଝ ହୋଇପାରେ କିନ୍ତୁ ମୋ‌ ପୁଅ ମୋ ଲାଗି ବୋଝ ନୁହେଁ।ମୋ ପିତୃତ୍ବ ର ସନ୍ତକ।


ଯଦି ଏମିତି କଥା ତୁ ଆଜିଠୁ ମୋ ପୁଅ ନୁହେଁ ।ତୁ ଆଜିଠୁ ଅଲଗା ଖାଇବୁ।ମୋ ପରିଚୟ କେଉଁଠି ଦେବୁନି।ମୋ ମଲା ମୁହଁ ରେ ନିଆଁ ମଧ୍ୟ ନୁହେଁ।

‌ବିଚରା ସନିଆ।ପୁଅ ପାଇଁ ବାପା ଠାରୁ ଅଲଗା ହୋଇଗଲା। ସେଦିନ ତା ପକେଟ୍ ରେ ୨୫ ଟଙ୍କା ଥିଲା। ଆଉ ନିଜ ଧର୍ମପତ୍ନୀ ସହ ପୁଅ ।

ଆଗକୁ ବଢିଲା । ଏତେ ଆଗକୁ ବଢ଼ିଗଲା ଯେ ପଛରେ ଥିବା ସବୁ କିଛି ,ତାକୁ ଅନୁଭବ ହେଲାନି।ଦିନ ରାତି over duty କରି ଯାହା ପଇସା ପାଇଲା ପୁଅର ଚିକିତ୍ସା ରେ ସରିଗଲା। କିଛି ଦିନ ପରେ ପୁଅ ସଂପୂର୍ଣ୍ଣ ରୁପେ ସୁସ୍ଥ ବି ହୋଇଗଲା।

ୟା ଭିତରେ ବିତିଗଲାଣି ଦୀର୍ଘ ୧୨ ବର୍ଷ।ଏହି ସମୟ ଭିତରେ ନା ସେ କେବେ ଗାଁ କୁ ଆସିଛି ,ନା ଆସିଛି କେବେ ସେ ଭଲ ରେ ଥିବାର ଖବର। ଅଲଖ ବୁଢ଼ା ବି କେବେ ଭାବିନି ବଡ଼ ପୁଅ କଥା । ମାଷ୍ଟର ଚାକିରି ର ପେନସନ ପାଇ ବେସ୍ ଖୁସିରେ ଅଛି ନିଜ ସାନ ପୁଅ ବୋହୁ ସ୍ତ୍ରୀ ଏବଂ ସାନ ଝିଅ ସହ।


ସନିଆ ପୁଅ ବି ଏବେ ପୁରା ଠିକ୍ ହେଇଯାଇଛି। ୭ମ ଶ୍ରେଣୀ ରେ ପାଠ ପଢୁଛି। ସବୁଥିରେ ପ୍ରଥମ।ହେଲେ ତାକୁ କେବେ କେହି ହସିବାର ଦେଖନ୍ତି ନି। ଖରା ଛୁଟି ରେ ସମସ୍ତେ ନିଜ ଗାଁ ସହର କୁ ବୁଲିବାକୁ ଯାଆନ୍ତି। କିନ୍ତୁ ମିକୁ ସନିଆ ର ପୁଅ କେବେ କୁଆଡେ ଯାଏନି। ବାପାଙ୍କୁ ଜେଜେ ଙ୍କ କଥା ପଚାରିବାରୁ ବାପା କିଛି ନକହି ଚାଲିଯାଆନ୍ତି। ତା'ର ବହୁତ ମନଦୁଃଖ ହୁଏ କିନ୍ତୁ କିଛି କହିପାରେ ନି।


ଗୋଟେ ଦିନ ଭାରି ଯିଦି କଲା ମିକୁ, ଜେଜେ ଙ୍କ ଘରକୁ ଯିବ।

ବେଶୀ ଅଝଟ ହେବାରୁ ସକ୍ତ ଚାପୁଡ଼ା ଟାଏ ମାରିଲା ସନିଆ। ବୋଧହୁଏ ପ୍ରଥମ ଥର ମିକୁ ସନିଆ ଭିତରେ ଥିବା ପିତୃତ୍ବ କୁ କଷ୍ଟ ଦେଇଥିଲା ଅଜାଣତରେ.... କାହିଁକି ନା ସେ ବି ଗୋଟିଏ ବାପର‌ ପୁଅ,ଯାହାକୁ ସେ ଦେଖିନାହିଁ ଦୀର୍ଘ ୧୨ ବର୍ଷ ଧରି।

ସନ୍ଧ୍ୟା ହେଲା।

ସନିଆ କାମରୁ ଫେରିଲା।

ମାଳତୀ! ମାଳତୀ? ସନିଆ ର ସ୍ତ୍ରୀ

ହଁ ହଁ ଆସୁଛି ଆସୁଛି।

ମିକୁ କାହିଁ? କୁଆଡେ ଯାଇଛି? ଘରେ ନାହିଁ କି? କାହିଁ ଦେଖୁନି ତ?

ଆରେ ଆରେ।ଏତେ ପ୍ରଶ୍ନ ପୁଣି‌ ଏକା ସାଙ୍ଗରେ!! ସେ ଏଇ ବାହାରେ ଖେଳୁଛି।

ଖାଇଛି ଆଜି?

ହଁ ଖାଇଛି?

ଜାଣିଛ ମାଳତୀ!

ଆଜି କାହିଁକି କି କେଜାଣି ମୋ ପୁଅ ପାଇଁ ମୁଁ ପୁଅ ହୋଇଯିବାକୁ ଇଛା ହେଉଛି। ଆଜି ସେ ଯିଦି କଲା ବୋଲି ଚାପୁଡ଼ା ଟାଏ ଦେଲି।ହେଲେ ଦିନ ଯାକ ତାରି କଥା ହିଁ ଭାବିଛି।

ସେ କ'ଣ ଭାବିଛି ମୋତେ ଜାଣିନି!କିନ୍ତୁ


ମୁଁ ଯେବେ ଛୋଟ ଥିଲି ବାପାଙ୍କ ସହ ସ୍କୁଲ ଯାଉଥିଲି।ସାର୍ ଙ୍କ ପୁଅ ବୋଲି ସମସ୍ତେ ମୋତେ ବେଶୀ ଭଲପାଆନ୍ତି। ଶ୍ରେଣୀ ରେ ମୁଁ ଯେ ଏତେ ଆଶାୟୀ ଛାତ୍ର ନୁହେଁ। ତଥାପି ଶ୍ରେଣୀ ରେ ପ୍ରଥମ ହେଉଥିବି ବୋଲି ଆଖପାଖ ଲୋକଙ୍କ ଧାରଣା। ଯୁଆଡ଼େ ଗଲେ ବାପା ମୋତେ ସାଙ୍ଗରେ ନେଇ ଯାଆନ୍ତି। ସମସ୍ତଙ୍କୁ ଜଣାନ୍ତି ଇଏ ମୋ ବଡ଼ ପୁଅ। ସାମନ୍ତରାୟ ବଂଶ ର ଗୋଟେ ଓଜନ ଥିଲା ମୋ‌ ପିଲା ଦିନେ।ଆଜିବି କିଛି ଝଲକ ରହିଛି। ଏମିତି ବିତିଗଲା ଦିନ। ଦ୍ଵିତୀୟ ଶ୍ରେଣୀରେ ବି.ଏ ଉତ୍ତୀର୍ଣ୍ଣ ହେଲି। ଖୋଜି ବୁଲିଲି ଚାକିରି କରିବି।

ବାପାଙ୍କ ରିଟାଏଟମେଣ୍ଟ ଅଳ୍ପ ଦିନ ଥିଲା। ଭାବିଥିଲି ବାପାଙ୍କ ଚାକିରି ରେ ରହିଯିବି। ହେଲେ ବାପା କ'ଣ ଭାବିଲେ କେଜାଣି ସିଧା ସିଧା ମନା କରିଦେଲେ। ବୋଧହୁଏ ଭାବିଲେ ଚାକିରି କଲେ ମୁଁ ବଦଳି ଯିବି । ତାଙ୍କୁ ଆଉ ପଇସା ଦେବିନି। ଛାଡ଼ ସେ କଥା।

ବହୁତ ଦିନ ଅପେକ୍ଷା କଲି ସରକାରୀ ଚାକିରୀ ଟିଏ କରିବି।ମୋ ପାଠ ର‌ ମାନଦଣ୍ଡ ସହ ମୋତେ କିଛି ଚାକିରୀ ମିଳିଲାନି।

ସାଙ୍ଗ ମାନେ ମୋର ଯିଏ ଯାହା ବାଟରେ ରୋଜଗାର କଲେଣି।

ମୋତେ ବି ଘରୁ ମାଗି ଖର୍ଚ୍ଚ କରିବା କୁ ଖରାପ ଲାଗିଲା। ଭାବିଲି ମୁଁ ବି ମିଶେ ସେମାନଙ୍କ ସହ।ମିଶୁ ମିଶୁ ଗାଡ଼ି ସିଖିଲି।

ଥରେ ଅଧେ ଗଲି ବାହାରକୁ ଗାଡ଼ି ଚଲେଇବା କୁ। ନିଶାରେ ଶିକ୍ଷକ ତା ଥିଲା। କିନ୍ତୁ ସମୟର ସ୍ରୋତରେ ଡ଼୍ରାଇଭର ମୋ ପେଷା ହୋଇଗଲା।

ସେଦିନ ବାପାଙ୍କ ର ଛୋଟ ହଁ ଟା ମୋତେ ମୋ ନିଶା ସହ ଭେଟ କରେଇ ପାରିଥାନ୍ତା। କିନ୍ତୁ ସେସବୁ ଯେ ହେଲାନି। ବାପାଙ୍କୁ ବହୁତ୍ ସମ୍ମାନ କରେ ମୁଁ।

ବୟସ ହେବା ସହ ବାହାଘର ହେଲା। ମୁଁ ବାପା ହେଲି। ଭାବିଥିଲି ମୋ ପୁଅ ମୋ ସ୍ବପ୍ନ କୁ ସାକାର କରିବ। 


ତୁମେ କହିଲ ମାଳତୀ , ତା ଦେହ ଖରାପ ହେଲା ବୋଲି କ'ଣ ‌ମୁଁ ତାକୁ ବିକି ଦେଇଥାନ୍ତି। ହେଇ ଆଜିଯେ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ। 

ସେବେ ଯଦି ମୁଁ ତାକୁ ବିକି ଦେଇଥାନ୍ତି ଆଉ କିଛି ଟଙ୍କା ଆଶାରେ ସେମାନେ ଯଦି ମୋ ପୁଅ ସହ କିଛି କରିଦେଇଥାନ୍ତେ?

ନା ନା ମୁଁ ଠିକ୍ କରିଛି।


ପୁଅ କୁ ବୁଝେଇ ଦେବ।ମୋ ବାପାଙ୍କ ଉପରେ ମୋ ଅଭିମାନ ଅଛି। ସେଥିଲାଗି ଲାଗି ମୁଁ ଫେରିବି ନି ତାଙ୍କ ପାଖକୁ। ସେ ଯେମିତି ନ ଜାଣେ ଯେ ତା ପାଇଁ ବାପା ଆମକୁ ଘରୁ ବାହାର କରିଦେଇଛନ୍ତି। ଛୋଟ ପିଲାଟା ସେ , ତାକୁ ଭାରି ଦୁଃଖ ଲାଗିବ।

କାହିଁ କେତେ ବେଳୁ ଆସି ଶୁଣୁଛି ମିକୁ ତା ବାପାଙ୍କ କଥାକୁ। ଭାବୁଛି ସତରେ କେତେ ଭଲ ମୋ ବାପାଙ୍କ ଅଭିମାନ।ଆଉ କେବେବି କହିବିନି ଜେଜେ ଙ୍କ ପାଖକୁ ଫେରିବାକୁ। ମୋତେ ମୋ‌ ବାପାଙ୍କ ସମ୍ମାନ ହିଁ ଲୋଡା।



Rate this content
Log in

Similar oriya story from Tragedy