କଲେଜ
କଲେଜ
ସେଦିନ ଜଣେ ସିନିଅର୍ ଭାଇଙ୍କ ସହ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ପରେ ସମ୍ୟକ ଧାରଣା ଆସିଥିଲା ସିନିଅରିଟି ଏବଂ କଲେଜ୍ ବିଷୟରେ।
କଥା କିଛି ଏହିପରି ଥିଲା।
- ଆଛା କହିଲୁ କଲେଜରେ ତୁ କାହାକୁ ଜାଣିଛୁ?
- ମୁଁ??
ହଁ ଜାଣିଛି ବହୁତ୍ ଜଣଙ୍କୁ କିନ୍ତୁ ପୁରା ଭଲରେ ଜଣେ ଭାଇଙ୍କୁ ଜାଣିଛି।
- ଆଛା..ଆଛା... କାହାକୁ? ତା ନା କ'ଣ??
- ଶ୍ରୀକାନ୍ତ ନାମରେ ମେକାନିକାଲର ଜଣେ ଭାଇଙ୍କୁ।
- ତା ମାନେ ତୁ ଭଲରେ ଜାଣିନୁ କାହାକୁ ବି ଆଉ କିଛି ବି?
-ନା ଜାଣିନି ଠିକ୍ ସେ କାହାକୁ ।କେବଳ କିଛି ସାର୍ ମାନଙ୍କୁ ଜାଣିଛି।
- ଓଃ ଆଛା ଆଛା।
- ସେ ଭାଇ ଯେତିକି ଥର କଥା ଆରମ୍ଭ କରୁଥିଲେ 'ଆଛା' ଶଦ୍ଦଟି ଗଣିତର ସାଧାରଣ ଗୁଣିତକ ପରି ବ୍ୟବହାର କରୁଥିଲେ ।
ଛାଡ଼ ସେକଥା।
ମୁଁ ଥିଲି ସିନିଅରିଟି ପାଖରେ.....
କଥା ଆରମ୍ଭ ହେଲା କ୍ଲାସ୍ରୁ!
କ୍ଲାସ୍ କେମିତି ଚାଲିଛି?
- ଠିକ୍ ଠାକ୍।
- ବୁଝିହେଉଥିବ ସବୁ।+୨ ପାଠ ।ଆଗରୁ ପଢିଛ।
- ହଁ ବୁଝି ହେଉଛି । କିନ୍ତୁ ଏଠି ମୋର କେଉଁ ସାଙ୍ଗ ବି ନୋଟ୍ ଲେଖୁନାହାଁନ୍ତି।
ସମ୍ୟକ୍ ହସ ମିଶ୍ରିତ ପ୍ରଶ୍ନ ଥିଲା ତାଙ୍କ ବିପକ୍ଷରୁ
- ଜାଣିଛ ତ! ତମେ କେଉଁଠି ପାଠ ପଢୁଛ?
- ହଁ ଜାଣିଛି।
- ଆଛା କହିଲ କେଉଁଠି ପାଠ ପଢୁଛ?
- ହସି ହସି ମୁଁ ଉତ୍ତର ଦେଇଥିଲି ପାରଳା ମହାରାଜା ଇଂଜିନିୟରିଂ କଲେଜରେ।
- ହଁ ହଁ...ପାରଳା ମହାରାଜା..... ଏଠି ନା ପିଲା ପାଠ କମ୍ ପଢନ୍ତି।ବାକି ସବୁ ମଜାମସ୍ତି ବେଶୀ କରନ୍ତି।
- ଟିକେ ଭାବି ପୁଣି ପ୍ରଶ୍ନ କଲି, କିନ୍ତୁ ନୋଟ୍........?
- ଆରେ ତୁମେମାନେ ଏବେ ନୂଆ ନୂଆ ଆସିଛ ନା।ଏବେ ସବୁ ଭଲ ଲାଗୁଥିବ। ନୋଟ୍ ବନେଇବା,ସାର୍ ପ୍ରଶ୍ନ କରୁ ୪-୫ ଜଣ ଏକା ସାଙ୍ଗରେ ଠିଆ ହୋଇ ଉତ୍ତର କହିବା... ଏମିତି ଅନେକ।
ଆମେ ବି ଏସବୁ କରୁଥିଲୁ।ଆମର ଗୋଟେ ସାଙ୍ଗ ଗୋଟିଏ ଖାତାରେ ୭ ଟା ସେମିଷ୍ଟାର ଦେଇଛି।
- ଶୁଣୁଥିଲି ମୁଁ । ମଝିରେ ମଝିରେ କଥା ଗୁଡା ଝଟକା ଖାଇଲା ପରି ଲାଗୁଥିଲା। ଭାବୁଥିଲି ଏମାନଙ୍କ ମଧ୍ୟରେ ବହୁତ ସଂଭ୍ରାନ୍ତ ଶ୍ରେଣୀର ହୋଇଥିବେ। ସେଥିଲାଗି ତ ଏମିତି ନିଜକୁ ଗଢି ଚାଲନ୍ତି। ମଧ୍ୟମ ଶ୍ରେଣୀର ପିଲା ଦେଖି ଚାହିଁ ଚଳନ୍ତି କିନ୍ତୁ ଆଉ ଯେଉଁ ମାନେ ବଳିଗଲେ?
ଛାଡ଼ନ୍ତୁ !! ବେଶୀ ଆଶ୍ଚର୍ଯ୍ୟ କଲା, ଯେବେ ଶୁଣିଲି ଝିଅ ମାନେ କିଛି କମ୍ କାମ କରନ୍ତି ନି। ସେମାନେ ବି ନିଶାରେ ଚୁର, ରାତିର ନିସ୍ତବ୍ଧତାରେ ଔଦ୍ଧତ୍ୟ, ଏମିତି ଅନେକ ଅଳଙ୍କାରର ଅଧିକାରୀ।
ହସ ଲାଗେ ଯେବେ କିଛି ଆଭାସ ମନେ ପଡେ। ଏଠି ଧନୀ ଘର ପିଲା ମଦ୍ୟ ପିଇ ମର୍ଡନ, ଆରିଷ୍ଟୋକାଟ୍ , ଆଡଭାନ୍ସ ପାଲଟି ଯାଆନ୍ତି । ଆଉ ସାଧାରଣ ଶ୍ରେଣୀ ର ପିଲା ମଦ୍ୟପ ଲମ୍ପଟ ,ନଷ୍ଟ ଚରିତ୍ର ହୋଇଯାଆନ୍ତି। ବାସ୍ତବରେ କଥାଟା ହିଁ ଜେ ସମାନ।
କଲେଜ..... କିଛି ନୂଆ ଶିଖିବାର,ଆଉ ହଁ ଭଲ ଶିଖିବାର ସ୍ବପ୍ନ ସହ ପାଦ ରଖିଥିଲି,କେବଳ ଜଣଙ୍କ ସ୍ବପ୍ନ ସାକାର କରିବାର ଲକ୍ଷ୍ୟ ସହ। କିନ୍ତୁ କେବେ ଭାବିନଥିଲି ଭଲ ଅପେକ୍ଷା ଖରାପର ଚାହିଦା ଏଠି ବହୁତ୍ ବେଶୀ। ଜାଣିନଥିଲି ଏଠି ବନ୍ଧୁତା କମ୍ ବନ୍ଧନ ବେଶୀ ଥାଏ। ଚରିତ୍ର ଅପେକ୍ଷା ଆକର୍ଷଣକୁ ବେଶୀ ଗୁରୁତ୍ବ ଦିଆଯାଏ।ଭାବିଲେ ଅଜବ ଲାଗେ....
ସତେ ଯେମିତି ସେମାନେ ଆଗରୁ ହିଁ ପାରଙ୍ଗମ ।
ହସ ଲାଗେ ଯେବେ ଅନୁଭବ କଲି ୬ ଫୁଟର ସାଙ୍ଗଟା ମୋର ୬ ସେ.ମି ସିଗାରେଟ୍ ର ଗୋଲାମ ପାଲଟି ଗଲା। ବୋଧହୁଏ ୟାକୁ କୁହାଯାଏ କଲେଜ।ପାଦ ଆଗକୁ ବଢାଉ ବଢାଉ କାହିଁ ଖସିଯାଏ କେତେ ଦୂର। ନା ପଛକୁ ଫେରି ହୁଏ ନା ଆଗକୁ ବି ବଢିହୁଏ।ବାସ୍ କିଛି ଆକର୍ଷଣ ଜୀବନ ଉପରେ ଏମିତି ଆକ୍ରମଣ କରିନିଏ ଯେ; ଗଢି ହୁଏନି କି ଗଢେଇ ବି ହୁଏନି।
