Trushna Das

Children

3  

Trushna Das

Children

ପ୍ରେମର ଅଦୃଶ୍ୟ ଶିକୁଳି

ପ୍ରେମର ଅଦୃଶ୍ୟ ଶିକୁଳି

6 mins
119



ମହାରାଜା ମହାରାଜ ବୀରନାରାୟଣଙ୍କର ଜୟ ହେଉ । 


ବୀରନାରାୟଣ : କଣ ହେଲା ସେନାପତି ଶୁଭେନ୍ଦୁ ?


ଶୁଭେନ୍ଦୁ : ଆଜି ପୁଣି ରାଜକୁମାର ରୁଦ୍ରନାରାୟଣ ରାଣୀ..... ସେ ମାୟାବୀ ପାଇଁ ଶିକୁଳି ଖସାଇ ପଳାଇବାକୁ ବାହାରିଥିଲେ ।


ବୀରନାରାୟଣ : ମୁଁ କହିଥିଲି ପରା ରାଜକୁମାରକୁ ମୋଟା ଲୁହା ଶିକୁଳିରେ ବାନ୍ଧି ରଖିବା ପାଇଁ।


ସେନାପତି ଶୁଭେନ୍ଦୁ: ହେଲେ ମହାରାଜା ..... ଆପଣ ତ ଜାଣନ୍ତି ରାଜକୁମାରଙ୍କୁ। ତାଙ୍କୁ ଲାଗୁଛି ସେଇ ମାୟାବୀ ତାଙ୍କୁ ଡାକୁଛି।


ବୀରନାରାୟଣ : ଅହ କଣ ଯେ ମୁଁ ରୁଦ୍ରର କରିବି। ବହୁତ କଷ୍ଟ ହେଉଛିରେ ନିଜ ପୁଅକୁ ଏ ରାଜ୍ୟର ଉତ୍ତରାଧିକାରୀକୁ ଏମିତି ଶିକୁଳିରେ‌ ବାନ୍ଧି ରଖିବା ପାଇଁ ଭଲ ଲାଗୁ ନାହିଁ। 


ଚାଲନ୍ତୁ ଜାଣିବା ଘଟଣା କଣ :


ଏକଦା ଗୋଟିଏ ରାଜ୍ୟ ସ୍ୱର୍ଣ୍ଣପୁର ନାମକ ଥିଲା। ଏହି ରାଜ୍ୟ ସ୍ୱର୍ଣ୍ଣରେ ଭରପୁର ଥିଲା। ତାର ମନ୍ଦିର ସବୁ ସ୍ୱର୍ଣ୍ଣରେ ତିଆରି ହୋଇ ଥିଲା। ଏତେ ଧନସମ୍ପଦରେ ପରିପୂର୍ଣ୍ଣ ଥିଲା ଯେ ଅନ୍ୟ ରାଜ୍ୟର ରାଜାମାନେ ଲୋଭ କରୁଥିଲେ । ଏହି ମହାରାଜା ବୀରନାରାୟଣଙ୍କର ଗୋଟିଏ ବୋଲି ପୁଅ ରୁଦ୍ରନାରାୟଣ ଯୁଦ୍ଧରେ ପରାକ୍ରମୀଥିଲେ । ତାଙ୍କର ଯୁଦ୍ଧ କଳା କୌଶଳ ପାଖାପାଖି ସମସ୍ତ ରାଜ୍ୟ ମାନଙ୍କର ରାଜାମାନଙ୍କୁ ଜଣା ଥିଲା। ସମସ୍ତେ ତାଙ୍କୁ ଭୟଭୀତ କରୁଥିଲେ । କିନ୍ତୁ ରୁଦ୍ରନାରାୟଣଙ୍କ ପାଖରେ ଗୋଟିଏ ଅଦ୍ଭୁତ କଳା ଥିଲା‌। ସେ ଯେକୌଣସି ପାରାଙ୍କୁ ଇଶାରା ଦେଇ ନିଜ ପାଖକୁ ଡାକି ପାରୁଥିଲେ ଏବଂ ଚିଠି ପତ୍ର ସନ୍ଦେଶ ପଠାଇ ପାରୁଥିଲେ। ରୁଦ୍ରନାରାୟଣ ଦୃତ ଗତିରେ ଦଉଡ଼ି ପାରୁଥିଲେ। 


ଶତୃ ରାଜ୍ୟର ରାଜାମାନେ ବୁଝି ସାରିଥିଲେ ଯେ ବୀରନାରାୟଣଙ୍କୁ ହରାଇ ହେବ ଯେବେ ରୁଦ୍ରନାରାୟଣ ହାରିବେ ଓ ରୁଦ୍ରନାରାୟଣଙ୍କୁ କେବଳ ଛଳନା ମାଧ୍ୟମରେ ହରାଇ ହେବ। ହେଲେ ସେମିତି ଛଳନା କିଏ କରି ପାରିବ ବୋଲି ସମସ୍ତେ ଭାବୁ ଥାଆନ୍ତି। ସେପଟେ ଯିଏ ବି ସ୍ୱର୍ଣ୍ଣପୁର ଆକ୍ରମଣ କରିଥିଲା ସେ ପରାସ୍ତ ହୋଇ ସ୍ୱର୍ଣ୍ଣପୁରର ମିତ୍ର ଦେଶ ହେଉଥିଲା।


ଏକଦା ରୁଦ୍ରନାରାୟଣ ତାଙ୍କ ବାପା ଘନିଷ୍ଠ ବନ୍ଧୁ ବିଜୟନଗରର ମହାରାଜା ଜୟଦେବଙ୍କ ଆମନ୍ତ୍ରଣକୁ ସ୍ୱୀକାର କରି ତାଙ୍କ ରାଜ୍ୟକୁ ଗଲେ। ରାସ୍ତାରେ ତାଙ୍କର ଗୋଟିଏ ଯୁବତୀ ସହ ଦେଖା ହେଲେ। ଯୁବତୀ ଜଣକ ଦେଖିବା ପାଇଁ ବହୁତ ସୁନ୍ଦରୀ। ବେଶରୁ ଲାଗୁଥିଲେ କୌଣସି ଗୋଟିଏ ରାଜ୍ୟର ରାଜକୁମାରୀ। ଯଦି ସେ ରାଜକୁମାରୀ ସନ୍ଧ୍ୟା ସମୟରେ ବିନା ସେନା ବାହିନୀରେ ଜଙ୍ଗଲରେ ଏକା କଣ କରୁଛନ୍ତି ବୋଲି ଭାବିଲେ। ଆଉ ସେ ଦେଖିଲେ ଯେ ରାଜକୁମାରୀ ଜଣକ ଗୋଟିଏ ହରିଣକୁ ମହାବଳ ବାଘ ଠାରୁ ବଞ୍ଚାଇବାକୁ ଯାଉଛନ୍ତି। ଏକୁଟିଆ ଝିଅଟି ହୋଇ ସେ ମହାବଳ ବାଘ ଠାରୁ ହରିଣ ବଞ୍ଚାଇବ କିପରି ଭାବୁଥାଆନ୍ତି। ହେଲେ ରାଜକୁମାରୀ ନିଜ ଜୀବନକୁ ବାଜି ଲଗାଇ ହରିଣକୁ ବଞ୍ଚାଇବାକୁ ଚେଷ୍ଟା କରୁ ଥାଆନ୍ତି। ଶେଷରେ ରୁଦ୍ରନାରାୟଣ ସେ ମହାବଳ ବାଘକୁ ମାରି ରାଜକୁମାରୀଙ୍କୁ ବଞ୍ଚାଇଲେ।


ସେହି ସମୟରେ ରାଜକୁମାରୀ ଜଣକ ଆସି ରୁଦ୍ରନାରାୟଣଙ୍କ ବାହୁରେ ପଡ଼ିଲେ। ରୁଦ୍ରନାରାୟଣଙ୍କୁ ଲାଗିଲା ଯେମିତି ରାଜକୁମାରୀ ତାଙ୍କ ମଧ୍ୟରେ ଅଦୃଶ୍ୟ ଶିକୁଳି ବନ୍ଧା ହୋଇଛି। କି ସୁନ୍ଦର ରାଜକୁମାରୀ ଜଣକ। ରୁଦ୍ରନାରାୟଣ ନିଜ ଭାବନାରେ ବୁଡି ଗଲେ। ଇତି ମଧ୍ୟରେ ରାଜକୁମାରୀ ସେଠାରୁ ଚାଲି ଗଲେ।


ରାଜକୁମାରୀଙ୍କ ପାଉଁଜି ଗୋଟିଏ ପାଖ ଗୋଡର ରାଜକୁମାରଙ୍କ ଗୋଡ଼ ପାଖରେ ପଡ଼ି ଥିଲା। ସେ ସେଇ ପାଉଁଜି ଉଠାଇ କହିଲେ ରାଜକୁମାରୀ ତୁମେ କିଏ ? କେଉଁ ରାଇଜର । ମୋତେ ଲାଗୁଛି ଯେମିତି ଆମେ ଯୁଗ ଯୁଗର ଯୋଡ଼ି।


ରାତିରେ ଯାଇ ରୁଦ୍ରନାରାୟଣ ବିଜୟନଗର ପହଞ୍ଚିଲେ। ବିଜୟନଗରର ମହାରାଜା ଜୟଦେବ ଓ ରାଜକୁମାର ପ୍ରେମଦେବ ରୁଦ୍ରନାରାୟଣଙ୍କୁ ସ୍ୱାଗତ କଲେ। ତାପର ଦିନ ପ୍ରେମଦେବଙ୍କର ରାଜ ଅଭିଷେକ ହେବାର ଥାଏ। ରାତି ଭୋଜନ ସମୟରେ ଖାଇବା ରୁମକୁ ଜଣେ ସୁନ୍ଦରୀ ତରୁଣୀ ଛମ ଛମ କରି ପ୍ରବେଶ କଲେ। ମହାରାଣୀ ନିଲିମା ପଚାରିଲେ ଆରେ ସପନା ତୋ ଗୋଟିଏ ପାଦରେ ପାଉଁଜି ନାହିଁ ଯେ। 


ରୁଦ୍ରନାରାୟଣ ଘୁରି ଦେଖିଲେ ତରୁଣୀ ଜଣକ ଆଉ କେହି ନୁହେଁ , ସେ ହେଉଛନ୍ତି ଜଙ୍ଗଲରେ ଦେଖା ହୋଇଥିବା ରାଜକୁମାରୀ ଜଣକ।


ପ୍ରେମଦେବା : ମାଆ ରାଜକୁମାରୀ ସପନା ଆଜି ପୁଣି ଲୁଚି ଜଙ୍ଗଲ ଯାଇଥିଲେ । ସେ ଫେରିଲା ବେଳକୁ ସୈନ୍ୟ ଦେଖି ମୋତେ କହିଲା।


ମହାରାଣୀ ନିଲିମା : ଏ କଣ ସପନା? ତୁ ଜଣେ ରାଜକୁମାରୀ ଏମିତି ଲୁଚି ଲୁଚି ବୁଲିବା କ'ଣ ଭଲ? ସେ ବି ଏକୁଟିଆ ‌ଜଙ୍ଗଲକୁ ଯାଉଛୁ।


ନିଲିମାଙ୍କୁ ଅଟକାଇ ଜୟଦେବ ରାଜକୁମାର ରୁଦ୍ରନାରାୟଣଙ୍କୁ କହିଲେ ଏ ହେଉଛି ଆମର ରାଜକୁମାରୀ ସପନା।


ସପନା ରୁଦ୍ରନାରାୟଣଙ୍କୁ ଦେଖି ‌ଚିହ୍ନି ପାରିଲେ ‌ଯେ ଆଜି ତାଙ୍କୁ ଜଙ୍ଗଲରେ ମହାବଳ‌ବାଘ ଠାରୁ ସେ ହିଁ ବଞ୍ଚାଇଥିଲେ ।ସେ ଜିଭ କାମୁଡି ଜଙ୍ଗଲରେ ଘଟିଥିବା କଥା ନ‌ କହିବା ପାଇଁ ରୁଦ୍ରନାରାୟଣଙ୍କୁ ଈଶାରା କଲେ।


ଖାଇ ସାରିବା ପରେ ରାଜ ଦରବାରରେ ନାଚ ଗୀତର ବ୍ୟବସ୍ଥା ଥିଲା। ରାଜକୁମାରୀ ସପନା ଓ ରୁଦ୍ରନାରାୟଣ ନାଚୁଥିବା ସମୟରେ ରୁଦ୍ରନାରାୟଣ କହିଲେ ବୋଧହୁଏ ରାଜକୁମାରୀ ଜୀବନ ବଞ୍ଚାଇବା ବଦଳରେ ଧନ୍ୟବାଦ କହି ଜାଣି ନାହାଁନ୍ତି।


ରାଜକୁମାରୀ ସପନା : କ୍ଷମା କରିବେ ସନ୍ଧ୍ୟା ଗଡି ରାତି ହେବା ଉପରେ ଥିଲା। ଆଉ ଆପଣ ମୋ ପାଇଁ ଅଜଣା ଥିଲେ । ତେଣୁ ମୁଁ ସେଠାରୁ ପଳାଇ ଆସିଲି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୋତେ ବଞ୍ଚାଇଥିବାରୁ ଓ ଘରେ ଏ ବିଷୟରେ କିଛି ନ କହିବାରୁ।


ରୁଦ୍ରନାରାୟଣ : ତୁମେ ବହୁତ ସାହସୀ। ଝିଅ ହୋଇ ଟିକେ ବି ନ ଡରି ହରିଣକୁ ବଞ୍ଚାଇବା ପାଇଁ ଚାଲି ଗଲ ।


ରାଜକୁମାରୀ ସପନା : ମୁଁ ନିରୀହ ଜୀବର‌ ଜୀବନ ଯିବା କେମିତି ଦେଖି ଥାଆନ୍ତି ଯେ। ଗାଁ ସୀମାରେ ବୁଲୁ ବୁଲୁ ମୋର ହରିଣ ଓ ସେ ମହାବଳ ବାଘ ଉପରେ ନଜର ପଡିଲା। ତେଣୁ ଜଙ୍ଗଲ ପାଇଲି। କିଛି ଦିନ ତଳେ ସେ ବାଘ ଆସି ଗାଁର ଗୋଟିଏ ଛୁଆକୁ ନେଇଯାଇଥିଲା। ମୁଁ ରାଜକୁମାରୀ ହେଲି ତ କ'ଣ ହେଲା ମୋର ବି ତ ମୋ ରାଜ୍ୟବାସୀଙ୍କୁ ବଞ୍ଚାଇବାର ଦାୟିତ୍ଵ।


ରାଜକୁମାରୀ କହି ଚାଲି ଥାଆନ୍ତି ‌ଆଉ ରୁଦ୍ରନାରାୟଣ ସେମିତି ରାଜକୁମାରୀଙ୍କ ମୁହଁ ଚାହିଁ ରହି ଥାଆନ୍ତି।


ରାଜ ଅଭିଷେକ ପରେ ରାଜକୁମାର ରୁଦ୍ରନାରାୟଣ ସ୍ୱର୍ଣ୍ଣପୁରକୁ ଫେରି ଆସିଲେ। ସାଙ୍ଗରେ ରାଜକୁମାରୀ ସପନାଙ୍କ ପାଉଁଜିଟିକୁ ନେଇ ଆସିଲେ। ତାଙ୍କ ମନ ସପନାଙ୍କ ପାଇଁ ଟାଣି ହେଉ ଥାଏ । ଯେମିତି ଦୁହିଁଙ୍କ ମଧ୍ୟରେ ପ୍ରେମର ଅଦୃଶ୍ୟ ଶିକୁଳ ବନ୍ଧା ହୋଇଛି।ସେ ବାପା ବୀରନାରାୟଣଙ୍କୁ ଏ ବିଷୟରେ କହିଲେ। 


ବୀରନାରାୟଣ ଖୁସି ହୋଇ ସପନାଙ୍କ ସହ ରୁଦ୍ରନାରାୟଣଙ୍କ ବିବାହ ପ୍ରସ୍ତାବ ଜୟଦେବଙ୍କୁ ଦେଲେ‌। ବିବାହ ବହୁତ ଧୁମଧାମରେ ହେଲା। ବିବାହ ପରେ ରୁଦ୍ରନାରାୟଣଙ୍କ ରାଜା ଅଭିଷେକ ହେଲା ଆଉ ସପନା ହେଲେ ସ୍ୱର୍ଣ୍ଣପୁରର ମହାରାଣୀ। ସପନା ରାଜ୍ୟ ବୁଲି ପ୍ରଜାମାନଙ୍କ କଥା ବୁଝୁଥିଲେ । ସମସ୍ତେ କହୁଥିଲେ ଆମ ମହାରାଣୀ ବହୁତ ଭଲ। କିଛି ମାସ ପରେ ସପନା ମାଆ ହେବାକୁ ଯାଉଛନ୍ତି ବୋଲି ରୁଦ୍ରନାରାୟଣଙ୍କୁ ଜଣାଇଲେ। ଖୁସିରେ ରାଜ୍ୟରେ ଉତ୍ସବ ପାଳନ ହେଲା।ପ୍ରସବ ସମୟ ପାଖେଇବାରୁ ମହାରାଣୀ ନିଲିମା ଆସି ଝିଅ ସପନାକୁ ତାଙ୍କ ଘରକୁ ନେଇ ଗଲେ।


କିଛି ଦିନ ପରେ ଦୁଃଖ ଖବର ଆସିଲା ଯେ ସ୍ୱର୍ଣ୍ଣପୁରର ଉତ୍ତରାଧିକାରୀ ଗର୍ଭରେ ହିଁ ମରିଗଲା। ରୁଦ୍ରନାରାୟଣ ନିଜକୁ ସମ୍ଭାଳି ସପନାଙ୍କୁ ନେଇ ଚାଳି ଆସିଲେ। ଏ ଘଟଣା ଘଟିବାର କିଛି ଦିନ ପରେ ହତାଠ ରୁଦ୍ରନାରାୟଣ ଅଚେତ ହୋଇ ପଡ଼ି ଗଲେ। ସେଇ ସମୟରେ ଶତୃ ରାଜ୍ୟ ଆକ୍ରମଣ କରି ସ୍ୱର୍ଣ୍ଣପୁରର ଅଧା ରାଜ୍ୟ ଅଧିକାର କଲେ । ଜୟଦେବ ଏକୁଟିଆ ସେମାନଙ୍କୁ ଅଟକାଇ ପାରିଲେ ନାହିଁ । ଜୟଦେବଙ୍କ ସାମ୍ନାରେ ସପନା ରାଜଦରବାରରୁ ସବୁ ସ୍ୱର୍ଣ୍ଣ କାଢି ଶତୃ ମାନଙ୍କୁ ଦେଇ ଦେଲେ ଏବଂ କହିଲେ ସେ ସ୍ୱର୍ଣ୍ଣପୁରର ବିନାଶ ପାଇଁ ଏ ବିବାହ କରିଥିଲେ। ଆଉ ରୁଦ୍ରନାରାୟଣଙ୍କୁ ନିଶା ଔଷଧ ସେ ହିଁ ଦେଇଛନ୍ତି।ସପନା ବିଜୟନଗର ଫେରିଗଲେ।


ରୁଦ୍ରନାରାୟଣଙ୍କ ଚେତା ଆସିଲା ବେଳକୁ ସେ ପାଗଳ ଅବସ୍ଥା। ସେ ଖାଲି ସପନାଙ୍କୁ ହିଁ ଖୋଜୁ ଥାଆନ୍ତି।ଆଉ ସପନାକୁ ନ ପାଇ ପାରି ପରି ହେଉ ଥାଆନ୍ତି। ନିଜକୁ ଆହତ କରୁ ଥାଆନ୍ତି।


ବର୍ତ୍ତମାନ:


ବୀରଦେବ ବ୍ୟସ୍ତ ହେଉ ଥାଆନ୍ତି। ଏପଟେ ପୁଅକୁ ସମ୍ଭାଳିବେ ନା ସେପଟେ ଶତୃ ରାଜ୍ୟର ଆକ୍ରମଣରୁ ରାଜ୍ୟକୁ ବଞ୍ଚାଇବେ। ପୁଅ ପାଇଁ ସେ ନିଜେ ମାୟାବୀ ସପନା ପାଖକୁ ଯାଇଥିଲେ । ହେଲେ ସପନାଙ୍କ ସହ ଦେଖା ହେଲା ନାହିଁ। କଣ ଜୟଦେବ ଏ ବିଷୟରେ ସପନାକୁ କହି ନ ଥିବେ ଏ ସବୁ ଭାବି ବୀରନାରାୟଣ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ି ଥାଆନ୍ତି।


ଦିନେ ରାତିରେ ରୁଦ୍ରନାରାୟଣ ସମସ୍ତେ ଶୋଇଥିବା ସମୟରେ ତାଙ୍କୁ ଲାଗିଲା ସପନା ବିପଦରେ ପଡିଛନ୍ତି।ଆଉ ତାଙ୍କୁ ଡାକୁଛନ୍ତି। ପ୍ରେମର ଅଦୃଶ୍ୟ ଶିକୁଳି ତାଙ୍କୁ ଡାକୁଛି। ସେ ଲୁହା ଶିକୁଳିକୁ ଭାଙ୍ଗି ସପନାଙ୍କ ପାଉଁଜି ଧରି ଘୋଡ଼ା ନେଇ ବାହାରି ଗଲେ। ଯେମିତି ଗୋଟିଏ ଅଦୃଶ୍ୟ ଶିକୁଳି ତାଙ୍କୁ କୁଆଡେ ଟାଣି ଟାଣି ନେଇ ଯାଉଛି। ଗଲା ବେଳକୁ ରାସ୍ତାରେ ତାଙ୍କୁ ଶତୃ ରାଜ୍ୟର କ୍ୟାମ୍ପ ଦେଖା ଗଲା। ମାନସିକ ଭାରସାମ୍ୟ ଠିକ ନ ଥାଇ ମଧ୍ୟ ସେ ସେପଟକୁ ଗଲେ। ଆଉ ତାଙ୍କର ନଜର ପଡିଲା ସପନାଙ୍କ ଉପରେ। ସପନା ଓ ପ୍ରେମଦେବ ମିଶି ଶତୃ ରାଜ୍ୟର ସୈନ୍ୟମାନଙ୍କୁ ଆକ୍ରମଣ କରୁଛନ୍ତି।ସପନା କନ୍ୟା ବେଶରେ ଅଛନ୍ତି। ସପନା କିନ୍ତୁ ସାହସର ସହ ଗୋଟିଏ କୁନି ପୁଅକୁ ଧରି ଲଢ଼ୁଛନ୍ତି।


ରୁଦ୍ରନାରାୟଣଙ୍କ ଚେତା ଚାଲି ଗଲା। କିଛି ସମୟପରେ ବର୍ଷା ହେବାରୁ ରୁଦ୍ରନାରାୟଣଙ୍କ ଚେତା ଆସିଲା। ତାଙ୍କର ସବୁ ମନେ ପଡି ଯାଇ ଥାଏ। ଏଇଟା ବି ମନେ ପଡି ଯାଇ ଥାଏ ସେଦିନ ଚେତା ଯିବା ବେଳକୁ ସପନା କାନ୍ଦି କହୁଥିଲେ ମୋତେ କ୍ଷମା କରିବ। ମୁଁ ଏ ସବୁ ଆମ ସ୍ବର୍ଣ୍ଣପୁରର ଉତ୍ତରାଧିକାରୀ ପାଇଁ କରୁଛି। ସେ କ୍ୟାମ୍ପ ଭିତରକୁ ଯାଇ ଦେଖିଲେ ଯେ ସପନାଙ୍କୁ ଶତୃ ରାଜ୍ୟର ରାଜା ଜବରଦସ୍ତି ବିବାହ ପାଇଁ ବସାଇଛି। ପ୍ରେମଦେବ ହାତରେ କୁନି ପୁଅ ଆଉ ତାଙ୍କୁ ବନ୍ଦୀ କରାଯାଇଛି। ଏବେ ରୁଦ୍ରନାରାୟଣଙ୍କ ବୁଝିବାରେ କିଛି ବାକି ନ ଥିଲା। ସେ ଘୋଡା ବନ୍ଧା ହୋଇଥିବା ଖଣ୍ଡା କାଢିଲେ ଏବଂ ଶତୃ ସେନା ଉପରେ ଆକ୍ରମଣ କଲେ


ସେଇ ସମୟରେ ରୁଦ୍ରନାରାୟଣଙ୍କୁ ଖୋଜୁ ଖୋଜୁ ସ୍ୱର୍ଣ୍ଣପୁରର ସୈନ୍ୟ ଆସି ପହଞ୍ଚିଲେ। ସମସ୍ତେ ମିଶି ସପନା , ପ୍ରେମଦେବ ଓ କୁନି ପୁଅକୁ ଉଦ୍ଧାର କଲେ।


ସପନା କୁନି ପୁଅକୁ ନେଇ ରୁଦ୍ରନାରାୟଣଙ୍କ ହାତକୁ ବଢାଇ କହିଲେ ମହାରାଜ ଏଇ ନିଅନ୍ତୁ ଆପଣଙ୍କ ଉତ୍ତରାଧିକାରୀ। ମୋ ଛଳନା ପାଇଁ ‌ମୁଁ ଆପଣଙ୍କ ସହ ରହିବାର ଯୋଗ୍ୟ ନୁହେଁ। ରୁଦ୍ରନାରାୟଣ କହିଲେ ମୁଁ ବୁଝିଗଲି ଏ ସବୁ ତୁମେ ଆମ ପୁଅ ପାଇଁ କରିଛ। ତୁମେ ଛଳନା କରି ନାହଁ । ତୁମେ ତୁମର କର୍ତ୍ତବ୍ୟ କରିଛ। ସପନା କହିଲେ ମୁଁ କିନ୍ତୁ ଆପଣଙ୍କୁ ପାଗଳ ହେବା ପାଇଁ ଔଷଧ ଦେଉଛି ବୋଲି ଜାଣି ନ ଥିଲି। ମୋତେ କହିଥିଲେ ଯେ ଏ ଔଷଧରେ ଆପଣ କିଛି ସମୟ ପାଇଁ ଶୋଇ ଯିବେ। ଆଉ ମୁଁ ଭାବି ଥିଲି ଆପଣ ଉଠି ଆମ ମାଆ ପୁଅଙ୍କୁ ଉଦ୍ଧାର କରିବେ।ଆଉ ସର୍ତ୍ତ ଅନୁସାରେ ଶତୃମାନେ ଆମ ରାଜ୍ୟକୁ ପୁରା ନେଲେ ନାହିଁ କି ଆପଣଙ୍କୁ ଓ ବାପାଙ୍କୁ କିଛି କଲେ ନାହିଁ।


ରୁଦ୍ରନାରାୟଣ : ମୋତେ ଏକୁଟିଆ ସମୟରେ କହିଲ ନାହିଁ କଣ ପାଇଁ ଯେ ଆମ ଶତୃ ଦେଶର ଷଡ଼ଯନ୍ତ୍ର।


ସପନା : ସେନାପତି ଶୁଭେନ୍ଦୁ ସେମାନଙ୍କ ସହ ହାତ ମିଶାଇଛି। ରାଜ୍ୟର ସବୁ କଥା ସେମାନଙ୍କୁ ଜଣାଉଛି। ମୋ ଦେହ ଭଲ ନଥିବାରୁ ମୋ ପାଖରେ ଦାସୀମାନେ ରହୁଥିଲେ । ଆଉ ମୋର‌ ଡର ରହୁଥିଲା କାଳେ ମୁଁ ଆପଣଙ୍କୁ କହିଲେ ଆମ ପୁଅର କିଛି ହେବ। ସେଦିନ ବାପା ( ବୀରନାରାୟଣ ) ଆମ ଘରକୁ ଯାଇଥିଲେ ହେଲେ ମୋ ‌ବାପା ସେନାପତି ଶୁଭେନ୍ଦୁ ପାଇଁ କିଛି କହି ପାରିଲେ ନାହିଁ।


ରୁଦ୍ରନାରାୟଣ ସେନାପତି ଶୁଭେନ୍ଦୁ କାହିଁ ବୋଲି ପଚାରିଲାରୁ ଜଣେ ସେନା କହିଲେ ସେ ଆପଣ ଠିକ୍ ହୋଇଛନ୍ତି ଦେଖି ସ୍ୱର୍ଣ୍ଣପୁର ଆଡ଼କୁ ଚାଲି ଗଲେ। ଆଉ ପ୍ରେମଦେବ ଶତୃଠାରୁ ମୁକୁଳି ତା ପଛେ ପଛେ ଯାଇଛନ୍ତି।


ରୁଦ୍ରନାରାୟଣ ଆଉ ସମସ୍ତେ ସ୍ୱର୍ଣ୍ଣପୁର ଅଭିମୁଖେ ଗଲେ। ଆଉ ଦେଖିଲେ ପ୍ରେମଦେବ ମହାରାଜା‌ ବୀରନାରାୟଣଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଶୁଭେନ୍ଦୁର ମୃତ ଶରୀରର ତଳେ ପଡ଼ିଛି। ରୁଦ୍ରନାରାୟଣ ଓ ସପନା ନିଜ ପୁତ୍ରକୁ ବୀରନାରାୟଣଙ୍କ ହାତକୁ ଦେଲେ। ରୁଦ୍ରନାରାୟଣ ରାତିରେ ଯାଇ ନିଜ ରାଜ୍ୟର ବାକି ଭାଗକୁ ଶତୃ ମାନଙ୍କ ଠାରୁ ଉଦ୍ଧାର କଲେ।


ତାପର ଦିନ ସ୍ୱର୍ଣ୍ଣପୁରରେ ମହୋତ୍ସବ ହେଲା ତାଙ୍କର ଉତ୍ତରାଧିକାରୀ ସ୍ବର୍ଣନାରାୟଣ ପାଇଁ। ରୁଦ୍ରନାରାୟଣ ଏକୁଟିଆ ସପନାଙ୍କୁ କହିଲେ ପ୍ରକୃତରେ ତାଙ୍କ ଦୁଇ ଜଣଙ୍କ ମଧ୍ୟରେଥିବା ପ୍ରେମର ଅଦୃଶ୍ୟ ଶିକୁଳି ଆଜି ପୁଣି ସେମାନଙ୍କୁ ମିଶାଇ ପାରିଛି।



Rate this content
Log in

Similar oriya story from Children