Padmalaya Mishra

Romance

2.5  

Padmalaya Mishra

Romance

..... ପ୍ରେମପତ୍ର ......

..... ପ୍ରେମପତ୍ର ......

4 mins
431


     ଏଇ ଅଳକା କୁ ଯୌବନ ଛୁଇଁ ଆସୁଥିଲା । ଅପରୂପ ଚମକ ତା ମୁଖରୁ ବାହାରୁଥିଲା । ମାତ୍ର ତେର ବର୍ଷ ବୟସର ଝିଅଟିଏ । ତା ବୋଉ ମନରେ ଛନକା ପଶିବା ଆରମ୍ଭ ହେଲା। ସ୍କୁଲ୍ ଗଲେ ବୋଉ ଛାତି ଧଡଧଡ ହେଉଥିଲା, ଅଳକା ଘରକୁ ନଫେରିବା ଯାଏ । କେମିତି ନହୁଅନ୍ତା ଯେ, ଆଜିକାଲି ଯାହା ଘଟଣା ଘଟୁଛି ଝିଅ ଜନ୍ମ ଦେବା କ୍ଷଣି ବାପା ମା ଙ୍କ ମୁଣ୍ଡରେ ଚିନ୍ତା ପଶୁଛି । ଯୌତୁକ ପାଇଁ କି ବାହାଘର ପାଇଁ ନୁହେଁ, କିଛି ବିକୃତ ମସ୍ତିଷ୍କ ଲୋକଙ୍କ ପାଇଁ ।


      କିନ୍ତୁ ଅଳକା ସୁନ୍ଦରୀ ସହ ଥିଲା ବୁଦ୍ଧିମତୀ । ସେ ଚାହାଣି ଓ ବ୍ୟବହାରରୁ ସଭିଙ୍କ ମନକଥା ଠଉରେଇ ପାରୁଥିଲା । ତେଣୁ ବାପା ଥିଲେ ନିଶ୍ଚିନ୍ତ । ତଥାପି ଝିଅ ସ୍କୁଲ୍ ଗଲେ ବେଳେବେଳେ ତା ପଛରେ ସ୍କୁଲ୍ ପର୍ଯ୍ୟନ୍ତ ଯାଆନ୍ତି ହେଲେ ଦୂରତା ରଖି ଯେମିତି ଅଳକା ଜାଣି ନ ପାରିବ ।


       ଦିନେ ଏମିତି ପଛେ ପଛେ ଗଲାବେଳେ ଦେଖିଲେ ଗୋଟିଏ ପୁଅ ପିଲା ଅଳକା ଠାରୁ ବୟସରେ ୩/୪ ବର୍ଷ ବଡ଼ ହେବ ଅଳକାକୁ ଚିଠିଟିଏ ଦେଲା। ଅଳକା ହସି ହସି ନେଇ ଗଲା ବିନା ବାକ୍ଯ ବିନିମୟରେ । ତା ବାପାଙ୍କୁ ଟିକିଏ ଟେନସନ୍ ହେଲା । ଝିଅ ଉପରେ ଥିବା ବିଶ୍ୱାସର ପୁନାଦି ଦୋହଲି ବାକୁ ଲାଗିଲା ।


      ତଥାପି କିଛି ନକହି ଝିଅ ପଛରେ ସ୍କୁଲ୍ ପର୍ଯ୍ୟନ୍ତ ଗଲେ । ସ୍କୁଲ୍ ପାଖାପାଖି ଗଳିରୁ ସେମ୍ ସ୍କୁଲ୍ ଡ୍ରେସ ପିନ୍ଧି ଝିଅଟିଏ ଆସିଲା । ଦୁଇଜଣ ସ୍କୁଲ୍ ଗେଟ୍ ବାହାରେ ଠିଆ ହୋଇ ଟିକିଏ ସମୟ ଗପିଲେ । ଅଳକା ସେ ଝିଅ ହାତକୁ ଚିଠିଟି ବଢେଇ ଦେଲା । ଦୁହେଁ ସ୍କୁଲ୍ ଭିତରେ ପଶିଗଲେ । ତା ବାପା କିଛି ବୁଝି ପାରିଲେନି । ଅନେକ ଭାବିଲା ପରେ ଚିନ୍ତା କଲେ ଅଳକା ସହ ସିଧା କଥା ହେବେ ।


       ଦିନ ତମାମ ଅଫିସରେ ଅନ୍ୟ ମନସ୍କ ରହିଲେ । ସନ୍ଧ୍ୟାରେ ଅଳକା ତା ରୁମରେ ବସି ପଢୁଥାଏ। ତା ବାପା ଯାଇ ତା ପାଖରେ ବସିଲେ । କିଛି ସମୟ ପଢାପଢି, ସ୍କୁଲ୍ ଖବର ବୁଝିଲେ । ତାପରେ ସକାଳର ସେ ଚିଠି ଦିଆନିଆ କଥା ପଚାରିଲେ । ଟିକେ ଶଙ୍କି ଗଲା ଅଳକା ।


      ଦେଖ୍ ମା ! ସବୁ ପରିସ୍ଥିତିରେ ସତ କହିବାକୁ ମୁଁ ତତେ ଶିଖେଇଛି । ଆଶା କରୁଛି ତୋ ଠାରୁ ସତ ଶୁଣିବି । ଅଳକା କହିଲା, ବାପା ଯେ କେହିବି ମତେ ଚିଠି ନେବା ଦେଖୁଥିବ ମୋ ବିଷୟରେ ଖରାପ ଧାରଣା କରୁଥିବ । କିନ୍ତୁ ମୁଁ ନିରୁପାୟ ବାପା । ସେ ଦିଦି ଆମ ସ୍କୁଲରେ ଦଶମ ପଢୁଛନ୍ତି । ତାଙ୍କ ଘରେ ସେ ଦିଦି ଓ ଭାଈଙ୍କ ବିଷୟରେ ଜାଣିବା ପରେ, ଚିଠି ଦବାନବା ପାଇଁ ମତେ କହିଲେ । ନହେଲେ ସେ ଭାଈ ମତେ ହଇରାଣ କରିବେ ବୋଲି କହିଛନ୍ତି । ତେଣୁ ମୁଁ...


         ଏଥର ବାପା ଆଶ୍ଵସ୍ତ ହେଲେ । ତୁ ପଢାପଢି କର କହି ବାହାରକୁ ଗଲେ । ଅଳକା ପଢୁଥାଏ ହେଲେ ମନ ଥାଏ ସେହି ଚିଠି ଦିଆନିଆ ଘଟଣା ଠି ।


       ଏବେ କିଛି ଦିନ ହେଲା ଆଉ ତା ହାତରେ ଚିଠି ଦିଆନିଆ କରୁ ନାହାନ୍ତି ସେ ଦିଦି ଓ ଭାଈ । ବାପାଙ୍କ ଠାରୁ ପଚାରି ଜାଣିଲା, ସେ ଭାଈଙ୍କ ବାପାଙ୍କ ସହ ବାପା ସାଙ୍ଗ। ତେଣୁ ସେ ଭାଈଙ୍କ ବାପାଙ୍କୁ କହିଦେବେ ବୋଲି ଭାଈଙ୍କୁ କହିଛନ୍ତି , ସେଥିପାଇଁ ଅଳକା ଏବେ ନିଶ୍ଚିନ୍ତ ।


          ସମୟର ସ୍ରୋତ ନିରନ୍ତର ବହି ଚାଲିଛି। ସେ ସ୍ରୋତରେ ଏବେ ଅଳକା ଯୁବତୀ । ବିଦ୍ୟା ବୁଦ୍ଧି ବିବେକ ସମ୍ପର୍ଣ୍ଣ ସର୍ବଗୁଣସମ୍ପର୍ଣ୍ଣା ସୁନ୍ଦରୀ ଅଳକା ବାପା ମା ଙ୍କ ଆଖିର ତାରା । ଆଜି କାଲିର ପିଲା ଭଳି ବେଶୀ ଡିମାଣ୍ଡ୍ ନାହିଁ କି ଚପଳାମି ନାହିଁ । ସେଥିପାଇଁ ବାପା ମା ସବୁ ଜିନିଷ ଯୋଗାଇ ଦିଅନ୍ତି ।


         ବାପା ମା ଙ୍କ ଇଚ୍ଛାରେ ଆଲୋକଙ୍କୁ ବିବାହ କରିଛି। ଆଲୋକ ଓ୍ଵେଲ୍ ଏଡୁକେଟେଡ଼୍, ହାଇଲି କ୍ଵାଲିଫାଏଡ୍ , ସୁନ୍ଦର ସୁଠାମ ଶରୀର ବିଶିଷ୍ଟ ପରସନ୍ । ଅଚଳାଚଳ ସମ୍ପତ୍ତିର ମାଲିକ। ଗୋଟିଏ ବୋଲି ପୁଅ ବାପା ମାଙ୍କର । ଭଉଣୀ ଅମିତା ବି ବିବାହ କରି ଆମେରିକାରେ ସେଟେଲ୍ । ଆଉ କଣ ଦରକାର ଝିଅଟିଏ ପାଇଁ ।


       ବିବାହର ମାସେ ଇତି ମଧ୍ୟରେ ବିତି ଗଲାଣି । ସୁରୁଖୁରୁରେ ଚାଲୁଥିବା ପରିବାର ଗାଡିର ସାମ୍ନାରେ ଛିଡ଼ା ଆଜି ଅମ୍ଳାନ । ଅମ୍ଳାନ ତାର କଲେଜରେ କ୍ଲାସମେଟ୍ ଥିଲା । ଦେଖିବାକୁ ହ୍ୟାଣ୍ଡସମ୍। କଲେଜର ପ୍ରାୟ ଝିଅଙ୍କ ସେ ଥିଲା ସ୍ଵପ୍ନର ରାଜକୁମାର। ଅଳକାର ମନରେ କିଛି ସମୟ ପାଇଁ ଅମ୍ଳାନ ପ୍ରତି ଆସକ୍ତି ଆସିଥିଲେ ମଧ୍ୟ ସେ ଭଲ ପାଇବା ଠାରୁ ଦୂରରେ ରହିବାକୁ ଯେମିତି ପ୍ରତିଜ୍ଞାବଦ୍ଧ ଥିଲା । ତେଣୁ ପାଠ ପଢାରେ ନିମଗ୍ନ ରହୁଥିଲା । କିନ୍ତୁ ଅମ୍ଳାନ ଯେ ଅଳକାକୁ ଭଲ ପାଉଥିଲା, ସେ କଥା ଆଜି ଅଳକା ଜାଣି ପାରିଛି । ପ୍ରେମପତ୍ର ଟିଏ ଆଜି ତାର ହସ୍ତଗତ ହୋଇଛି । ବାପାଙ୍କ ଘରକୁ ବୁଲିବାକୁ ଆସିଥିଲା । ଏଇ ଦୁଇ ଦିନ ତଳେ ଅଳକା ନାମରେ ଚିଠିଟିଏ ଆସିଛି ବୋଲି ବୋଉ ଦେଲା । 


      ଆଶ୍ଚର୍ଯ୍ୟ ହୋଇ ଅଳକା ପଢି ଜାଣିଲା, ଅମ୍ଳାନଙ୍କର ସେ ପ୍ରଥମ ପ୍ରେମ । କଲେଜ ସମୟରେ କେବେ ହୃଦୟ ଖୋଲିବାକୁ ସାହସ କରି ପାରି ନଥିଲେ ସୁଯୋଗ ବି ପାଇ ନଥିଲେ । କଲେଜ ପାଶ୍ କରିବାର ଦୀର୍ଘ ବର୍ଷଟିଏ ଅଳକା ସହ କଥା ହେବା ପାଇଁ ସୁଯୋଗ ଖୋଜି ପାଇ ପାରିଲେ ନାହିଁ। ଶେଷରେ ପ୍ରେମପତ୍ର ଲେଖିଛନ୍ତି। ଏଥିରେ ନିଜ ହୃଦୟକୁ ଖୋଲି ରଖି ଦେଇଛନ୍ତି । ଅଳକାର ସୁନ୍ଦରତାକୁ କବି/ଲେଖକ ପରି ବର୍ଣ୍ଣନା କରିଛନ୍ତି । ଡାକ ବିଭାଗର ତୃଟି ଯୋଗୁଁ ପତ୍ରଟି ଦୀର୍ଘ ଆଠମାସର ବ୍ୟବଧାନରେ ଆଜି ମିଳିଛି ଅଳକାକୁ ।


           ଅଳକାର ଆଖି ଛଳଛଳ। ସେ ଏବେ ଆଲୋକଙ୍କ ପତ୍ନୀ । ପର ପୁରୁଷ ବିଷୟରେ ଭାବିବା ତା ପାଇଁ ପାପ । କିନ୍ତୁ କାହିଁକି ଅମ୍ଳାନ ବିଷୟରେ ଭାବି ମନ ଆନମନା ହେଉଛି ।


        ଅଳକାର ମନେ ପଡ଼ିଲା ନିଜ ବାହାଘର ଦିନ କଥା । ଅମ୍ଳାନ ସେଦିନ କେମିତି ଅସହାୟ ପରି କିଛି ସମୟ ପର୍ଯ୍ୟନ୍ତ ତାକୁ ଚାହିଁ ଥିଲେ । ସେ ବୋଧହୁଏ ଭାବି ଥିବେ କାହିଁକି ମୁଁ ତାଙ୍କ ପ୍ରେମପତ୍ରର ଉତ୍ତର ଦେଲି ନାହିଁ। ସେ ତ ଜାଣି ନାହାନ୍ତି ନା ମୁଁ ସେ ଯାଏଁ ତାଙ୍କ ପତ୍ର ପାଇ ନଥିଲି।


       ନିଜକୁ କେମିତି ଦୋଷୀ ଭଳି ମନେ କରୁଥିଲା ଅଳକା । ଅମ୍ଳାନ ମୁହଁ ନାଚି ଉଠୁଥିଲା ତା ଆଖି ଆଗରେ । ହୃଦୟ ଅସ୍ଥିର ହେଉଥିଲା । ଏପଟେ ଆଲୋକଙ୍କ ପ୍ରତି ଅନ୍ୟାୟ ହେବ ମନରେ ଏ କଥାକୁ ଦବେଇ ରଖିଲେ । ତେଣୁ ସେ ଠିକ୍ କଲା ଏ ସମ୍ପର୍କରେ ପ୍ରଥମେ ଆଲୋକଙ୍କ ସହ କଥା ହେବ, ତା ପରେ ତାଙ୍କ ଅନୁମତି ନେଇ ତାଙ୍କ ସହ ଯାଇ ଅମ୍ଳାନ ସହ ଦେଖା କରିବ ।


Rate this content
Log in

Similar oriya story from Romance