ପ୍ରେମ ପରିଣତି
ପ୍ରେମ ପରିଣତି
ଦେଖ ସାଗର ଏ ଖବର କାଗଜ କୁ ,କେତେ ହୃଦୟ ବିଦାରକ ଖବର । ୧୫ ବର୍ଷ ପ୍ରେମରେ କି ଦୁଃଖଦ ପରିଣତି ଆଜି ଏ ଖବର ଟାରେ । ହେ ଭଗବାନ ,ଏମିତି କଣ ସବୁ ଘଟି ଯାଉଛି ଏ ସମାଜରେ ।
: ମୋତେ ଟିକେ ଦିଅ ତ କି ଖବର ପଢ଼ି ତୁମେ ଏତେ ବିଚଳିତ ହେଇଗଲ ଯେ ଜୟା ।
: ହଁ ନିଅ ପଢ଼ ଏ ଖବର ଟା ,ମଣିଷ କେତେ ସ୍ଵପ୍ନ ଦେଖେ ଆଉ କଣ ହୁଏ ଯଦି ଟିକେ ବିଚାରରେ ସ୍ଖଳନ ଆସେ ।
: ସତ ରେ ଜୟା ବହୁତ ଦୁଃଖ ହେଲା ପଢ଼ି ଏମିତି ଖବର ଟା
ଜୟା ଭାବି ଦେଖ ଆମେ କେମିତି ପରିସ୍ଥିତି ସାମ୍ନା କରିଛେ ,ଏକ ହେବା ପାଇଁ । ଯଦି ଆମେ ଘର ଲୋକଙ୍କୁ ବୁଝେଇ ଶୁଖେଇ ରାଜି ନକରି ପାରି ଥାନ୍ତେ , ପ୍ରେମ ତ କିଛି ବାଛ ବିଚାର କରେନି । ହେଲେ କେତେ ଅମୂଲ୍ୟ ଜୀବନ ନଷ୍ଟ ହେଇ ଯାଉଛି ସମାଜ ର ବିରୋଧ ରେ ।
କେବେ ଜାତି , ପ୍ରତିପତ୍ତି , ପାରିବାରିକ ପ୍ରତିବନ୍ଧକ ,କେବେ ବାପା ମାଆ ସମ୍ମାନ ର ଦ୍ୱାହି ଦେଇ ,କାହାକୁ କାହାକୁ ଶାନ୍ତିରେ ରଖି ମଣିଷ ପ୍ରେମ କୁ ପ୍ରାପ୍ତ କରିବ ।
: ଜୟା ତୁମେ ମୋତେ କେତେ ସହଯୋଗ କରିଛ , କେତେ ନିନ୍ଦା ଅପବାଦ ସହିଛ ,ମୋର ଚାକିରୀ ପାଇବା ପର୍ଯ୍ୟନ୍ତ ବାହାଘର ପାଇଁ ଅପେକ୍ଷା କରି ।
: ଜୟା ଆଖି ଛଳ ଛଳ କରି କହିଲା ,ମୁଁ ତୁମ ପାଇଁ ସବୁ କିଛି କରି ପାରିବି ସାଗର ।
ଦୁହେଁ ଭାବ ବିହ୍ବଳ ହୋଇ ଦୁହିଁକୁ କୋଳେଇ ନେଲେ ।
ପ୍ରେମ ପରା ଚିର ଶାଶ୍ଵତ , ମନେ ଅଛି ସାଗର ଆମେ ଦୁହେଁ ସେ ଦେବଦାସ ଉପନ୍ୟାସ ଟି ପଢି କେତେ କାନ୍ଦିଥିଲେ । ସମୟ ସବୁବେଳେ ସମାନ ନଥାଏ ।
କାହିଁକି ପ୍ରେମରେ ବିରୋଧାଭାସ ହୁଏ । କେବେ ଧର୍ମ ଜାତି ପରମ୍ପରା ର ଦ୍ୱାହି ଦେଇ କେତେ କେତେ ଜୀବନ ଏମିତି ବଳି ପଡେ । ହରାୟାନା ,ରାଜସ୍ଥାନ ସହ ଭାରତ ର ଅନେକ ଗୁଡ଼ିଏ ଇଲାକା ରେ ଖାପ୍ ପଞ୍ଚାୟତ ନିଜର ଔଦ୍ଧତ୍ୟ ର ଚରମ ନାଟକୀୟ ଉଦାହରଣ ଦେବାକୁ ଯାଇ , ଦୁଇ ପ୍ରେମୀ ଙ୍କୁ ଜୀବନ୍ତ ଜଳେଇ ଦିଅନ୍ତି ନାହିଁ ତ ହତ୍ୟାକାରୀ ଅଜଣା ଜାଗାରେ ଫିଙ୍ଗି ଦିଅନ୍ତି ।
କାହିଁକି ଏ ସଭ୍ୟ ମଣିଷ ସମାଜ ପ୍ରେମ ଭଳି ଏ ସୁନ୍ଦର ସଂପର୍କକୁ ଏତେ ଘୃଣ୍ୟ ଚକ୍ଷୁ ରେ ଦେଖୁଛି।
ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଲେ ,ମନ ଆପେ ଆପେ ଭୟ ଗ୍ରସ୍ତ ହେଇ ଯାଉଛି । ଆଖି ଆଗରେ ନାଚିଯାଏ ୧୯ଶ ମସିହା ରେ ରଚିତ ଉପନ୍ୟାସ ଦେବଦାସ ଚରିତ୍ର ,ଯାହା ତତ୍କାଳୀନ ପରମ୍ପରା ବାଦୀ ବଙ୍ଗଳା ସମାଜ ର ଦୁଃଖଦ ସ୍ଥିତିର ନିଛକ ଉଦାହରଣ ।
: ଦେବଦାସ ବାଲ୍ୟ ବୟସରୁ ପାର୍ବତୀ ସହ ବାଲ୍ୟ ଜୀବନ ବିତେଇ ଥାଏ ।ଉଭୟ ପରିବାର ଭିତରେ ବେଶ୍ ଆତ୍ମୀୟତା ଥାଏ । ଦେବଦାସ ଅଧ୍ୟୟନ ପାଇଁ କିଛି ବର୍ଷ କୋଲକାତା ଯାନ୍ତି ପଢ଼ିବା ପାଇଁ , ଯେତେବେଳେ ଘରକୁ ଛୁଟିରେ ଆସନ୍ତି ସେତେବେଳେ ସୁନ୍ଦରୀ ପୂର୍ଣ୍ଣ ଯୌବନା ପାର୍ବତୀ କୁ ଦେଖିଲା ପରେ ନିଜ ଆଖିକୁ ବିଶ୍ୱାସ କରି ପାରନ୍ତି ନାହିଁ ଯେ ,ଏ ସେହି ପାର୍ବତୀ ତାଙ୍କର ବାଲ୍ୟ ବନ୍ଧୁ ।
ମାତ୍ର ଛୋଟ ବେଳୁ ପାର୍ବତୀ ଦେବଦାସ ଙ୍କୁ ଜୀବନ ଠୁ ବହୁତ୍ ପ୍ରେମ କରୁଥାନ୍ତି ଆଉ ମନରେ ଦେବଦାସ ଙ୍କୁ ନିଜ ପତି ଭାବେ ଭାବନ୍ତି । ଦେବଦାସ ମଧ୍ୟ ବାଲ୍ୟ ଚପଳତା କୁ ମନେ ପକାଇ ପାର୍ବତୀ ଙ୍କ ର ନିକଟତର ହେଉ ଥାଆନ୍ତି । ତତ୍କାଳୀନ ସମୟରେ
ରୀତି ନୀତି ପରମ୍ପରାକୁ ସମ୍ମାନ ଦେଇ ପାର୍ବତୀଙ୍କ ପିତା ମାତା ବିବାହ ପ୍ରସ୍ତାବ ,ଦେବଦାସ ଙ୍କ ଘରକୁ ନେବା , ଏତେ ବନ୍ଧୁତ୍ୱ ପୂର୍ଣ୍ଣ ସମ୍ପର୍କ ଥାଇ ବି ଆଭିଜାତ୍ୟର ବଡ଼ିମା ଦେଖେଇ ପାର୍ବତୀ କୁ ସେମାନେ ବୋହୁ ଭାବେ ଗ୍ରହଣ ନକରିବା କୁ ରୋକ୍ ଠୋକ୍ ଶୁଣେଇବା ,ପାର୍ବତୀ ର ପରିବାର କୁ ବହୁତ୍ କଷ୍ଟ ଦେଇଥାଏ ।
ଦେବଦାସ ମଧ୍ୟ ଠିକ୍ ଭାବେ ପାର୍ବତୀ ପ୍ରତି ଥିବା ପ୍ରେମ କୁ ହୃଦୟଙ୍ଗମ ନକରି ସହର କୁ ଫେରିଯାଆନ୍ତି । ପାର୍ବତୀ ର ଅନ୍ୟତ୍ର ବିବାହ , ଜୈନିକ ପତ୍ନିହାରା ,ତିନୋଟି ପିତାଙ୍କ ଜନକ ,ଜମିଦାର ସହ ଠିକ୍ କରିଦିଆ ଯାଏ ,ଏବଂ ଦେବଦାସ ପାର୍ବତୀ ପାଇଁ ନିଜର ଭାବ କୁ ବୁଝିବା ପରେ ନିଜ ପିତା ମାତା ଙ୍କୁ କହନ୍ତି ମାତ୍ର କେହି ରାଜି ହୁଅନ୍ତି ନାହିଁ ଆଉ ସେ ବିବାହ ପୂର୍ବରୁ ନିଜ ମନ କଥା ପାର୍ବତୀ ଙ୍କୁ କୁହନ୍ତି ହେଲେ ,ପାର୍ବତୀ କିଛି ଅସ୍ବାଭାବିକ ପରିସ୍ଥିତି କୁ ଏଡାଇ ପରିବାର ଠିକ୍ କରିଥିବା ଜାଗାରେ ବିବାହ କରନ୍ତି ,ଯାହା ଦେବଦାସ ଙ୍କୁ ପ୍ରତାରଣା ଭଳି ମନେ ହୁଏ । ତାପରେ ଦେବଦାସ ଧୀରେ ଧୀରେ ନିଶାସକ୍ତ ହେବା ,ଚନ୍ଦ୍ରମୁଖୀ ଗୃହରେ ସଜ୍ଞାନ ହରେଇ ବଞ୍ଚିବା , ପଠା ଭ୍ରଷ୍ଟ ହୋଇ ମନ ଭିତରେ ପାର୍ବତୀ ପାଇଁ ନିଜକୁ ତଳି ତଳାନ୍ତ କରିଦେବା ଅତ୍ୟନ୍ତ କରୁଣ ଦୃଶ୍ୟ । ପାର୍ବତୀ , ଦେବଦାସ
ଓ ଚନ୍ଦ୍ରମୁଖୀ ଏକ ଅସଫଳ ଦାରୁଣ ତ୍ରିକୋଣୀୟ ପ୍ରେମ କାହାଣୀର ପରିଣତି ବଡ଼ ଦୁଃଖଦ ।
ସମସ୍ତେ ନିଜ ନିଜ ହୃଦୟରେ ନିଜ ପ୍ରେମ କୁ ପାଇଁ କଲବଲ ହୋଇ ବଞ୍ଚିବା ,ସେତେବେଳର ପ୍ରଚଳିତ ସାମାଜିକ ବ୍ୟବସ୍ଥା ର ତାଡ଼ନାରେ
ନିଜ ଜୀବନକୁ କିପରି ନିଃଶେଷ କରିଛନ୍ତି ଏହି ଚରିତ୍ର ମାନେ ସେସବୁର ଜ୍ୱଳନ୍ତ ଉଦାହରଣ । ଦେବଦାସ ନିଜ ଶେଷ ସମୟରେ ପାର୍ବତୀ କୁ ଭେଟିବାକୁ ଆସି ତାର ଅଗଣାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ପାର୍ବତୀ ଶେଷ ସମୟରେ ଦେବଦାସ ଙ୍କୁ ଦେଖିବାକୁ ଚାହିଁ ମଧ୍ୟ ସ୍ଵାମୀ ,ପରିବାର ର ଘୋର ବିରୋଧ କୁ ସାମ୍ନା କରି ବିଫଳ ହୋଇଛନ୍ତି ।
ଆମେ ଭାବିବା ଭଳି ଢଙ୍ଗରେ ଜୀବନ କୁ ବଞ୍ଚି ହୁଏନି । ପ୍ରେମରେ ଦୁଇ ହୃଦୟ ଏକାଠି ହୋଇ ନିଜ ଜୀବନ କୁ ନୂଆ ରୂପ ଦେବାକୁ ଯାଇ ବିଫଳ ହୋଇ ମୃତ୍ୟୁ କୁ ଆପଣେଇ ଥାଆନ୍ତି ।
