ମେଘ ଉଠେଇଲେ
ଆକାଶ ଛାତିରେ
କବିତା ଲେଖେ ପ୍ରେମିକ
ପ୍ରେମିକା ନାଆଁରେ
ମଲ୍ଲୀ ମଲ୍ଲୀ ବାସେ
ଛାତି ଭିତରେ
ଛତା ତଳେ ଛାତ
ଅଛିକି ନା ତା ପାଖରେ
କାଳିଆ ଝୁରୁଛି ଗୋପ
ଦାଣ୍ଡ ନାଗରୀରେ
ରାଧା ଭିଜୁଥିବ କି
ବରଷା ଟୋପିରେ
ପ୍ରେମ ଶିଖାନ୍ତି କାଳିଆ
ଏ ଜନ୍ମରେ
ରାଧା ଚିଠି ବାନ୍ଧି
ଖଣ୍ଡୁଆ ପାଟରେ
ପ୍ରେମିକ କହୁଛି
ପ୍ରେମିକାକୁ ତାରେ
ଯାଆନା ମନ୍ଦିର
ଏ ବରଷା ରେ
ରାଧାକୁ ଝୁରି ଲଷ୍ମୀଙ୍କୁ ଛାଡି
ରଥଉପରେ
ଜଗା ଦେଖେ କାଳେ
ରାଧା ଥିବେ ଭିଡ଼ ଭିତରେ
ରହରେ ମେଘ ତୁ
ଟିକିଏ ପରେ
ବରଷିବୁ ରାଧା ଫେରିବା ପରେ