STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଆଜି କଣ ଲେଖିବି

ଆଜି କଣ ଲେଖିବି

3 mins
1

ସକାଳୁ ସକାଳୁ ସୁସ୍ଥ ରହିବାକୁ ପଦ ଚାରଣ କରୁ କରୁ ଚିନ୍ତାରେ ଥାଆନ୍ତି ଲେଖକ ଜଣକ. ଆଜି କଣ ଲେଖିବେ ଭାବି ଭାବି ବାଟ ଚାଲୁଥାଆନ୍ତି. ମନେ ମନେ କେତେ ପ୍ଲଟ ସଂଗ୍ରହ କରୁଥାନ୍ତି ବିରେନ ବାବୁ. ହସ୍ପିଟାଲ ଛକ ଯାଏଁ ଯିବା ଭିତରେ ଭାବୁଥାଆନ୍ତି ଏଇଠିକି ଆସିଲେ ବୁଝି ହେବ ସ୍ୱାସ୍ଥ୍ୟ କିପରି ବଡ଼ ସମ୍ପଦ. ପୁଣି ଅନୁଭବ କରିହେବ କଣ ଅଛି ଏ ଜୀବନ ରେ!ଏମିତି ଭାବୁ ଭାବୁ ହଠାତ ଟ୍ରକ ଧକ୍କା ଦେଇ ଚାଲିଗଲା ଲୋକଜଣଙ୍କୁ ତ କାଳବିଳମ୍ବ ନକରି ସେହି ଲୋକଜଣ ଙ୍କୁ ନିକଟସ୍ଥ ବେସରକାରୀ ହସ୍ପିଟାଲରେ ଦାଖିଲା କରି ତୁରନ୍ତ ତାଙ୍କୁ ଟ୍ରିଟମେଣ୍ଟ କରିବାକୁ ସ୍ୱାସ୍ଥ୍ୟ ସହାୟକ ତଥା କର୍ମୀ ମାନଙ୍କୁ ନେହୁରା ହେଲା ବେଳକୁ ସେମାନେ ଆଗ କହୁଥାନ୍ତି ରୋଗୀଙ୍କ ପରିଚୟ ଇତ୍ୟାଦି ପୁରଣ କରି ଫର୍ମ ପୁରଣ କରି ଏକ ଲକ୍ଷ ଟଙ୍କା ଡିପୋଜିଟ କଲା ପରେ ଯାଇଁ ଯାହା. ବିରେନ ଜାଣନ୍ତି ରୋଗୀ ପାଇଁ ବଞ୍ଚିଥିବା କେଇ ଅମୁଲ୍ୟ ମୁହୂର୍ତ୍ତ ମଧ୍ୟରେ ସେବା ଶୁଶୃଷା ହୋଇପାରିଲେ ରୋଗୀ ବା କ୍ଷତାକ୍ତ ପେସେଣ୍ଟ ବଞ୍ଚିଯିବ. ସେ ତେଣୁ ନେହୁରା ହେଲେ ଆଖି ଆଗରେ ଟ୍ରକ ଧକ୍କା ଦେଇ ଚାଲିଗଲା ପରେ ତାଙ୍କ ପରିଚୟ ନୁଁହଁ ବରଂ ତାଙ୍କ ଜୀବନ ରକ୍ଷା କରିବା ପାଇଁ ପାଖରେ ଥିବା ଏଇ ଘରୋଇ ହସ୍ପିଟାଲ କୁ ନେଇଆସିଛି ମୁଁ କେବଳ ନିଜ ମଣିଷପଣିଆ ପାଇଁ. ଆଶା କରୁଛି ଆପଣା ମାନେ ମଧ୍ୟ ମଣିଷ ପଣିଆ ଖାତିର ରେ ଆଗ ରୋଗୀକୁ ବଞ୍ଚାନ୍ତୁ.ତା ପରେ ତାଙ୍କ ପରିଚୟ ବୁଝି ପଇସା କି ଟଙ୍କା କଥା ବୁଝିବା. ବିରେନ ଙ୍କ କଥା କେହି ଶୁଣୁନଥିଲେ. ହସ୍ପିଟାଲ ନିୟମ ବହିର୍ଭୁତ କାମ ଆମେ କରିପାରିବୁ ନାହିଁ ବୋଲି କହି ଅନ୍ୟ ଆଡ଼େ ଚାଲିଯାଉଥିଲେ. କାଳବିଳମ୍ବ ନକରି ବିରେନ ମୁଖ୍ୟ ଡକ୍ଟର ଙ୍କ ଚାମ୍ବର କୁ ଯାଇ ଗୁହାରି କଲେ ଅନୁନୟ ହେଲେ ତଥା ଯୋଡହସ୍ତ ହୋଇ ଆକୁଳ ନିବେଦନ କଲେ କିନ୍ତୁ ସେଇ ଗୋଟିଏ କଥା ଆଗ ଏକ ଲକ୍ଷ ଟଙ୍କା ଭରନ୍ତୁ. ବିରେନ ଙ୍କୁ ତାଙ୍କ ଆଜି ଏଇ ଚଲାବୁଲା ବାଟରେ ସହକର୍ମୀ ଜଣେ ତାଙ୍କ ଠାରୁ ଧାର ନେଇଥିବା ଏକ ଲକ୍ଷ ଟଙ୍କାରୁ ପଚାଶ ହଜାର ଟଙ୍କା ଦେଇଥିଲେ ଯୋଉ ଟଙ୍କା ରେ ସେ ବାପା ମାଆ ଙ୍କୁ ଆଖି ଡକ୍ଟର ଦେଖେଇ ଅପରେସନ କରି ନୂଆ ଚଷମା କରିବାକୁ ଭାବିବା ସହ ସ୍ତ୍ରୀ ଙ୍କ ପାଇଁ କାଶ୍ମୀର ଶାଲ କିଣିବାକୁ ଭାବିଥିଲେ.ଆଜି ଅନ୍ୟ ଉପାୟ ନପାଇ ସେହି ଟଙ୍କା ପଚାଶ ହଜାର ହସ୍ପିଟାଲ ରେ ବାନ୍ଧି କହୁଥିଲେ ପ୍ଲିଜ଼ ଡାକ୍ତର, ଡେରି କଲେ ଅମୁଲ୍ୟ ସମୟ ନଷ୍ଟ ହୋଇଯିବ. କାହାର ପୁଅ, କାହାର ସ୍ୱାମୀ, କାହାର ବାପା ର ଅମୁଲ୍ୟ ଜୀବନ ଦୀପ ଲିଭିଯିବ. ତଥାପି ଡକ୍ଟର କହୁଥିଲେ ଆଉ ପଚାଶ ହଜାର ସହ ଯାହା ଖର୍ଚ୍ଚ ଆପଣ ବହନ କରିବେତ!ହଁ ହଁ ଡାକ୍ତର ଆଗ ରୋଗୀର ଟ୍ରିଟମେଣ୍ଟ କରନ୍ତୁ.
       ଅପରେସନ ବେଡ଼ ରେ ରୋଗୀ ବା ଆକ୍ସିଡେଣ୍ଟ ରେ ପୀଡିତ ଯୁବକ ମୁଁହଁ କୁ ଦେଖି ଚମକି ପଡିଲେ ଡାକ୍ତର. କୁଶଳୀ ହାତ ଚଳ ଚଞ୍ଚଳ ହୋଇ ଉଠିଲା. ଡକ୍ଟର ଙ୍କ ତତ୍ପରତା ଦେଖି ସହାୟକ ମାନେ ଖୁବ ସାହାଯ୍ୟ ସହଯୋଗ କଲେ ତ ଓ. ଟି ବାହାରକୁ ଆସି ଡକ୍ଟର ବସି ଅପେକ୍ଷା କରିଥିବା ବିରେନ ବାବୁଙ୍କ ହାତ ଦୁଇଟିକୁ ଜାବୁଡି ଧରି କାନ୍ଦୁଥିଲେ. ଆଶ୍ଚର୍ଯ୍ୟ ରେ ଚାହିଁଲେ ବିରେନ ବାବୁ! ବୁଝି ପାରିଲେନି ଆଇ ଆମ ସରି ପରିବର୍ତ୍ତେ ଡାକ୍ତର ଙ୍କ ଏପରି କାନ୍ଦିବାର ଦୃଶ୍ୟ. ତାଙ୍କୁ ଟିକିଏ ଆଗରୁ ନେହୁରା ହେଉଥିଲା ବେଳେ ଯିଏ କହୁଥିଲେ କୋଟି କୋଟି ଟଙ୍କା ଖରଚ କରି ମୋ ବାପା ମତେ ପଢ଼ାଇଛନ୍ତି ଓ କୋଟି କୋଟି ଟଙ୍କା ଖରଚ କରି ଏ ହସ୍ପିଟାଲ ତିଆରି ହୋଇଛି କଣ ମାଗେଣା ରୋଗୀ ସେବା କରିବାକୁ!ସେହି ଡକ୍ଟର ବଦଳି ଗଲେ କେମିତି! ବିରେନ ପଚାରିଲେ କଣ ହେଲା ଡାକ୍ତର ବାବୁ!ସେ ଅଚିହ୍ନା ଵ୍ୟକ୍ତି ଠିକ ଅଛନ୍ତି ତ!ହଁ ହଁ ସେ ଓ. କେ କିନ୍ତୁ ଆପଣ ମୋ ଭଗବାନ. ଆପଣ ମୋ ପୁଅକୁ ଠିକ ସମୟରେ ଏଠାକୁ ନେଇ ଆସିନଥିଲେ ହୁଏତ ମୋ ପୁଅ ଆଜି ଦୁନିଆଁ ରେ ନଥାନ୍ତା କହି କାନ୍ଦୁଥିଲେ ଗୋଡ଼ ଧରି ବିରେନ ବାବୁଙ୍କର ନିଜେ ଏଡ଼େ ବଡ଼ ଡାକ୍ତର. ପରିଶେଷରେ ଟଙ୍କା ଫେରେଇ ନେବାକୁ କହିବାରୁ ବିରେନ କହିଥିଲେ ମୋ ବାପା ମାଆ ଙ୍କର ଆଖି ଅପରେସନ ନହେଉ କି ମୋ ସ୍ତ୍ରୀ ଙ୍କ ପାଇଁ କାଶ୍ମୀର ଶାଲ କିଣା ନହେଉ ପଛେ କିନ୍ତୁ ସେ ଟଙ୍କା ଆଉ କେହି ଅଚିହ୍ନା ମୁର୍ମୁଷୁ ରୋଗୀଙ୍କ ପାଇଁ ରହିଥାଉ. ସେ ସୁସ୍ଥ ହେଉ ଆଗ. ଏତିକି ମଣିଷପଣିଆ ରଖିବାକୁ ମୋର ଅନୁରୋଧ ଡକ୍ଟର. ଡାକ୍ତର ବାବୁ ବିରେନ ବାବୁଙ୍କୁ କୁଣ୍ଢେଇ କାନ୍ଦୁଥିଲେ ଖୁବ ଓ କହୁଥିଲେ ଆପଣଙ୍କ ବାପା ଓ ମାଆ ଙ୍କ ଆଖି ଅପରେସନ ମୁଁ କରିବି ବିରେନ ବାବୁ ମତେ ଏଥିରୁ ବଞ୍ଚିତ କରନ୍ତୁ ନାହିଁ. ଫେରିଲା ବେଳେ ବିରେନ ବାବୁ ଭାବୁଥିଲେ ଲେଖିବା ପାଇଁ ଆଜି ନିଜ ଅଙ୍ଗେ ନିଭା କଥା ବା ଅନୁଭୂତି ରୁ ଭଲ ଗଳ୍ପ ଟିଏ ପାଇଁ ସୁରାକ ମିଳିଗଲା ଯାଆ ହେଉ ନବବର୍ଷ ଆସିବା ପୂର୍ବରୁ. ଘରେ ପହଞ୍ଚିବା ବେଳକୁ ଠାକୁର ଘରୁ ନିଜ ଜନ୍ମ ଦାତ୍ରୀ ଙ୍କ ଭାଗବତ ରୁ ପଦେ କାନ ରେ ପଡୁଥିଲା ବିରେନ ଙ୍କର ଯେ କର୍ମ ତୋହର ନିଜ ଗୁରୁ... ଉଦ୍ଧବ କେତେ ତୁ ପଚାରୁ.ଅଚିରେ ନିଜ ବାପା ମାଆ ଙ୍କ ଆଖି ଅପରେସନ ହୋଇଯିବା ସହ ସ୍ତ୍ରୀ ଙ୍କ ମନପସନ୍ଦର କାଶ୍ମୀର ଶାଲ କିଣିଥିଲେ ବିରେନବାବୁ. ସ୍ତ୍ରୀ କିନ୍ତୁ ସେଇଟି ଶାଶୁଙ୍କ ଦେହରେ ଘୋଡେଇ ଶଶୁର ବାପାଙ୍କ ପାଇଁ ଆଉ ଗୋଟିଏ ଆଣିବାକୁ ଅନୁରୋଧ କରୁଥିଲେ ସ୍ୱାମୀଙ୍କୁ.



Rate this content
Log in

Similar oriya story from Action