STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଖୁସିର ରଙ୍ଗ

ଖୁସିର ରଙ୍ଗ

3 mins
0

ଇଶ୍ୱରଙ୍କ ମନ ଖୁସି କରିବାକୁ ଯାଇ ନାରଦ ମୁନି କହିଲେ ପ୍ରଭୁ ଟିକେ ଧରା ପୃଷ୍ଠରେ ବୁଲି ଆସନ୍ତୁ ଭଲ ଲାଗିବ. ଧରା ରେ ଏବେ ମଣିଷ ମାନେ ତାଙ୍କ କ୍ୟାଲେଣ୍ଡର ଅନୁଯାୟୀ ନବବର୍ଷକୁ ସ୍ୱାଗତ କରିବାକୁ ଯାଇ କେତେ କୁଆଡେ ଯାଉଛନ୍ତି. ଆପଣ ନିଜ ହାତ ଗଢ଼ା ସୃଷ୍ଟି ଆଡ଼େ ଟିକେ ନଜର ଘୁରାଇ ଆଣିଲେ ହୁଅନ୍ତାନି ମହାପ୍ରଭୁ!ବିଷ୍ଣୁ କହିଲେ ସେକଥା କଣ ମୁଁ ଭାବିନାହିଁ ମୁନିବର. ହେଲେ ଆଜିକାଲି ଏ ମଣିଷର ରଙ୍ଗ ଢଙ୍ଗ ଦେଖି ମତେ ଆଉ କିଛି ଭଲ ଲାଗୁନି. ସେମାନଙ୍କୁ ସୃଷ୍ଟି କରିବା ସମୟରେ ସବୁ ତ ଦିଆଗଲା. ବିଦ୍ୟା, ଵୁଦ୍ଧି, ବଳ, କଳ, ସୌନ୍ଦର୍ଯ୍ୟ ସହିତ ପ୍ରକୃତିରେ ନଦୀ, ଝରଣା, ପାହାଡ଼ ପର୍ବତ, ଫୁଲ, ଫଳ, ଜଳ, ସ୍ଥଳ, ଆକାଶ, ଗଛ ଇତ୍ୟାଦି ରଖାଗଲା ହେଲେ ମଣିଷ ଆଉ ଆଗପରି ନିଜ ଵୁଦ୍ଧି ବିସ୍ତାର ନକରି ସେ 'ଏ. ଆଇ' ପଛରେ ପଡି ସୁଦୁ ବୁଦ୍ଦୁ ହୋଇଗଲାଣି. ନିଜ ମସ୍ତିଷ୍କ ଚାଳନା କରି ଵୁଦ୍ଧି ବିଦ୍ୟା ଖଟେଇ ପ୍ରାକୃତିକ ପରିବେଶରେ ସ୍ୱକୀୟ ବୁଦ୍ଧିମତ୍ତା ବଳରେ ଆଗରୁ ଯେମିତି ଉଦ୍ଭାବନ ଓ ଆବିଷ୍କାର କରି ସମୟ ସ୍ରୋତ ସହିତ ଅନୁକୂଳ ପରିସ୍ଥିତି ସୃଷ୍ଟି କରି ସୃଷ୍ଟିକୁ ମୋର ଆଗେଇ ନେଉଥିଲା ଏବେ ଆଉ ତାହା ନକରି ମାଗିଆଣିବା ତିଅଣ ହାପୁଡାଏ ପରି ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ପଛରେ ପଡିଛି ଭାବି ମୋ ଖୁସିର ରଙ୍ଗ ପାଣିଚିଆ ହୋଇଗଲାଣି. ସେତିକି ବେଳକୁ ପୁଣି ମହେଶ୍ବର ଓ ବ୍ରହ୍ମା ଆଉ ମତେ ସାଥ ନଦେବାରୁ ଅନ୍ୟ ତେତ୍ରୀଶ ସହ ଦେବଦେବୀ ମଧ୍ୟ ତାଙ୍କ ପକ୍ଷ ନେଇ ସୃଷ୍ଟିର ଧ୍ବଂସ ଚାହିଁଲେଣି. ଦେଖୁନ ଯୁଦ୍ଧ, ସନ୍ତ୍ରାସ, ଆତଙ୍କ, କରୋନା,ଭାଇରସ, ଭାଇରଣ୍ଟ, ମହାମାରୀ ସହିତ ପ୍ରକୃତି ମଧ୍ୟ ଆଜି ଅସନ୍ତୁଳନ ରେ ରହୁଛି. ଆଉ ଖରା ବର୍ଷା, ଶୀତ କଣ ଋତୁ ଅନୁଯାୟୀ ହେଉଛି!ଏସବୁ ଦେଖି ମନରେ ଓ ହୃଦୟରେ ଖୁସି ଆସିବ କାହୁଁ କୁହନ୍ତୁ ଦେବର୍ଷି!ନାରଦ ତଥାପି କହିଲେ ମହାଭାଗ ଟିକେ ନହେଲେ ପ୍ରକୃତି ଆଡ଼େ ବୁଲି ଆସନ୍ତୁ.ସେମାନେ ତ କେବେ ସେ ଏ. ଆଇ ପରି ଅପ୍ରାକୃତିକ ବୁଦ୍ଧିମତ୍ତା ର ଶୀକାର ହୋଇନଥିବେ ନା!ଥରେ ଯାଇ ଦେଖନ୍ତୁ ଦେଖିବେ ଆପଣଙ୍କ ସୃଷ୍ଟି ଅନୁଧ୍ୟାନ କରି ମୁଁହରେ ଖୁସିର ମିଠା ରଙ୍ଗ ବୋଳି ହୋଇ ଆସିବେ. ନାରଦଙ୍କ ନାରାୟଣ, ନାରାୟଣ ନାରାୟଣ ଉଚ୍ଚାରଣ ସହିତ ତାଙ୍କ ଆବେଗ ପୂର୍ଣ୍ଣ ଅନୁରୋଧ ଏଡେଇ ନପାରି ସେଦିନ ବିଷ୍ଣୁ ସ୍ୱୟଂ ଗୋଟେ ଜଙ୍ଗଲ ରେ ପହଁଚିଲେ.
    ସେହି ଜଙ୍ଗଲରେ ଦେଖିଲେ ତିନିଗୋଟି ଗଛ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି. ପ୍ରଥମ ଗଛ ଗୋଟିଏ ଏମିତି ଗଛ ଥିଲା ଯିଏ ବହୁତ ଝଙ୍କାଳିଆ ଓ ମୋଟା. ଦ୍ୱିତୀୟ ଗଛଟି ଖୁବ ଡେଙ୍ଗା ଓ ତୃତୀୟ ଗଛଟି ଖୁବ ଗେଡା ଓ ଛୋଟ ଥିଲା. ତାଙ୍କ ରୂପ ଏମିତି ହୋଇଥିବାରୁ ସେମାନେ ବୋଧେ ଶ୍ରୀହରୀ ଶ୍ରୀବିଷ୍ଣୁ ଙ୍କୁ ଗାଳି ଦେଉଛନ୍ତି ଭାବି ସେଠାରୁ ବିଷ୍ଣୁ ସ୍ୱୟଂ ଚାଲିଯାଉଥିବା ବେଳେ ନାରଦ ପଛରୁ ଭିଡି ଧରି ତାଙ୍କ କଥା ଟିକେ ଶୁଣିବାକୁ ଶ୍ରୀହାରୀ ଙ୍କୁ ଅନୁରୋଧ କରନ୍ତେ ବିଷ୍ଣୁ ଶୁଣିଲେ ପ୍ରଥମ ମୋଟା ଗଛଟି କହୁଛି ମୋର ଗୋଟେ ସ୍ବପ୍ନ ଅଛି. ମୋ ଦେହର ଗଣ୍ଡିରେ ପଟା ସବୁ ହୋଇ ମସ୍ତବଡ଼ ସିନ୍ଦୁକ ଟିଏ ତିଆରି ହୋଇ ସେଥିରେ ସୁନା, ରୁପା, ମୋତି, ମାଣିକ, ହୀରା, ଲୀଳା ଆଦି ରହିପାରିବା ସହ ପୋଖରାନ, ପ୍ରବାଳ ଆଦି ଅଷ୍ଟରତ୍ନ ଧାତୁ ରହିପାରିଲେ ମୋ ଜୀବନ ସାର୍ଥକ ହୁଅନ୍ତା. ଦ୍ୱିତୀୟ ଡେଙ୍ଗା ଗଛଟି କହୁଥାଏ ମୋର ମଧ୍ୟ ତୁମ ପରି ସ୍ବପ୍ନଟି ହେଲା ମୋ ଦେହର ଲମ୍ବା ଲମ୍ବା ପଟାରେ ନିର୍ମିତ ସିନ୍ଦୁକ ଭିତରେ ଖାଲି ଟଙ୍କା ଓ ଟଙ୍କା ବିଡା ରୁହନ୍ତା ଯାହା ଫଳରେ ମତେ ସବୁଠୁ ବଡ଼ ଟ୍ରେଜେରୀ ର ମାନ୍ୟତା ମିଳିପାରନ୍ତା. ଏଇ ଦୁଇ ଗଛର କଥା ଶୁଣି ଶ୍ରୀବିଷ୍ଣୁ ଙ୍କ ମୁହଁ ର ରଙ୍ଗ ଧୂସରିଆ ପଡି ଯାଉଥିବା ବେଳେ ତୃତୀୟ ଛୋଟ ଗଛଟି କହୁଥାଏ ମୋର ସ୍ବପ୍ନ କିନ୍ତୁ ଟିକେ ଭିର୍ନ୍ନ. ମୋର ଇଛା ଇଶ୍ୱର ଯେଉଁ ଉଦେଶ୍ୟ ନେଇ ମତେ ସୃଷ୍ଟି କରିଛନ୍ତି ସେହି ଉଦେଶ୍ୟ ପୁରଣ କରି ମୋ ଉପରେ ସମସ୍ତ ପକ୍ଷୀ କୂଳ ଆଶ୍ରୟ ନେବା ସହ ତଳେ ପଥିକ ମାନେ ଖରା, ବର୍ଷା, ଶୀତରୁ ରକ୍ଷା ପାଇ ଘଡିଏ ବସିଯାଇ ପାରନ୍ତେ ମୋ ଛାଇରେ. କେବେ ଥକ୍କା ମେଣ୍ଟେଇବାକୁ ତ କେବେ ଦୁଃଖ ସୁଖ ହେବାକୁ ପୁଣି ଵୁଦ୍ଧି ଖଟେଇ ବିପଦ ର ମୁକାବିଲା କରୁଥାଆନ୍ତେ ତ ନିଜ ନିଜ ଭିତରେ ହେଉ ଅବା ଦେଶ ଦେଶ ଭିତରେ ହେଉ କଳି ଭାଙ୍ଗିବାର ସମାଧାନ ପନ୍ଥା ନିର୍ଣ୍ଣୟ କରୁଥାଆନ୍ତେ. ସେମାନଙ୍କ କଥା ବାର୍ତ୍ତା ରୁ ବୁଦ୍ଧି ଶିଖି ଉପରେ ଥିବା ଜାତି ଜାତି ପକ୍ଷୀ ନିଜ ନିଜ ଭିତରେ ଗଣ୍ଡଗୋଳ କରିବାରୁ ନିବୃତ୍ତ ରହିବା ସହ ମୋ ଡ଼ାଳ ରେ ଆଶ୍ରୟ ନେଇଥିବା ଅନେକ ଜାତି ଜାତି ସରୀସୃପ, କୀଟପତଙ୍ଗ ଓ ମାଙ୍କଡ଼ ନିଜ ନିଜ ରାସ୍ତାରେ ତଥା ନିଜ ନିଜ କର୍ମ ରେ ନିମଗ୍ନ ରହି ଶାନ୍ତି ପ୍ରୀତି ସୌହାର୍ଦ୍ୟ ବାଣ୍ଟି ଚାଲୁଥାଆନ୍ତେ.ଆଉ ମୁଁ ମରିଗଲା ପରେ ମୋ ଦେହର ପଟାରେ ସର୍ବସାଧାରଣ ଙ୍କ ପାଇଁ ରାସ୍ତା ସହିତ ବହି ଘର ଟିଏ କରି ମ୍ୟୁଜିଅମ ରେ ରଖା ଯାଆନ୍ତା. ଇଶ୍ୱର ଙ୍କ ମୁଁହଁ ରେ ଫୁଟି ଉଠୁଥିଲା ଖୁସିର ସାତରଙ୍ଗୀ ରଙ୍ଗ. ନାରଦ କହୁଥିଲେ ଏଇ ଗଛ ପରି ଅନେକ ମଣିଷ, ପକ୍ଷୀ, ପଶୁ, ସରୀସୃପ, କୀଟ ତଥା ପ୍ରକୃତି ଭିତରେ ଏମିତି ଭାବନା ଓ କର୍ମ ପ୍ରବଣତା ଧାରା ଏବେବି ବହୁଥିବାରୁ ଆପଣଙ୍କ ସୃଷ୍ଟି ତଥାପି ବଞ୍ଚିଛି ମହାଭାଗ. ନାରାୟଣ ନାରାୟଣ ନାରାୟଣ କହି ଫେରିବାକୁ ଉଦ୍ୟତ ହେଉଥିଲେ ନାରଦ ବିଷ୍ଣୁଙ୍କୁ ନେଇ ସରଗପୁର.ଏଣେ ଓଡ଼ିଶାର ଲୋକମାନେ ଖୁସି ମନାଉଥିଲେ ଯୋଉଠି ପ୍ରଭୁ ଶ୍ରୀବିଷ୍ଣୁ ଜଗନ୍ନାଥ ରୂପେ ନୀଳାଚଳଧାମ ପୁରୀରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବିଦ୍ୟମାନ.



Rate this content
Log in

Similar oriya story from Classics