ଭ୍ରମଣ ସାରି ଏଥର ନାରଦ ମୁନି ଶ୍ରୀ ବିଷ୍ଣୁ ଙ୍କୁ ସ୍ୱର୍ଗକୁ ଫେରିଯିବାକୁ କହୁଥିବା ବେଳେ ଶ୍ରୀ ବିଷ୍ଣୁ କହୁଥିଲେ ରୁହନ୍ତୁ ମୁନିବର ଟିକେ ପକ୍ଷୀକୂଳ କଣ କରୁଛନ୍ତି ଦେଖି କି ଯିବା. ସେହି ସମୟରେ ପାର୍ଶ୍ୱରେ ଥିବା ମସଜିଦ ର ପାରା ମାନେ ପାଖ ଗୀର୍ଜା କୁ ଉଡିଯିବାକୁ ଚିନ୍ତା କରୁଥାନ୍ତି.କାରଣ ଟି ଥିଲା ମସଜିଦ କାନ୍ଥରେ ଗଛ ଉଠି କାନ୍ଥ ଫାଟିବାକୁ ବସିଥିଲା. ତାହା ମରାମତି ହେବାକୁ ଯାଉଛି ବୋଲି ସେଠାରେ ଥିବା ପାରାମାନେ ଶୁଣି ସାରି ଟିକେ ଅଳ୍ପ ଦୂରରେ ଥିବା ଗୀର୍ଜାକୁ ବାଛି ଥିଲେ. ସେତେ ବେଳେ ସେଠାରେ ଆଗରୁ ବସବାସ କରୁଥିବା ପାରାମାନେ ସେମାନଙ୍କୁ ସ୍ୱୀକୃତି ଦେବେ କି ନାହିଁ ମସଜିଦ ରେ ଥିବା ପାରା ସବୁ ଭାବୁଥିଲା ବେଳେ ଉଡିଯାଇ ଗୀର୍ଜାକୁ ଅନୁଭବ କଲେ ଯେ ସେଠାରେ ଆଗରୁ ଥିବା ପାରାମାନେ ତାଙ୍କୁ ସ୍ୱାଗତ କରିଥିଲେ. କିଛି ଦିନ ସେଠାରେ ବସବାସ କରିବା ପରେ ଏବେ ପୂର୍ବ ଓ ପରେ ମିଶିଥିବା ପାରାଦଳ ଶୁଣିବାକୁ ପାଇଲେ ଯେ ଏହି ଗୀର୍ଜା ବହୁ ନିକଟ ଭବିଷ୍ୟତରେ ରଙ୍ଗ ହେବାକୁ ଯାଉଥିବାରୁ ଏଠାରୁ ଅନ୍ୟ ଆଡ଼େ ନଗଲେ ଚଳିବନି. ସେମାନେ ଦେଖିଲେ ଅଦୂରରେ ମନ୍ଦିର ଚୂଡ଼ା ଦେଖା ଯାଉଛି. ପତିତ ପାବନ ବାନା ଉଡୁଛି କିନ୍ତୁ ସେଠାରେ ମଧ୍ୟ ଦଳେ ପାରା ବସବାସ କରୁଛନ୍ତି. ଦ୍ଵିଧା ମନ ନେଇ ଗୀର୍ଜା ଓ ଆଗରୁ ମସଜିଦ ରେ ରହୁଥିବା ପାରାଦଳ ଏକ ଦଳ ବୋଲାଇ ମନ୍ଦିର ରେ ରହିବାକୁ ଯାଇ ଦେଖିଲେ ଅତିଥି ଦେବୋ ଭଵଃ ନ୍ୟାୟରେ ଆଗରୁ ଥିବା ପାରାମାନେ ତାଙ୍କୁ ନିଃସଂକୋଚ ରେ ଖାଲି କୋଳେଇ ନେଲେ ନୁଁହଁ ବରଂ ଆହାର ଓ ପାଣି ଯୋଗେଇ ଦେଇଥିଲେ. ଶ୍ରୀହରୀ ଶ୍ରୀବିଷ୍ଣୁ ହସୁଥିଲେ ଟହ ଟହ ହସ କାରଣ ସେ ମନ୍ଦିର ରେ ଜଗନ୍ନାଥ ବେଶରେ ନିଜେ ହିଁ ଥିଲେ କାଳିଆ ଠାକୁର ବୋଲାଇ ତ ଏସବୁ ଦେଖି ନାରଦ କହୁଥିଲେ ଓଡିଶାରେ ଆପଣ ବିଦ୍ୟମାନ ବୋଲି ସର୍ବଧର୍ମ ସମନ୍ୱୟ ର ପ୍ରତୀକ ପାରାପକ୍ଷୀ ଙ୍କ ଆଚ୍ଚରଣ ଓ ଉଚ୍ଚାରଣ ଜଣେଇଦେଉଛି ଏପର୍ଯ୍ୟନ୍ତ ଏମାନେ 'ଏ. ଆଇ' ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ଶୀକାର ନହୋଇ ପ୍ରୀତି ମୈତ୍ରୀ ଓ ଭାଇଚାରା ଭାବ ଡୋରରେ ବନ୍ଧା କିନ୍ତୁ ପ୍ରଭୁ ମଣିଷ କଥା କିଛି ଜାଣିହେଲାଣନି
ଏଥର ତଳେ ଦୀପ କିଣି ଛୋଟ ଝିଅଟି ଜଗନ୍ନାଥ ମନ୍ଦିର ଭିତରକୁ ଭିଡ଼ ଠେଲି ପ୍ରବେଶ କରି କହୁଥିଲା ଠାକୁର ଙ୍କ ଆଗରେ ଯେ ପ୍ରଭୁ ହେ ଦିଲ୍ଲୀରୁ କଲିକତା ଯିବା ପାଇଁ ମୋ ଭାଇ ଆଠଟା ସମୟରୁ ଘର ଛାଡ଼ି ଏୟାରପୋର୍ଟ ରେ ଏଗାର ଟା ଫ୍ଲାଇଟକୁ ଯିବାକୁ ଅପେକ୍ଷା କରି ଯେବେ ଶୁଣିଥିଲା ଫ୍ଲାଇଟ ସାଢେ ଗୋଟାଏ ରେ ଛାଡିବ ଆକୁଳ ବିକଳ ରେ ବୋଉ ମୋର ଡାକୁଥିଲା ତୁମକୁ ପ୍ରଭୁହେ ତୁମେ ଭରସା. ଛୋଟ ପୁଅ ଓ ସ୍ତ୍ରୀ ସହ ଦିଲ୍ଲୀ ଏୟାରପୋର୍ଟ ରେ ଏତେସମୟ କେମିତି ଅପେକ୍ଷା କରିବ ପ୍ରଭୁ ମୋ ଭାଇ!ମୋ ମାଆର ଆକୁଳ ପ୍ରାର୍ଥନା ପ୍ରଭୁ ଶୁଣିଲ. କୁହୁଡି ଅପସରି ନେଲ. ଶୀତୁଆ ସକାଳକୁ ଖରା ରେ ପରିଣତ କରିଦେଲ ଭକ୍ତିର ମୋହ ରେ ତଥା ଭାବ ର ମାୟାରେ.ତ ଏଗାର ଟା ସମୟରେ ଛାଡିବାକୁ ଥିବା ଫ୍ଲାଇଟ ସାଢେ ଗୋଟେ ପରିବର୍ତ୍ତେ ବାରଟା ରେ ଛାଡିଲା. ସେଇଥିପାଇଁ ବୋଉ ମତେ ପଠେଇଛି ଜାଚଜ୍ଞା ଦୀପ ବସେଇବାକୁ. ପ୍ରଭୁ ଏତେ ସବୁ କେମିତି କରାଇ ପାର ତୁମେ!ଝିଅଟିର ଭାଇ ପାଇଁ ଥିବା ଆନ୍ତରିକତା ସହ ମାନିବୃତ୍ତି ରେ ଚମତ୍କୃତ ହେଉ ହେଉ ମାଆଟିର ଆକୁଳ ପ୍ରଥନାକୁ ଫଳବତୀ କରିଥିବା ଠାକୁର ଇଶ୍ୱର ନିଜେ ବିଷ୍ଣୁ ପଛକୁ ଚାହିଁ ଦେଖୁଥିଲେ ଶହ ଶହ ଜନତା.ସମୂହ ଦୀପ ଜାଳି ନୂଆବର୍ଷ ରେ ହିଂସା, ରାଗ, ରୋଷ ପରିବର୍ତ୍ତେ ବୁଦ୍ଧି ବିଦ୍ୟା ସହ ପ୍ରୀତି ମୈତ୍ରୀ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲେ ତ ଇଶ୍ୱରଙ୍କ ହସରେ ଏକ ନିଆରା ତୃପ୍ତି ଦେଖି ନାରଦ କହୁଥିଲେ ନାରାୟଣ ନାରାୟଣ ନାରାୟଣ.