STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ସାରିଆ

ସାରିଆ

3 mins
0

ଭାବିବାକୁ ମନା ସାରି କୁ କିନ୍ତୁ ନଭାବି ଉପାୟ ନାହିଁ ସାରିଆ ପାଖରେ. ଭାବନାରେ ସେଇ ଗୋଟେ କଥା.ମାଆ ହେବା ଜମା ସହଜ ନୁଁହଁ. ସେଇ ଆଦିମ କାଳ କଥା ନଭାବି ରହିପାରୁନଥିଲା ସାବି. ସେତେବେଳେ ମାଆଟି କେତେ କଷ୍ଟ କରି ତା ଛୁଆଟିକୁ ବଢ଼ାଇଥିବ ତା ମାଆ ବୋଲି ଭାବି ସାରି ଦୁଃଖ ଦରିଆରେ ଉବୁଟୁବୁ ହେଉଥିଲା. ଜଙ୍ଗଲ ରେ ନାହିଁ ନାହିଁ ରେ ଥିଲା ଜହ୍ନ, ଆକାଶ, ମାଟି ଓ ତା ସାଙ୍ଗକୁ ଖରା ବର୍ଷା ଶୀତ ଓ ଋତୁ ବସନ୍ତ. ସାଙ୍ଗକୁ ଗଛରେ ପକ୍ଷୀ ଓ ତାର ଭିର୍ନ୍ନ ଭିର୍ନ୍ନ ପକ୍ଷୀ ସ୍ୱର ବା କୁଜନ.ଠିକ ତା ବଣ ରାଇଜ ପରି ଓ ସେ ଯେମିତି ସେଇସବୁ ଦେଖେଇ ବଢ଼େଇଥିଲା ତା ପ୍ରଥମ ମାତୃତ୍ୱ ର ପ୍ରଥମ ସ୍ପର୍ଶ, କଇଁ କୁ. ଦେଖେଇଥିଲା ଗଛ ଓ ପାଣିରେ ମାଛ. ତାକୁ ଚାହିଁରହିଥିବା ବଗ. ସେଇମାନଙ୍କ ସ୍ୱର ଅନୁକରଣ କରି ମାଆ ହୋଇ ଶିଖାଇଥିଲା ଭାଷା ଓ ସାହିତ୍ୟ. ଏକଥା ଭାବିବାକୁ ତାକୁ ମନା କାରଣ ସେ ମାଆ ହେବାକୁ ଯାଉଛି. ନିଜ ଛୁଆର ମାଆ ନୁଁହଁ ବରଂ ଅନ୍ୟ ବାପା ମାଆ ଙ୍କ ଶୁକ୍ରାଣୁ ଓ ଡିମ୍ବାଣୁ ପେଟରେ ଧରି ସେ ଆଜି ସରୋଗେସୀ ମାଆ. ଛୁଆ ସିନା ତାର ନୁଁହଁ କିନ୍ତୁ ଗାଁରୁ ବାବୁର ଛୁଆ ତା ମରଦର ଜାଣିଲା ପରେ ସେ ଚୋରାଇ ଆଣିଥିବା ରେଞ୍ଜର ବାବୁର ଅଲିଅଳ ପୁଅକୁ ବଞ୍ଚାଇ ରଖିବାକୁ ତ ସେ ଆପଣେଇ ନେଇଛି ଏଇ ସରଗେସୀ ମାଆ ହୋଇ ଟଙ୍କା ରୋଜଗାର ପନ୍ଥାକୁ. ଯୋଉଦିନ ମଦନା କହିଥିଲା ଆଲୋ ବାବୁ ଟା ଅଣପୁରୁଷ ଥିଲା ବୋଲି ତା ବୁଢ଼ୀ ମାଆ ମତେ ନେଇ ଭେଟଘାଟ କରାଇଥିଲା ତୋ ବାବୁର ସ୍ତ୍ରୀ ସାଆନ୍ତାଣୀ ସଙ୍ଗେ. ହାଣ୍ଡିଆ ପିଇ ମାତାଲ ହୋଇ ମୁଁ ଦେଖିନଥିଲି ବାବୁଆଣୀ ମୁଁହଁ ଖାଲି ଦେହ ଟା ଯାହା ଥିଲା ମୋର. ଆଉ ତୁ ମୋ ଭାରିଜା ହୋଇ ମୋ ପରି ମରଦ କୁ ଆଡ଼ ଆଖିରେ ଚାଁହୁଁନୁ ଖାଲି ସେଇ ତୋ ଝିଅ କଥା ଭାବୁଛୁ.ହେଲେ ତୁ ଚାହିଁଲେ କେତେ କଇଁ ଆସିବେ. ମୋ ଝିଅକୁ ମୁଁ ବିକିଲି ତ ତୋର କଣ ଗଲା!ହାଣ୍ଡିଆ ପ୍ରକୋପ ରେ ସତ କଥା ଗୁଡା ଗାଳି ପକେଇ ଥିଲା ସ୍ୱାମୀ ମଦନା ହେଲେ ସାରିଆ ଭାବିଥିଲା ଅନ୍ୟ ରକମ. ତୋ ଛୁଆ କହି ମୋ ଝିଅ କଇଁକୁ ଯଦି ବିକିଦେଇ ଖାଇ ଦେଇ ପାରିଲୁ କେଇଟା ଟଙ୍କା କୁ ତେବେ ଦେଖ ତୋ ଛୁଆ, ବାବୁ ବାବୁଆଣୀ ଙ୍କ ପୁଅ ମୁନା କୁ ନେଇ ମୁଁ କେମିତି ବିକି କରି ଖାଉଛି!ସେ ଝୁଙ୍କ ରହିଲାନି. ବାବୁ ଘରେ ତା ମରଦର ପୁଅ ରାଜକୁମାର ପରି ବଢୁଥିଲା. ପରିଚୟ ଥିଲା ରେଞ୍ଜର ପୁଅ. ତାକୁ ଅଣହେଳା କରିବ କିପରି ସାରି!ଖାଲି ଯାହା ତାକୁ, ସାରିଆ ମାଉସୀ ଡାକି ଚିହ୍ନେ ବୋଲି ଥୟ ଧରିଛି ପୁଅ ଏଯାଏଁ. ସାରି ଜାଣିନଥିଲା ତା ବାଟ କୁଆଡେ କିନ୍ତୁ ପୁଅକୁ ଧରି ବସିଥିବା ପିଣ୍ଡା ଥିଲା ମହିଳା ମିଟିଙ୍ଗ ଘର. ସେ ଘରୁ ମିଟିଙ୍ଗ ସାରି ବାହାରି ଆସିଥିଲେ ଜଣେ ସୁନ୍ଦରୀ ଗୋରୀ ଶିକ୍ଷିତା ରମଣୀ. ସେ ଯେବେ ତାଙ୍କ ଛୁଆର ମାଆ ହେଲେ ବହୁତ ଟଙ୍କା ଦେବେ କହିଲେ ସାରିଆ କିଛି ନବୁଝି ରାଜି ହୋଇଗଲା ଆଗ. ପରେ ଭାବୁଥିଲା କି ଅଲାଯୁକ ଯୁଗ ହେଲା ଇଏ!ସ୍ତ୍ରୀ ଲୋକ ଟା ଏଡ଼େ ସୁନ୍ଦର ରୂପବତୀ, ଗୁଣବତୀ ଓ ଶିକ୍ଷିତା ହୋଇ ତାକୁ ତା ଛୁଆର ମାଆ ହେବାକୁ କହୁଛି କେମିତି! ସେ ଯାହା ଭାବୁଥିଲା ସେମିତି କିଛି ଅଲାଯୁକ କଥା ହୋଇନଥିଲା ବରଂ ଛୁଆ ପୁଅ, ମୁନାକୁ ସାହେବାଣୀ ତାଙ୍କ ନିଜ ଘରେ ରଖି ଆଦରରେ ବଢା଼ଉଥିଲେ.ତା ପରେ ସାରିଆ ପେଟ ଭିତରେ ବାବୁ ଓ ମାଆ ସାହେବାଣୀ, ଉଭୟଙ୍କର ଶୁକ୍ରାଣୁ ଓ ଡିମ୍ବାଣୁ ରଖି ଦିଆଗଲା.ରେଞ୍ଜର ବାବୁ ପୁଅ ଜାଣିଥିଲା ସେ ବୁଲି ଆସିଛି ସହରର ସମ୍ପର୍କୀୟ ଙ୍କ ଘରକୁ,ଘରର କାମବାଲୀ ସାରିଆ ମାଉସୀ ସହିତ. ସାରିର ସମସ୍ତ ସୁଖ ସୁବିଧା କଥା ବୁଝୁଥିଲେ ସେଇ ଦେବୀ ଭଳି ମହିଳା ଜଣଙ୍କ.
        ନିର୍ଦ୍ଦିଷ୍ଟ ଦିନ ସାରି ମାଆ ହେବା ପରେ ଛୁଆକୁ ସାହେବାଣୀ ପରି  ସ୍ତ୍ରୀ ଲୋକ ଜଣକୁ ଛୁଆ ଟେକି ଦେବା ବେଳେ ନେହୁରା ହେଲା ସାରିଆ. ଜନ୍ମିତ ଛୁଆ ମାଆ କ୍ଷୀର ନଖାଇ କେମିତି ରହିବ କୁହ ମାଆ!ପ୍ରକୃତରେ କିନ୍ତୁ ଜନ୍ମିତ ଝିଅଟି ସାରିକୁ କଇଁ ପରି ମନେହେଉଥିଲା ତ ମାୟା ଲାଗିଯାଇଥିଲା ସାରିର. ଥନ ଭାଙ୍ଗି କ୍ଷୀର ଦେଉ ଦେଉ କେତେ କେତେ ଭାବନା ରେ ବୁଡି ଯାଉଥିଲା. ତ ଏଭିତରେ ସାହେବାଣୀ ତା ସମସ୍ତ ଇତିହାସ ଜାଣି ସାରିଥିଲେ ଓ ପୋଲିସ ଡାକିବା ପୂର୍ବରୁ ସାରି ଝିଅକୁ ଧରି ଗାଁକୁ ଫେରିଯାଇଥିଲା. ପୋଲିସ ନେଇ ରେଞ୍ଜର ବାବୁଙ୍କ ପୁଅ ସହ ସେହି ମହିଳା ପହଞ୍ଚିଥିଲେ ସାରି ଗାଁରେ. ରେଞ୍ଜର ପୁଅକୁ ଫେରି ପାଇଥିଲେ ଓ ସେ ମହିଳା ନିଜ ଝିଅକୁ ସାରି ପାଖରୁ ନେଇଗଲା ବେଳେ ସାରି ଝିଅକୁ ଜାବୁଡି ମୋ କଇଁକୁ ଦେବିନି ମୋ କଇଁକୁ ମୋଠୁ ଛଡେଇ ନିଅନି କହି କାନ୍ଦୁଥାଏ. ମୋର ଟଙ୍କା ଲୋଡ଼ା ନାହିଁ କହୁଥାଏ ତ ମଦନା ଝିଅକୁ ସେହି ସାହେବାଣୀ ଙ୍କୁ ଦେଇ ସାରିଆ କୁ ସମ୍ଭାଳୁ ସମ୍ଭାଲୁ ତାକୁ କାମୁଡି ଦେଇ ସାରିଆ କୋଉ ଜଙ୍ଗଲରେ ହଜିଗଲା ଯେ ମଦନା ତାକୁ ପାଉନଥିବା ବେଳେ କିଏ କହୁଥିଲା ବାଘ ଖାଇଗଲା ତ କିଏ କହୁଥିଲା ହାତୀ ଦଳିଦେଲା ହେଲେ ମଦନା କହୁଥିଲା ଜଙ୍ଗଲୀ ଲଳନା କୁ ବାଘ ହାତୀ ନୁଁହଁ ବରଂ ହଜିଯାଇଥିବା ମାତୃତ୍ୱ ମୋ ସାରି କୁ ବା୍ୟାଣୀ କରିଦେଲା. ସେଥିପାଇଁ ମୁଁ ଦାୟୀ ପୋଲିସ ବାବୁ କହି ଆତ୍ମସମର୍ପଣ କଲେ ମଧ୍ୟ ସାରି ଫେରିନଥିଲା.ଭାବନାରେ ହଜିଯାଇଥିଲା ସ୍ୱାମୀ ମଦନା.



Rate this content
Log in

Similar oriya story from Tragedy