Sasmita Mohapatra

Abstract Drama Others

3  

Sasmita Mohapatra

Abstract Drama Others

ପୋଡ଼ପିଠା

ପୋଡ଼ପିଠା

4 mins
352



ସକାଳୁ ଅବିନାଶ ବାବୁ ପତ୍ନୀ ସୁଲୋଚନାଙ୍କ ଉପରେ ବିରକ୍ତ।କହିଲ !ଅଧଘଣ୍ଟା ହେଲାଣି 'ଚା ଟିକେ ମାଗିଲିଣି, ତୁମେ ସେ ରୋଷେଇ ଘରେ ପଶି ନେଉଛି ନେଉଛି କହି କ'ଣ କରୁଛ କେଜାଣି?

 ସୁଲୋଚନା କାନିରେ ଲୁହ ପୋଛି ଚା' ଧରି ଆସିଲେ।ଆଖି ଯୋଡିକ ଗେଣ୍ଡା ଭଳି ଫୁଲି ନାଲି ହୋଇଯାଇଛି। ଅବିନାଶ ବାବୁଙ୍କର ଅବସ୍ଥା ଏକାଭଳି।ହେଲେ ପୁରୁଷ ଅନ୍ତରରେ କାନ୍ଦେ ଆଖି ଉପରେ ପାଣି କମ ଆସେ।ସମୁଦ୍ରର ଢେଉ ବାଧା ନ ମାନି କୂଳ ଲଘିଂଲା ପରି ସୁଲୋଚନା ଭେଁ କରି କାନ୍ଦିଉଠିଲେ ଅବିନାଶ ବାବୁଙ୍କୁ ଦେଖି ପିଠି ଥାପୁଡାଇ ସାନ୍ତ୍ଵନା ଦେବାକୁ ଯାଇ କହିଲେ....ଭାବିନିଅ ଆମର କୌଣସି ପୁଅ ଜନ୍ମ ହିଁ ହୋଇ ନଥିଲା।। ଏତେ ଦୁଃଖ କଲେ କଣ ମିଳିବ ?ତା'ର ତ ବିବେକ ହେଲାଣି ରିୟୁମାଟିଜମ୍ ମାଆ"ଆଉ ବ୍ଲଡ ପ୍ରେସର,ସୁଗାର ରୋଗୀ ଵାପା କୁ ଛାଡି ଯାଇ ଅଲଗା ରହିଲା।ଆମେ କାହିଁ ତା କଥା ଭାବିବା କହିଲ,?ସେ କ'ଣ ଆମ କଥା ଭାବିଲା? ଚାହୁଁ ଚାହୁଁ ବର୍ଷେ ହୋଇଯିବ ;ଦିନେ ଆସି ଭଲମନ୍ଦ ପଚିରିନି।ମୁଁ ରାଗିକରି ପଦେ କଣ କହିଦେଲି ଯେ ମୋ ନାତିକୁ ନେଇ ବୋହୁ କଥାରେ....ଛି ଛି କେମିତି ଏମିତି ପୁଅ ତୁମ ଗର୍ଭରେ ଥିଲା କେଜାଣି।

    ତୁମକୁ ପଦେ କଣ କହିଲେ ଗାରୁ ଗାରୁ ହୋଇ ପୁରାଣ ଆରମ୍ଭ କରିଦିଅ କହିଲେ ସୁଲୋଚନା ଆଜି ତା ଜନ୍ମ ଦିନରେ ସେମିତି କିଛି କୁହନାହିଁ।କେତେବେଳେ ଅଭିଶାପ ଗୁଡାକ ପଡିଯିବ।ସେ ଯେଉଁଠି ବି ଥାଉ ଭଲରେ ଥାଉ।


 ଏତକ କହି ସୁଲୋଚନା ରୋଷେଇ ଘରକୁ ଚାଲିଗଲେ।ପଛରେ ପଛରେ ଅବିନାଶ ବାବୁ। ସୁଲୋଚନା ପୁଅ ପସନ୍ଦର ବହୁ ଖାଦ୍ୟ ଖୁବ୍ ଆଗ୍ରହରେ ତିଆରି କରିବାରେ ବ୍ୟସ୍ତ।କିଛି ନ କହି ଫେରି ଆସିଲେ ଆରାମ୍ ଚେୟାର ଉପରକୁ। ଭାବିଲେ ମା'ର ମନ,କିଛି କହିବା କଷ୍ଟ ଦେବ ସୁଲୋଚନାକୁ। କିନ୍ତୁ ତା ଠାରୁ ବେଶି କଷ୍ଟ ଯଦି ତିଆରି ଜିନିଷ ସବୁ ନଷ୍ଟ ହେଲା।ରାତିଯାକ ମୁହଁମାଡି ତକିଆରେ କାନ୍ଦୁଥିବ। ବାହାଘର ଏତେ ବର୍ଷ ହେଲା ଅବିନାଶ ବାବୁ କେବେବି ସୁଲୋଚନା ଆଖିରେ ଲୁହ ଭରି ନାହାଁନ୍ତି।ଛୋଟିଆ ଚାକିରୀରେ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ସବୁ ଆବଶ୍ୟକତା ପୂରଣ କରି ଖୁସି ଦେଇଛନ୍ତି।କିନ୍ତୁ ମା'ର ଗେଲବସରରର ଫଳସ୍ବରୂପ ଆଜି ପୁଅ ଗୋଇଠା ମାରି ଚାଲିଗଲା। ତିରିଶ ବର୍ଷର ସମ୍ପର୍କ ତିନି ଘଣ୍ଟାରେ ଛିଣ୍ଡାଇ। 

 କାଲି ପରି ଲାଗୁଛି ଏଇ କାନ୍ଧରେ ବସି ଜଗନ୍ନାଥ ମନ୍ଦିରରେ ଟେକି ଦିଅଁ ଦେଖାଉଥିଲି।ମାକ୍ରେଟ୍ ଗଲେ ବଡ ରସଗୋଲା ଦୁଇଟା ଯେମିତି ହେଲେ ପୁଡିଆରେ ବନ୍ଧା ହୋଇଥିବ।ସବୁ ପର୍ବପର୍ବାଣୀରେ ନୂଆ ପୋଷାକ କିଣି ପୁଅକୁ ପିନ୍ଧାଇ ଦିଅନ୍ତି।ଦିନେ ରଜରେ ନୂଆ ଡ୍ରେସ୍ ଗୋଟିଏ କିଣି ଘରକୁ ଆଣିବାରୁ ଶ୍ରୀମତୀ ଖୁବ୍ ଜୋରରେ ହସିଥିଲେ,....ଆରେ ତୁମେ ପୁଅ ଜନ୍ମ କରିଛ ଝିଅ ନୁହେଁ। ପୁଅର ରଜ କ'ଣ? ...".ମୁଁ" କହିଥିଲି ...ଅଫିସର ସମସ୍ତେ କିଣିଲେ ତ ମୁଁ ସେମାନଙ୍କ ସଙ୍ଗେ ଯାଇଥିଲି ,କିଣି ଆଣିଲି। ସେ ମୋ ପୁଅ, ସେ ମୋ ଝିଅ ,ଚାକିରୀ କରିବା ପୂର୍ବରୁ ସେ ତାର ସମସ୍ତ ଏଣ୍ଟ୍ରାସ୍ ପରୀକ୍ଷା ପାଇଁ ଫର୍ମ ଫିଲପ କରିବାକୁ ମୋତେ ଯେତେ ଅସୁବିଧା ହେଲେବି ତାର ଅଭାବ ରଖିନି। ମୋର ଭାବନା ଗୋଟିଏ ଥିଲା ମୁଁ ଯାହା କଷ୍ଟ ପାଇଛି ମୋ ପୁଅ ନ ପାଉ।


    କିନ୍ତୁ ତାର ଫଳର ପରିଣାମ ସେ ନିଜ ପସନ୍ଦର ଝିଅଟିକୁ ମନସ୍ଥ କରି ଆମକୁ ସନ୍ଦେଶ ପଠାଇଦେଲା। ଏକା ପୋଷ୍ଟରେ ଚାକିରୀ କରିଥିବା ଝିଅଟି ଶାଳୀନତା, ମଧୁର ବଚନ, ଘରେଇ ବିଲକୁଲ୍ ନୁହେଁ।

 ସୁଲୋଚନା ସହି ଯାଇଥିଲେ ହୋଇଥାନ୍ତା। ହେଲେ ସର,ଲବଣୀ ବୋଳି ବଢାଇଥିବା ପୁଅ ଦେହରେ ମାଛି ବସାଇ ଦେଉ ନଥିବା ମାଆ କିପରି ବରଦାସ୍ତ କରିଥାନ୍ତେ।ଦିନରାତି ଦୁହିଁଙ୍କ ଭିତରେ ତୁ ତୁ ମେଁ ମେଁ।ଫଳରେ ବୋହୂ ଫେରାଦ ପୁଅ ପାଖରେ ଆଉ ଶାଶୁ ମୋ ପାଖରେ।ସୁଲୋଚନାର ବେଶି ଅଭିଯୋଗ ସେ ପୁଅକୁ କଦର୍ଯ୍ୟ ବ୍ୟବହାର ଦେଖାଉଛି ମୋ ସାମ୍ନାରେ। ମୋତେ କହିଲେ ମୁଁ ସିନା ଜବାବ ଦେଇ ଦେଉଛି କିନ୍ତୁ ପୁଅକୁ କହିଲେ ମୋ ଆତ୍ମାରେ ଗୁଳି ବାଜିଲା ପରି ଲାଗୁଛି। ଫଳରେ ଦୁହିଁଙ୍କ ଭିତରେ ବଚସା ଝିମିଟ ଖେଳରୁ ମହାଭାରତ। ନିତି ନିତି ଏ ଘଟଣା ଘରେ ଅଶାନ୍ତି, ପୁଅର ମଧ୍ୟ ପାଟି ଖୋଲିବା ଆରମ୍ଭ ହୋଇଗଲା ।ଯେଉଁ ପୁଅ ସାମ୍ନାରେ ଠିଆ ହେବାର ସାହାସ କରୁ ନଥିଲା ସେ ଚିତ୍କାର କଲା। ପୁଅ ଯଦି ସେଦିନ ବୋହୁର ପକ୍ଷ ନେଇ ପାଟି ଫିଟେଇ ନଥାନ୍ତା, ତେବେ ମୁଁ' ଜମା କିଛି କହିନଥାନ୍ତି....ଆମ ବାପାମାଆଙ୍କୁ ତୁ ଭଲ ପୁରଷ୍କାର ଦେଲୁ। ତତେ ଏଡେ ରୁ ଏଡିକି କରି ଆଜି ଗୋଟିଏ ଭଲ କମ୍ପାନୀରେ ଇଂଜିନିୟର କରିଛି।। ବୋହୂ ଆଗେ ତୋର ଏତେ ସାହାସ ଆମକୁ ଜବାବ୍ ଦେଉଛୁ। ଯା ବାହାରି ଯାଆ ମୋ ଘରୁ....କଥାଟିକୁ ଏମିତି ଧରି ବାହାରିଯିବ ବୋଲି ବିଶ୍ବାସ ନଥିଲା। ଆଗରୁ କ୍ଲାସ ପରୀକ୍ଷାରେ କମ୍ ନମ୍ବର ରଖିଲେ ଏମିତି କଥା ତ ପାଟିରୁ ବାହାରୁଥିଲା। ଏବେ କଥା ଧରି ନେବ ବୋଲି ଜାଣି ନଥିଲି। ଖଣ୍ଡି ମେଘ ଆକାଶରେ ଭୟଙ୍କର ଭାବେ ଦେଖାଦେଇ ପବନରେ ଉଡିଗଲା ପରି,ସବୁ ଗଣ୍ଡଗୋଳ ପାଟିତୁଣ୍ଡ ନୀରବି ଯାଇଥିଲା।ପୁଅ ବୋହୂ ଏକାଠି ମୋ ନାତିକୁ ନେଇ ଗୋଡ କାଢି ଚାଲି ଯାଇଥିଲେ।

  ସେହି ଦିନଠାରୁ ସୁଲୋଚନାର ଅବସ୍ଥା ପାଗଳ ପ୍ରାୟ ।ରାତି ଅଧରେ ଉଠି ସୁଲୋଚନା ପୁରାଣ ବହି ପଢୁଛି। ବାହାର ବାକ୍ଲୋନିରେ ଘଣ୍ଟା ଘଣ୍ଟା ଧରି ଚାହିଁ ରହୁଛି ରାସ୍ତାକୁ । ବାରମ୍ବାର ମୋବାଇଲ୍ ଦେଖୁଛି। ପୁଅର ପୁରୁଣା ଲୁଗାପଟା ବସି ଦେଖୁଛି ,ଚଉତୁଛି।


 ଆଉ ଆଜି ତା ଜନ୍ମ ଦିନରେ ପିଠା,ପୁରୀ, ପନିର ,ଖଟା ,ଦହିବୁନ୍ଦି , ସାଙ୍ଗକୁ ପୁଅର ଅତିପ୍ରିୟ "ପୋଡପିଠା" ର ଆୟୋଜନ। ସୁଲୋଚନା ସବୁ ବର୍ଷ ପିଲାବେଳୁ ପୁଅକୁ ପରମ୍ପରା ପାଠ ପଢାଉଥିବା , ଜନ୍ମଦିନରେ କେକ୍ ବଦଳରେ ପୋଡପିଠା କଟାଏ। ଆଜି ବି ତା'ଫେରିବା ବାଟକୁ ଚାହିଁ ଅତି ବିଶ୍ୱାସର ସହିତ ପୋଡପିଠା ପ୍ରସ୍ତୁତ କରିଛି।

 ପୁଅ ତ ପଞ୍ଚତାରକା ହୋଟେଲ୍ ରେ ସାଙ୍ଗସାଥୀ ,ଶଶୁରଘର ଲୋକଙ୍କ ଗହଣରେ ପାର୍ଟ୍ଟି କରୁଥିବ। ବୋଉ "ପୋଡପିଠା"ରେ ଆଉ କେଉଁମହକ ରହିଛି ଯେ ଆଗ୍ରହ ଥିବ କି ? ଏବେ ତ ସବୁ ରନ୍ଧା ସାହିପଡିଶାରେ ବଣ୍ଟାଯିବ ,ଯାହା ଇଛା ତାହା କର ।


  ସବୁ କଥାକୁ ଆଡେଇ ସେଦିନ ବି ସୁଲୋଚନା ଘରଦ୍ୱାର ସଫାକରି ନୂଆ ଟେବୁଲ୍ କ୍ଲଥଟେ ଡାଇନିଂ ଟେବୁଲ୍ ଉପରେ ପକାଇ ଦେଲେ। ପୁଅ ନାଁ ରେ ମା ଷଠିଦେବୀଙ୍କୁ ପୂଜାକରି ,ପରେ ଟେବୁଲ୍ ଉପରେ ସଜାଡି ଦେଲେ ଏହି ବିଶ୍ୱାସର ସାଥେ ପୁଅ ଆଜି ନିଶ୍ଚୟ ଫେରିବ। ଚନ୍ଦନ ,ସିନ୍ଦୂର ଫୁଲ ଦୂବ ,ଦୀପ ସଜଡା ଥାଳିଟିକୁ ଠାକୁରଙ୍କ ପାଖେ ଥୋଇ ପୁଅକୁ ବନ୍ଦାଇବାର ଆଶାରେ ତା ଆୟୁଷର ଲକ୍ଷେ କାମନା, ମାଆଟିଏ ଛଡା କିଏ କରିପାରେ। ସନ୍ଧ୍ୟା ଯାଇ ରାତି ଫେରିଲା ,ସୁଲୋଚନାଙ୍କ ଧୈର୍ଯ୍ୟର ସୀମା ତଥାପି କହୁଥାଏ ପୁଅ ଆସିବ ।ବେଳେବେଳ ମାଆର ବିଶ୍ୱାସ ପାଖେ ଠାକୁର ବି ହାର୍ ମାନିଯାଆନ୍ତି। ବାରମ୍ବାର ଫୋନକୁ ଚାହିଁ ବାପାମାଆ ଦୁଇଜଣ କାନ୍ଥଘଣ୍ଟାର ସମୟ ଉପରୁ ଆଖି ହଟୁ ନଥାଏ।


 ଅପେକ୍ଷାର ବାଡବନ୍ଧ ତୁଟି ପୁଣି ଅବିନାଶଙ୍କ କଣ୍ଠରୁ ସୁଲୋଚନାଙ୍କୁ ....ସକାଳ ପ୍ରହରୁ କାହିଁକି ଏମିତି ଟେବୁଲ୍ ଉପରେ ଅପେକ୍ଷା କରି ବସିଛ କହିଲ ? କାହାକୁ ଦେଇଦିଅ ନଚେତ୍ ଫ୍ରିଜ୍ ରେ ରଖିଦିଅ। ସ୍ବାମୀଙ୍କ କଥାକୁ ନ ଶୁଣାଲାପରି ଘରକୁ ପଦା ହେଉଥାନ୍ତି।.....ଗେଟ୍ ପାଖରେ କାର୍ ଟି ଅଟକିଗଲା। ପୁଅ,ବୋହୂ ,ନାତି ସଙ୍ଗେ ଦେଖି ମନରେ କୋହକୁ ସମ୍ଭାଳୁ ପାରୁ ନଥାନ୍ତି ସୁଲୋଚନା । ପୁଅର ଆଖିରୁ ଝରୁଥାଏ ଲୁହ। ବୋଉର କୋଳକୁ ଆଉଜି ଯାଇ ପୁଅ କହୁଥିଲା ...ମୋତେ କ୍ଷମା କରି ଦେ ବୋଉ, ତୋ ନାତି ପାଇଁ ତୋ ବୋହୂ ବଦଳି ଯାଇଛି। ତୋ ପୋଡପିଠାର ଗନ୍ଧ ମୋ କ୍ବାଟର ଯାଏଁ ପହଞ୍ଚିଗଲା ମୁଁ କିପରି ସେଠି ରହି ପାରି ଥାନ୍ତି। ସୁଲୋଚନା ଖୁସିରେ ନାତିକୁ କାଖେଇ ଦେଇ ଘରମୁହାଁ ହେଉଥିଲେ । ସେପଟୁ ଅବିନାଶ ବାବୁ ଠାକୁର ଘରୁ ବନ୍ଦାପନା ଥାଳି ଧରି ଦାଣ୍ଡଘରେ ହାଜର।



Rate this content
Log in

Similar oriya story from Abstract