Sasmita Mohapatra

Abstract Others

3  

Sasmita Mohapatra

Abstract Others

ନୀରବ ଝଡ଼

ନୀରବ ଝଡ଼

4 mins
159



ବାସର ରାତିର ପ୍ରତିଟି ମୁହୂର୍ତ୍ତ"ସାଧନା"ର ଭୟ ମିଶା ସଙ୍କୋଚରେ ବିତୁଥିଲା।ଗୋଟିଏ ଅପରିଚିତ, ଅଦେଖା ପୁଅକୁ କିପରି ନିଜର କରିପାରିବ । ତା'ର ରୂଚି,କଥା,ଚାଲିଚଳନ ଭଲମନ୍ଦ,କେଉଁ ବିଷୟରେ ସେତ କିଛି ଜାଣେନା। "ବାପା" "ବୋଉ" ବାହାଘର ଠିକ୍ କଲାପରେ ସେ ଜାଣିଲା। ବାପା ରୁଢିବାଦୀ ଲୋକ । ପୁଅ ,ଝିଅଙ୍କର ଦେଖା ସାକ୍ଷାତ୍ ,ମିଳନର ଆବଶ୍ୟକତା ମଣୁ ନଥିଲେ। ।ଝିଅକୁ ଉପରଠଉରିଆ ପଚାରି ଦେଇଥିଲେ ତୁ କ'ଣ ପ୍ରକାଶ ସଙ୍ଗେ ଦେଖା କରିବାକୁ ଚାହୁଁ? ।ଲଜ୍ଜା ବଶତଃ "ସାଧନା" ର ଇଛା ଥିଲେ ମଧ୍ୟ ଧୀର ସ୍ବରରେ"ନାଁ"କହି ଦେଇଥିଲା।କିନ୍ତୁ ମନେ ମନେ ଭାବି ନେଇଥାଏ ବିନା ଦେଖାରେ ବାହାଘର ! ସେ କେତେଦୂର ସେ ପୁଅଟିର ଇଛା ମୁତାବକ ପତ୍ନୀଟିଏ ହୋଇପାରିବି ତ ?କିଛି କହିବା ପୂର୍ବରୁ "ବାପା" କହିବାକୁ ଆରମ୍ଭ କରିଦେଲେ ଦେଖ ଝିଅ ! ତୋ ବୋଉ ଆଉ ମୁଁ ।ତୋ ବଡବାପା ,ବଡମାଆ ,ଆମେମାନେ ଆଗରୁ ବିନା ପରିଚୟରେ ବାହା ହୋଇଥିଲୁ। କହ ଝିଅ ! ଆମ ବନ୍ଧନ କିଛି କମ। ବୋଉର ଇଛା ଥିଲେ ମଧ ବାପାର କଥାରେ ଆଖିବୁଜି ବିଶ୍ୱାସ କରିବାର ଲୋକ ସିଏ ଥିଲା। ତା କଥାବି "ସାଧନା"କୁ ଦୁଇପାଦ ପଛକୁ ଫେରାଇ ଆଣିଥିଲା।


ଆଜିକାଲି ଯୁଗରେ ଏପରି ବାହାଘର ,ପୁଣି "ପ୍ରକାଶ" ତରଫରୁ କିଛି ଉତ୍ସାହ ନ ଥିଲା। ରାତି ବଢିବା ସହିତ ହୃଦୟର ସ୍ପନ୍ଦନ ତୀବ୍ର ହେଉଥିଲା। ଭୟ ଆଶଙ୍କାରେ ଚାହିଁଲା ସାମ୍ନାରେ ଦୀପର ଶିଖା ମିଞ୍ଜି ମିଞ୍ଜି ହୋଇ ଆସୁଥାଏ।ରାତିର ପ୍ରହର ସବୁ ତାତ୍ସଲ୍ୟ କରି ଆତିକ୍ରାନ୍ତ କରିବାକୁ ବସିଥାଏ।


କୋଠରୀ ଭିତରେ ମଧୁଶର୍ଯ୍ୟାର ନାୟିକା ଇପ୍ସିତର ଅପେକ୍ଷାରେ ମନର ଉଦବେଳନ। ପ୍ରକାଶ ମୁହଁରେ ପଦଟିଏ କଥା ତା'ର ଆତ୍ମବିଶ୍ବାସକୁ ବାନ୍ଧି ରଖିବ। ବହୁତ ଗପିବ। ଜୀବନରେ କୌଣସି ପୁଅର ପ୍ରଥମ ସ୍ପର୍ଶ ଅନୁଭବ କରିବ।କିନ୍ତୁ ରାତି ଅପେକ୍ଷା କରେନି, ବଢିଚାଲେ ଗୋଟିଏ ଘଣ୍ଟାକଣ୍ଟା ଆଉ ମିନଟ୍ ବି।ଚାହିଁ ଚାହିଁ ଭୋର ହେଲା ,ହେଲେ "ପ୍ରକାଶ"ଙ୍କ ଦେଖା ନାହିଁ।ଶେଜ ଉପରେ ପଡିଥିବା ସତେଜ ଫୁଲଗୁଡିକର ବିନା ଆଘାତରେ ମଳିନ ପଡିଗଲେଣି। ନିଜର ବେଶଭୂଷା,ଆବୁଷଣ,ସାତସିଙ୍ଗାର ଓହ୍ଲାଇ ଗାଧେଇ ଆସିଲା।ଭୋର୍ ହେଲାଣି। ମଧୁ ଚାକରର ବାସନ ମଜା ଖଡ଼ଖାଡ୍ ଶବ୍ଦ ।କେମିତି ଯିବ ବାହାରକୁ ଲଜ୍ଜା ଆଉ ଅପମାନ ବୋଧ କରୁଥିଲା "ସାଧନା" ।ଅଭିସାର ରାତିଟା ନିସ୍ତବ୍ଧ କୋଠରୀରେ ବିତିଥିଲା।ତଥାପି ସେ ରାତିସାରା ପାଦ ର ଶବ୍ଦକୁ କାନେଇ କାନେଇ ଥକି ଯାଇଥିଲା ପଛେ କେହି ପ୍ରବେଶ କରି ନ ଥିଲେ।କିଏ ବା ତା ଘରେ ଅଛନ୍ତି କି ପ୍ରକାଶ ଆଉ ତା'ର ପରିତ୍ୟକ୍ତା ଲେଖାଯୋଖା ଭଉଣୀ। ଯିଏ ଏ ବାହାଘର ରେ ମୁଖ୍ୟଭୂମିକା ନେଇଛନ୍ତି। ବେଶି କିଛି ଜାଣେନା ତାଙ୍କ ବିଷୟରେ। ଆଉ ପରିବାର କହିଲେ ମଧୁ ଚାକର ଆଉ ସେ।। ସବୁ ବନ୍ଧୁବାନ୍ଧବ ଭୋଜି ପରଦିନ ଚାଲି ଯାଇଥିଲେ।।


"ମଧୁ" ଆସି କବାଟ ପାଖେ ଠିଆହେଲା।....ସାନ ମାଆ ଭିତରକୁ ଯିବି ଘର ଓଳାଇ କୋଠରୀ ପରିଷ୍କାର କରିଦେବି।ଚମକି ଯାଇଥିଲା ସାଧନା।ମଧୁ ପାଖେ ଯେପରି ଦୋଷି ବୋଲି ଲାଗୁଥିଲା।କାଳେ ସେ ଜାଣିଦେବ ଅପେକ୍ଷିତ ରାତ୍ରିର ତିରଷ୍କାର ନାୟିକା ସେ ଯିଏ ଏ ପର୍ଯ୍ୟନ୍ତ ମନ ପୁରୁଷର ପଦଟିଏ କଥାର ହକ୍ ବି ଆଦାୟ କରି ପାରିନି। କାହାକୁ ପଚାରିବ, ସେ ଘରେ ଦିଦି ଶୋଇଛନ୍ତି। "ପ୍ରକାଶ'ଙ୍କ ଖବର ସେ କିଛି ଜାଣେନା।


ଧୀରେ ଧୀରେ ହାତରେ ସିଗାରେଟ୍ ଧରି ବାକ୍ଲୋନିରୁ ଫେରିଲେ ପ୍ରକାଶ।ପ୍ରଶ୍ନବାଚକ ଆଖିରେ ଚାହିଁ ରହିଲା ସାଧନା ।...କିଛି ପ୍ରଶ୍ନ...କି ପ୍ରଶ୍ନ ପଚାରିବ ସେ,କାହିଁକି ତା ରାତିର ଚନ୍ଦ୍ରମା ହୋଇ ଆଲିଙ୍ଗନଟିଏ- - - ଯା କି ତା ଅଧିକାରରୁ ବଞ୍ଚିତ କାହିଁକି କଲ ? ନା ଏ ରାତି ମୋ ପାଇଁ ଆଉ ଥରେ ଆସିବକି ?ନା ଏ ବିବାହର ସନ୍ମତି ତୁମଠାରୁ ଥାଇ କାହିଁକି ଆନମନା ?ନା ଏମିତି କିଛି କାମ ଆସିଲା ଯେ କି ଏ ରାତି ଠାରୁ ମୂଲ୍ୟବାନ। ଭରା ଯୌବନ ତରୁଣୀ ଅପେକ୍ଷାରତ ,କେଉଁ ଯୁବକ ଏଡାଇ ପାରିବ ?


 ବିଭିନ୍ନ ଭ୍ରାନ୍ତ ଆଉ ଖରାପ ଭାବନାରେ ଅନ୍ୟମନସ୍କ ହୋଇ ଚାଲୁ ଚାଲୁ ଫେରିଆସି ପ୍ରକାଶଙ୍କୁ ପଚାରିଲା - ଚା",ଆଣିବି କି ?...ଏଁ ନା ...ମୁଁ ଫ୍ରେସ୍ ହୋଇ ଅଫିସ ଗଲାବେଳେ ପିଇବି ଟିଫିନ୍ ସହିତ।ବ୍ୟସ୍ତ ହେବାର କିଛି ନାହିଁ।ମଧୁ ସେ ବ୍ୟବସ୍ଥା କରିଦେବ । ତୁମେ ବ୍ୟସ୍ତ ହୁଅନା।


ଏ କ'ଣ ...ଦୁହିଁଙ୍କ ଭିତରେ ଏକ ଅପରଚିତର ସମ୍ପର୍କ ,କଥାବାର୍ତ୍ତା,।ଯେଉଁଠି ପ୍ରେମୀଯୁଗଳ ଗୋଟିଏ ମିନଟ୍ ଦୂରେଇବାକୁ ଚାହାଁନ୍ତିନି ଆଜି ପୁଣି ଅଫିସ !ଲୋକ କ'ଣ କହିବେ। ତା ବାପଘର ,ସାହିପଡିଶା, ସାଙ୍ଗସାଥି ,ପରିବାର ଙ୍କ ଆଗେ କଥାଟି ଧରା ପତିବାକୁ ଚାହୁଁ ନଥିଲା।ନିଜ ଭିତରେ ଆତ୍ମଗୋପନ କରୁ ପଛେ ସମସ୍ତେ ତାକୁ ଗୋଟିଏ ଅଲଗା ଦୃଷ୍ଟିରେ ନ ଦେଖନ୍ତୁ।କି ଅପଦସ୍ତ। କଥା କ'ଣ ଲୁଚିବ।


ପୁଣି ରାତି ଆସେ,ଦିନ ହୁଏ। ସୂର୍ଯ୍ୟ ପୂଣି ବିଦାୟ ନିଅନ୍ତି। ଚନ୍ଦ୍ରକିରଣରେ ଜହ୍ନଫୁଲିଆ ରାତିଟା ବଢିଚାଲେ।କିନ୍ତୁ"ସାଧନା"ସେହିଠି ଅଟକି ଥାଏ। ଦୁହିଁଙ୍କ ଭିତରେ ଅଳ୍ପ କଥାବାର୍ତ୍ତା, ଭାବର ଆଦାନ ନାହିଁ କି ଚେହେରାର ଆକର୍ଷଣ।ଘଣ୍ଟା ଘଣ୍ଟା ଧରି ବାହାରେ ଥାନ୍ତି ପ୍ରକାଶ, ମଧ୍ୟ ରାତ୍ରିରେ ଗୋଟିଏ ଖଟର କଡରେ ଗଭୀର ନିଦ୍ରାରେ ଶୋଇ ଯାଆନ୍ତି। ସେ ରୂପବତୀ ସ୍ତ୍ରୀ ବାନ୍ଧିପାରେ ନା ତା ପାଖରେ ମନଟିଏ ଥାପିପାରେ।


 ଆଜି କିନ୍ତୁ ବ୍ୟତିକ୍ରମ"ସାଧନା" ସାହସର ସହିତ ଇଛା କରିଛି ପ୍ରଶ୍ନ କରିବ "ପ୍ରକାଶ"କୁ।ହେଲେ ପ୍ରତୀକ୍ଷାର ବାଲିବନ୍ଧ ଭୂଷୁଡି ଗଲାଣି କୋଠରୀରେ ପ୍ରକାଶର ଦେଖା ନାହିଁ। ସମୟ ଗଡିଚାଲେ। ମଥାର ସ୍ବେଦବିନ୍ଦୁ ସବୁ ଥପଥପ୍ ହୋଇ ବୋହିବାରେ ଲାଗିଲାଣି। କେମିତି ପଚାରିବ ? ବାହାର ଥଣ୍ଡା ପବପରୁ ମେଞ୍ଚେ ପ୍ରବେଶ କଲା କୋଠରୀକୁ।ଦେହକୁ ଆଶ୍ବସ୍ତିର ଆନନ୍ଦ ଅନୁଭବ କରି କବାଟ ଖୋଲି ବାକ୍ଲୋନିକୁ ଗଲା ।


ଏ କ'ଣ ପାଖ ଦିଦିଙ୍କ ପ୍ରକୋଷ୍ଠରୁ ଧୀର ଧୀର ଶବ୍ଦରେ ଭାସିଆସୁଛି ଅସ୍ପଷ୍ଟ କଣ୍ଠସ୍ବର।ସେଇଟା ଦିଦିଙ୍କ ରୁମ୍ ଘରେ ତ କେହି ନାହାଁନ୍ତି ।ଦିଦି ,ମୁଁ ,ମଧୁ। ମଧୁ ତ ଉପର ଘରେ ଘୁଙ୍ଗୁଡି ମାରି ଶୋଇଥିବ।କିଏସେ ଯଦି ବନ୍ଧୁବାନ୍ଧବ ଆସିଲେ ଦିଦି କାହିଁକି ଜଣାଇଲେ ନାହିଁମୋତେ।


ପାଦ ଚିପିଚିପି ଦିଦିଙ୍କ ରୁମ୍ ପାଖରେ ବହୁତ ଅପେକ୍ଷା କଲେ।ବହୁତ କାନେଇଲା ସୈହି କ୍ଷୀଣ କଣ୍ଠସ୍ବର ,ହସ,ଆଳାପ , କ୍ଷ ଚୁପିଚୁପି ଶବ୍ଦର ସ୍ବର। ସନ୍ଦେହ ଆଉ ଉତ୍କଣ୍ଠାର ସହିତ ଆହୁରି ଆଗକୁ ବଢିଲା ।କିଛି ଜାଣି ପାରିଲା ନାହିଁ। ପଛପଟ କାଚ ଝରକାରେ ଯାହା ଦେଖିଲା ନିଜକୁ ବିଶ୍ୱାସ କରି ପାରୁ ନ ଥିଲା। ତା'ପ୍ରେମର ଈଶ୍ବରଙ୍କ ବାହୁ ବନ୍ଧନରେ ଦିଦି।ଯାହାକୁ ସେ ବଡ ଭଉଣୀର ଆଖ୍ୟା ଦେଇଛି,କେତେ ବିବତ୍ସ ରୂପ।ଯେଉଁ ପତିକୁ ଈଶ୍ୱର କହି ପୂଜା କରୁଛି ସେ ତ କାମାଶକ୍ତ ଦୂର୍ବଳ ମାନସିକତାରେ ପୀଡିତ ଚରିତ୍ର।ଦୁଆର ବାଡେଇ ଚାଲିଲା।


ମଧୂ ଉପରୁ ଆସି ହାଜର , ସାନ ମାଆ ! କାହିଁକି ପାଟି ହେଉଛି।ଦୁଆର ଭାଙ୍ଗିଦିଅ ମଧୁ।ଦେଖ ତୁମେ ଯାହାକୁ ପୂଜା କରୁଛ ତା ନଗ୍ନ ରୂପ ତୁମ ଆଖିରେ ଦେଖିନିଅ। ଲଜ୍ଜାର ଶେଷସୀମା ପାରକରି ସମ୍ପର୍କର ଆଢୁଆଳରେ ବିକାରଗ୍ରସ୍ତ ଦୁଇଟି ମଣିଷ।...ମୁଣ୍ଡ ପୋତି ଠିଆ ହେଲେ ଦୁଆର ଖୋଲି ଦୁଇଜଣ।ସେଠି ସେମାନଙ୍କୁ କହିବାକୁ ଶବ୍ଦ ନଥିଲା "ସାଧନା"ର। ମଧୁ ଧୀର ସ୍ବରରେ କହୁଥିଲା ମୁଁ ସବୁ ଜାଣେ ସାନ ମାଆ। କିନ୍ତୁ ଛୋଟ ମୁହଁ ବଡ କଥା କିପରି କହିବ।ତୁମେ ଏ ଘର ଛାଡି ଚାଲିଯାଅ।


"ସାଧନା" ଦେଖୁଥିଲା ଦୁନିଆଁ ଆଖିରେ ସମ୍ପର୍କର ଲେପମାରି କାମନାଶୋଷ ମେଣ୍ଟାଇବା ପାଇଁ ତାକୁ ହିଁ ସିଡି କରାଯାଇଛି । ଯେପରି ଦୁନିଆ ବିବାହିତା ନାମରେ ପରିତ୍ୟକ୍ତା ବିଧବା ମହିଳାଙ୍କୁ ସତୀ ସାବିତ୍ରୀର ଆଖ୍ୟା ଦେବ । ଆଉ ସେ ଗୋଟିଏକୁଆଁରୀ ଝିଅର ଜୀବନ ନେଇ ବିବାହିତା ର ପରିଚୟ ଦେଉଥିବ। ସାଧନା ର ପାଦତଳୁ ପୃଥିବୀଟା ଖସି ଖସି ଯାଉଥିଲା। ତା ମନରେ ପ୍ରବଳ ଆତଙ୍କ ନେଇ ଆସୁଥିବା ଝଡ୍ ଆଟାଜ ସଜାଡୁ ସଜାଡୁ କୋହ, ଅବଶୋଷ  ଲୁହ ,ଆତ୍ମଗ୍ଲାନିରେ ନୀରବି ଯାଇଥିଲା। କିନ୍ତୁ ତା ପାଟିରେ ଜନଗହଳିରେ ମହାବାତ୍ୟାର ରୂପ ନେଇ ଲୁକ୍କାୟିତ ଝଡ ଭୀଷଣ ଗର୍ଜନ କରି ଆସୁଥିଲା



Rate this content
Log in

Similar oriya story from Abstract